spot_img
Home Blog Page 673

ରାଜ୍ୟରେ ଆହୁରି ୪ ଦିନ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆହୁରି ୪ ଦିନ ରାଜ୍ୟରେ ବର୍ଷା ।  ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗତି କରୁଥିବା ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଛି ।   ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବା ନେଇ ସମ୍ଭାବନା ରହିଛି  । ତେଣୁ ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୬ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ଲାଗିକି ରହିବ। ଆଶଙ୍କା କରାଯାଇଛି ।  ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି 30-40 କିଲୋମିଟର ରହିପାରେ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

 

 

ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ, 5T ସ୍କୁଲ ସାଉଁଟିଲା ପ୍ରଶଂସା

ଭୁବନେଶ୍ବର: ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ । 5T ସ୍କୁଲ ପରଫର୍ମାନ୍ସକୁ ପ୍ରଶଂସା । ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରଦର୍ଶନରେ ୧୪ ତମ ସ୍ଥାନ । ୨୦୨୩-୨୪ରେ ବଡ଼ ଡିଆଁ ମାରି ପଞ୍ଚମ ପୋଜିସନ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ବାରମ୍ବାର 5T ସ୍କୁଲ ବିରୋଧରେ ବର୍ଷି ଚାଲିଛି । ହେଲେ ଏଥର ବି ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଭୁଲ ପ୍ରମାଣିତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ପ୍ରଦର୍ଶନ, ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହି ଆସୁଥିଲେ । ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିଥିଲେ । ସ୍କୁଲ ଶିକ୍ଷାରେ ଓଡ଼ିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

କେରଳକୁ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟର ମାନ୍ୟତା ମିଳିଛି । ହେଲେ କେନ୍ଦ୍ର ସରକାରଙ୍କ ରାଙ୍କିଂ ପରେ କେରଳକୁ ବି ପଛରେ ପକାଇ ଦେଇଛି ଓଡ଼ିଶା । 5T ସ୍କୁଲ ବ୍ୟବସ୍ଥାରେ ସରକାରୀ ସ୍କୁଲ ପାଇଥିଲେ ଦାମୀ ଘରୋଇ ସ୍କୁଲର ସୁବିଧା । ଏହା ଜରିଆରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ସ୍ବଚ୍ଛ ପରିମଳ ବ୍ୟବସ୍ଥା ସହ ଉତ୍ତମ କ୍ରୀଡ଼ାର ବାତାବରଣକୁ ଉପାନ୍ତ ସ୍କୁଲରେ ବି ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ନବୀନ ସରକାର ।

5T ସ୍କୁଲ ଉନ୍ନତ ଶିକ୍ଷାଦାନର ପଦ୍ଧତି ଓ ପ୍ରଣାଳୀକୁ ପ୍ରତିପାଦନ କରି ପାରିଛି । ଯାହା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଛି । ଶିକ୍ଷାର ଅଭିବୃଦ୍ଧିରେ 5T ମଡେଲର ପ୍ରମୁଖ ଭୂମିକା ନେଇ ବିଭିନ୍ନ ସର୍ଭେ ସଂସ୍ଥା ବି ପୂର୍ବରୁ ମୋହର ମାରି ସାରିଛନ୍ତି ।

କୁଇଣ୍ଟାଲ କୁଇଣ୍ଟାଲ ଧାନ ଧରି ଚାଷୀ ହତାଶ, ବଢିବନି ଟୋକନ ଅବଧି

ଭୁବନେଶ୍ବର: ସରିଲା ଅବଧି, ଉଠିଲାନି ଧାନ । ଲଗାଣ ବର୍ଷା ଜାରି ରହିଥିବାରୁ ଚାଷୀକୂଳ ହତାଶ । ଏପରି ସ୍ଥିତିରେ ରାଜ୍ୟ ସରକାର ଟୋକନ ଅବଧି ବୃଦ୍ଧି କରିବେନି ବୋଲି ଘୋଷଣା କରିଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ୍ତ ବଳସାମନ୍ତ କହିଛନ୍ତି ଏହି ମାସ ଶେଷ ସୁଦ୍ଧା ଟୋକନ ଅବଧି ଥିଲା । ଆଉ ସରକାର ଟୋକନ ଅବଧି ବୃଦ୍ଧି କରିବେନ । ଚଳିତ ବର୍ଷ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇଛି । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ ରବି ଋତୁରେ କିଣା ସରିଲାଣି।  ବର୍ଷା ପାଇଁ କଣ ଅସୁବିଧା ହୋଇଛି ତାହା ଜାଣିବା ପରେ କହିବି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

ଟୋକନ ଅବଧି ବୃଦ୍ଧି ନହେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ଖରିଫ ସମୟରେ ଧାନମଣ୍ଡି ସମସ୍ୟାରେ ଚାଷୀ ହନ୍ତସନ୍ତ ହୋଇଥିବା ବେଳେ ରବିରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଛନ୍ତି । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଚାଷୀ ଘର ବାହରିପାରୁନଥିବା ବେଳେ ଧାନ କିପରି ବିକ୍ରି କରିବେ ବୋଲି ବିଜେଡି ପ୍ରଶ୍ନ କରିଛି । କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଧରି ଚାଷୀ କାନ୍ଦୁଛନ୍ତି । ତେଣୁ  ସରକାର  ତୁରନ୍ତ ଟୋକନ ଅବଧି ବୃଦ୍ଧି କରନ୍ତୁ । ଟୋକନ ଅବଧି ବୃଦ୍ଧି ନକରିବା ଦ୍ବାରା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପୁଣିଥରେ ପଦାକୁ ଆସିଛି ବୋଲି କଂଗ୍ରେସ କହିଛି ।

ମଣ୍ଡିରୁ ଧାନ ଉଠୁପାରୁନି । ସରକାର ଟୋକନ ଅବଧି ବୃଦ୍ଧି ନହେବା ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । କୁଇଣ୍ଚାଲ କୁଇଣ୍ଟାଲ ଧାନ କିପରି ବିକ୍ରି ହେବ ସେ ନେଇ ବାଟ ଖୋଜୁଛି

ଅଡୁଆରେ ସରକାର, କାର୍ଯ୍ୟାନୁଷ୍ଠାନ ନେବେ ନା ସଂଘକୁ ମନାଇବେ

ଭୁବନେଶ୍ବର: ଓଏଏସ୍ ସଂଘର ସମୂହ ଛୁଟି ଆନ୍ଦୋଳନକୁ ନେଇ ଅକଳରେ ରାଜ୍ୟ ସରକାର। ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କିଙ୍ଗପିନ୍ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଅଡି ବସିଛି ଓଏଏସ ସଂଘ। ଘଟଣାର ପ୍ରଚ୍ଛଦ ପଟରେ ଥିବା ନେତାଙ୍କୁ ଗିରଫ କରାଯିବ କି ନାହିଁ ତାକୁ ନେଇ ଶାସକ ଦଳରେ ହଲଚଲ। ଏହାରି ଭିତରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓଏଏସ୍ ସଂଘକୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି, ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଯୋଜନା ଥାଏ। ତେଣୁ ଓଏଏସ ସଂଘ ସରକାରଙ୍କ ଉପରେ ଭରସା ରଖନ୍ତୁ। ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି। ଦଳରୁ ବି ଏମାନଙ୍କୁ ସସପେଣ୍ଡ କରାଯାଇଛି। ତେବେ ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ସେହିପରି ଯିଏ ଦୋଷୀ, ସେ ଦଣ୍ଡ ପାଇବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।

ସେପଟେ ଘଟଣାର ୩ଦିନ ପରେ ବି ଜଗନ୍ନାଥ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ଆକ୍ରମଣର ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ବିଏମସି ଗେଟ୍ ପାଖର ଦୃଶ୍ୟ। ଏହା ପୂର୍ବରୁ ରୁମରେ ମଧ୍ୟ ଅତିରିକ୍ତ କମିଶନଙ୍କୁ ଆକ୍ରମଣ କରାଯାଇଥିବା କହିଛନ୍ତି ବିଜେଡି ବିଧାୟକ। ତେଣୁ ମୂଳ ଭିଡିଓ ପଦାକୁ ଆସିବା ଦରକାର। କଂଗ୍ରେସ ମଧ୍ୟ ସମାନ କଥା ଉଠାଇବା ସହ ଷଡଯନ୍ତ୍ରକାରୀକୁ ବାନ୍ଧିବାକୁ ଦାବି କରିଛି। ଅନ୍ୟପଟେ ବିଜେପି କହିଛି, ଯିଏ ଦୋଷୀ, ତା ବିରୋଧରେ ପଦକ୍ଷେପ ନେବେ ସରକାର। ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ସରୋଜ ପାଢ଼ୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି ବୋଲି କହିଛନ୍ତି।

ଦଳ, ସରକାର ଓ ଭାବମୂର୍ତ୍ତିକୁ ନେଇ ଦ୍ବନ୍ଦରେ ପଡ଼ିଛି ବିଜେପି। ଆଇନ ତା ବାଟରେ ଯିବ ନ୍ୟାୟରେ ପ୍ରସଙ୍ଗ ଥମିବା ବଦଳରେ ବଢିବାରେ ଲାଗିଛି। ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏପରି ସ୍ଥିତିରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ନା ସଂଘକୁ ମନାଯିବ, ସେ ଚିନ୍ତାରେ ଘାଣ୍ଟି ହେଉଛନ୍ତି ସରକାର।

ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ, ସରକାରୀ କାର୍ଯ୍ୟ ଠପ, ପଦକ୍ଷେପ ନେଉନାହାନ୍ତି ସରକାର

ଭୁବନେଶ୍ବର: ଜିଦରେ ଅଟଳ ବିଏମସି ଅଧିକାରୀ ଓ କର୍ମଚାରୀ। ତୃତୀୟ ଦିନରେ କଲମ ଛାଡ଼ ଆନ୍ଦୋଳନ। କଳାବ୍ୟାଜ ପିନ୍ଧି ପ୍ରତିବାଦ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନରେ ପଡୁନି ପୂର୍ଣ୍ଣଚ୍ଛେଦ। ଘୁଞ୍ଚୁନି ସରକାରୀ ଫାଇଲ। ଚାକିରି କରିବା ଦିନୁ ଏଭଳି ଆକ୍ରମଣ କେବେ ଦେଖି ନଥିବା କହିଛନ୍ତି କର୍ମଚାରୀ। ସେମାନେ କହିଛନ୍ତି ଅଫିସ ଭିତରେ ସେମାନେ ସୁରକ୍ଷିତ ମଣୁନାହାନ୍ତି। ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗନ୍ନାଥ ପ୍ରଧାନ ଗିରଫ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ତେଣେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସମସ୍ତ କର୍ପୋରେଟର ଓ କଂଗ୍ରେସ ନେତା I

ବିଏମସି ଅଧିକାରୀଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣା ପରେ ବଦଳିଛି ବିଏମସି ଅଫିସରେ ସିକୁରିଟି ବ୍ୟବସ୍ଥା I ସାଧା ସୁରକ୍ଷା କର୍ମଚାରୀ ବଦଳରେ ଏବେ ବିଏମସି ଅଫିସ ଜଗୁଛନ୍ତି ଗନମ୍ୟାନ I ସେପଟେ ବିଏମସି ଅଫିସରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ଼  ନେତା ସୁରେଶ ରାଉତରାୟ।

ସ୍ପଷ୍ଟ ଦିବାଲୋକରେ ଖୋଦ୍ ଅଫିସ ଭିତରେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହେଲା ମାଡ଼। ହେଲେ ସରକାର ବସିଛନ୍ତି ଚୁପ୍।

ଚଳିବନି ମାସ ମାସ ଧରି ତଦନ୍ତ, ଦୋଷୀକୁ ବାନ୍ଧିଲେ ଘଣ୍ଟାଏ ଭିତରେ କରିବୁ ଜଏନ: ଓଏଏସ ସଂଘ

ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଘଣ୍ଟାଏ ଭିତରେ ଆମେ କାମରେ ଯୋଗ ଦେବୁ। ଓଏଏସ ସଂଘର ଏହି ଜିଦରେ ଆକ୍ତାମାକ୍ତା ସରକାର। ୩ ଦିନ ପରେ ବି ଆକ୍ରମଣର ମାଷ୍ଟରମାଇଣ୍ଡ ଗିରଫ ହୋଇନଥିବାରୁ ସାରା ରାଜ୍ୟରେ ଠପ୍ ହୋଇଛି ପ୍ରଶାସନିକ ବ୍ୟବସ୍ଥା। ରାଜ୍ୟ ପ୍ରଶାସନରେ ଦେଖାଦେଇଛି ଅଚଳାବସ୍ଥା। ଜିଲ୍ଲା ସ୍ତରରେ ଠପ୍ ହୋଇଛି ସରକାରୀ କାମ। ଦୁଇ ଦିନ ହେଲା ସମୂହ ଛୁଟି ଘୋଷଣା କରି କାମରେ ଯୋଗ ଦେଉନାହାଁନ୍ତି ଓଏଏସ ସଂଘ । ସରକାର କିନ୍ତୁ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିପାରିନାହାଁନ୍ତି। ସଂଘ କହିଛି, ମାସ ମାସ ଧରି ତଦନ୍ତ କଲେ ଚଳିବ ନାହିଁ । ତରୁନ୍ତ ସରକାର ମାଷ୍ଟରମାଇଣ୍ଡକୁ ଗିରଫ କରନ୍ତୁ। ଆମେ ଘଣ୍ଟାଏ ଭିତରେ କାମରେ ଯୋଗ ଦେବୁ । ଓଏଏସ ଅଫିସରମାନେ ଆଉ କେତେଦିନ ଚୁପ ବସିବେ। ନୈତିକତା ଦୃଷ୍ଟିରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ପୁରୀରେ ବାହୁଡା ଯାତ୍ରାରେ ନିୟୋଜିତ ଅଫିସରମାନେ କାମ କରୁଛନ୍ତି ବୋଲି ଓଏଏସ ସଂଘ ସଭାପତି କହିଛନ୍ତି ।

ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଯାଇଛି ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନି ସରକାରୀ କାମ । ଧିମେଇ ଗଲାଣି ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇ ଫେରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ।

ସରକାର ଓ ଅଫିସରଙ୍କ ଜିଦ ଭିତରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ଅଫିସରେ ହୋଇପାରୁନି ଲୋକଙ୍କ କାମ। ଜଣଙ୍କ ଗିରଫଦାରୀ ଏଡାଇବାକୁ ସରକାର ଏବେ ପୂରା ପ୍ରଶାସନକୁ ସ୍ଥାଣୁ କରିଦେଲେଣି ବୋଲି ଅଭିଯୋଗ ହେଲାଣି

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ, ଶୁବମନଙ୍କ ଦ୍ବିଶତକ ହାସଲ

ନନ୍ଦିଘୋଷ ବ୍ୟୁରୋ: ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ବିଶାଳ ସ୍କୋର ଦିଗରେ ଆଗେଇ ଚାଲିଛି । ଅଧିନାୟକ ଶୁବମନ ଗିଲଙ୍କ ଦ୍ବିଶତକ ଟିମ ଇଣ୍ଡିଆକୁ କରିଛି ବୁଷ୍ଟ ଅପ । ଦ୍ବିତୀୟ ଦିନରେ ଶୁବମନ ଜବରଦସ୍ତ ପ୍ରଦର୍ଶନ କରି କ୍ୟାରିଅରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ୩୧୧ ବଲରେ ଆକର୍ଷଣୀୟ ଦ୍ବିଶତକ ହାସଲ କରି ଭାରତ ନିଜକୁ ଇଂଲଣ୍ଡ ବିପକ୍ଷରେ ମଜଭୁତ କରିବାକୁ ଚେଷ୍ଟା ଚଳାଇଛି । ତେବେ ଶୁବମନ ପ୍ରଥମ ଟେଷ୍ଟରେ ମଧ୍ୟ ଶତକ କରିଥିଲେ । ଆଜି ମୁକାବିଲାର ଦ୍ହିତୀୟ ଦିନ । ଇଂଲଣ୍ଡ ଟସ ଜିତିବା ପରେ ଭାରତ ଆରମ୍ଭ କରିଥିଲା ବ୍ୟାଟିଂ । ପ୍ରଥମ ଦିନରେ ଭାରତ ୫ ୱିକେଟ ହରାଇ ୩୧୦ ରନ କରିଥିଲା । ଆଜି ୩୧୦ରୁ ବ୍ଯାଟିଂ କରି ଭାରତ ଏବେ ସୁଦ୍ଧା ଆଉ ଗୋଟିଏ ୱିକେଟ ହରାଇ ୪୭୦ ରନ ପାର କରିଯାଇଛି । ଇଂଲଣ୍ଡ ବିରୋଧରେ ପ୍ରଥମ କ୍ଯାପଟେନ ଭାବେ ଦ୍ବିଶତକ ମାରି ରେକର୍ଡ କରିଛନ୍ତି । ପୂର୍ବରୁ କ୍ଯାପଟେନ ଭାବରେ ମହମ୍ମଦ ଆଝାରୁଦ୍ଦିନ ୧୯୯୦ ମସିହାରେ ୧୭୯ ରନ କରିଥିଲେ ।.. ..

ନିଶା ନିଶାଣରେ ରାଜଧାନୀ ଶିକ୍ଷାନୁଷ୍ଠାନ, ପିଲାଙ୍କୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଲା ଅବକାରୀ ବିଭାଗ

ଭୁବନେଶ୍ବର: ନିଶା ନିଶାଣରେ ରାଜଧାନୀ ଶିକ୍ଷାନୁଷ୍ଠାନ । ଛତୁ ଫୁଟିବା ଭଳି ପାନ ଦୋକାନରେ ମିଳୁଛି ନିଶା ସାମଗ୍ରୀ ।  ସହରର ଚାକଚକ୍ୟ ଦେଖି ହୁଡୁଛନ୍ତି ବାଟ । ପିଲାଙ୍କୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଲା ଅବକାରୀ ବିଭାଗ। କିଏ ଡାକ୍ତର ବନିବ ତ ଆଉ କିଏ ଇଂଜିନିୟର । ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ରାଜଧାନୀ ଭୁବନେଶ୍ବର ଆସୁଛନ୍ତି ଛାତ୍ରଛାତ୍ରୀ। କିନ୍ତୁ ଏଠାରେ ନାମିଦାମୀ କଲେଜ, କୋଚିଂ ସେଣ୍ଟରରେ ପାଠ ପଢିବା ବେଳେ ନିଶାରେ କବଳିତ ହେଉଛନ୍ତି ପିଲା। ବ୍ରାଉନସୁଗର, କୋକେନ, ଗଞ୍ଜେଇ, ଚରସ, ଅଫିମ, ମ୍ୟାରିଜୁଆନା ଭଳି ନିଶା ଏବେ ପିଲାଙ୍କୁ କବଳିତ କରିଛି । ଏ ସବୁକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆୟୋଜିତ ହୋଇଛି ଏକ interaction programme । ପୋଲିସ ଆଖିରେ ଧୂଳି ଦେଇ କ୍ୟାମ୍ପସରେ ନିଶା ପହଞ୍ଚିବାକୁ କିଭଳି ରୋକାଯାଇପାରିବ ସେ ନେଇ ଏନଫୋର୍ସମେଣ୍ଟକୁ କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅବକାରୀ ସୁପରି ଟେଣ୍ଡେଣ୍ଟ।

କିଛିଦିନ ତଳେ ଏକ ଘରୋଇ କଲେଜ ଛାତ୍ର ନିଶା ଖାଇ କୁଆଖାଇ ନଦୀରେ ବୁଡିଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସରେ ଆୱାରନେସ କରି ନୋଟିସ ବୋର୍ଡ ସହ ହଷ୍ଟେଲ ଓ ମେସରେ ନୀତିଦିନ ଚେକିଂ କରିବେ । ଯଦି କୌଣସି ଛାତ୍ର ନିଶା ସେବନ ନେଇ ସୂଚନା ମିଳେ, ତେବେ ଅବିଭାବକଙ୍କୁ ତୁରନ୍ତ ଜଣାଯିବ । କ୍ୟାମ୍ପସରେ ପ୍ରବେଶ ପ୍ରସ୍ଥାନ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବ । ଡ୍ରଗ୍ସ ଏନଫୋର୍ସମେଣ୍ଟ ପାଇଁ କଲେଜରେ ଏକ କମିଟି ମଧ୍ୟ ରହିବ। ପୂର୍ବରୁ ଏ ସବୁ ଦିଗରେ ଉଭୟ କମିଶନରେଟ ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚେଷ୍ଟା କରିଛନ୍ତି । ଆଉ ଗୋଟିଏ ପାଦ ଆଗକୁ ବଢି ନିଜେ ଅବକାରୀ ସୁପରିଟେଣ୍ଡେଣ୍ଟ ବିଜେବି କଲେଜରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଘଟଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

କିଛିଦିନ ତଳେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ସହରର କୋଣ ଅନୁକୋଣ ରେ ନିଶାଡୀ ଓ ନିଶା ବେପାରୀଙ୍କୁ ଧରିଥିଲା । ଆଗକୁ ଠିକ ସେହିଭଳି ଜିରୋ ଟଲରାନ୍ସ ନୀତି ଅବକାରୀ ବିଭାଗ ଗ୍ରହଣ କରିବ ବୋଲି କହିଛନ୍ତି ସୁପରୀଟେଣ୍ଡେଣ୍ଟ ।

ବନ୍ୟା ଟଳିଲା ଦର ବଢିଲା, ପରିବା ବଜାରରେ ମହଙ୍ଗା ମାଡ଼

ବାଲେଶ୍ୱର: ବନ୍ୟା ଟଳିଲା ଦର ବଢିଲା । ପରିବା ବଜାରରେ ମହଙ୍ଗା ମାଡ଼ । ଏକାଥରେ ଦୁଇ ଗୁଣ ବଢିଯାଇଛି ମୂଲ୍ୟ । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ପାଣି ପଶି ପରିବା ଚାଷକୁ ପ୍ରଭାବିତ କରିଛି ।  ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର।  ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ବାହାରର ପରିବା ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ । ଫଳରେ କିଣା ଅଧିକ ଯୋଗୁ ବିକ୍ରୟ ମଧ୍ୟ ଅଧିକ ଟଙ୍କାରେ କରାଯାଉଛି । ଯେ ପର୍ଯ୍ୟନ୍ତ ନୂଆ ପରିବ ଅମଳ ନହୋଇଛି ସେ ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି।

ପନିପରିବା ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଓଡିଶା ବ୍ୟବସାୟୀ ମହାସଂଘ। ଅନେକ ଥର ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଇଛନ୍ତି। ଖରା ଦିନ ବର୍ଷା ବି ସମସ୍ୟା ସାଜିଛି। ୮୦ ଭାଗ ପରିବା ବାହାର ରାଜ୍ୟରୁ ଆମଦାନୀ ହେଉଛି। ଚାହିଦା ଠାରୁ କମ ମାଲ ଉପଲବ୍ଧ ହେଉଛି। ସେଥିପାଇଁ ପନିପରିବା ଦର ହୁ ହୁ ହୋଇ ବଢୁଛି । ଏଭଳି ଦରଦାମ ବୃଦ୍ଧିରୁ ବର୍ତ୍ତିବା ପାଇଁ ସରକାର ଚାଷୀଙ୍କ ଉତ୍ପାଦନ ବୃଦ୍ଧି ସହ ସେମାନଙ୍କୁ ସଠିକ ମାର୍କେଟ ଲିଂକେଜ ଦେବା ଆବଶ୍ୟକ ବୋଲି କହିଛି ସଂଘ । ଓଡିଶା ପନିପରିବା ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ଥିଲା, କିନ୍ତୁ ଏବେ ଓଡ଼ିଶା ସ୍ଥାନ ବହୁ ତଳକୁ ଖସିଥିବା ଅଭିଯୋଗ ବାଢିଛି ଓଡିଶା ବ୍ୟବସାୟୀ ମହାସଂଘ ।

ରେଳ ଲାଇନରେ ଧସିଲା ମାଟି, ଅନେକ ଟ୍ରେନ୍ ବାତିଲ

କୋରାପୁଟ: ଲଗାଣବର୍ଷାରେ ବେହାଲ କୋରାପୁଟ ।  ଜିଲ୍ଲା ବିଭିନ୍ନ ସ୍ଥାନରେ ଭୂସ୍ଖଳନ । କୋରାପୁଟ କିରଣ୍ଡାଲ ଲାଇନକୁ ରେଳ ଚଳାଚଳ ବନ୍ଦ ।  ମାଳିଗୁଡ଼ା ଠାରୁ ଜରଟି ରେଳ ଲାଇନରେ ମାଟି ଧସି ଅବରୋଧ କରିଛି । ସଫା କରିବାରେ ଲାଗି ପଡିଛନ୍ତି ରେଳ ବିଭାଗୀୟ କର୍ତ୍ତୃପକ୍ଷ। ଏପରି ସମସ୍ୟା ଯୋଗୁ  ଅନେକ ଟ୍ରେନ ବାତିଲ ହୋଇଥିବାବେଳେ ଆଜି ଠାରୁ ଅନେକ ଟ୍ରେନ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତାୟାତ କରିବ ବୋଲି ୱାଲଟର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି । ମାଲିଗୁଡ଼ା ରେଳ ଷ୍ଟେସନ ଓ ଜରଟି ରେଳ ଷ୍ଟେସନ ମଧ୍ୟରେ ୨୦୮/୨୦୯ କିଲୋମିଟର ରେଳ ଲାଇନରେ ଭୂସ୍ଖଳନ ହୋଇଛି । ରେଳ ବିଭାଗୀୟ ଉଚ୍ଚ ପଦାଧିକାରୀ, ଇଞ୍ଜିନିୟରଙ୍କ ସମସ୍ତ ଅଧିକାରୀ ଓ କର୍ମଚାରୀ ପହଞ୍ଚି ରେଳ ଲାଇନ୍ କିପରି ସ୍ଵାଭାବିକ କରାଯିବ ସେ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି   । ଘଟଣା ସ୍ଥଳରେ ୧୧ରୁ ଅଧିକ ଜେସିବି ମୁତୟନ ହୋଇଛି । ବର୍ଷା ସତ୍ୱେ ରେଳ ଲାଇନ ସ୍ଵାଭାବିକ ପାଇଁ  ଜୋରସୋର ରେ କାର୍ଯ୍ୟ ଜାରି ରହିଛି ।

ପ୍ରତି ବର୍ଷ ଏପରି ଅଘଟଣ ଘଟୁଛି । ଗତକାଲିର ପାସେଞ୍ଜର ଟ୍ରେନ ଯିବାର ୨ ମିନିଟ ପରେ ପାହାଡ଼ ଧସି ପଡିଥିଲା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ଓ ଶ୍ରମିକ । ବାରମ୍ବାର ଏପରି ପାହାଡ଼ ରୁ ମାଟି ଅତଡ଼ା ଖସୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ବର୍ଷାରେ ମାଟି ଓ ପଥର ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ ମଧ୍ୟ ଏକ ବଡଧରଣର ଭୂସ୍ଖଳନ ହୋଇଥିଲା ।