spot_img
Home Blog Page 6728

ଅମାନିଆ ବିଜେପି ନେତା, ଜୟ ନାରାୟଣଙ୍କ ପରେ ଏହି ନେତା ଭାଙ୍ଗିଲେ କୋଭିଡ୍‌ ନିୟମ…

ସୁନ୍ଦରଗଡ଼: ବାରମ୍ବାର ଅମାନିଆ ହେଉଛନ୍ତି ବିଜେପି ନେତା । ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ମଧ୍ୟ ମାନୁ ନାହାନ୍ତି ରାଜ୍ୟ ବିଜେପି ନେତା । ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କୋଭିଡ୍‌ ନିୟମ ଭାଙ୍ଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଦାଗିରି ଦେଖାଇଥିବା ବେଳେ ଏବେ ପୁଣି ଆଉ ଜଣେ ବିଜେପି ନେତାଙ୍କ ଅମାନିଆ ପଣ ସାମ୍ନାକୁ ଆସିଛି ।

ସୁନ୍ଦରଗଡ଼ ବିଧାୟିକା କୁସୁମ୍‌ ଟେଟେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପସିଛନ୍ତି । ଆଉ ସାଥିରେ ନିଜ କର୍ମୀଙ୍କୁ ମଧ୍ୟ ନେଇଛନ୍ତି । କୋଭିଡ୍‌ ନିୟମ ଅନୁଯାୟୀ କୌଣସି ସ୍ଥାନରେ ଗହଳି କରିବାକୁ ବାରଣ କରାଯାଇଥିବା ବେଳେ ବାରମ୍ବାର ବିଜେପି ନେତା ମାନେ ଅମାନିଆ ହେଉଥିବା ନଜିରକୁ ଆସୁଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଭିଯୋଗ ଦାଖଲ କରିବା ପାଇଁ ଏକ ବାକ୍ସ ରଖାଯାଇଛି, ହେଲେ ସେହି ବାକ୍ସରେ ଅଭିଯୋଗ ପତ୍ର ନପାକଇ ଜୋର ଜବରଦସ୍ତ କାର୍ଯ୍ୟାଳୟ ଭିତରେ ପଶିବା କ’ଣ ଆବଶ୍ୟକ ବୋଲି ଏବେ ଲୋକଙ୍କ ମନରେ ପ୍ରଶ୍ନ । କରୋନା ଭଳି ମହାମାରୀ ସମୟରେ ସାରା ଦେଶ ସମେତ ରାଜ୍ୟ ହାହାକାର କରୁଥିବା ବେଳେ ବିଜେପି ନେତାଙ୍କ ଏଭଳି ଅମାନିଆ ପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Kusum Tete

ଖାଲି କୁସୁମ୍‌ ଟେଟେ ନୁହେଁ ତଲସରା ବିଧାୟକ ମଧ୍ୟ ନିଜ କର୍ମୀଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜର ପାରିବା ପଣିଆ ଦେଖାଇଛନ୍ତି ।

ତେବେ ଗେଟ୍‌ ଛୋଟ ଛୋଟ ଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ହେଲାନି ବୋଲି ଅଜବ ଯୁକ୍ତି ବାଢ଼ିଛନ୍ତି ତଲସରା ବିଧାୟକ ତଥା ବିଜେପି ସୁନ୍ଦରଗଡ଼ ଜିଲା ସଭାପତି ଭବାନୀ ଭୋଇ । ଅନ୍ୟପଟେ କଟକଣା ଭଙ୍ଗ କରିଥିବାରୁ ଜିଲାପାଳଙ୍କ ସହ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ।

ଶୀଘ୍ର ଭ୍ୟାକ୍ସିନ୍ ନିର୍ମାଣ ପାଇଁ ବ୍ୟଗ୍ର ଚୀନ: ଶୀର୍ଷ ଅଧିକାରୀଙ୍କୁ ଲଗାଇଲା ଇଞ୍ଜେକସନ୍

ବେଜିଂ: ସର୍ବପ୍ରଥମେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାକୁ ବହୁ ଦେଶ ଲାଗିପଡ଼ିଛନ୍ତି । ଆମେରିକା ବ୍ରିଟେନ୍ ଏବଂ ଚୀନ ଭ୍ୟାକ୍ସନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ  ଜାରିରହିଛି । ଏହାରି ଭିତରେ ଚୀନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ ନିଜ ଦେଶର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ(ସିଡିସି)ର ଶୀର୍ଷ ଅଧିକାରୀଙ୍କୁ କରୋନା ଭାଇରସର ଇଞ୍ଜେକସନ୍ ଦେଇଛି ।

            ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୀନ  ସିସିଡିର ପ୍ରମୁଖ ଗାଓ ଫୁ୍‌ ଖୋଦ୍ ନିଜେ ଘୋଷଣା କରିଛନ୍ତି ଯେ, ସେ କରୋନାର ଏକ ଭ୍ୟାକ୍ସିନ୍ ଇଞ୍ଜେକସନ୍ ନେଇଛନ୍ତି । ସୂଚନା ଯୋଗ୍ୟ ଯେ, କେହି ବି ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପୂର୍ବରୁ ଜୋର ଦେଇ କହିପାରିବେନି ଯେ, ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ । କିଛି ଏକ୍ସପର୍ଟଙ୍କ କହିବା ହେଲା ଯେ, ଟ୍ରାଏଲରେ ସାମିଲ ଲୋକଙ୍କ ପାଇଁ ଭ୍ୟାକ୍ସିନ ଅସୁରକ୍ଷିତ ସାବ୍ୟସ୍ତ ହୋଇପାରେ ।

जल्दी वैक्सीन बनाने की चीन की जिद, शीर्ष अधिकारी को लगाया इंजेक्शन

            ଅଧିକାଂଶ ଦେଶରେ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଭ୍ୟାକ୍ସନ୍ ଦିଆଯାଇଥାଏ । କିନ୍ତୁ ଏକ ରିପୋର୍ଟ ଦାବି କରାଯାଇଛି ଯେ, ଚୀନରେ କିଛି ସରକାରୀ କମ୍ପାନୀର କର୍ମଚାରୀଙ୍କୁ ଅନିଚ୍ଛା ସତ୍ତ୍ୱେ ଭ୍ୟାକ୍ସିନ୍ ଦିଆଯାଇଛି । ସିଡିସି ପ୍ରମୁଖ ମଧ୍ୟ ନିଜେ ଭ୍ୟାକ୍ସିନ୍ ନେଇଛନ୍ତି, କାହିଁକି ଏହା ଦ୍ୱାରା ଭ୍ୟାକ୍ସିନ୍ ପ୍ରତି ଲୋଙ୍କ ଆସ୍ଥା ବଢ଼ିବ । ଏବଂ ଲୋକେ ଏହାକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିବେ ।

जल्दी वैक्सीन बनाने की चीन की जिद, शीर्ष अधिकारी को लगाया इंजेक्शन

ଆମେରିକା ଏବଂ ବ୍ରିଟେନର କିଛି ଲୋକ ଭ୍ୟାକ୍ସିନକୁ ବିରୋଧ କରୁଛନ୍ତି । ଆମେରିକାର କରୋନା ବିଶେଷଜ୍ଞ ଏନଥନୀ ଫାଉସି କହିଛନ୍ତି ଯେ, ଇମ୍ୟୁନିଟି ହାସଲ କରିବାରେ ଅସୁବିଧା ହେଉଛି । ଅନ୍ୟପକ୍ଷରେ ଚୀନ ସିଡିସି ପ୍ରମୁଖ ଗାଓ ଫୁ ଭ୍ୟାକ୍ସିନ୍ ଲଗାଇବା ନେଇ ସୂଚନା ଦେଇ କହିଛନ୍ତି ଯେ, ଭ୍ୟାକ୍ସିନ୍ ଫଳପ୍ରଦ ହେବା ନେଇ ସେ ଆଶାବାଦୀ ।

            ତେବେ ଗାଓ ଫୁ କେବେ ଓ କେଉଁଠି ଭ୍ୟାକ୍ସିନ୍ ନେଇଛନ୍ତି ସେ ସମ୍ପର୍କରେ କିନ୍ତୁ କିଛି ସୂଚନା ଦେଇନାହାନ୍ତି । ସାରା ବିଶ୍ୱରେ ପାଖାପାଖି ୨୪  କରୋନା ଭ୍ୟାକ୍ସିନ୍ ଉପରେ କାମ ଚାଲିଛି । ଏବଂ ଏଥିମଧ୍ୟରୁ ୮ଟି ଚୀନ ପ୍ରସ୍ତୁତ କରୁଛି ।

ଅମ୍ୱାଲା ଏୟାରବେସ୍‌ରେ ଲ୍ୟାଣ୍ଡ କଲା ‘ରାଫେଲ୍’

 

ଚାଷୀଙ୍କୁ ସାହା ହେଉଛି ଲେମନ୍‌ ଗ୍ରାସ୍‌, ଥରେ ଚାଷ କଲେ ୫ ବର୍ଷ ଅମଳ

ଗଜପତି: ବର୍ଷ ବର୍ଷ ଧରି ଯେଉଁ ପାହାଡ଼ିଆ ଜମିରେ ପାରମ୍ପରିକ ଚାଷ ଭାବେ ମକା ଚାଷ ହେଉଥିଲା, ବର୍ତମାନ ସେହି ଜମିରେ ଲହଡି ଭାଙ୍ଗୁଛି ଗୁଚ୍ଛାଗୁଚ୍ଛା ସବୁଜ ଘାସ । ମକା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଅନେକ ସମୟରେ ଚାଷୀକୁ କ୍ଷତି ସହିବାକୁ ପଡୁଥିଲା ଏବଂ ଜମିର ଉର୍ବର ମଧ୍ୟ କମୁଥିଲା କିନ୍ତୁ ଏବେ ଏକର ଏକର ଜମିରେ କରାଯାଉଛି ଲେମନ ଗ୍ରାସ ଚାଷ । କମ ସମୟରେ ଅଧିକ ଫସଲ ଉତ୍ପାଦନ କରି ଲାଭବାନ ହୋଇପାରୁଛନ୍ତି ଚାଷୀ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୋହନା ବ୍ଲକ ଚନ୍ଦ୍ରଗିରି ଅଞ୍ଚଳରେ ।

    Lemon Grass

ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରେ ଆଜକୁ ଅନେକ ବର୍ଷ ହେଲା ତିଦ୍ଦତୀୟ ଶରଣାର୍ଥୀ ମାନେ ବସବାସ କରିଆସୁଥିବା ବେଳେ ଜୀବିକା ନିର୍ବାହ ପାଇଁ ପାରମ୍ପାରିକ ଚାଷ ଭାବେ ମୁଖ୍ୟତଃ ମକା ଫସଲ କରିଆସୁଥିଲେ । ବର୍ଷ ବର୍ଷ ଧରି ମକା ଫସଲ କରିବା ଦ୍ୱାରା ରସାୟନିକ ସାର ପ୍ରୟୋଗରେ ମୃତ୍ତିକାର ଉର୍ବରତା କ୍ରମଶଃ କମିବା ସହ ଫସଲ ଉତ୍ପାଦନ ମଧ୍ୟ କମୁଥିଲା । ଫଳରେ ବ୍ୟବଧାନ ଅନୁସାରେ କିଛି ବର୍ଷ ଜମି ପଡିଆ ପଡୁଥିଲା ।

Lemon Grass

ଏହା ସହ ପ୍ରାକୃତିକ ବିପର୍ଯ଼୍ୟୟ କିମ୍ବା ବନ୍ୟ ଜୀବଜନ୍ତୁଙ୍କ ଦାଉରୁ ଫସଲର ସୁରକ୍ଷା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସରକାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାରେ ଲେମନ ଗ୍ରାସ୍‌ ଚାଷ କରିବାକୁ ଚାଷିଙ୍କୁ ପ୍ରତ୍ସାହନା ଯୋଗାଇଦେବା ପରେ ଏବେ ପ୍ରଥମ କରି ୩୫ ଏକର ଜମିରେ ଚାଷ ଆରମ୍ଭ କରିବା ସହ ନିଜେ ଆର୍ଥିକ ସୁଦୃଢ଼ ହେଇଛନ୍ତି ଏବଂ ଅନ୍ୟ ମାନଙ୍କୁ ରୋଜଗାର କ୍ଷମ କରିପାରୁଛନ୍ତି ୧୦ ତିଦ୍ଦତୀୟ ପରିବାର ।

Lemon Grass

ନିଜେ ଲାଭବାନ ହେବା ସହ ଅନ୍ୟମାନଙ୍କୁ ରୋଜଗାର କରେଇବା ଲାଗି ନିଜ ଉଦ୍ୟମରେ ଜମିରେ ବାର ଲକ୍ଷ ଟଙ୍କା ବ୍ୟୟରେ ଲେମନ ଗ୍ରାସ୍‌ ଚାଷରୁ ସୁଗନ୍ଧିତ ତୈଳ ଉତ୍ପାଦନ ପ୍ରକଳ୍ପ କରିଛନ୍ତି ଭାରତୀୟ ସେନାରୁ ଅବସର ପ୍ରାପ୍ତ ତିଦ୍ଦତୀୟ ଶରଣାର୍ଥୀ ନୁରୁବୁ ଥୁଣ୍ଡୁପ୍ । ଉତ୍ପାଦିତ ତେଲକୁ ବାହାରକୁ ରତ୍ପାନୀ କରାଯାଉଥିବା ବେଳେ ଏହି ଚାଷ କରି ବେଶ ଲାଭବାନ ହେବା ଆଶା ରଖିଥିବା ପ୍ରକାଶ କରିଛନ୍ତି ଥୁଣ୍ଡୁପ୍‌ ।

Lemon Grass

ଲୋମନ୍‌ ଗ୍ରାସ ଚାଷ ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଗତ ବର୍ଷ ଠାରୁ ବିଭିନ୍ନ ଗ୍ରାମରେ ମୋଟ ୪୨ ଏକର ଚାଷ କରାଯାଇଛି । ଉଦ୍ୟାନ କୃଷି ତରଫରୁ ସରକାର ଆର କେ ବି ୱାଇ ଯୋଜନାରେ ଶତକଡା 7.5%ରେ ରିହାତି ସୁଦ୍ଧରେ ରୁଣ ଯୋଗାଇ ଦେଉଛନ୍ତି । ଏହା ସହ 6.5 ଲକ୍ଷ ଟଙ୍କାରେ ପ୍ରକଳ୍ପ ପାଇଁ ରହିଥିବା ବେଳେ 3.7ଲକ୍ଷ ଟଙ୍କା ସବସିଡ୍ ରହିଛି । ଏହାକୁ ଥରେ ଚାଷ କେଲ ପାଞ୍ଚ ବର୍ଷ ପର୍ଯ଼୍ୟନ୍ତ ଏଥିରୁ ଘାସ ଆମଦାନୀ ହୋଇଥାଏ । ଚାଷୀ ମଧ୍ୟ ଭଲ ଦୁଇ ପଇସା ଲାଭବାନ ହୋଇ ପାରୁଛନ୍ତି ।

Lemon Grass

ଏହି ଫସଲରେ କୌଣସି କୀଟନାସକ ବ୍ୟବହାର କରାଯାଏ ନାହିଁ । ଥରେ ଜମିରେ ଏହାକୁ ଲଗାଇବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ ଫସଲ । ଆବଶ୍ୟକ ଅନୁଯାୟୀ କେବଳ ପାଣି ଯୋଗାଇବାକୁ ପଡିଥାଏ । ରେ ଲେମନ ଗ୍ରାସ୍‌ ୪ ଫୁଟ ଲମ୍ବ ହେବା ପରେ ଅମଳ ଉପଯୋଗୀ ହୋଇଥାଏ । ଏହାକୁ କଟାଯିବା ପରେ ପୁଣି ୭୦ ଦିନ ପରେ ଅମଳ ଉପଯୋଗୀ ହୋଇଥାଏ ।

Lemon Grass

ଏହି ଫସଲ କୁ କୌଣସି ଜୀବଜନ୍ତୁ ଅର୍ଥାତ ଗାଇ ଗୋରୁ ଠାରୁ ବନ୍ୟ ଜୀବଜନ୍ତୁ କେହି ଖାଆନ୍ତି ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ଲଗାଣ ବର୍ଷାରେ ଫସଲ ଉପରେ କୌଣସି କ୍ଷୟକ୍ଷତି ହେବାର ଭୟ ନଥାଏ । ଲେମନ ଗ୍ରାସ ରୁ ସୁଗନ୍ଧିତ ତୌଳ ଉତ୍ପାଦନ ହୋଇଥାଏ, ଯାହାର ବଜାରରେ ଆନୁମାନିକ ମୁଲ୍ୟ ଏକ ଲିଟର ପ୍ରତି ଏକ ହଜାର ଟଙ୍କା ରହିଛି । ଏକ ଟନ ଲେମନ ଗ୍ରାସରୁ ଚାରି ଲିଟର ତେଲ ବାହାରିଥାଏ । ଲେମନ ଗ୍ରାସ ତେଲରୁ ସାବୁନ, ଫିନାଇଲ, ପରଫ୍ୟୁମ୍‌ ଇତ୍ୟାଦି ପ୍ରସ୍ତୁତ ହୋଇଥାଏ ।

Lemon Grass

କୃଷି ଉଦ୍ୟାନ ବିଭାଗ ତରଫରୁ ଚାଷୀଙ୍କୁ ରିହାତି ଦରରେ ପ୍ରତ୍ସାହନା ରାଶି ଯୋଗାଇ ଦିଆଯାଉଛି । ଏହା ସହ ତୈଳ ଉତ୍ପାଦନ ପାଇଁ ପ୍ରୋସେସିଙ୍ଗ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ମନେରେଗା ଯୋଜନାରେ ସହଯୋଗ କରାଯାଇଛି ।

Lemon Grass

ଆଦିବାସୀ ଅଧୁସିତ ଏହି ଗ୍ରାମାଞ୍ଚଳରେ ଅଧିକାଂଶ ଲୋକେ ଦିନ ମଜୁରିଆ ଭାବେ କୁଲି ଖଟି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁର୍ବରୁ ମକା ଚାଷ ପାଇଁ ତିନିରୁ ଚାରି ମାସ କାମ କରି ମଜୁରୀ ପାଉଥିଲେ । କିନ୍ତୁ ଏବେ ଲେମନ ଗ୍ରାସ ତୈଳ ପ୍ରକଳ୍ପରେ ଦୈନିକ କାମ କରିବାକୁ ସୁଯୋଗ ମିଳିଥିବା ହେତୁ ଆଖପାଖ ଅଞ୍ଚଳର ଗରିବ ଲୋକେ ଉପକୃତ ହୋଇପାରୁଛନ୍ତି । ଏହି ପ୍ରକଳ୍ପରେ ବର୍ତ୍ତମାନ ଚାରିଜଣ ସ୍ଥାୟୀ କର୍ମଚାରୀ ନିୟୋଜିତ ଥିବା ବେଳେ ୨୦ ଜଣ ଦିନ ମଜୁରୀଆ ଭାବେ କାମ କରୁଛନ୍ତି ।

Lemon Grass

ଚାଷ ଓ ଚାଷୀଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଥିବା ବେଳେ ଏହାକୁ ସଫଳ ରୁପାୟନ କରିଦେଖାଇଛନ୍ତି ଚନ୍ଦ୍ରଗିରି ତିଦ୍ଦତୀୟ ଶରଣାର୍ଥୀ ମାନେ । ତେବେ ଏହି ଲେମନ୍‌ ଗ୍ରାସ୍‌ ଫସଲ ଦ୍ୱାରା ଆଗାମୀ ଦିନରେ କୃଷକଙ୍କ ବିକଶିତ କିଭଳି ହୋଇପାରୁଛି ତାହା ଉପରେ ସମସ୍ତଙ୍କ ନଜର ।

(ରିପୋର୍ଟର-ବାଦଲ କୁମାର ବେହେରା)

‘ରାଫେଲ୍‌’ର ବେଗ୍ ଘଣ୍ଟା ପ୍ରତି ୧୩୮୯ ହୋଇଥିଲେ ସୁଦ୍ଧା, ଭାରତରେ ପଞ୍ଚିବାକୁ କାହିଁକି ଲାଗିଲା ୨ ଦିନ?

ନୂଆଦିଲ୍ଲୀ: ଫ୍ରାନ୍ସର ମାରିଗନାକ୍‌ ବାୟୁସେନା ଏୟାରବେସରୁ ସୋମବାର ଉଡ଼ାନ ଆରମ୍ଭ କରିଥିବା ୫ ରାଫେଲ୍ ଜେଟ୍ ଆଜି ଅମ୍ୱାଲା କ୍ୟାଣ୍ଟ ଏୟାରବେସ୍‌ରେ ଆସି ପହଞ୍ଚିଛି । ଏହି ବିମାନ ଆଜି ଅପରାହ୍ନରେ ଅମ୍ୱାଲା ଏୟାରବେସ୍‌ରେ ପହଞ୍ଚିଛି । ଏହି ୫ଟି ଯୁଦ୍ଧ ବିମାନ ଉଡ଼ାଣ ଭରିବାର ପାଖାପାଖି ୪୮ ଘଣ୍ଟା ପରେ ଭାରତରେ ପହଞ୍ଚିଛି । ତେବେ ପ୍ରାୟ ଘଣ୍ଟାକୁ ୧୩୮୯ କିଲୋମିଟର ବେଗରେ  ଉଡ଼ିପାରୁଥିବା ଏହି ଯୁଦ୍ଧ ବିମାନ ଗୁଡ଼ିକୁ ଭାରତରେ ପହଞ୍ଚିବା ପାଇଁ ୨ ଦିନ କାହିଁକି ଲାଗିଲ? ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

Image

ବିମାନଗୁଡ଼ିକ ଫ୍ରାନ୍ସରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଭାରତର ଅମ୍ୱାଲା ଏୟାରବେସ୍‌ରେ ପହଞ୍ଚିଛି । ହାଲୁକା ସୁପରସୋନିକ୍ ସ୍ପିଡରେ ଉଡ଼ାନ ଭରିଥାନ୍ତି ଏହି ବିମାନ । କିନ୍ତୁ ଏଥିରେ ଇନ୍ଦନ କମ୍ ରହିଥାଏ । ଏବଂ ସେମାନେ ବେଶୀ ଦୂରତା ଅତିକ୍ରମ କରିପାରନ୍ତି ନାହିଁ ।  ରାଫେଲ୍ ଫ୍ଳାଇଟର ରେଡିୟସ୍ ପାଖାପାଖି ୧ ହଜାର କିଲୋମିଟର ହୋଇଥିବା ବେଳେ ଏହାଥରକେ  ୨ ହଜାର କିଲୋମିଟର ଉଡ଼ାଣ ଭରିଥାଏ । ଏଣୁ ଫ୍ରାନ୍ସର ଇନ୍ଦନ ଟ୍ୟାଙ୍କର ମଧ୍ୟ ସାଥିରେ ଆସିଛି । ଯାହା ଦ୍ୱାରା  ଆକାଶରେ ରିଫିଲିଂ କରାଯାଇପାରିବ । ଏଣୁ ୟୁଏଇର ଅଲ୍ ଦଫା ବେସରେ ରାଫେଲ୍ ହଲ୍ଟ କରିଥିଲା ।

Rafale fighters to take off from France tomorrow, can be ...

ଜେଟ୍‌କୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେବ ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗେ

ନୂଆ ଯୁଦ୍ଧ ବିମାନ ରାଫେଲର ମେଣ୍ଟେନାନ୍ସ ଅତ୍ୟନ୍ତ ଜରୁରୀ । ମାରିଗନାକ୍‌ ଅଲ୍ ଦଫା ପର୍ଯ୍ୟନ୍ତ ୭ ଘଣ୍ଟା ଉଡ଼ାଣ ଜଣେ ଫାଇଟର ପାଇଲଟ ପାଇଁ ବହୁତ ଲମ୍ୱା ଉଡ଼ାଣ ଅଟେ । ବିମାନର କାକାପିଟରେ ଗୋଡ଼ ସିଧା ହୋଇନଥାଏ । ଏଣୁ ଯେ କୌଣସି ପାଇଲଟଙ୍କୁ ଉଡ଼ାଣ ପୂର୍ବରୁ ଏବଂ ପରେ ସମ୍ପୂର୍ଣ୍ଣ ରେଷ୍ଟ ଦିଆଯାଏ । ତେବେ ବିମାନକୁ  ଉଡ଼ାଣ ନିମନ୍ତେ ପ୍ରସ୍ତୁତ କରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗେ ।

ଅମ୍ୱାଲା ଏୟାରବେସ୍‌ରେ ଲ୍ୟାଣ୍ଡ କଲା ‘ରାଫେଲ୍’

ଅମ୍ୱାଲା ଏୟାରବେସ୍‌ରେ ଲ୍ୟାଣ୍ଡ କଲା ‘ରାଫେଲ୍’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ । ଭାରତରେ ମାଟିରେ ଲ୍ୟାଣ୍ଡ କଲା ଅତ୍ୟାଧୁନୀକ ଯୁଦ୍ଧ ବିମାନ ‘ରାଫେଲ’ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ରାଫେଲ ଜେଟ୍ ଭାରତ ମାଟିରେ ଲ୍ୟାଣ୍ଡ କରିସାରିଛି । ଫ୍ରାନ୍ସରୁ ଏହି ୫ଟି ରାଫେଲ୍ ଯୁଦ୍ଧ ବିମାନ ଅମ୍ୱାଲା ଏୟାରବେସ୍‌ରେ ଆସି ପହଞ୍ଚିଛି ।

ଏହାର କିଛି ସମୟ ପରେ ଏହି ୫ଟି ଯୁଦ୍ଧ ବିମାନ ବାୟୁସେନାରେ ପ୍ରବେଶ କରିଥିଲା । ଏବଂ ବାୟୁସେନାର ରେଡିଓ ସିଗ୍ନାଲ ଦ୍ୱାରା ଏମାନଙ୍କୁ ସ୍ୱାଗତ କରାଯାଇଛି । ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ୍ ବିମାନକୁ ୨ଟି su-30 MKIs  ଏସ୍‌କର୍ଟ ଦେଉଥିବା ଦେଖିବାକୁ ମିଳିଥିଲା ।  ଯାହାର ଦୃଶ୍ୟ ବିହଙ୍ଗମାନ ପକ୍ଷୀ ସଦୃଶ୍ୟ ରହିଥିଲା  ।

ତେବେ ସରୁକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏବଂ ଧୁଲକୋଟ, ବଲଦେବ ନଗର, ଗରନାଲ ପଞ୍ଚେଖରା ଇତ୍ୟାଦି ସ୍ଥାନରୁ ଏୟାରଫୋର୍ସ ଷ୍ଟେସନର କୌଣସି ଫଟୋ ଉଠାଇବାକୁ ନିଷେଧ କରାଯାଇଛି ।

ଏକ ସପ୍ତାହ ମଧ୍ୟରେ ଏହି ଯୁଦ୍ଧବିମାନ ଯେ କୌଣସି ମିଶନ ପାଇଁ ପ୍ରସ୍ତୁତ ହୋଇଯିବ । ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧ ବିମାନ ଉଡ଼ାଇବାକୁ ସମୁଦାୟ ୧୨ ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି । ପ୍ରାୟୂ ୭ ହଜାର କିଲୋମିଟରର ଦୂରତା ଅତିକ୍ରମ କରି ଆମ୍ୱାଲା ଏୟାରବେସରେ ପହଞ୍ଚିଛି । ଏହି ଅବସରରେ ଏୟାର ଚିଫ୍‌ ଏୟାର ମାର୍ସଲ ବି.ଏସ୍ ଧାନୋ ମଧ୍ୟ ଉପସ୍ଥିତ ।

 

 

Happy Landing, Happy Hunting… କିଛି ଏପରି କହି ପାଞ୍ଚ ରାଫେଲ ବିମାନକୁ ସ୍ୱାଗତ କଲା ନୌସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଇତିହାସରେ ଆଜିର ଦିନ ଖୁବ ଖାସ ହେବାକୁ ଯାଉଛି । ଆଧୁନିକ ଜ୍ଞାନ କୌଶଳ ସହିତ ସଜ୍ଜିତ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ୟୁଏଇରୁ ଉଡ଼ାଣ ଭରିବାର କିଛି ସମୟ ପରେ ପାଞ୍ଚଟି ରାଫେଲ ବିମାନ ଭାରତୀୟ ବାୟୁ ରେଞ୍ଜରେ ପ୍ରବେଶ କଲା, ପରେ ରାଫେଲକୁ କଣ୍ଟ୍ରୋଲ ରୁମ ଦ୍ୱାରା ସ୍ୱାଗତ କରାଯାଇଥିଲା ।

ବାସ୍ତବରେ, ରାଫେଲ ବିମାନଗୁଡ଼ିକ ୟୁଏଇର ସ୍ଥଳଭାଗରୁ କିଛି ସମୟ ପରେ ଭାରତୀୟ ବାୟୁ ରେଞ୍ଜରେ ପ୍ରବେଶ କରିଥିଲେ । ଯେତେବେଳେ ଏହି ବିମାନ ଆରବ ସାଗରରୁ ଉଡ଼ିଥିଲେ, ସେତେବେଳେ ବିମାନକୁ INS କୋଲକାତା କଣ୍ଟ୍ରୋଲ ରୁମରୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ INS କୋଲକାତା କଣ୍ଟ୍ରୋଲ ରୁମର ତରଫରୁ କୁହାଯାଇଥିଲା ଯେ, Welcome To The Indian Airline… Indian Novel War Ship, Delta 63 Euro Leader. May You Touch Sky With Glory, Happy Hunting, Happy Landing. ( ଭାରତୀୟ ସମୁଦ୍ର କ୍ଷେତ୍ରରେ ଆପଣଙ୍କର ସ୍ୱାଗତ, ଆଶା କରୁଛୁ ଯେ ଆପଣ ଆକାଶର ଉଚ୍ଚତାକୁ ସ୍ପର୍ଶ କରନ୍ତୁ, ଆପଣଙ୍କ ଲାଣ୍ଡିଂ ସଫଳ ହେଉ ।

ଏହାର ଉତ୍ତରରେ ରାଫେଲ ବିମାନରେ ଉପସ୍ଥିତ ପାଇଲଟ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ । ଏହା ସହ ଭାରତୀୟ ନୌସେନାର ଜାହଜ ସୀମାର ରକ୍ଷା ପାଇଁ ଏଠାରେ ଉପସ୍ଥିତ ଥିବା ସନ୍ତୁଷ୍ଟ ଜନକ ବୋଲି ସେ କହିଥିଲେ ।

ଜଣାଇ ରଖୁଛୁ ଯେ, ମଙ୍ଗଳବାର ଦିନ ଫ୍ରାନ୍ସରୁ ପାଞ୍ଚ ରାଫେଲ ବିମାନ ଉଡ଼ାଣ ଭରିଥିଲେ । ଏହାପରେ UAE ରେ ଫ୍ରାନ୍ସର ଏୟାରବେସରେ ରହିଥିଲେ । ବୁଧବାର ମଧ୍ୟାନ୍ନରେ UAEରୁ ଉଡ଼ାଣ ଆରମ୍ଭ କରିଥିଲେ । ଏହାପରେ ବିମାନ ଅମ୍ବାଲାର ଏୟାରବେସରେ ଲ୍ୟାଣ୍ଡିଂ କରାଯିବ । ଏଠାରେ ୱାଟର ସଲ୍ୟୁଟ ମାଧ୍ୟମରେ ରାଫେଲ ବିମାନ ଗୁଡ଼ିକୁ ସ୍ୱାଗତ କରାଯିବ  ।

ମାଟ୍ରିକରେ ଫେଲ୍ ହୋଇଛନ୍ତି ବୋଲି ମିଛ ଖବର ପାଇ ଏମିତି କଲେ ଛାତ୍ରୀ

ପଟ୍ଟମୁଣ୍ଡାଇ: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ରେଜଲ୍‌ଟ ନେଇ ମିଛ ଖବର ଶୁଣିବା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଛାତ୍ରୀ ଜଣକ ପରୀକ୍ଷାରେ ଫେଲ୍ ହୋଇଥିବା ନେଇ ମିଛ ଖବର ଶୁଣି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପରେ ସେ ପାସ କରିଥିବା ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି କରୁଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟାରେ ପଟ୍ଟାମୁଣ୍ଡାଇ ବାଲିପଡ଼ା ଗାଁର ୧୬ ବର୍ଷ ବୟସର ବର୍ଷା ରାଣୀ ସାହୁ ତାଙ୍କ ପରୀକ୍ଷା ଫଳ ବାହାରିବାକୁ ନେଇ ଆଶା ଆଶଙ୍କାରେ ଥିଲେ । ଏହି ସମୟରେ ଦିନ ୧୧.୩୦ରେ ରେଜଲ୍ଟ ଆସିଥିଲା । ସେ ଘର ବାହାରେ ବସିଥିବା ବେଳେ କେହି ଜଣେ ବର୍ଷା ମାଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି ବୋଲି ମିଛ ଖବର ଦେଇଥିଲେ । ଏହାପରେ ବର୍ଷା, ନିଜ ମାନସିକ ଭାରସାମ୍ୟ ହରାଇ ଫ୍ୟାନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ପ୍ରଥମେ ପରିବାର ଲୋକ, ଝୁଲନ୍ତା ଅବସ୍ଥାରେ ବର୍ଷାକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

( ପଟ୍ଟାମୁଣ୍ଡାଇରୁ ରଶ୍ମୀକାନ୍ତ ମହାନ୍ତି )

Moderna କରୋନା ଭ୍ୟାକ୍ସିନ୍ ବଞ୍ଚାଇଲା ୧୬ ମାଙ୍କଡ଼ଙ୍କ ଜୀବନ: ୩୦ ହଜାର ଲୋକଙ୍କ ରିପୋର୍ଟକୁ ଅପେକ୍ଷା

ଓ୍ୱାସିଂଟନ: କରୋନା ଭ୍ୟାକ୍ସିନ୍‌  ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଖୁସି ଖବର । ଆମେରିକାର ଫାର୍ମାସିଟ୍ୟୁକାଲ୍ କମ୍ପାନୀ ମୋର୍ଡେନା ପକ୍ଷରୁ କରାଯାଇଥିବା ଟ୍ରାଏଲ ସଫଳ ହୋଇଛି । ଏହି ଭ୍ୟାକ୍ସିନକୁ ୧୬ ମାଙ୍କଡଙ୍କ ଉପରେ ଲାବ୍ରୋଟାରୀ ଟେଷ୍ଟ କରାଯାଇଥିଲା । ଯାହାର ଫଳାଫଳ ଭଲ ରହିଛି । ଟ୍ରାଏଲ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଭାଇରସ୍‌କୁ ମାତ୍‌ ଦେବାରେ ସଫଳ ହୋଇଛି । ଏହା ଫରେ ଏହା ମନୁଷ୍ୟ ଉପରେ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।

Moderna की वैक्सीन ने बचाई 16 बंदरों की जान, 30,000 लोगों की रिपोर्ट जल्द

ମଙ୍ଗଳବାର ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାଙ୍କଡ଼ମାନଙ୍କୁ ଭ୍ୟାକ୍ସିନ୍ ଦେବା ପରେ ସେମାନଙ୍କ ଠାରେ ଭ୍ୟାକ୍ସିନ୍‌ କୌଣସି ସାଇଡ୍ଇଫେକ୍ଟ  ଦେଖିବାକୁ ମିଳିନାହିଁ । ମୋର୍ଡେନାର ଏହି ଭ୍ୟାକ୍ସିନର ନାମ ହେଉଛି mRNA-1273 ।

ମୋର୍ଡେନ୍‌ର ଏହି ଭ୍ୟାକ୍ସିନ୍ ମାଙ୍କଡ଼ଙ୍କ ନାକ ଏବଂ ଫୁସ୍‌ଫୁସ୍‌ରେ ଭାଇରସ୍ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏହି ଅଧ୍ୟୟନ ରିପୋର୍ଟରେ ଉଲ୍ଲଖେ କରାଯାଇଛି ଯେ, କରୋନା ଦ୍ୱାରା ମାଙ୍କଡମାନେ ସଂକ୍ରମିତ ହେବା ପରେ ମାଙ୍କଡ଼ମାନଙ୍କୁ ଭ୍ୟାକ୍ସିନର ହାଇଡୋଜ୍  ଦିଆଯାଇଛି । ଏହାର ଠିକ୍ ୨ ଦିନ ପରେ ସେମାନଙ୍କ ସୁସ୍ଥ ହୋଇଯାଇଥିଲେ ।

Moderna की वैक्सीन ने बचाई 16 बंदरों की जान, 30,000 लोगों की रिपोर्ट जल्द

କେବଳ ଏତିକି ନୁହେଁ ଭ୍ୟାକ୍ସିନ୍ ଲଗାଯିବା ପରେ ଭିନ୍ନ ଭିନ୍ନ ବର୍ଗର ୭ରୁ୮ ମାଙ୍କଡ଼ଙ୍କ ଫୁସ୍‌ଫୁସରେ ଭାଇରସର ପ୍ରଭାବ ଦେଖିବାକୁ ମିଳିଲାନାହିଁ ।

ଏହା ପରେ ମୋର୍ଡନା ପକ୍ଷରୁ ସୋମବାର ୩୦ ହଜାର ଲୋକଙ୍କ ଉପରେ ଭ୍ୟାକ୍ସିନ୍‌ର ଟ୍ରାଏଲ କରାଯାଇଛି । ଯାହାକୁ ବର୍ତ୍ତମାନର ସବୁଠାରୁ ବଡ଼ ଟ୍ରାଏଲ ବୋଲି କୁହାଯାଉଛି । ତୃତୀୟ ପର୍ଯ୍ୟାୟରେ ଭ୍ୟାକ୍ସିନର ପ୍ରଭାବ ଏବଂ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରାଯିବ । ଏବଂ ନଭେମ୍ୱର କିମ୍ୱା ଡିସେମ୍ୱରରେ ଏହାର ପ୍ରଡକସନ୍ ଆରମ୍ଭ ହେବ ।

କୋଭିଡ୍ ମୁକାବିଲା : କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ଆତ୍ମୀୟଙ୍କୁ ମିଳିବ ୫୦ ଲକ୍ଷର ସହାୟତା ରାଶି, ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

Sushant singh Rajput Case : ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସବୁଜ ସଂକେତ ମିଳିବା ପରେ ପରିବାର ଦେଲା FIR

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପିତାଙ୍କ ଦ୍ୱାରା ଦାଏର ଏଫଆଇଆର ଉପରେ ବିହାର ପୋଲିସ ଅଭିନେତ୍ରୀ ତଥା ମୃତକଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତିଙ୍କୁ ଖୋଜୁଛି । ଏହା ଭିତରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହସ୍ତକ୍ଷେପ ପରେ ପାଟନାରେ ଏତଲା ଦାଏର ହୋଇପାରିଛି ।

ନୀତିଶଙ୍କ ସହମତି

ସୁଶାନ୍ତଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପରିବାର ପକ୍ଷରୁ କିଛି ପ୍ରମାଣ ଦିଆଯାଇଥିଲା । ଏହାପରେ ମାମଲା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା । ନୀତିଶ ମାମଲାର ଗମ୍ଭୀରତାକୁ ବୁଝିପାରି ତଦନ୍ତ ପାଇଁ ସହମତି ଦେଇଥିଲେ ।

ଦୁଇ ଦିନ ତଳେ ହୋଇଥିଲା ଏଫଆଇଆର

sushant

ମିଳୁଥିବା ସୂଚନା ଅନୁସାରେ ରବିବାର ଦିନ ସୁଶାନ୍ତଙ୍କ ପରିବାର ପକ୍ଷରୁ ପାଟନାର ରାଜିବ ନଗର ଥାନାରେ ଏତଲା ଦିଆଯାଇଥିଲା । ଏତଲା ମିଳିବା ପରେ ତୁରନ୍ତ ପାଟନା ପୋଲିସ ମୁମ୍ବାଇ ଯାଇଥିଲା । ତେବେ ଏତଲା ବାବଦରେ ଖବରକୁ ଲୁଚାଯାଇଥିଲା । ଏତଲା ଖବର ମଙ୍ଗଳବାର ଦିନ ସାର୍ବଜନୀନ ହୋଇଥିଲା ।

ପାଟନାରେ ଏଫଆଇଆର ପାଇଁ ବିଶେଷ ପରିସ୍ଥିତି

କୁହାଯାଉଛି ଯେ, ସିଏମଓଠାରୁ ସଂକେତ ମିଳିବା ପରେ ବିଶେଷ ପରିସ୍ଥିତିରେ ପାଟନାରେ ଏନେଇ ମାମଲା ରୁଜ ହୋଇଥିଲା ।  ନିୟମ ଅନୁସାରେ ଯେଉଁ ଥାନା ଅଂଚଳରେ ଘଟଣା ଘଟିଥାଏ ସେଠାରେ ଏତଲା ଦିଆଯାଇଥାଏ  । ତେଣୁ ଏହି ମାମଲାରେ ମଧ୍ୟ ମୁମ୍ବାଇର ବାନ୍ଦ୍ରା ଥାନାରେ ଏତଲା ଦିଆଯିବାର ଥିଲା । କିନ୍ତୁ ସୁଶାନ୍ତଙ୍କ ପିତା ନିଜ ବୟସର ଉଦାହରଣ ଦେଇଥିଲେ । ୭୩ ବର୍ଷ ବୟସରେ ସେ ମୁମ୍ବାଇ ଯାଇପାରିବେ ନାହିଁ ବୋଲି କହିଥିଲେ । ସିଏମଓର ହସ୍ତକ୍ଷେପ ପରେ ମାମଲାକୁ ପାଟନାରେ ପଂଜିକୃତ କରାଯାଇଥିଲା ।

https://www.youtube.com/watch?v=Zxf8JeL0Vnc

 

ଅନଲାଇନରେ ପାଠ ପଢିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଏନେଇ ଜାରି ହେଲା ଏସଓପି

ଭୁବନେଶ୍ୱର: କରୋନା କାଳରେ ଜାରି ରହିଛି ଲକଡାଉନ । ଲକଡାଉନ୍ କାରଣରୁ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ସାଧାରଣ ପିଲାଙ୍କ ପାଠ ପଢାରେ ସମସ୍ୟା ଉପୁଜିଛି । କିନ୍ତୁ ବିଭିନ୍ନ ସ୍କୁଲ ମାନଙ୍କରେ ଅନଲାଇନରେ ପାଠ ପଢିବାର ସୁବିଧା କରାଯାଇଛି । କିନ୍ତୁ ଦିବ୍ୟାଙ୍ଗଙ୍କ ପାଠ ପଢିବା ସମସ୍ୟାର ସମାଧାନ ହୋଇ ପାରିନଥିଲା । ତେବେ ଏନେଇ ମଧ୍ୟ ନୂଆ ପଦକ୍ଷେପ ନେଆଯାଇଛି ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଏସଓପି ଜାରି କରାଯାଇଛି । ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ପାଠ୍ୟକ୍ରମ ପ୍ରସ୍ତୁତ କରି ଇ-ଲାଇବ୍ରେରୀ ଓ ବିଭାଗୀୟ ପୋର୍ଟାଲରେ ଅପଲୋଡ଼ କରାଯିବ ।

ଏହାସହ ସ୍କୁଲ ଅଧ୍ୟକ୍ଷ ହ୍ୱାଟ୍ସଆପ ଗ୍ରୁପ କରି ଶିକ୍ଷାଦାନର ଭିଡ଼ିଓ ଅପଲୋଡ଼ କରିବେ । ଏଥି ସହ ସ୍କୁଲ ଅଧ୍ୟକ୍ଷମାନେ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ କରି ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ିବେ । ଦ୍ୱନ୍ଦ୍ୱ ଦୂର ପାଇଁ ସବୁ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଧ୍ୟକ୍ଷ ଫୋନରେ ଯୋଗାଯୋଗରେ ରହିବେ । ଶିକ୍ଷକମାନେ ପାଠପଢ଼ାର ଦୈନିକ ରିପୋର୍ଟ ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ । ସେମାନେ ଏହାର ସମୀକ୍ଷା କରି ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଜରିଆରେ ଏହା ବିଭାଗ ପାଖକୁ ପଠାଯିବ ଯାହାର ସମୀକ୍ଷା କରି ରେକର୍ଡ ଓ ଗାଇଡାନ୍ସ ପାଇଁ ବ୍ୟବହାର କରାଯିବ।