ମାଟ୍ରିକରେ ଫେଲ୍ ହୋଇଛନ୍ତି ବୋଲି ମିଛ ଖବର ପାଇ ଏମିତି କଲେ ଛାତ୍ରୀ

ପଟ୍ଟମୁଣ୍ଡାଇ: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ରେଜଲ୍‌ଟ ନେଇ ମିଛ ଖବର ଶୁଣିବା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଛାତ୍ରୀ ଜଣକ ପରୀକ୍ଷାରେ ଫେଲ୍ ହୋଇଥିବା ନେଇ ମିଛ ଖବର ଶୁଣି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପରେ ସେ ପାସ କରିଥିବା ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି କରୁଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୧ଟାରେ ପଟ୍ଟାମୁଣ୍ଡାଇ ବାଲିପଡ଼ା ଗାଁର ୧୬ ବର୍ଷ ବୟସର ବର୍ଷା ରାଣୀ ସାହୁ ତାଙ୍କ ପରୀକ୍ଷା ଫଳ ବାହାରିବାକୁ ନେଇ ଆଶା ଆଶଙ୍କାରେ ଥିଲେ । ଏହି ସମୟରେ ଦିନ ୧୧.୩୦ରେ ରେଜଲ୍ଟ ଆସିଥିଲା । ସେ ଘର ବାହାରେ ବସିଥିବା ବେଳେ କେହି ଜଣେ ବର୍ଷା ମାଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି ବୋଲି ମିଛ ଖବର ଦେଇଥିଲେ । ଏହାପରେ ବର୍ଷା, ନିଜ ମାନସିକ ଭାରସାମ୍ୟ ହରାଇ ଫ୍ୟାନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ପ୍ରଥମେ ପରିବାର ଲୋକ, ଝୁଲନ୍ତା ଅବସ୍ଥାରେ ବର୍ଷାକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

( ପଟ୍ଟାମୁଣ୍ଡାଇରୁ ରଶ୍ମୀକାନ୍ତ ମହାନ୍ତି )

Leave a Reply