Sushant singh Rajput Case : ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସବୁଜ ସଂକେତ ମିଳିବା ପରେ ପରିବାର ଦେଲା FIR

1 min read

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପିତାଙ୍କ ଦ୍ୱାରା ଦାଏର ଏଫଆଇଆର ଉପରେ ବିହାର ପୋଲିସ ଅଭିନେତ୍ରୀ ତଥା ମୃତକଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତିଙ୍କୁ ଖୋଜୁଛି । ଏହା ଭିତରେ ଆଉ ଗୋଟିଏ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହସ୍ତକ୍ଷେପ ପରେ ପାଟନାରେ ଏତଲା ଦାଏର ହୋଇପାରିଛି ।

ନୀତିଶଙ୍କ ସହମତି

ସୁଶାନ୍ତଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପରିବାର ପକ୍ଷରୁ କିଛି ପ୍ରମାଣ ଦିଆଯାଇଥିଲା । ଏହାପରେ ମାମଲା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲା । ନୀତିଶ ମାମଲାର ଗମ୍ଭୀରତାକୁ ବୁଝିପାରି ତଦନ୍ତ ପାଇଁ ସହମତି ଦେଇଥିଲେ ।

ଦୁଇ ଦିନ ତଳେ ହୋଇଥିଲା ଏଫଆଇଆର

sushant

ମିଳୁଥିବା ସୂଚନା ଅନୁସାରେ ରବିବାର ଦିନ ସୁଶାନ୍ତଙ୍କ ପରିବାର ପକ୍ଷରୁ ପାଟନାର ରାଜିବ ନଗର ଥାନାରେ ଏତଲା ଦିଆଯାଇଥିଲା । ଏତଲା ମିଳିବା ପରେ ତୁରନ୍ତ ପାଟନା ପୋଲିସ ମୁମ୍ବାଇ ଯାଇଥିଲା । ତେବେ ଏତଲା ବାବଦରେ ଖବରକୁ ଲୁଚାଯାଇଥିଲା । ଏତଲା ଖବର ମଙ୍ଗଳବାର ଦିନ ସାର୍ବଜନୀନ ହୋଇଥିଲା ।

ପାଟନାରେ ଏଫଆଇଆର ପାଇଁ ବିଶେଷ ପରିସ୍ଥିତି

କୁହାଯାଉଛି ଯେ, ସିଏମଓଠାରୁ ସଂକେତ ମିଳିବା ପରେ ବିଶେଷ ପରିସ୍ଥିତିରେ ପାଟନାରେ ଏନେଇ ମାମଲା ରୁଜ ହୋଇଥିଲା ।  ନିୟମ ଅନୁସାରେ ଯେଉଁ ଥାନା ଅଂଚଳରେ ଘଟଣା ଘଟିଥାଏ ସେଠାରେ ଏତଲା ଦିଆଯାଇଥାଏ  । ତେଣୁ ଏହି ମାମଲାରେ ମଧ୍ୟ ମୁମ୍ବାଇର ବାନ୍ଦ୍ରା ଥାନାରେ ଏତଲା ଦିଆଯିବାର ଥିଲା । କିନ୍ତୁ ସୁଶାନ୍ତଙ୍କ ପିତା ନିଜ ବୟସର ଉଦାହରଣ ଦେଇଥିଲେ । ୭୩ ବର୍ଷ ବୟସରେ ସେ ମୁମ୍ବାଇ ଯାଇପାରିବେ ନାହିଁ ବୋଲି କହିଥିଲେ । ସିଏମଓର ହସ୍ତକ୍ଷେପ ପରେ ମାମଲାକୁ ପାଟନାରେ ପଂଜିକୃତ କରାଯାଇଥିଲା ।

https://www.youtube.com/watch?v=Zxf8JeL0Vnc

 

Leave a Reply