୫ ଦିନ ଲଗାଣ ବର୍ଷା ନେଇ ପୂର୍ବାନୁମାନ; ୫ ଜିଲ୍ଲାକୁ ୟୋଲୋ ଓ୍ୱାର୍ଣ୍ଣିଂ…

ଭୁବନେଶ୍ୱର: ଆଜିଠୁ ପୁଣି ଭିଜିବ ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ୫ଦିନ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏଠାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Rain Forecast Yellow Alert Issued To Nine Districts

ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ଜଳଭଣ୍ଡାରରେ ଜଳ ୮୦ ଶତକଡାରୁ କମ୍ କରାଯାଇ ୬୫ରୁ ୭୦ ଶତକଡା ରଖାଯାଇଛି। ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ବିଭିନ୍ନ ଜଳଭଣ୍ଡାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରାୟଗଡା କାଶୀପୁର, ଗୁଣପୁର ବ୍ଲକରେ ଥିବା ପାହାଡି ତଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି। ତେବେ ଲଘୁଚାପ ଫଳରେ ପୁଣି ଫସଲହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି  । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି  ।

Leave a Reply