ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହଠାତ୍ କାହିଁକି ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Congress President Sonia Gandhi (in file pic) admitted today at 7 pm to Sir Ganga Ram Hospital. She has been admitted for routine tests and investigations. Her condition is currently stable: Dr D.S. Rana, Chairman (Board of Management), Sir Ganga Ram Hospital, Delhi pic.twitter.com/uldUxfLCJV
— ANI (@ANI) July 30, 2020
ତେବେ ତାଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିବା ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସାର୍ ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍ ଡ.ଡି.ଏସ୍ ରାଣା କହିଛନ୍ତି ।
ଖୋଲିଲା ସୁଟିଂ ସେଟ୍ର ଶୋଷଣ କାହାଣୀ
ଭୁବନେଶ୍ୱର: ଓଲିଉଡରେ ଅସଦାଚରଣ ମାମଲା ! ଜଣେ ନବାଗତାଙ୍କୁ ଫିଲ୍ମରେ ରୋଲ୍ ଦେବାକୁ କହି ଓଡଆ ଫିଲ୍ମ ଜଗତର ଯୁବ ଅଭିନେତା ପିଣ୍ଟୁ ନନ୍ଦ ଶୋଷଣ କରିଥିବା ଅଭିଯୋଗ ହୋଇଛି । ରାଜ୍ୟର ଆଗଧାଡ଼ିର ଅଭିନେତା ତଥା ବିଜେପି ନେତା ପିଣ୍ଟୁ ନନ୍ଦ ଫିଲ୍ମରେ ରୋଲ୍ ଦେବାକୁ କହି ସୃପୃକ୍ତ ଯୁବତୀଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରିଣୀ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିଣ୍ଟୁ । କହିଛନ୍ତି, ଥାନାକୁ ଆସିବା ପୂର୍ବରୁ ସେ ପୀଡ଼ିତାଙ୍କୁ ଜାଣିନାହାନ୍ତି କି ଦେଖିନାହାଁନ୍ତି । ତେବେ ନନ୍ଦିଘୋଷ ଟିଭିରର ଏକ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ଆଜି ପୁରା ଘଟଣା ବାବଦରେ ଗୋଟି ଗୋଟି କଥା କହିଛନ୍ତି ଅଭିଯୋଗକାରିଣୀ ।

ଅଭିନେତାରୁ ରାଜନେତା ସାଜିଲେ, ହେଲେ ବଦଳିଲାନି ରଙ୍ଗୀନ ମିଜାଜ । ବିଜେପି ନେତା ତଥା ଓଡିଆ ଫିଲ୍ମର ସିଜିନ୍ଡ କଳାକାର ପିଣ୍ଟୁ ନନ୍ଦଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଫିଲ୍ମରେ ସୁଯୋଗ ଦେବାକୁ କହି ନବାଗତାଙ୍କୁ ଶୋଷଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏପରକି ଟଣାଓଟରା କରିବାକୁ ମଧ୍ୟ ପଛାଇ ନାହାଁନ୍ତି ପିଣ୍ଟୁ । କଟକ ଓ ଭୁବନେଶ୍ବରର ବିଭିନ୍ନ ଜାଗାକୁ ଡାକିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ନବାଗତା । କାଷ୍ଟିଂ ନାଁରେ କେମିତି ପିଣ୍ଟୁ ରଚିଥିଲେ ଶୋଷଣ ଜାଲ ଶୁଣନ୍ତୁ ପୀଡ଼ିତାଙ୍କ ମୁହଁରୁ ।

ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ଆଗରୁ ଅଭିଯୋଗକାରିଣୀଙ୍କୁ ସେ ଜାଣିନାହାନ୍ତି । କିମ୍ବା କେବେ ତାଙ୍କୁ ସୁଟିଂ ସେଟରେ ଦେଖିନାହାନ୍ତି ବୋଲି କହିଛନ୍ତି ପିଣ୍ଟୁ । ସେପଟେ ଏହାର ଜବାବ ରଖିଛନ୍ତି ଅଭିଯୋଗକାରିଣୀ । କହିଛନ୍ତି,ମାନସ ନାମକ ଜଣେ ବ୍ୟକ୍ତି ଏକ ପ୍ରତିଷ୍ଠିତ ବ୍ୟାନରେ ନିର୍ମିତ ହେବାକୁ ଚଳଚ୍ଚିତ୍ରରେ ପିଣ୍ଟୁଙ୍କ ସ୍ତ୍ରୀ ଭୂମିକା ପାଇଁ ସିଡିଏ-9କୁ ଡାକିଥିଲେ ।

ପରେ ପଟିଆରେ ସୁଟିଂ ହେବ ବୋଲି କହି ଭୁବନେଶ୍ବର ନେଇଥିଲେ । ସେଠାରୁ ପୁଣି ସ୍ଥାନ ପରିବର୍ତ୍ତନ କରି ନୟାପଲ୍ଲୀର ଅରୁଣ ହୋଟେଲକୁ ଡାକିଥିଲେ । ଏପରିକି ଆମ କଥା ବୁଝିବାକୁ ପଡିବ ବୋଲି ମାନସଙ୍କ ମାଧ୍ୟମରେ କହିଥିଲେ ପିଣ୍ଟୁ । ସେଠାରେ ପ୍ରାୟ ରାତି ପର୍ଯ୍ୟନ୍ତ ସୁଟିଂ ନହେବାରୁ ଘରକୁ ବାହାରିଥିଲେ ପୀଡ଼ିତା । ମାତ୍ର ତାଙ୍କୁ ଘରକୁ ଯିବାକୁ ନଦେଇ ରୁମକୁ ନେଇଯିବାକୁ କହିଥିଲେ ପିଣ୍ଟୁ । ଏପରିକି ହାତ ଧରି ଟଣାଟଣି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଯଦି, ମୋତେ ସେ ଜାଣି ନାହାଁନ୍ତି, କେମିତି ଘଟଣାର ସମାଧାନ ପାଇଁ ମୋତେ ଫୋନ୍ କରି ବିଭିନ୍ନ ଜାଗାକୁ ଡାକୁଥିଲେ ପିଣ୍ଟୁ ।
କେବଳ ସେତିକି ନୁହେଁ, ଥାନାରେ ଅଭିଯୋଗ କରିବା ପରେ ପିଣ୍ଟୁ କୁଆଡ଼େ ତାଙ୍କୁ କ୍ଷମା ମାଗିଥିଲେ । ଯାହାର ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ସତ୍ୟାସତ୍ୟ ଜଣା ପଡିବ ପୋଲି ପୀଡିତା କହିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଏଠି ପ୍ରଶ୍ନ ପୀଡ଼ିତା ଟଣାଓଟରା ବେଳେ ସିସିଟିଭି କଥା ଉଠାଇଛନ୍ତି, ଏନେଇ କଣ କହିବେ ପିଣ୍ଟୁ ? ପିଣ୍ଟୁ ଏବଂ ପୀଡ଼ିତାଙ୍କୁ ପୋଲିସ କେବେ କରିବ ମୁହାଁମୁହିଁ ଜେରା ?
ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା କିମ୍ୱା ଅଞ୍ଚଳକୁ ଲକ୍ଡାଉନ୍ କରାଯିବ କି?
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟର ୪ ଜିଲ୍ଲା ଓ ରାଉରକେଲା ସହରରେ ଲକ୍ଡାଉନ୍ ସରିବ । ଶନିବାର ଆରମ୍ଭ ହେବ ଅନ୍ଲକ୍-୩ । କେନ୍ଦ୍ର ସରକାର ଏନେଇ ଗାଇଡ୍ଲାଇନ୍ ଜାରି କରିସାରିଛନ୍ତି । କେମିତି ରହିବ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍। ସେପଟେ କରୋନା ନିୟନ୍ତ୍ରଣ ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି । କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ତରିକାକୁ ପସନ୍ଦ କରିନାହିଁ ।

ଅଗଷ୍ଟ ୧ରୁ କେନ୍ଦ୍ର ସରକାରଙ୍କ ଅନ୍ଲକ୍ ୩ । କିନ୍ତୁ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ? ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳକୁ ଲକ୍ଡାଉନ୍ କରାଯିବ କି ? କରୋନା ନିୟନ୍ତ୍ରଣକୁ ନଆସିଲେ, ସପ୍ତାହର ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ଅଞ୍ଚଳ ସଟ୍ଡାଉନ୍ ହେବ କି ? ତେବେ କରୋନା ସ୍ଥିତିକୁ ରାଜ୍ୟ ସରକାର ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ବି ନେବେ । କରୋନା ମୁକାବିଲା ପାଇଁ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି ବିଜେଡି ଓ ବିଜେପି । ଆଗକୁ ଆହୁରି ପଦକ୍ଷେପ ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ପରାମର୍ଶ ପ୍ରଦାନ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ରାଜ୍ୟ ସରକାର କଣ କରିଛନ୍ତି ଓ କଣ କରିବାକୁ ଯାଉଛନ୍ତି ସେ କଥା କହିଲେ । କିନ୍ତୁ ବିଧାୟକମାନଙ୍କ ମତାମତ ଠିକ୍ଭାବେ ନିଆଯାଇ ନଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

କଂଗ୍ରେସ ଅଭିଯୋଗ ଉପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିରୋଧୀଙ୍କ ଆଭିମୁଖ୍ୟ ଆଲୋଚନା ନକଲେ କହିବେ ଓ କଲେ ଠିକଭାବେ ହେଉନାହିଁ ବୋଲି ଅଭିଯୋଗ ଆଣିବେ । ତେଣୁ ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର ସବୁ ପଦକ୍ଷପ ନେଉଥିବା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । କରୋନା ସଂକ୍ରମଣ ଆରମ୍ଭରୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ନୀତିରେ ରାଜ୍ୟ ସରକାର କାମ କରୁଛନ୍ତି ।
ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି
ଭୁବନେଶ୍ୱର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀର ଜବାବା ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଶ୍ରୀ ପାତ୍ର ଆହୁରୀ କହିଛନ୍ତି ଯେ, ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନଓ୍ୱାଡ଼ୀକର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ୱାଦିକ ସମ୍ମିଳନୀ ଜରିଆରେ ସେମାନଙ୍କୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି ।
![]()
ଗଞ୍ଜାମ ଜିଲ୍ଲାରେ ତିନି ଚାରି ମାସ ଧରି କାର୍ଯ୍ୟ କରୁଥିବା ଏହି କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ବଦଳରେ ବିଜେପି ନେତାମାନେ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନ୍ରେ ଯାଇଥିବା ଡାକ୍ତରଙ୍କୁ କିଭଳି ବିରୋଧ ହେଉଛି ତାହା ସମସ୍ତେ ଦେଖୁଛନ୍ତି । ଏଥିରୁ ସ୍ପଷ୍ଯ ହେଉଛି ଯେ, ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧିକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାନ୍ତିନାହିଁ । ଗତକାଲି ମଧ୍ୟ ବିରୋଧୀଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ମଧ୍ୟ ବିଜେପିର ମନୋଭାବ ପଦାରେ ପଡ଼ିଯାଇଛି ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।
ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ସେମାନଙ୍କୁ ହତୋତ୍ସାହିତ ନ କରିବାକୁ ବିଜେଡି ପକ୍ଷରୁ ଶ୍ରୀ ବକ୍ସିପାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଗଞ୍ଜାମ ବିରୋଧୀ ମନୋଭାବ ପଦାରେ ପଡ଼ିଥିବାବେଳେ ଗଞ୍ଜାମବାସୀ କେବେହେଲେ ଏହାକୁ ଭୁଲିବେନାହିଁ ଏବଂ ଏଥିପାଇଁ ରାଜ୍ୟ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଡକ୍ଟର ପାତ୍ର ସତର୍କ କରାଇଦେଇଛନ୍ତି । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଇଛି ।
ରାହୁଲଙ୍କ ଟାର୍ଗେଟରେ ’ରାଫେଲ୍’ ଡିଲ୍: ୫୨୬ କୋଟିର ରାଫେଲ୍ ଜେଟ୍, କେମିତି ୧୬୭୦ କୋଟି ହେଲା?







