spot_img
Home Blog Page 6710

ଓଏମ୍‌ସି ସ୍ଥାପନ କଲା କୋଭିଡ କେୟାର ହୋମସ୍‌

ଭୁବନେଶ୍ୱର:ମହାମାରୀ କୋଭିଡ-୧୯କୁ ଆଖିଆଗରେ ରଖି ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ରାଜ୍ୟରେ କୋଭିଡ କେୟାର ହୋମସ୍‌ ସ୍ଥାପନା କରାଯାଇଛି । ଭୁବନେଶ୍ୱର ସହିତ ସାଉଥ୍ କାଳିଆପାଣି, ଗନ୍ଧମାର୍ଦ୍ଦନ ଓ ଦୈତାରୀରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ପ୍ରତିଟି କୋଭିଡ କେୟାର ସେଣ୍ଟରରେ ୨୦ ଟି ଲେଖାଏଁ ବେଡ୍ ରହିଛି । ଏଠାରେ କରୋନା ସନ୍ଦିଗ୍ଧ ଏବଂ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ରଖାଯାଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଓଏମ୍‌ସି ପକ୍ଷରୁ ବଡ଼ବିଲ୍ ଏବଂ ରାୟଗଡ଼ାରେ ୨ଟି ଲେଖାଏଁ କୋଭିଡ କେୟାର ହୋମ୍‌ ଖୋଲାଯିବ । ସେଠାକାର ପ୍ରତିଟି ହୋମ୍‌ରେ ୧୦ଟି ଲେଖାଏଁ ବେଡ୍ ରହିବ ।

Odisha: 7,000 unemployed health workers to be engaged at Covid ...

ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦାୟିତ୍ୱବାନ ଶିଳ୍ପ ସଂସ୍ଥା ଭାବେ କରୋନା ମୁକାବିଲା ନେଇ ଓଏମ୍‌ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ଏବଂ ୨୦୧୯-୨୦ ଆର୍ଥିକବର୍ଷରେ ମଧ୍ୟବର୍ତ୍ତୀ ଲାଭାଂଶ ଭାବରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ଗତ ୨୬ ମାର୍ଚ୍ଚରେ କିମ୍ସ ହସ୍ପିଟାଲରେ ୫ଶହ ସଂଖ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଏବଂ ହସ୍ପିଟାଲ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୮ ଜିଲ୍ଲାରେ ଏକାକୀ କୋଭିଡ ହସ୍ପିଟାଲ ନିର୍ମାର ପାଇଁ ଆର୍ଥିକ ସହଯୋଗ ଯୋଗାଇଦେଇଥିଲା ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ଭାରତ ବିରୁଦ୍ଧରେ ଚାଲ ଚଲାଉଛି କି ନେପାଳ? ଲିପୁଲେଖ ନିକଟରେ ଚୀନ ମୃତୟନ କଲା ୧ ହଜାର ସୈନ୍ୟ

0

ଭାରତ-ଚୀନ ମଧ୍ୟରେ ସଂପର୍କକୁ ସ୍ୱଭାବିକ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ଆଲୋଚନା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୂର୍ବଭଳି ଚୀନ ହିଂସା ସୃଷ୍ଟି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ପ୍ରକୃତ ନିୟନ୍ତ୍ରଣ ରେଖାରୁ ଚୀନ ଏପର୍ଯ୍ୟନ୍ତ ସେନାକୁ ପ୍ରତ୍ୟାହାର କରିନାହିଁ । ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ପରେ ମଧ୍ୟ ଚୀନକୁ କୌଣସି ଫରକ୍ ପଡ଼ୁନାହିଁ । ଏବେ ମଧ୍ୟ ଚୀନ ସେନା ଅନେକ ସ୍ଥାନରେ ରହିଛନ୍ତି । ତେବେ ଚୀନ ଯେ ଏବେ ମଧ୍ୟ ଚାଲ ଚଲଉଛି, ଏହା ଲିପୁଲେଖ ନିକଟରେ ତା ଗତିବିଧିକୁ ଦେଖି ଅନୁମାନ କରାଯାଉଛି । ସୂଚନା ମୁତାବକ ଚୀନ ଲଦାଖ ପରେ ଏବେ ଲିପୁଲେଖରେ ୧ ବାଟାଲିୟନ ବା ପ୍ରାୟ ୧ ହଜାର ସେନା ମୃତୟନ କରିଛି । ଅବଶ୍ୟ ଭାରତ ମଧ୍ୟ ନିଜ ଅଂଚଳରେ ସେତିକି ସେନା ମୃତୟନ କରି ସାରିଛି ।


କହିରଖୁଛୁ ଭାରତ-ଚୀନ ମଧ୍ୟରେ ପ୍ରାୟ ୩ ମାସ ଧରି ସମସ୍ୟା ଲାଗି ରହିଛି । ପ୍ରାୟ ୪୫ ବର୍ଷ ପରେ ୧୫ ଜୁନରେ ପୂର୍ବ ଲଦାଖରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଥିଲା । ଏଥିରେ ଭାରତର ୨୧ ଯବାନ ସହିଦ ହୋଇଥିବା ବେଳେ ଚୀନର ଅତି କମରେ ୪୫ ଜଣ ସୈନିକ ନିହତ ହୋଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶର ସୈନ୍ୟ ଧୀରଧୀରେ ପଛକୁ ଫେରୁଥିବା ବେଳେ ଏବେ ଲିପୁଲେଖ ନିକଟରେ ଚାଲ ଚଲାଉଛି ଚୀନ୍ । ଏହି ଅଂଚଳରେ ଏବେ ମଧ୍ୟ ଚୀନ ସେନାକୁ ଦେଖିବାକୁ ମିଳୁଛି । ତେବେ ମାନସରୋବର ଯାତ୍ରା ପାଇଁ ଭାରତ ନିର୍ମାଣ କରିଥିବା ୮୦ କିଲୋମିଟର ରାସ୍ତାକୁ ନେଇ ଗତ କିଛି ଦିନ ପୂର୍ବରୁ ନେପାଳ ଆପତ୍ତି କରିଥିଲା । ଯାହା ମଧ୍ୟରେ ଲିପୁଲେଖକୁ ନିଜର ଅଂଚଳ ବୋଲି ଦାବି କରୁଥିଲା । ତେବେ କେବଳ ଚୀନ ନୁହେଁ ବରଂ ନେପାଳର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିଛି ଭାରତ ।

ବ୍ରହ୍ମପୁରରେ ୧୫୦ ବେଡ୍ ସଂଖ୍ୟା ବିଶିଷ୍ଟ ୨ଟି କୋଭିଡ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି । ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେପର୍ଯ୍ୟନ୍ତ ଟିକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୋଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ୱ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ  ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

          ମୁଖ୍ୟମନ୍ତ୍ରୀ କହିଥିଲେ ଯେ, Unlock one ପରେ ଦେଶର ହଟସ୍ପଟ ଅଞ୍ଚଳରୁ   ଆମର ଭାଇଭଉଣୀମାନେ ଘରକୁ ଫେରିଛନ୍ତି।   ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୋଧରେ ସଫଳତାର ସହ ଲଢେଇ ଜାରି ରଖିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

          ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଗୁରୁତ୍ୱ ଦେଇଥିଲେ। ବ୍ରହ୍ମପୁରର ଏହି ୨ଟି ହସ୍ପିଟାଲ ଜିଲ୍ଲାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଶାପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁରର ସାସଂଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ ।   ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ । ବ୍ରହ୍ମପୁର ମ୍ୟୁନିସ୍‌ପାଲଟି କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।

          ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

          ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର କନିଷି ଠାରେ ଥିବା ଅମିତ୍‌ ହସ୍‌ପିଟାଲରେ କଟକର ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ଏହି ୧୫୦ ଶଯ୍ୟାବିଶିଷ୍ଟ କୋଭିଡ ହସ୍‌ପିଟାଲ ସ୍ଥାପନ କରାଯାଇଥିବାବେଳେ ଏଥିରେ ୨୪ଟି ICU ବେଡ୍ ରହିଛି। ସେହିପରି MKCG ହସ୍‌ପିଟାଲର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍‌ପିଟାଲ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ICU ବେଡ୍ ଅଛି। ପୂର୍ବରୁ ବ୍ରହ୍ମପୁରର ଶିତଳାପଲ୍ଲୀଠାରେ ଟାଟା କୋଭିଡ ହସ୍‌ପିଟାଲରେ ଚିକିତ୍ସା ଜାରି ରହିଛି ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ସମାଜବାଦୀ ପାର୍ଟିକୁ ସେଲିବ୍ରିଟି ପାର୍ଟି କରିଥିବା ଏମିତି ଜଣେ ନେତାଙ୍କ କାହାଣୀ ,ଯିଏ ଅମିତାଭଙ୍କୁ ମଧ୍ୟ ଦେବାଳିଆ ହେବାରୁ ବଂଚାଇଥିଲେ

ଅମର ସିଂହ । ଭାରତୀୟ ରାଜନୀତିର ଏମିତି ଗୋଟିଏ ନାଁ ଯାହାକ ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ । ୯୦ ଦଶକର ଅନ୍ତିମ ଭାଗ ଓ ନୂଆ ସହସ୍ରାବ୍ଦିର ପ୍ରଥମ ଦଶକରେ ସିଏ ଉତ୍ତର ପ୍ରଦେଶର ରାଜନୀତିର ଚାଣକ୍ୟ ଥିଲେ ।ଆଉ ବିରୋଧୀଙ୍କ ପାଇଁ କର୍ପୋରେଟ୍ ଦଲାଲ । ଏମିତି ଜଣେ ବ୍ୟକ୍ତି ଯିଏ ମୁମ୍ବାଇରେ ରହୁଥିଲେ କିନ୍ତୁ ପୂର୍ବାଂଚଳରେ ସାହେବ ନାଁରେ ଦବଦବା ଥିଲା । ଯାଦବ ଦଳର ଠାକୁର ମୁହଁ ଯିଏ ଯାଦବ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ବି ଶକ୍ତିଶାଳୀ ହୋଇପରିଥିଲେ । ସେଇ ଅମର ସିଂହଙ୍କର ୬୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଫ୍ଲାଇଟରେ ହୋଇଥିଲା ମୁଲାୟମଙ୍କ ସହ ଭେଟ

amar mulayam

୧୯୯୬ରେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ପ୍ରବେଶ କରିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ଅମରଙ୍କ ପଲିଟିକାଲ ମ୍ୟାନେଜମେଣ୍ଟ୍ । ଯାହା ତାଙ୍କୁ ଆଗକୁ ଚାଣକ୍ୟର ଉପାଧୀ ଦେଇଥିଲା ।  ଗୋଟିଏ ସମୟରେ ଦେଶର ଆଗଧାଡିର ଶିଳ୍ପପତିଙ୍କ ମଧ୍ୟରେ ଗଣା ଯାଉଥିବା ଅମର ଓ ମୁଲାୟମଙ୍କ ମଧ୍ୟରେ ସାକ୍ଷାତ ଗୋଟିଏ ଫ୍ଲାଇଟରେ ୧୯୯୬ ମସିହାରେ ହୋଇଥିଲା । ସେତେବଳେ ମୁଲାୟମ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଆଗରୁ ମୁଲାୟମଙ୍କ ସହ ଅମରଙ୍କ ସାକ୍ଷାତ ହୋଇଥିଲା କିନ୍ତୁ ପ୍ରଥମ ଥର ପାଇଁ ଏହା ଗୋଟିଏ ନିର୍ଣ୍ଣୟାକ ସାକ୍ଷାତ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢିଥିଲା । ଆଉ ଅମର ସମାଜବାଦୀ ପାର୍ଟିକୁ ପ୍ରବେଶ କରିଥିଲେ ।

୪ ବର୍ଷର ସଂପର୍କରେ ରାଷ୍ଟ୍ରୀୟ ସଚିବ

ଫ୍ଲାଇଟ୍ ସାକ୍ଷାତର ମାତ୍ର ୪ ବର୍ଷ ପରେ ମୁଲାୟମ ଅମରଙ୍କୁ ନିଜ ଦଳର ରାଷ୍ଟ୍ରୀୟ ସଚିବ କରିଥିଲେ । ୨୦୦୦ ମସିହାରେ ଅମର ଦଳର ରାଷ୍ଟ୍ରୀୟ ମହାସଚିବ ହୋଇଥିଲେ । ଏହା ସହ ଅମର ସିଂହଙ୍କ ସମାଜବାଦୀ ପାର୍ଟିରେ ଦଖଲ ବଢିବାରେ ଲାଗିଥିଲା । ଅମର କିଏ ଟିକେଟ୍ ପାଇବ,କିଏ କେଉଁ ପଦରେ ରହିବ ଓ କିଏ ଦଳରେ ରହିବ ତାହା ନିର୍ଧାରଣ କରିବାକୁ ଲାଗିଲେ । ଅମରଙ୍କ ପ୍ରସିଦ୍ଧ ଶିକାର ମଧ୍ୟରୁ ଜଣେ ଥିଲେ ରାମପୁରର ବଦନାମ ନେତା ଆଜମ ଖାନ୍ । ଆଜମ ଖାନଙ୍କୁ ଅମରଙ୍କ ପାଇଁ ଦଳରୁ ତଡା ଖାଇବାକୁ ପଡିଥିଲା । ମୁଲାୟମଙ୍କ ମୁଖ୍ୟମନ୍ତ୍ରୀ ହେବାରେ ଅମରଙ୍କ ପ୍ରମ୍ମୁଖ ଭୂମିକା ଥିଲା । ଇଏ ସେହି ସମୟ ଥିଲା ଯେତେବେଳେ ଅମିତାଭ ଜାତୀୟ ଟିଭିରେ କହୁଥିଲେ ‘ୟୁପି ମୈ ଦମ୍ ହୈ କ୍ୟୁଁକି ୟହା କ୍ରାଇମ୍ କମ୍ ହୈ’’ ।

ସମାଜବାଦୀ ପାର୍ଟିରୁ ସେଲିବ୍ରିଟି ପାର୍ଟି !

bachan family
ଅମରଙ୍କ ବିରୋଧରେ ତାଙ୍କ ନିନ୍ଦୁକଙ୍କ ବଡ ଅଭିଯୋଗ ଥିଲା ଯେ,ସେ ସମାଜବାଦୀ ପାର୍ଟିର ଚିତ୍ର ଓ ଚରିତ୍ରକୁ ବଦଳାଇ ଦେଇଥିଲେ । ତାଙ୍କରି ଅମଳରେ ମୁମ୍ବାଇରୁ ବଲିଉଡ୍ ସେଲିବ୍ରିଟି ଦଳକୁ ଆମଦାନୀ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଥିଲେ ଅମିତାଭ ଓ ଜୟା ବଚ୍ଚନ । ଅମିତାଭ ସିଧା ତ’ ରାଜନୀତିକୁ ପ୍ରବେଶ କରିନଥିଲେ କିନ୍ତୁ ମୁଲାୟମ ସରକାରର ଗୁଣଗାନ କରୁଥିଲେ ଜାତୀୟ ଟିଭିରେ । ୟୁପି ମୈଁ ଦମ୍ ହୈ କ୍ୟୁଁ କି ୟହାଁ କ୍ରାଇମ୍ କମ୍ ହେ’ ଥିଲା ସେତେବେଳ ଚର୍ଚ୍ଚା ପାଲଟିଥିବା ଅମିତାଭଙ୍କ ୟୁପି କ୍ୟାମ୍ପେନ୍ । ଜୟା ସମାଜବାଦୀ ପାର୍ଟି ଟିକେଟରେ ରାଜ୍ୟ ସଭାକୁ ଯାଇଥିଲେ । କିନ୍ତୁ ଯେତେବେଳେ ନିଜେ ଦଳରୁ ବିଦା ହେଲେ ସେତେବେଳେ ଜୟା ତାଙ୍କ ସହ ଦଳ ଛାଡିଲେ ନାହିଁ । ଫଳରେ ଦୁଇ ପରିବାର ମଧ୍ୟରେ ସଂପର୍କ ତିକ୍ତ ହୋଇ ପଡିଥିଲା । ତେବେ ସେ କଥା ଆଗକୁ ।

କଂଗ୍ରେସ ଆଗରେ ବ୍ୟାକଫୁଟରେ ଖେଳୁଥିଲେ ଅମର

amar sonia

୨୦୦୪ରେ ଅମର ସମାଜବାଦୀ ପାର୍ଟିକୁ ଜାତୀୟସ୍ତରରେ ଛିଡା କରିବା ପାଇଁ ସବୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କରି ପରାମର୍ଶରେ ଘୋର ବିରୋଧୀ କଂଗ୍ରେସକୁ ସମାଜବାଦୀ ପାର୍ଟି ଅନେକ ପ୍ରସଙ୍ଗରେ ସମର୍ଥନ କରିଥିଲା । ଏମିତିକି ଭାରତ ଆମେରିକା ପରମାଣୁ ଚୁକ୍ତି କାଳରେ ହୋଇଥିବା କ୍ୟାସ୍ ଫର ଭୋଟ୍ କାଣ୍ଡରେ ମଧ୍ୟ ତାଙ୍କ ନାମ ଆସିଥିଲା । କିନ୍ତୁ କଂଗ୍ରେସ ଅମରଙ୍କୁ ସେତେ ଭାଉ ଦେଇନଥିଲା । ଏମିତିକି ତାଙ୍କୁ ଓ ତାଙ୍କ ନେତାଜୀଙ୍କ ପାଇଁ ଅନେକ ସମୟରେ ସୋନିଆଙ୍କ ନିମନ୍ତ୍ରଣ କେବଳ ଅପେକ୍ଷା ଥିଲା ।

ଚାଣକ୍ୟ ଯେତେବେଳେ ଦଳରୁ ବିଦା ହେଲେ

amar jayaprada

ତେବେ ଅମରଙ୍କ ପାଇଁ ଦଳରେ ସବୁକିଛି ୨୦୧୦ ପରଠାରୁ ଠିକ୍ ରହିଲା ନାହିଁ । ତାଙ୍କୁ ଦଳରୁ ବିଦା ହେବାକୁ ପଡିଲା । ମୁଲାୟମଙ୍କ ପରେ ପୁଅ ଅଖିଳେଶ ଦଳର ମଙ୍ଗ ଧରିବା ପରେ ଅମରଙ୍କ ରାଜନୈତିକ ବ୍ୟବହାର୍ଯ୍ୟ ହ୍ରାସ ପାଇଥିଲା । ଦଳରେ ପୁରୁଣା ବିରୋଧୀ ଆଜମ ଖାନ ଓ ଅନ୍ୟମାନଙ୍କ ପ୍ରଭାବ ବଢିଲା । ଏହାପରେ ନିଜର ଦଳ ତିଆରି କରିଥିଲେ । ପୂର୍ବାଂଚଳକୁ ଅଲଗା ରାଜ୍ୟ କରିବାକୁ ଆନ୍ଦୋଳନ କରିଥିଲେ । କିନ୍ତୁ ସାହେବଙ୍କ ଯାଦୁ ପ୍ରଭାବହୀନ ହୋଇ ସାରିଥିଲା । ସାହେବଙ୍କୁ ପୂର୍ବାଂଚଳରୁ ମଧ୍ୟ ସମର୍ଥନ ମିଳିନଥିଲା ।

ଅମିତାଭଙ୍କୁ ଦେବାଳିଆ ହେବାରୁ ବଂଚାଇଥିଲେ

amar amitabh

ଅମର ସିଂହ ପେଜ୍ ଥ୍ରିର ପ୍ରସିଦ୍ଧ ଚେହେରା ଥିଲେ । ସାହାରାଶ୍ରୀ ସୁବ୍ରୋତ ରାୟଙ୍କ ସହ ତାଙ୍କର ଥିଲା ଭଲ ସଂପର୍କ । ୨୦୦୦ ମସିହା ଆସିବା ବେଳକୁ ଅମିତାଭ ବଚ୍ଚନ ନିଜ ଏବିସିଏଲ (ଅମିତାଭ ବଚ୍ଚନ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ) ପାଇଁ ଦେବାଳିଆ ହୋଇଯାଇଥିଲେ । କୌଣସି କର୍ପୋରେଟ୍ ଅମିତାଭଙ୍କୁ ସାହାଯ୍ୟ କରୁନଥିଲେ ।ଏମିତିରେ ଅମର ତାଙ୍କ ପାଇଁ ସାହାରା ହୋଇଥିଲେ  । ସାହାରା ଓ ଅମ୍ବାନୀଙ୍କ ସହ ନିକଟ ସଂପର୍କକୁ ବ୍ୟବହାର କରି ସେ ଅମିତାଭଙ୍କୁ କରଜ ଜାଲରୁ ମୁକୁଳାଇଥିଲେ । ଅମିତାଭ ଓ ଜୟାଙ୍କୁ ମୁଲାୟମଙ୍କ ସହ ପରିଚୟ କରାଇଥିଲେ । ଜୟା ତାଙ୍କ ପାଇଁ ରାଜ୍ୟସଭା ଯାଇଥିଲେ । କିନ୍ତୁ ଯେତେବେଳେ ଅମରଙ୍କୁ ଦଳ ଡଷ୍ଟବିନକୁ ଫୋପାଡି ଦେଲା ସେତେବେଳେ ତାଙ୍କ ସହ ନଥିଲେ ଜୟା ବଚ୍ଚନ,ଥିଲେ ଜୟାପ୍ରଦା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବୟାନବାଜୀ ହୋଇଥିଲା । ଜୟା ଓ ଅମିତାଭଙ୍କୁ ସେ ସମାଲୋଚନା କରିଥିଲେ । କିନ୍ତୁ ଚଳିତ ବର୍ଷ ଫେବ୍ରୁଆରି ମାସରେ ସେ ଏଥିପାଇଁ ଅମିତାଭଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

ଅନଲକ୍ ୩.୦ରେ ଆସିଲା ବ୍ୟାଙ୍କ ଓ ବିମା କମ୍ପାନୀଙ୍କ ନୂଆ ନିର୍ଦ୍ଦେଶନାମା, ପୁଣି ଚାର୍ଜ କରିବେ ମିନିମମ୍ ବାଲାନ୍ସ ଫି’, ଜାଣନ୍ତୁ ବଦଳିଲା କେଉଁ ନିୟମ….

0

ଅବାଧ୍ୟ କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଓ ସଟଡାଉନ୍ ଦେଶର ଆର୍ଥିକ ମେରୁଦଣ୍ଡକୁ ଯେ ପ୍ରଭାବିତ କରିଛି ଏକଥା କହିବାର ଆବଶ୍ୟକତା ନାହିଁ । ଲୋକଙ୍କର ଖର୍ଚ୍ଚ କ୍ଷମତା କମିଛି, ବଜାର ଦୁର୍ବଳ ହୋଇଛି ଓ ଅର୍ଥ ବ୍ୟାପାରର ପରିମାଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ଏହି କ୍ରମରେ ବ୍ୟାଙ୍କଗୁଡିକ ମଧ୍ୟ ଅତି କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଗ୍ରାହକଙ୍କ ଆର୍ଥିକ ବୋଝକୁ କମାଇବା ପାଇଁ ସରକାର ବ୍ୟାଙ୍କ ଉପରେ ଅନେକ ଆର୍ଥିକ କଟକଣା ନଦିଥିଲେ । ଏବେ ଅନଲକ୍ ପ୍ରକ୍ରିୟାରେ ସେସବୁ କ୍ରମାଗତ ଭାବେ କୋହଳ ହେଉଛି ।

ଏଣିକି ସାଧାରଣ ଲୋକେ ପୁଣି ଥରେ ବ୍ୟାଙ୍କ ତରଫରୁ ଲାଗୁ ହେଉଥିବା ମିନିମମ୍ ବାଲାନ୍ସ ଚାର୍ଜ ଦେବାକୁ ବାଧ୍ୟ । ମୋରାଟୋରମ୍ ସୁବିଧା ବି ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବନି । ଏହା ସର୍ତ୍ତଭିତ୍ତିକ ହେବ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଆକ୍ସିସ୍ ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଆଲବିଏଲ୍ ବ୍ୟାଙ୍କ ଗ୍ରାହକଙ୍କଠାରୁ ପୁଣି ଥରେ ମିନିମମ୍ ବାଲାନ୍ସ ଚାର୍ଜ ନେବା ନେଇ ଘୋଷଣା କରିଛନ୍ତି । ବିତ୍ତୀୟ ସ୍ଥିତି ଦୁର୍ବଳ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଆଗାମୀ ସମୟରେ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ଅତିକମରେ ମିନିମମ୍ ବାଲାନ୍ସ ଚାର୍ଜ କରିପାରନ୍ତି ବୋଲି ଚର୍ଚ୍ଚା ଧରୁଛି ।

ସେହିଭଳି ବିମା କମ୍ପାନୀ ମଧ୍ୟ ପୁଣି ଥରେ କରୋନାଜନିତ ଅସ୍ଥାୟୀ ବିତ୍ତୀୟ ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରିବା ନେଇ ପ୍ରକାଶ କରିଛି । ବିଶେଷ ଭାବେ ଦୁଇ ଓ ଚାରିଚକିଆ ଯାନର ବିମା କରୁଥିବା ସଂସ୍ଥା ଆର୍ଥିକ ନୀତିରେ ସାମାନ୍ୟ ବଦଳି କରିଛନ୍ତି । ଥାର୍ଡ ପାର୍ଟି ଡ୍ୟାମେଜ୍ ଓ ଓନ୍ ଡ୍ୟାମେଜ୍ କ୍ଷେତ୍ରରେ କୋଭିଡ୧୯ ବେଳେ ଥିବା ନିୟମକୁ ବୀମା କମ୍ପାନୀ ବଦଳାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା ବେଳେ ଏହି ନିୟମରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ଥ କରିବା ପାଇଁ ନିୟମ ସାମାନ୍ୟ ବଦଳିଥିଲା  । ହେଲେ ଏବେ ପୁଣି ନିୟମ ପୂର୍ବ ସ୍ଥିତିକୁ ଫେରିଛି । ତେବ ବଦଳିଥିବା ସମସ୍ତ ନିୟମ କାନୁନ ଚଳିତ ମାସ ଅଗଷ୍ଟ୧ରୁ ଲାଗୁ ହୋଇଛି ।

ମହାମାରୀ ସମୟରେ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ବିଏମ୍‌ସି କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢ଼େଇ ନେଇ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହାକୁ ପାଳନ କରିବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପରାମର୍ଶ । ଏଥିସହିତ କରୋନା ମହାମାରୀ ସମୟରେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ମଧ୍ୟ କମିଶନର ଅପିଲ୍ କରିଛନ୍ତି । ଥରକେ ୩ ରୁ ୪ ଦିନ ପାଇଁ ସଉଦା କିଣିବା ସହିତ ଅନ୍‌ଲାଇନ୍ ଡେଲିଭରୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି କମିଶନର । ଏଥିସହିତ ଗହଳି ଥିବା ସ୍ଥାନରୁ ଦୂରେଇ ରହିବା ସହ ଯେତେଦୂର ସମ୍ଭବ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହିଛନ୍ତି । ଯାହା ଫଳରେ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ । ଏଥିସହିତ ମହାମାରୀ ସମୟରେ କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ ।

          ଏଥିସହିତ ବସ୍ତି ଅଞ୍ଚଳରେ ସଂକ୍ରମଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିସହିତ କିଛି ବସ୍ତି ପକ୍ଷରୁ ନିଜ ଅଞ୍ଚଳରୁ ନିଜ ପକ୍ଷରୁ ସାନିଟାଇଜେସନ୍ କରାଯାଉଥିବା ମଧ୍ୟ କହିଛନ୍ତି କମିଶନର ।

ଅପରପକ୍ଷରେ ରାଜଧାନୀରେ ବଜାର ଅଞ୍ଚଳ ଏବେ ସବୁଠୁ ଚ୍ୟାଲେଞ୍ଜିଂ ହୋଇଛି । ୟୁନିଟ ୱାନ୍ ହାଟ ହେଉ କି ମାର୍କେଟ ବିଲଡିଂ କିମ୍ବା ମାଛ ମାର୍କେଟ, ସବୁଠି ସଂକ୍ରମଣର ଭୟ ସର୍ବାଧିକ । ଆଳୁ ଗଦିରେ ଜଣଙ୍କ ଠାରୁ ୪୧ଜଣ ସଂକ୍ରମିତ ହୋଇଥିବା ବେଳେ ଚାରି ନମ୍ବର ମାଛ ମାର୍କେଟରେ କେବଳ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ଭୁବନେଶ୍ୱର ମହାନଗର ଭୁବନେଶ୍ୱରର ସବୁ ମାର୍କେଟ ସଂଘ ସହ ଆଲୋଚନା କରିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ହେଲେ ବଜାର ଅଞ୍ଚଳରେ ସଂକ୍ରମଣକୁ ରୋକିବାକୁ ବ୍ୟବସାୟୀ ସଂଘର ଦାୟିତ୍ୱ ଯେତିକି ସାଧାରଣ ଲୋକଙ୍କ ମଧ୍ୟ ସେତିକି ଦାୟିତ୍ୱ ରହିଛି । ବଜାରରେ ଅଯଥା ଭିଡ଼ ନକରି ସାମାଜିକ ଦୂରତା ଓ ମାସ୍କ ନିଶ୍ଚୟ ପିନ୍ଧିବାକୁ ଆଜି ପୁଣି ଥରେ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହିତ ବାରମ୍ବାର ହାଟ ବଜାର ଯିବା ପରିବର୍ତ୍ତେ ଅନଲାଇନ ସପିଂ ସୁରକ୍ଷିତ ବୋଲି ବିଏମସି କହିଛି । ବସ୍ତି ଅଞ୍ଚଳରେ ସ୍ଥିତି ସୁଧୁରୁଛି । ଘରୋଇ ହସ୍ପିଟାଲଗୁଡିକ ଏବେ ବି ଚ୍ୟାଲେଞ୍ଜଂ । ବୟସ୍କ ଓ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ବ୍ୟକ୍ତିମାନେ ସଚେତକ ଆପର ସହଯୋଗ ନେବାକୁ ବିଏମସି କମିଶନର ନିବେଦନ କରିଛନ୍ତି ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ବନ୍ଦ ପଡ଼ିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ସରକାରୀ ହୋମିଓପାଥି ମେଡିକାଲ

ସାଲେପୁର: ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋମିଓପାଥି ମେଡିକାଲ ଖତ ଖାଉଛି । ମେଡିକାଲରେ ନା ଡାକ୍ତରଙ୍କ ଦେଖା ଅଛି ନା ରୋଗୀଙ୍କ ସେବାରେ ଲାଗିପାରୁଛି  । ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ମେଡିକାଲ ଆଗରେ ତାଲା ଝୁଲୁଛି  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦାନପୁର  ସରକାରୀ ହୋମିଓପାଥି ମେଡିକାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ଏ କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦନପୁର ଠାରେ ଖୋଲିଥିବା ସରକାରୀ ହୋମିଓପାଥି ମେଡିକାଲ । ୧୯୮୮ରେ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏହି ମେଡିକାଲ ନିର୍ମାଣ କରାଯାଇଥିଲା  । ହେଲେ ଏବେ ଡାକ୍ତରଖାନାରେ ଡ଼ାକ୍ତରଙ୍କ ଦେଖା ନଥିବା ବେଳେ ମେଡିକାଲରେ ତାଲା ଝୁଲୁଛି  । ଆଉ ଦରକାର ସମୟରେ ଡାକ୍ତରଙ୍କୁ ନ ପାଇ ରୋଗୀ ଆସି ଫେରିଯାଉଛନ୍ତି ।

ବର୍ତ୍ତମାନ କରୋନା କାଳରେ ଡାକ୍ତରଙ୍କ ଆବଶ୍ୟକତା ଅଧିକ ରହିଥିବା ବେଳେ ଏଠାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି  । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା କହିଛନ୍ତି ସ୍ଥାନୀୟ ଲୋକ  । ଲୋକଙ୍କ ସେବାରେ ନିର୍ମିତ ହୋମିଓପାଥି ମେଡିକାଲ କାମରେ ଆସିପାରୁନି  । ସେପଟେ ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ କାହାର ନଜର ନାହିଁ ଏହା ଉପରେ  ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ୧୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୭୭ କ୍ୱାରେଣ୍ଟାଇନ୍‌ ସେଣ୍ଟରୁ ଚିହ୍ନଟ ହୋଇଛନ୍ତି । ଏଥିସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮ଶହ ୬୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରରୁ ୧୩୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଚିହ୍ନଟ ହେଲେ ୫ ପ୍ରକାରର କରୋନା ଭୂତାଣୁ, ଗୋଟିଏ ଷ୍ଟ୍ରେନ୍ ଦେଶର ଅନ୍ୟ କେଉଁଠାରେ ମିଳିନାହିଁ !

ଭୁବନେଶ୍ୱର:  ଓଡିଶାରେ କରୋନା ଭୂତାଣୁର ୫ଟି ପ୍ରକାର ଚିହ୍ନଟ ହୋଇଛି । ଏଗୁଡିକ ହେଉଛି, ୧୯-ଏ, ୧୯-ବି, ୨୦ଏ, ୨୦ବି, ୨୦ସି । ତେବେ ମାର୍ଚ୍ଚରୁ ଜୁନ ୨୦ ମଧ୍ୟରେ ରାଜ୍ୟ ୧୮ଟି ଜିଲ୍ଲାରୁ ୨୨୫ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଓ ବୈଜ୍ଞାନିକ ସୁନୀଲ ରାଘବ ଏଭଳି ସୂଚନା ଦେଇଛନ୍ତି  । ଏମାନେ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣର ପ୍ରାଥମିକ ସ୍ତରରେ କେବଳ ୧୯ଏ ଓ ୧୯ବି କରୋନା ଭୂତାଣୁ ଦେଖିବାକୁ ମିଳିଥିଲେ । ପରେ ଏମାନେ ଭିନ୍ନ ରୂପରେ ବିକଶିତ ହୋଇଥିଲେ । ଏହି ବିକଶିତ କିମ୍ୱା ପରିବର୍ତ୍ତିତ ଭୂତାଣୁକୁ ବୈଜ୍ଞାନିକମାନେ ୨୦ଏ, ୨୦ବି ଓ ୨୦ସି ନାମ ଦେଇଛନ୍ତି । ତେବେ ଏସବୁ ଜିନୋମ୍ ମ୍ୟୁଟେସନ ସହାୟତାରେ ହୋଇଥିବା କୁହାଯାଇଛି ।

୨୦ସି ଭୂତାଣୁ କେବଳ ଓଡ଼ିଶାରେ

ଏହାଦ୍ୱାରା ଜଣାପଡିଛି ଯେ ୨୦ଏ, ୨୦ବି ଓ ୨୦ସି ଭୂତାଣୁ ଅପେକ୍ଷାକୃତ ଭାବେ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ । ଏବେ ରାଜ୍ୟରେ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଏହି ବିକଶିତ ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଏହା ପ୍ରାକ୍ ଭୂତାଣୁଠାରୁ ପ୍ରଭାବଶାଲୀ ଓ ସକ୍ରିୟ ହୋଇଥିବା ହେତୁ ସଂକ୍ରମିତଙ୍କ ମଧ୍ୟରେ ଭୂତାଣୁ ରୋଗଜନିତ ସମସ୍ୟା ମଧ୍ୟ ବଢୁଛି । ତେବେ ଏହା ମଧ୍ୟ ସୂଚନାଯୋଗ୍ୟ ୨୦ସି ନାମକ ବିକଶିତ ଭୂତାଣୁ କେବଳ ଓଡିଶାରେ ଦେଖିବାକୁ ମିଳିଛି । ଏଭଳି ପ୍ରକାରର ଭୂତାଣୁ ଭାରତର ଅନ୍ୟ କୌଣସି ସ୍ଥାନରେ ନାହିଁ । ତେବେ ଏବେ ବୈଜ୍ଞାନିକମାନେ ଭୂତାଣୁର ପରିବର୍ତ୍ତିତ ଓ ବିକଶିତ ରୂପକୁ ଚିହ୍ନଟ କରିସାରିବା ପରେ ଏହାର ପ୍ରତିକ୍ରିୟା ଉପରେ ଧ୍ୟାନ ଦେଇଛନ୍ତି । ଏସବୁ ଭୂତାଣୁ କିଭଳି ଓ କେଉଁ ମାତ୍ରାରେ ପ୍ରଭାବ ବିସ୍ତାର କରୁଛନ୍ତି ଏନେଇ ଅନୁସନ୍ଧାନ ଜାରି ରହିଛି । ସେହିଭଳି ମାନବ ଶରୀରରେ ଏହାର କ୍ରିୟା ପ୍ରତିକ୍ରିୟା ଉପରେ ମଧ୍ୟ ରିସର୍ଚ୍ଚ ହେଉଛି ।

କିଭଳି ହୁଏ  ଜିନୋମ୍ ମ୍ୟୁଟେସନ୍ :

ସାଧାରଣତଃ ଜିନୋମ୍ କହିଲେ ଡିଏନଏର ଏକ ସାରଣୀ କିମ୍ୱା ଏକ ଶ୍ରେଣୀ ବୁଝାଇଥାଏ । ଭୂତାଣୁ କ୍ଷେତ୍ରରେ ମଧ୍ୟ ସମାନ ଧରଣର ସାରଣୀ ଦେଖିବାକୁ ମିଳୁ । ଭୂତାଣୁ ଯେକୌଣସି ଶରୀରରେ ପ୍ରବେଶ କରିବା ପରେ ମଣିଷ ଶରୀରରେ ଥିବା ବିଭିନ୍ନ ସାରାଂଶ ଯଥା ପ୍ରୋଟିନ, ଭାଇବର ଇତ୍ୟାଦି ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ପ୍ରକାରରେ ପ୍ରତିକ୍ରିୟା ପ୍ରକାଶ କରେ  । ଯାହା ଦ୍ୱାରା ନୂଆ ନୂଆ ସାରଣୀ ପ୍ରସ୍ତୁତ ହୁଏ ଓ ଏହି ନୂଆ ଡିଏନଏ ସାରଣୀକୁ ଆମେ ଜେନମ ବୋଲି କହୁ । ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ମ୍ୟୁଟେସନ ବୋଲି କୁହାଯାଏ । ସେହିଭଳଇ ମଣିଷ ଶରୀର ମଧ୍ୟରେ ପ୍ରବେଶ କରିବା ପରେ ଆବଶ୍ୟକୀୟ ଉତ୍ପାଦ ପାଇଁ ଭୂତାଣୁ ଅଧିକ ଦୀର୍ଘସ୍ଥାୟୀ ଓ ସକ୍ରିୟ ହେଉଛି ବୋଲି ମଧ୍ୟ କୁହାଯାଇଛି ।

ଦେଶକୁ ସଂକ୍ରମଣ ବିଶେଷ ଭାବେ ଦୁଇଟି ମାଧ୍ୟମ ଦେଇ ଆସିଛି । ୟୁରୋପ ଓ ଦକ୍ଷୀଣ ପୂର୍ବ ଏସିଆ । ଏହା ପ୍ରାରମ୍ଭିକ ସ୍ରୋତ ବୋଲି ଜଣାପଡିବା ପରେ ଏହାର ପ୍ରକାର ଉପରେ ଏବେ ଗବେଷଣା ଜାରି ରହିଛି । ଭୂତାଣୁ ସଂକ୍ରମଣର ସଂଖ୍ୟା ବଢିଲେ, ଅର୍ଥାତ୍ ଗୋଟିଏ ପ୍ରକାରର କରୋନା ଭୂତାଣୁ ଅଧିକ ସଂଖ୍ୟକ ଶରୀରରୁ ସଂକ୍ରମିତ ହେଲେ ଏହାର କ୍ଷମତା ବଢିଥାଏ । ଏଭଳି ହେବା ଦ୍ୱାରା ବାରମ୍ବାର ଭୂତାଣୁର ଡିଏନଏ ବାରମ୍ୱାର ବିକଶିତ ହେବା ସହ ମଣିଷ ଶରୀର ସଂଶ୍ପର୍ଷରେ ଆସି ଭିନ୍ନ ଭିନ୍ନ ଓ ଶକ୍ତ ପ୍ରକାରରେ ପ୍ରସ୍ତୁତ ହୁଏ ।

ଅନ୍‌ଲାଇନ୍‌ ପାଠପଢ଼ାର ଦୁରୁପୋଯୋଗ: ହ୍ୱାଟସ୍‌ ଆପ୍‌ରେ ଅଶ୍ଳୀଳ ମେସେଜ୍ ପଠାଇଲେ ଶିକ୍ଷକ

ଭୁବନେଶ୍ୱର : ହ୍ଵାଟ୍ସଆପରେ ଅନଲାଇନ ପାଠପଢ଼ା ବେଳେ ଆସିଲା ଅଶ୍ଳୀଳ ମେସେଜ। ଅଶ୍ଳୀଳ ମେସେଜ ପଠାଇଲେ ସ୍କୁଲ୍‌ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କଟକ ଦରଘା ବଜାରରେ ଥିବା ଏକ ସ୍କୁଲ୍‌ରେ। ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତ ୩୦ ତାରିଖରେ କଟକ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ନାୟକ ପଞ୍ଚମ ଶ୍ରେଣୀ ଅନଲାଇନ ପାଠ ପଢା ହେଉଥିବା ବେଳେ, ହ୍ଵାଟ୍ସଆପ ଗ୍ରୁପ୍ ରେ ଅଶ୍ଲୀଳ ଫଟୋ ଓ ମେସେଜ ପଠାଇ ଥିବାର ଅଭିଯୋଗ ହୋଇଛି। ଏହା ଏକ ଲଜ୍ଜା ଜନକ ବିଷୟ ଏବଂ କୋମଳମତୀ ଛାତ୍ର ଓ ଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ଆଜି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଗଣମାଧ୍ୟମକୁ କହିଛନ୍ତି। ଏହାକୁ ଘୋର ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।  ଅପରପକ୍ଷରେ ଏ ସମ୍ପର୍କରେ ସୋସିଆଲ ମିଡ଼ିଆରୁ ଖବର ପାଇବା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ଭବ ହେଉନଥିବା ବେଳେ ଅନ୍‌ଲାଇନ ଶକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏଣୁ ବିଭିନ୍ନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ । ଏହାରି ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଆଚରଣ ଚିନ୍ତାଜନକ ।

କରୋନାର କାଳ : ମୁମ୍ବାଇରେ ପ୍ରସ୍ତୁତ ମାସ୍କ ମାରିବ କୋରନା ଭାଇରସ୍‌…ଭାରତ ଓ ଆମେରିକା ଲ୍ୟାବରୁ ମିଳିଲା ସବୁଜ ସଙ୍କେତ