ଅନ୍‌ଲାଇନ୍‌ ପାଠପଢ଼ାର ଦୁରୁପୋଯୋଗ: ହ୍ୱାଟସ୍‌ ଆପ୍‌ରେ ଅଶ୍ଳୀଳ ମେସେଜ୍ ପଠାଇଲେ ଶିକ୍ଷକ

ଭୁବନେଶ୍ୱର : ହ୍ଵାଟ୍ସଆପରେ ଅନଲାଇନ ପାଠପଢ଼ା ବେଳେ ଆସିଲା ଅଶ୍ଳୀଳ ମେସେଜ। ଅଶ୍ଳୀଳ ମେସେଜ ପଠାଇଲେ ସ୍କୁଲ୍‌ ପ୍ରଧାନ ଶିକ୍ଷକ। ଘଟଣା ଘଟିଛି କଟକ ଦରଘା ବଜାରରେ ଥିବା ଏକ ସ୍କୁଲ୍‌ରେ। ଯାହାକୁ ନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତ ୩୦ ତାରିଖରେ କଟକ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ନାଥ ନାୟକ ପଞ୍ଚମ ଶ୍ରେଣୀ ଅନଲାଇନ ପାଠ ପଢା ହେଉଥିବା ବେଳେ, ହ୍ଵାଟ୍ସଆପ ଗ୍ରୁପ୍ ରେ ଅଶ୍ଲୀଳ ଫଟୋ ଓ ମେସେଜ ପଠାଇ ଥିବାର ଅଭିଯୋଗ ହୋଇଛି। ଏହା ଏକ ଲଜ୍ଜା ଜନକ ବିଷୟ ଏବଂ କୋମଳମତୀ ଛାତ୍ର ଓ ଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ଆଜି ସ୍ଥାନୀୟ ଅଞ୍ଚଳର ପୂର୍ବତନ କର୍ପୋରେଟର ଅରୁଣ ସେଠୀ ଗଣମାଧ୍ୟମକୁ କହିଛନ୍ତି। ଏହାକୁ ଘୋର ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।  ଅପରପକ୍ଷରେ ଏ ସମ୍ପର୍କରେ ସୋସିଆଲ ମିଡ଼ିଆରୁ ଖବର ପାଇବା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ଭବ ହେଉନଥିବା ବେଳେ ଅନ୍‌ଲାଇନ ଶକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏଣୁ ବିଭିନ୍ନ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ । ଏହାରି ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଆଚରଣ ଚିନ୍ତାଜନକ ।

କରୋନାର କାଳ : ମୁମ୍ବାଇରେ ପ୍ରସ୍ତୁତ ମାସ୍କ ମାରିବ କୋରନା ଭାଇରସ୍‌…ଭାରତ ଓ ଆମେରିକା ଲ୍ୟାବରୁ ମିଳିଲା ସବୁଜ ସଙ୍କେତ

Leave a Reply