ମହାମାରୀ ସମୟରେ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ବିଏମ୍‌ସି କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢ଼େଇ ନେଇ ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହାକୁ ପାଳନ କରିବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପରାମର୍ଶ । ଏଥିସହିତ କରୋନା ମହାମାରୀ ସମୟରେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ମଧ୍ୟ କମିଶନର ଅପିଲ୍ କରିଛନ୍ତି । ଥରକେ ୩ ରୁ ୪ ଦିନ ପାଇଁ ସଉଦା କିଣିବା ସହିତ ଅନ୍‌ଲାଇନ୍ ଡେଲିଭରୀକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି କମିଶନର । ଏଥିସହିତ ଗହଳି ଥିବା ସ୍ଥାନରୁ ଦୂରେଇ ରହିବା ସହ ଯେତେଦୂର ସମ୍ଭବ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହିଛନ୍ତି । ଯାହା ଫଳରେ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ । ଏଥିସହିତ ମହାମାରୀ ସମୟରେ କୌଣସି ପ୍ରକାର ଗୁଜବ ପ୍ରଚାରରେ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ ।

          ଏଥିସହିତ ବସ୍ତି ଅଞ୍ଚଳରେ ସଂକ୍ରମଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିସହିତ କିଛି ବସ୍ତି ପକ୍ଷରୁ ନିଜ ଅଞ୍ଚଳରୁ ନିଜ ପକ୍ଷରୁ ସାନିଟାଇଜେସନ୍ କରାଯାଉଥିବା ମଧ୍ୟ କହିଛନ୍ତି କମିଶନର ।

ଅପରପକ୍ଷରେ ରାଜଧାନୀରେ ବଜାର ଅଞ୍ଚଳ ଏବେ ସବୁଠୁ ଚ୍ୟାଲେଞ୍ଜିଂ ହୋଇଛି । ୟୁନିଟ ୱାନ୍ ହାଟ ହେଉ କି ମାର୍କେଟ ବିଲଡିଂ କିମ୍ବା ମାଛ ମାର୍କେଟ, ସବୁଠି ସଂକ୍ରମଣର ଭୟ ସର୍ବାଧିକ । ଆଳୁ ଗଦିରେ ଜଣଙ୍କ ଠାରୁ ୪୧ଜଣ ସଂକ୍ରମିତ ହୋଇଥିବା ବେଳେ ଚାରି ନମ୍ବର ମାଛ ମାର୍କେଟରେ କେବଳ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିପାଇଁ ଭୁବନେଶ୍ୱର ମହାନଗର ଭୁବନେଶ୍ୱରର ସବୁ ମାର୍କେଟ ସଂଘ ସହ ଆଲୋଚନା କରିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ହେଲେ ବଜାର ଅଞ୍ଚଳରେ ସଂକ୍ରମଣକୁ ରୋକିବାକୁ ବ୍ୟବସାୟୀ ସଂଘର ଦାୟିତ୍ୱ ଯେତିକି ସାଧାରଣ ଲୋକଙ୍କ ମଧ୍ୟ ସେତିକି ଦାୟିତ୍ୱ ରହିଛି । ବଜାରରେ ଅଯଥା ଭିଡ଼ ନକରି ସାମାଜିକ ଦୂରତା ଓ ମାସ୍କ ନିଶ୍ଚୟ ପିନ୍ଧିବାକୁ ଆଜି ପୁଣି ଥରେ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହିତ ବାରମ୍ବାର ହାଟ ବଜାର ଯିବା ପରିବର୍ତ୍ତେ ଅନଲାଇନ ସପିଂ ସୁରକ୍ଷିତ ବୋଲି ବିଏମସି କହିଛି । ବସ୍ତି ଅଞ୍ଚଳରେ ସ୍ଥିତି ସୁଧୁରୁଛି । ଘରୋଇ ହସ୍ପିଟାଲଗୁଡିକ ଏବେ ବି ଚ୍ୟାଲେଞ୍ଜଂ । ବୟସ୍କ ଓ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟାରେ ଥିବା ବ୍ୟକ୍ତିମାନେ ସଚେତକ ଆପର ସହଯୋଗ ନେବାକୁ ବିଏମସି କମିଶନର ନିବେଦନ କରିଛନ୍ତି ।

ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ

Leave a Reply