spot_img
Home Blog Page 6679

ଶ୍ରୀଲଙ୍କା ନିର୍ବାଚନ: ରାଜପାକ୍ଷେଙ୍କୁ ବଧେଇ ଜଣାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କୁ ସିଏଚ୍ଇ ମହିନ୍ଦା ରାଜପାକ୍ଷେଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ ଏବଂ ଶ୍ରୀଲଙ୍କାରେ ପାର୍ଲାମେଣ୍ଟ ନିର୍ବାଚନର ସଫଳ ଆୟୋଜନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ କହିଛନ୍ତି- “ଧନ୍ୟବାଦ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଆପଣଙ୍କ ସହ କଥା ହୋଇ ଖୁସି । ପୁଣି ଥରେ ଅନେକ ଅଭିନନ୍ଦନ। ଆମେ ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରକୁ ଆଗକୁ ନେଇ ଆମର ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟେଲିଫୋନରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ କହିଛନ୍ତି ଅଭିନନ୍ଦନ ଡାକରା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ । ଶ୍ରୀଲଙ୍କା ବାସୀଙ୍କ ଦୃଢ଼ ସମର୍ଥନ ସହିତ ମୁଁ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ସହଯୋଗକୁ ଆହୁରି ବଢ଼ାଇବା ପାଇଁ ଆପଣଙ୍କ ସହ କାମ କରିବାକୁ ଚାହୁଁଛି ।

COVID-19 ମହାମାରୀର ପ୍ରତିବନ୍ଧକ ସତ୍ତ୍ୱେ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ସରକାର ଏବଂ ନିର୍ବାଚନ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ନିର୍ବାଚନରେ ​​ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ସେ ଶ୍ରୀଲଙ୍କାବାସୀଙ୍କୁ ପ୍ରଶଂସା କରିବା ସହ ଏହା କହିଛନ୍ତି ଯେ, ଏହା ଦେଶର ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି ।

ଆମେରିକାର ୩୪ ରାଜ୍ୟର ୪୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ: ଜାଣନ୍ତୁ ଭାରତ ପ୍ରତି କେତେ ବିପଦ ରହିଛି

ଓ୍ୱାସିଂଟନ: କରୋନା ଭୂତାଣୁ ପରେ ଆମେରିକାର ଅନେକ ରାଜ୍ୟରେ ନୂଆ ରୋଗ ବ୍ୟାପିବାରେ ଲାଗିଛି । ଲାଲ ଏବଂ ହଳଦିଆ ପିଆଜ ଦ୍ୱାରା ଏହି ରୋଗର ବ୍ୟାପୁଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୩୪ ଟି ରାଜ୍ୟରେ ୪୦୦ରୁ ଅଧିକ ଲୋକ ଏହି ରୋଗ ହେତୁ ଅସୁସ୍ଥ ହୋଇପଡ଼ିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଲୋକଙ୍କୁ ପିଆଜ ଖାଇବାରେ ସତର୍କତା ଅବଲମ୍ୱନ କରିବାକୁ ଚେତାବନୀ ଦେଇଛି । ଲାଲ ଏବଂ ହଳଦିଆ ପିଆଜ ଦ୍ୱାରା ସେଲ୍ମୋନେଲା ଭୂତାଣୁ ସଂକ୍ରମଣ ଆମେରିକାର ଅନେକ ରାଜ୍ୟରେ ବ୍ୟାପୁଛି । ଆମେରିକାର ବୃହତ୍ତମ ସ୍ୱାସ୍ଥ୍ୟ ଏଜେନ୍ସି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ସେଣ୍ଟର (ସିଡିସି) ଏକ ସତର୍କ ସୂଚନା ଜାରି କରିଛି  ।

US में फैल रही नई बीमारी, 34 राज्यों में 400 से ज्यादा बीमार, ये है वजह

ଥୋମସନ୍ ଇଣ୍ଟରନ୍ୟାସନାଲ୍ ନାମକ ଏକ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ପିଆଜ ନ ଖାଇବାକୁ ସିଡିସି ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହି ପିଆଜ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଏ, ତେବେ ତୁରନ୍ତ ଏହାକୁ ଉପଯୁକ୍ତ ସ୍ଥାନରେ ଫୋପାଡ଼ିଦିଅନ୍ତୁ । କାନାଡାରେ ‘ସେଲ୍ମୋନେଲା’ ବ୍ୟାକ୍ଟେରିଆ ସଂକ୍ରମଣର ମଧ୍ୟ ଘଟଣା ଘଟିଛି। ଏହି ଜୀବାଣୁ ହେତୁ ଏପର୍ଯ୍ୟନ୍ତ ୬୦ ଜଣ କାନାଡାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ କହିଛି ଯେ, ଆମେରିକାର ୩୪ ଟି ରାଜ୍ୟରେ ବ୍ୟାପିଥିବା ‘ସେଲ୍ମୋନେଲା’ ଲାଲ ପିଆଜ ସହିତ ସିଧାସଳଖ ସମ୍ପର୍କ ରଖିଛି ।

US में फैल रही नई बीमारी, 34 राज्यों में 400 से ज्यादा बीमार, ये है वजह

ଏହି ଭୂତାଣୁ ଯୋଗୁଁ ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏହାର ଲକ୍ଷଣଗୁଡିକ ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେ କୌଣସି ସମୟରେ ଦେଖାଯାଏ । ସେଲ୍ମୋନେଲା ବ୍ୟାକ୍ଟେରିଆ କାରଣରୁ ପ୍ରାୟତଃ ୫ ବର୍ଷରୁ ଅଧିକ ପିଲା କିମ୍ବା ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ ।  ଯଦି ଅଧିକ ଗମ୍ଭୀର ସଂକ୍ରମଣ ହୁଏ, ତେବେ ଏହା ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ । ପିଆଜ ଯୋଗୁଁ ସଂକ୍ରମଣ ବ୍ୟାପିବା କାରଣରୁ ଆମେରିକା ଏବଂ କାନାଡାକୁ ଯୋଗାଉଥିବା କମ୍ପାନୀ ଥୋମସନ୍ ଇଣ୍ଟରନ୍ୟାସନାଲ୍ କହିଛି ଯେ, ସେମାନେ ଜାଣିଛନ୍ତି ଯେ ସେମାନଙ୍କର ପିଆଜ ଏହି ରୋଗ ସୃଷ୍ଟି କରୁଛି | ସେଥିପାଇଁ ସେ ଯେଉଁଠି ପିଆଜ ପଠାଇଲେ, ସେ ସେଠାରୁ ସେଠାରୁ ଫେରାଇ ଆଣିଛନ୍ତି । ତେବେ ଏହି କମ୍ପାନୀଠାରୁ ଭାରତକୁ କୌଣସି ପିଆଜ ଆମଦାନୀ ହେଉନଥିବାରୁ ଭାରତ ପ୍ରତି ଏହି ପିଆଜ ଦ୍ୱାରା ଭାଇରସ୍ ବ୍ୟାପିବାର ଆଶଙ୍କା ନାହିଁ ।

ଚୀନରେ ବ୍ୟାପୁଛି ଆଉ ଏକ ଭାଇରସ ଯାହା କରୋନା ପରି ଭୟଙ୍କର, ଜାଣନ୍ତୁ ଏହାର ଲକ୍ଷଣ…

ଦେଶର ଶ୍ରେଷ୍ଠ ଶହେ ତାଲିକାରେ ଓଡ଼ିଶାର ୧୧ଟି ଆଇଟିଆଇ, ୫ ସରକାରୀ ଓ ୬ ବେସରକାରୀ…….

0

ଭାରତର ଶହେ ଶ୍ରେଷ୍ଠ ଆଇଟିଆଇ  ତାଲିକାରେ ଓଡିଶାର ୧୧ଟି କଲେଜ୍ ସ୍ଥାନ ପାଇଛି । ୧୧ଟି ମଧ୍ୟରୁ ୫ଟି ସରକାରୀ ଓ ୬ଟି ବେସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ । ମୟୂରଭଞ୍ଜର ତକତପୁର, ଯାଜପୁର, ଝାରସୁଗୁଡ଼ା, ପୁରୀ ଓ ଗଞ୍ଜାମ ଜିଲ୍ଲାର କଲେଜ ତାଲିକାରେ ସ୍ଥାନ ପାଇଛନ୍ତି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଆଇଟିଆଇ କଲେଜ ତାଲିକାରେ ରହିଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଆଇଟିଆଇ ମଧ୍ୟ ଶ୍ରେଷ୍ଠ ଶହେ ତାଲିକାରେ ରହିଛି ।

ଉଲ୍ଲେଖଯୋଗ୍ୟ ରାଜ୍ୟରେ ଚାଲୁଥିବା ଶିଳ୍ପ ତାଲିମ କେନ୍ଦ୍ର ଭଲ ପ୍ରଦର୍ଶନ କରୁଛି । ପ୍ରତିବର୍ଷ ତାଲିମ ନେଇ ଛାତ୍ରଛାତ୍ରୀମାନେ ନିଯୁକ୍ତି ସୁଯୋଗ ପାଉଥିବା ବେଳେ ସ୍ୱାବଲମ୍ୱୀ ହେଉଛନ୍ତି । ଜାତୀୟ ସ୍ତରର ଶ୍ରେଷ୍ଠ ଶହେ ତାଲିକାରେ ଉଭୟ ସରକାରୀ ଓ ବେସରକାରୀ ଆଇଟିଆଇ ରହିଛି । ବେସରକାରୀ ଆଇଟିଆଇ ଗଲା କିଛି ବର୍ଷ ହେବ ଭଲ ପ୍ରଦର୍ଶନ କରୁଛନ୍ତି ।

ଲଘୁଚାପ ଆସିଲା : ଦୁଇ ଦିନର ରାଜ୍ୟବ୍ୟାପୀ ଲଗାଣ ବର୍ଷା ପରେ ଖୁସିରେ ଚାଷୀ, ଟଳିଲା ମରୁଡ଼ି ଆଶଙ୍କା

0

ଚାଷୀଙ୍କ ପାଇଁ ଖୁସି ଖବର । ରାଜ୍ୟରୁ ଟଳିଲା ମରୁଡ଼ି ଆଶଙ୍କା । ଲଘୁଚାପ ବର୍ଷାରେ ଭିଜିଲା ଧରା । ଦୁଇ ଦିନରୁ ବଢିଛି ବର୍ଷାର ପରିମାଣ । ରାଜ୍ୟର ୧୯୬ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଯାହା ଚାଷ ପାଇଁ ସହାୟକ ହେବ । କେବଳ ଗଜପତି, ରାୟଗଡ଼ା ଓ ନୂଆପଡ଼ାରେ ବର୍ଷାର ପରିମାଣ କମ୍ ହୋଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଚାଷ ପାଇଁ ସମସ୍ତ ସରଞ୍ଜାମ ଚାଷୀଙ୍କ ପାଖକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କେଉଁଠି ବର୍ଷାଜନିତ ସମସ୍ୟା, ଉପୁଜେ,  ତ୍ୱରିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ଦୁଇ ଦିନ ଭିତରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଯାହା ଚାଷ ପାଇଁ ଅଧିକ ଅନୁକୂଳ ପାଣିପାଗ କରିବ । ଏହି ସମୟରେ ବେଉଷଣ କରିବା, ତଳି ପକାଇବା ଓ ଅନ୍ୟାନ୍ୟ ଚାଷ କାମ ପାଇଁ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ବର୍ଷା ଜଳକୁ ମୁଖ୍ୟ କିଆରୀରେ ବାନ୍ଧି ରଖି କାଦୁଅ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଅଧିକ ବର୍ଷା ଯୋଗୁ ଯେପରି ଜମି ନଷ୍ଟ ନ ହୁଏ, ଜଳ ନିଷ୍କାସନ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଦିଆଯାଇଛି ପରାମର୍ଶ  । ବର୍ଷା ପରେ ବାଇଗଣ, ଲଙ୍କା ଆଦି ଫସଲରେ ଝାଉଁଳା ଓ ମୂଳସଢା ରୋଗର ସମସ୍ୟା ବୃଦ୍ଧି ପାଇପାରେ । ଏଥିପାଇଁ ଆକ୍ରାନ୍ତ ଗଛ ଉପାଡ଼ି ନଷ୍ଟ କରିବାକୁ ପଡ଼ିବ । ଏକର ପ୍ରତି ୨୦୦ ମିଲିଲିଟର ଟେବୁକୋନାଜୋଲ ସହ ୨୦ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରିବାକୁ ହେବ । ହେଲେ ଅଧିକ ପରିମାଣର ଯବକ୍ଷାରଜାନ ଜାତୀୟ ରାସାୟନିକ ସାର ପ୍ରୟୋଗକୁ ବାରଣ କରାଯାଇଛି ।

ସୁନାମି ପ୍ରସ୍ତୁତିରେ ଓଡ଼ିଶା ଆଗରେ, ଦୁଇଟି ଗାଁରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ…

0

ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଆଗରେ ରହିଛି ଓଡିଶା । ଦେଶରେ ପ୍ରଥମ ରାଜ୍ୟ ଭାବେ ଦୁଇଟି ଗାଁରେ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ଓଡ଼ିଶା ସରକାର । ଗଂଜାମର ଭେଙ୍କଟରାଇପୁର ଓ ଜଗତସିଂହପୁର ନୋଳିଆ ସାହିରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଛି । କେନ୍ଦ୍ର ସରକାର ଏହି ଦୁଇ ଗାଁକୁ ସ୍ୱୀକୃତି ଦେଇଥିବା ବେଳେ,  ୟୁନେସ୍କୋ ସୁପାରିଶ କରିଛି । ଏଥିସହ ଏହି ଦୁଇ ଗାଁକୁ ମିଳିବ ୟୁନେସ୍କୋ-ଆଇଓସି ସାର୍ଟିଫିକେଟ ।

ଓସଡ଼ମା ସହ ଭର୍ଚୁଆଲ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମରେ ସରକାର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ସେହିଭଳି ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଆବଶ୍ୟକ ।

ସୁଶାନ୍ତ ସିଂହ ମାମଲାରେ ଏଫ୍‌ଆଇଆର ରୁଜୁ କଲା ସିବିଆଇ: ରିୟା ଓ ତାଙ୍କ ଭାଇ ନାଁ ସାମିଲ

ମୁମ୍ୱାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ହସ୍ତାନ୍ତର ହେବାର ଦିନକ ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ।  ୬ ଜଣଙ୍କ ସମେତ ଅନ୍ୟ କିଛି ଜଣଙ୍କ ନାଁରେ ଏଫ୍‌ଆଇଆର ରୁଜୁ କଲା ସିବିଆଇ । ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ସମେତ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅନ୍ୟ କିଛି ଜଣଙ୍କ ନାଁରେ ଏଫ୍‌ଆଇଆର ରୁଜୁ ହୋଇଛି । ସିବିଆଇ ପକ୍ଷରୁ ଆଇପିସିର ଧାରା ୩୦୬, ୩୪୧, ୩୪୨, ୪୨୦, ୪୦୬ ଏବଂ ୫୦୬ ଅନୁଯାୟୀ ଏଫ୍‌ଆଇଆର ଦାୟର କରାଯାଇଛି ।

            ଅଭିନେତ୍ରୀ ରିୟାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବାର ଅଭିଯୋଗ ମଧ୍ୟ ରହିଛି । ସୁଶାନ୍ତଙ୍କ ପିତା କେ.କେ ସିଂହ ପାଟଣାରେ ଏକ ଏଫ୍‌ଆଇଆର ଦାୟର କରିଥିଲେ ଯେଉଁଥିରେ ସେ ଏହି ସବୁ ଅଭିଯୋଗ କରିଥିଲେ । ବିହାର ସରକାରଙ୍କ ସୁପାରିସ୍ ପରେ ବୁଧବାର ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିଲା । ଆଉ ଏହାପରେ ତଦନ୍ତ ଚଳାଇଛି ସିବିଆଇ ।

ରିୟା ମତେ ପାଗଳଖାନା ପଠାଇବାକୁ ଚାହୁଁଛି…

ଆଜି ସୁସ୍ଥ ହେଲେ ୧୧୫୦, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୬ ହଜାର ୮୮୭

ପୁଣି ରାଜ୍ୟରେ ୧୧୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜିର ଦିନରେ ଗଞ୍ଜାମ ଜିଲ୍ଲାର ୨୯୦ ଜଣ, ଖୋର୍ଦ୍ଧାର ୧୯୭, ରାୟଗଡ଼ାର ୧୨୧, ସୁନ୍ଦରଗଡ଼ର ୭୬, ଯାଜପୁର ୪୭, କୋରାପୁଟର ୪୫, କଟକର ୪୪, ପୁରୀର ୪୦, ନୟାଗଡ଼ର ୩୫, କେନ୍ଦୁଝରର ୩୩, ବାଲେଶ୍ୱରର ୨୫, ସମ୍ୱଲପୁରର ୨୩, ବଲାଙ୍ଗିରର ୨୨ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ସେହିଭଳି ଭଦ୍ରକର ୧୫, କନ୍ଧମାଳର ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ୧୧ ଜଣ ଲେଖାଏଁ, ମାଲାନଗିରିର ୧୦, ନୂଆପଡ଼ାର ୮,  ବରଗଡ଼ର ୭, ଢ଼େଙ୍କାନାଳର ୬ ଓ ଅନୁଗୁଳ ଓ ସୋନପୁରରୁ ୫ଜଣ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏଯାବତ୍ ୨୬ ହଜାର ୮୮୭ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା: କହିଲେ, ତଥ୍ୟ ହଟାଇଲେ ସତ ବଦଳିବନି

ଲଦାଖ: ବାସ୍ତବିକ ନିୟନ୍ତ୍ରଣ ରେଖାରେ ଘଟିଥିବା ଗତିବିଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, ଭୁଲି ଯାଅନ୍ତୁ ଯେ, ଆମେ ଚୀନର ମୁକାବିଲା କରିବା, ପ୍ରଧାନମନ୍ତ୍ରୀଙ୍କ ସତ୍‌ସାହାତ ନାହିଁ ସେ ଚୀନର ନାଁ ବି ନେଇପାରିବେ ।

ରାହୁଲ ଗାନ୍ଧୀ ଏକ ଟ୍ୱିଟକୁ ସେୟାର କରିଛନ୍ତି । ଯେଉଁଥିରେ ଚୀନ ସୀମା ଅତିକ୍ରମ କରୁଥିବା କଥାକୁ ସ୍ୱୀକାର କରୁଥିବା କାଗଜପତ୍ରକୁ ପ୍ରତିରକ୍ଷା ମନ୍ତ୍ରାଳୟର ଓ୍ୱେବସାଇଟରୁ ହଟାଇଦିଆଯାଇଥିବା କୁହାଯାଇଛି । ସୂଚନା ଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ନିଜ ଓ୍ୱେବସାଇଟରେ ଏକ ଡକୁମେଣ୍ଟ ଅପଲୋଡ୍ କରିଥିଲେ । ଯେଉଁଥିରେ କୁହାଯାଇଥିଲା କି, ବହୁ ଅଞ୍ଚଳରେ ଚୀନ ସେନାର ଅନୁପ୍ରବେଶ ବଢ଼ିଛି । ଡକ୍ୟୁମେଣ୍ଟରେ ରକ୍ଷାମନ୍ତ୍ରାଳୟ ସ୍ୱୀକାର କରିଥିଲା ଯେ, ମଇ ମାସରେ ଚୀନ ଲଗାତାର ଏଲ୍ଏସିରେ ସୀମା ଅତିକ୍ରମ କରିଥିଲା । କିନ୍ତୁ ପରେ ରକ୍ଷାମନ୍ତ୍ରାଳୟ ଏହି ଡକ୍ୟୁମେଣ୍ଟକୁ ନିଜ ଓ୍ୱେବସାଇଟରୁ ହଟାଇଦେଇଛି ।

ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି ରକ୍ଷା ମନ୍ତ୍ରାଳୟ

ଏହି ଘଟଣାକୁ ନେଇ କଂଗ୍ରେସ ନେତା ଅଜୟ ମାକନ୍ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ଚୀନ ସେନା ଆମ ସୀମା ଅତିକ୍ରମ କରିଛି । ଆମ ସେନା ଏଲ୍ଏସିରେ ଲଢ଼େଇ କରୁଛି । କିନ୍ତୁ ସରକାରଙ୍କ ବୟାନ ବିଭ୍ରାନ୍ତିକର । ଆଇଟିବିପି ପଛକୁ ହଟୁଛି, କିନ୍ତୁ ଚୀନ ସେନା ମଧ୍ୟ ପଛକୁ ହଟୁନି ।

ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଆମ ସୀମା ମଧ୍ୟକୁ କେହି ବି ପଶିନାହାନ୍ତି । କେହିଁ ବି ଆମ ଜମିକୁ ଅକ୍ତିଆର କରିନାହାନ୍ତି । କିନ୍ତୁ ରକ୍ଷା ମନ୍ତ୍ରାଳୟ ନିଜ ଓ୍ୱେବସାଇଟ୍‌ରେ ଜୁନ୍‌ରେ ହୋଇଥିବା ଗତିବିଧି ନେଇ ସୂଚନା ଦେଇଛି । ପରେ ତାକୁ ହଟାଇଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କ’ଣ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି କି?

ଶ୍ରୀ ମାକନ୍ ଆହୁରୀ କହିଛନ୍ତି ଯେ, ଆମେ ଚାହୁଁଛୁ ସରକାର ନିଜ ଯୋଜନା ସମ୍ପର୍କରେ ଅବଗତ କରାନ୍ତୁ ।  ଯଦି ଅନୁପ୍ରବେଶ ଜାରି ରହିବ  ତାକୁ ନେଇ ଆମର କ’ଣ ପ୍ରସ୍ତୁତି ରହିଛି । ସରକାର ଏ ନେଇ ଅବଗତ କରାନ୍ତୁ । ଏଥିସହିତ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରାଯାଇଛି ।

ରାଜଧାନୀରେ ମାତୁଛନ୍ତି ଲୁଟେରା, ଆଇଆରସି ଏନ-୪ରେ ଚୋରି କରିବା ବେଳେ ଧରା ପଡ଼ିଲେ ମହିଳା….

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବିଶେଷ ଭାବେ ନୟାପଲ୍ଲୀ ଅଞ୍ଚଳରେ । ପ୍ରାୟତଃ ଭିଆପି ଓ ଭିଭିଆପି ଶ୍ରେଣୀର ଲୋକେ ଏଠି ରହୁଥିବା ହେତୁ ଲୁଟେରାଙ୍କ ପ୍ରାଦୂର୍ଭାବ ଏଇଠି ବଢ଼ିଛି । ତେବେ ଆଜି ଦୁଇ ଜଣ ମହିଳା ନୟାପଲ୍ଲୀର ଆଇଆରସି ଏନ୍-୪ରେ ଜଣଙ୍କ ଘରେ ପସି ଚୋରି କରୁଥିବା ବେଳେ ଧରା ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ମହିଳା ଉକ୍ତ ଘରର ୪ଟି ଗେଟକୁ ପାର କରି ଘର ଭିତରେ ପସିବାକୁ ସକ୍ଷମ ହୋଇଥିଲେ । ଏହାପରେ ମୋବାଇଲ ଧରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଘରର ମାଲିକ ତାଙ୍କୁ ଦେଖି ନେଇଥିଲେ । ମାଲିକ ବିଳମ୍ୱ ନକରି ଘରର ମୁଖ୍ୟ ଗେଟ୍ ବନ୍ଦ କରିଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଖସି ଯିବାରେ ସଫଳ ହୋଇଛି ।

Lady Lootera

ଏନେଇ ନନ୍ଦିଘୋଷ ଟିଭିରେ ଜାରି ହୋଇଥିବା ଏକ ଭିଡିଓରେ ଧରା ପଡିଥିବା ମହିଳା ଜଣକ ଘର ମାଲିକଙ୍କ ଗୋଡ ଧରି ଭୁଲ ମାଗୁଥିବା ବେଳେ ତାଙ୍କୁ ଛାଡ଼ି ଦେବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି । ତେବେ ଧରା ପଡ଼ିଥିବା ମହିଳା ଜଣଙ୍କୁ ଘର ମାଲିକ ନୟାପଲ୍ଲୀ ଥାନା ହେପାଜତରେ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗଲା କିଛି ଦିନ ହେବ ରାଜଧାନୀରେ ଚୋରୀ ବଢିବାରେ ଲାଗୁଛି ।  ଏଇ କିଛି ଦିନ ତଳେ ଉକ୍ତ ଆଇଆରସି ଭିଲେଜ ଅଞ୍ଚଳ ଭିତରରେ ପସି ବନ୍ଧୁକ ଦେଖାଇ ମହିଳା ପୋଲିସଙ୍କଠାରୁ ଟଙ୍କା ମଧ୍ୟ ଲୁଟ୍ ହୋଇଥିଲା ।

ପୋଲିସ୍ ସ୍ୱାମୀଙ୍କ ହତ୍ୟା ଯୋଜନା କରି ଧରାପଡ଼ିଲେ କନଷ୍ଟେବଲ ସ୍ତ୍ରୀ

ଆଜମଗଡ଼: ଯୁଗ ଥିଲା ଯେତେବେଳେ ଓଢଣା ଦେଇ ଘରେ ରହୁଥିଲେ ମହିଳା । ଏବେ କିନ୍ତୁ ସମୟ ବଦଳିଛି । ଖୁବ ସ୍ୱାଧୀନତା ମିଳିଛି ସେମାନଙ୍କୁ । କିନ୍ତୁ କିଛି କିଛି ମହିଳା ଏତେ ମାତ୍ରାରେ ଏହି ସ୍ୱାଧୀନତାକୁ ଉପଯୋଗ କରୁଛନ୍ତି ଯାହାଦ୍ୱାରା ବେଳେ ବେଳେ ଏମାନେ ଜଘନ୍ୟ ଅପରାଧ କରି ବସୁଛନ୍ତି । ନିକଟରେ ଜଣେ ମହିଳାଙ୍କୁ ନେଇ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା କନଷ୍ଟେବଲ କିଭଳି ଭାବରେ ନିଜ ସ୍ୱାମୀର ହତ୍ୟା ଯୋଜନା କରିଥିଲା, ତାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ମହିଳା ଜଣକ ଯୋଜନା କରି ଜଣେ ବ୍ୟକ୍ତିକୁ ବିବାହ କଲା, ଆଉ ବିବାହର ଦୁଇ ମାସ ମଧ୍ୟରେ ୪ ବର୍ଷ ଧରି ସମ୍ପର୍କ ଥିବା ଇନସପେକ୍ଟରଙ୍କ  ସହିତ ମିଶି ସ୍ୱାମୀକୁ ମାରିବା ପାଇଁ ଯୋଜନା କଲା । ଯେବେ ଏହି ବିଷୟରେ ମହିଳାର ସ୍ୱାମୀକୁ ସନ୍ଦେହ ହେଲା ସେ ସେହି ମହିଳାର ଅଜାଣତରେ ତା ମୋବାଇଲରେ ରେକର୍ଡିଂକୁ ଅନ କରିଦେଲେ ଏବଂ ସେ ଯେଉଁ କଥାବାର୍ତ୍ତା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ମହିଳା ଜଣକ ଏହି ବ୍ୟକ୍ତିଙ୍କ କୋଟି କୋଟି ଟଙ୍କା ହଡ଼ପ କରି ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା । ମହିଳାର ସ୍ୱାମୀ ୯୦୦ ରେକର୍ଡ଼ିଂ କ୍ଲିପ ଏବଂ ଦୃଢ ସାକ୍ଷୀ ସହିତ ପୋଲିସରେ ଅଭିଯୋଗ କଲେ । ଯେତେବେଳେ ଏହି ଘଟଣାରେ ସେହି ମହିଳା କନଷ୍ଟେବଲ ଏବଂ ପ୍ରେମୀ ଇନସପେକ୍ଟରକୁ ନିଲମ୍ବିତ କରାଗଲା ।

ବାସ୍ତବରେ ଏହି ପୂରା ଘଟଣା ବଲିୟା ଜିଲ୍ଲାରେ ରହୁଥିବା ସନ୍ତ କୁମାରଙ୍କର, ଯିଏ ଏବେ ଅଣ୍ଡର ଟ୍ରେନିଂ ପୋଲିସ ବିଭାଗରେ ଅଛନ୍ତି । ଆଜମଗଡ଼ରେ ସେ ମହିଳା କନଷ୍ଟେବଲ ବିକାଶ ଲତାଙ୍କୁ ଲକଡାଉନ ସମୟରେ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହରେ ସନ୍ତ କୁମାର ଖୁବ ଖୁସି ଥିଲେ । ଘରେ ଗୋଟିଏ ବୋଲି ପୁଅ,ବୁଢୀ ମା ଓ ଅର୍ଦ୍ଧ ବିକ୍ଷିପ୍ତ (ଆବନର୍ମାଲ) ବାପାଙ୍କ ମଧ୍ୟରେ ବୋହୁ ଆସିବାରୁ ଘର ସାରା ଖୁସିର ମାହୋଲ ଖେଳିଗଲା । ସନ୍ତ କୁମାରଙ୍କ ନିକଟରେ କୋଟି କୋଟି ଟଙ୍କା ଜମି ଥିଲା,ଯେଉଁଥିରେ ଚାଷ କରି ସେ ଖୁସିରେ ରହୁଥିଲେ । ନିକଟରେ ତାକୁ ପୋଲିସ ଚାକିରି ମଧ୍ୟ ମିଳି ଯାଇଥିଲା । ଆଜମଗଡ଼ ଜିଲ୍ଲାରେ ପୋଷ୍ଟିଂ ହୋଇଥିବା କାରଣରୁ ସେଠାରେ ସେମାନେ ଭଡ଼ାରେ ରହୁଥିଲେ । ସେଠାରେ ଥିବା ସମୟରେ ମହିଳା ଫୋନରେ କଥା ହେବା ପାଇଁ ଏକାନ୍ତ ସ୍ଥାନକୁ ଚାଲି ଯାଆନ୍ତି, ଯେଉଁ ଘଟଣା ସନ୍ତ କୁମାରଙ୍କୁ ସନ୍ଦେହ କରିବା ପାଇଁ ବାଧ୍ୟ କରିଥିଲା । ଯାହାପରେ ସେ ତାଙ୍କ ସ୍ତ୍ରୀର ମୋବାଇଲ ଫୋନରେ ରେକର୍ଡ଼ିଂ ଅନ କରି ବଲିୟା ଚାଲିଗଲେ । ସନ୍ତ ୧୦ ଦିନ ପରେ ଘରକୁ ଫେରିବା ବେଳକୁ ମହିଳାଙ୍କ ହାବଭାବରେ ପରିବର୍ତ୍ତନ ଦେଖିଲେ, ଯାହା ତାଙ୍କୁ ଠିକ ଲାଗିଲାନି। ସୁଯୋଗ ଦେଖି ସନ୍ତ ସମସ୍ତ ରେକର୍ଡ଼ିଂକୁ ଶେୟାର ଇଟ ମାଧ୍ୟମରେ ନିଜ ମୋବାଇଲକୁ ନେଇଗଲେ । ଆଉ ତା ପରେ ସାମ୍ନାକୁ ଆସିଲା ପୂରା ଘଟଣା । ଏହି ପୂରା ରେକର୍ଡ଼ିଂରେ ପ୍ରେମିକ ଇନସପେକ୍ଟରର କଥାବାର୍ତ୍ତା ଥିଲା । ଏହା ସହିତ ମହିଳା କନଷ୍ଟେବଲଙ୍କ ଭଉଣୀ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିଲା ।

କିଭଳି ଭାବରେ ପ୍ରଥମେ ଯୌତୁକ ନିର‌୍ୟାତନାର ଅଭିଯୋଗ ଆଣି ପରବର୍ତ୍ତୀ ମୁହୂର୍ତ୍ତରେ ହତ୍ୟା କରି ମୃତ ଶରୀରକୁ ଫିଙ୍ଗି ଦେବାର ପୂରା ଯୋଜନା କରାଯାଇଥିଲା ସେ ସବୁକିଛି ଜାଣିବାକୁ ପାଇଲେ ସନ୍ତ । ତେବେ ଜମି ବିକ୍ରି କରି ଏକ ମଲ କରିବା ପାଇଁ ସନ୍ତଙ୍କୁ କହୁଥିଲା ତାଙ୍କ ପତ୍ନି । ସେ ମନା କରିବା ପରଠାରୁ ତା ବ୍ୟବହାରରେ ପରିବର୍ତ୍ତନ ଦେଖା ଦେଇଥିଲା । ଏବେ ମହିଳା କନଷ୍ଟେବଲ ଏବଂ ତା ପ୍ରେମିକ ରାମ ସୂରତ ଯାଦବ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଏସପି ପୂରା ଘଟଣାକୁ ତଦନ୍ତ କରି ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ।