ରିୟା ମତେ ପାଗଳଖାନା ପଠାଇବାକୁ ଚାହୁଁଛି…

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ଆଖି ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ମଧ୍ୟ ପ୍ରକାଶ ପାଇଛି  । ଏହି କଲ୍ ଡିଟେଲ୍ସ ଅନୁଯାୟୀ, ଯେତେବେଳେ ସୁଶାନ୍ତ ୨୦୨୦ ମସିହା ଜାନୁୟାରୀ ୨୦ ରୁ ୨୪  ପର୍ଯ୍ୟନ୍ତ ତାଙ୍କ ଭଉଣୀ ରାନୀଙ୍କୁ ଭେଟିବାକୁ ଚଣ୍ଡିଗଡ଼ ଯାଇଥିଲେ, ରିୟା ୫ ଦିନରେ ପ୍ରାୟ ୨୫ ଥର କଲ୍ କରିଥିଲେ ।

ସୂଚନାନୁସାରେ, ସୁଶାନ୍ତ ନଭେମ୍ବରରେ ତାଙ୍କ ଭଉଣୀଙ୍କ ସାହାଯ୍ୟ ମାଗିଥିଲେ ଏବଂ ଚଣ୍ଡିଗଡ଼ ଯିବା ପାଇଁ ତାଙ୍କ ତିନି ଭଉଣୀଙ୍କ ସହ ଟିକେଟ ମଧ୍ୟ ବୁକ୍ କରିଥିଲେ। ତେବେ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବ୍ଲାକମେଲ କରିଥିଲେ ଏବଂ ଚଣ୍ଡିଗଡ଼ ନଯିବାକୁ କହିଥିଲେ ।

ତା’ପରେ ଡିସେମ୍ବରରେ ସୁଶାନ୍ତ ଏକ ନୂଆ ନମ୍ବରରୁ କଲ କରି ସାହାଯ୍ୟ ମାଗିଥିଲେ। ସୁଶାନ୍ତ କହିଛନ୍ତି ଯେ ରିୟା ଏବଂ ତାଙ୍କ ପରିବାର ତାଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇବାକୁ ଚେଷ୍ଟା କରୁଛନ୍ତି । ସେ ମେଣ୍ଟାଲ ହସ୍ପିଟାଲ ଯିବାକୁ ଚାହାଁନ୍ତି ନାହିଁ । ସେ ମୁମ୍ବାଇ ଛାଡ଼ି ହିମାଚଳରେ ସେଟେଲ ହେବାକୁ କହିଥିଲେ ।

ତେବେ ସୁଶାନ୍ତ ରିୟାଙ୍କ କଥା ନଶୁଣି ଚଣ୍ଡିଗଡ ଯାଇଥିଲେ । ସେ କାର ନିଜେ ଡ୍ରାଇଭ୍ କରି ଚଣ୍ଡିଗଡ ଯାଇଥିଲେ ।  ଭୁଲ ଔଷଧ ସେବନ ହେତୁ ସେ କ୍ଲାଷ୍ଟ୍ରୋଫୋବିୟାର ଶିକାର ହୋଇଥିଲେ । ଚଣ୍ଡିଗଡରେ ସେ ୨ ଦିନ ରହିଥିଲେ । ସିଦ୍ଧାର୍ଥ ପିଠାନି ରିୟାଙ୍କୁ ତାଙ୍କ ଆଗମନ ବିଷୟରେ କହିଥିଲେ, ଏହା ପରେ ରିୟା ତାଙ୍କୁ ଫେରି ଆସିବା ପାଇଁ ବ୍ଲାକମେଲ କରିଥିଲେ ଏବଂ ୩-୪ ଦିନରେ ତାଙ୍କୁ ୨୫ ଥର ଫୋନ କରିଥିଲେ।

ଦିନକୁ ଦିନ ରହସ୍ୟମୟ ହୋଇଚାଲିଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା

ଜଣାଇ ରଖୁଛୁ ଯେ, ସୁସାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ୨୦୨୦ ମସିହା ଜୁନ ୧୪ ତାରିଖରେ ହୋଇଥିଲା । ତାଙ୍କୁ ମୁମ୍ବାଇ ସ୍ଥିତ ବାସଭବନରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ସୂଚନା ମୁତାବକ ସୁଶାନ୍ତ ଡିପ୍ରେସନର ଶିକାର ଥିଲେ । ଅବଶ୍ୟ ସେ କାହିଁକି ଏତେ ବଡ଼ ପଦକ୍ଷେପ ନେଲେ ତାର ଏଯାବତ କୌଣସି ପୁଷ୍ଟି ହୋଇନାହିଁ ।

ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ବଲିଉଡ଼ରେ ନେପୋଟିଜମ ଏବଂ ଗ୍ରୁପିଜମକୁ ନେଇ ହୋଇଥିବା ଜଣାପଡ଼ୁଥିଲା କିନ୍ତୁ ସୁଶାନ୍ତଙ୍କ ବାପା ରିୟା ଚର୍କବର୍ତ୍ତୀ ବିରୋଧରେ FIR ଦେବା ପରେ ମାମଲାର ମୋଡ଼ ପରିବର୍ତ୍ତନ ହୋଇଥିଲା ।

Leave a Reply