ଶ୍ରୀଲଙ୍କା ନିର୍ବାଚନ: ରାଜପାକ୍ଷେଙ୍କୁ ବଧେଇ ଜଣାଇଲେ ମୋଦି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କୁ ସିଏଚ୍ଇ ମହିନ୍ଦା ରାଜପାକ୍ଷେଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ ଏବଂ ଶ୍ରୀଲଙ୍କାରେ ପାର୍ଲାମେଣ୍ଟ ନିର୍ବାଚନର ସଫଳ ଆୟୋଜନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ କହିଛନ୍ତି- “ଧନ୍ୟବାଦ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଆପଣଙ୍କ ସହ କଥା ହୋଇ ଖୁସି । ପୁଣି ଥରେ ଅନେକ ଅଭିନନ୍ଦନ। ଆମେ ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରକୁ ଆଗକୁ ନେଇ ଆମର ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟେଲିଫୋନରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ କହିଛନ୍ତି ଅଭିନନ୍ଦନ ଡାକରା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ । ଶ୍ରୀଲଙ୍କା ବାସୀଙ୍କ ଦୃଢ଼ ସମର୍ଥନ ସହିତ ମୁଁ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ସହଯୋଗକୁ ଆହୁରି ବଢ଼ାଇବା ପାଇଁ ଆପଣଙ୍କ ସହ କାମ କରିବାକୁ ଚାହୁଁଛି ।

COVID-19 ମହାମାରୀର ପ୍ରତିବନ୍ଧକ ସତ୍ତ୍ୱେ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ସରକାର ଏବଂ ନିର୍ବାଚନ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ନିର୍ବାଚନରେ ​​ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ସେ ଶ୍ରୀଲଙ୍କାବାସୀଙ୍କୁ ପ୍ରଶଂସା କରିବା ସହ ଏହା କହିଛନ୍ତି ଯେ, ଏହା ଦେଶର ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି ।

Leave a Reply