spot_img
Home Blog Page 6667

ରାଜ୍ୟର ଜିଏସଟି ଦାବି ଉଠାଇଲେ ଅମର ପଟ୍ଟନାୟକ, ନିର୍ମଳାଙ୍କୁ ଦେଖା ହୋଇ ଜଣାଇଲେ ପ୍ରବାସୀ ଶ୍ରମିକଙ୍କ ଦୁଃଖ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଭେଟିଛନ୍ତି । GSTକୁ ନେଇ ବାକିଥିବା ଅର୍ଥ ମିଳିବା ଉପରେ ଆଲୋଚନା ହୋଇଛି । ସେହିଭଳି କରୋନା ପ୍ରଭାବରେ ରାଜ୍ୟରେ ହୋଟେଲ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ତେବେ ସାକ୍ଷାତ ସମ୍ପର୍କରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ସଂସଦରେ ସମୟ ଅଭାବ ହେତୁ ଏହି ପ୍ରସଙ୍ଗ ଉଠିପାରିନଥିଲା ।

ତେଣୁ ବାଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସାକ୍ଷାତକାର କରିବାକୁ ନିଷ୍ପତ୍ତି ନେଇଥିଲି । ସାକ୍ଷାତକାରରେ ପ୍ରମୁଖ ଭାବେ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା କରିଛି । ପ୍ରଥମଟି ହେଉଛି ଜିଏସଟି । ଜିଏସଟି ବାବଦକୁ ରାଜ୍ୟ ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ରାଶି ବକେୟା ଫେରିପାଇବାକୁ ଥିବା ବେଳେ ଏପ୍ରିଲରୁ ଜୁନ ମଧ୍ୟରେ ୩୭୦୦ କୋଟି ଟଙ୍କା କେନ୍ଦ୍ର ପାଖରେ ବକେୟା ରହିଛି । ଏଣୁ ଏରାଶି ରାଜ୍ୟ କେବେ ଫେରିପାଇବ ସେ ନେଇ ଅଲୋଚନା ହୋଇଥିଲା । ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ରାଜ୍ୟ ଲେଖିଥିବା ସମସ୍ୟା ମଧ୍ୟରୁ ଅନେକ କଥା ଧାର୍ଯ୍ୟ ଓ ଆଲୋଚନାଯୋଗ୍ୟ ।

ତେବେ ଜିଏସଟି କାଉନସିଲ ବୈଠକରେ ଆଲୋଚନା ହେବା ପରେ ହିଁ ଏନେଇ କିଛି ଚୁଡ଼ାନ୍ତ ନିଷ୍ପତ୍ତି ନେଇହେବ । ଏଣୁ ଏହି ଘଟଣାକୁ ଡିଏସଟି କାଉନସିଲରେ ଉପସ୍ଥାପିତ କରାଯିବ । ଏହାପରେ ସାଂସଦ ଅମର ପଟ୍ଟନାୟକ ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାହା ଥିଲା ହୋଟେଲ ଶିଳ୍ପ ଓ ଶ୍ରମିକଙ୍କୁ ନେଇ ଥିବା ସମସ୍ୟା । ସାଂସଦଙ୍କ କହିବା ଅନୁଯାୟୀ, ସେ ରାଜ୍ୟର ହୋଟେଲ ଶିଳ୍ପ ସମ୍ୱନ୍ଧୀତ ଅନେକ ସଙ୍ଗଠନ ଓ ଶ୍ରମିକ ସଙ୍ଗଠନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୋରାଟୋରିୟମ ସମୟ ସୀମାକୁ ନେଇ ସଙ୍ଗଠନଗୁଡ଼ିକର ସମସ୍ୟା ରହିଛି ।

ମୋରାଟୋରିୟମ ପରିୟଡକୁ ଆହୁରି ୨ ବର୍ଷ ବଢାଇପାରିଲେ ହୋଟେଲ ଶିଳ୍ପ ଓ ରିଏଲଷ୍ଟେଟ ଶିଳ୍ପ ସ୍ୱାଭାବିକ ଭାବେ ପରିଚାଳିତ ହୋଇପାରିବ । ଏସମ୍ୱନ୍ଧରେ ଅର୍ଥମନ୍ତ୍ରୀ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।  ଏହାବ୍ୟତୀତ ସେ ଅନ୍ୟ ଏଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଅର୍ଥମନ୍ତ୍ରୀଙ୍କୁ ସେ ଏକ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ମନ୍ତ୍ରାଳୟ ଗଠନ ସମୟରେ ପ୍ରସ୍ତାବ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ତାଇବାନକୁ ଡରାଇବା ପାଇଁ ଚୀନର ଯୁଦ୍ଧାଭ୍ୟାସ, ଏକା ସାଙ୍ଗରେ ଛାଡ଼ିଲା ଏକାଧିକ କ୍ଷେପଣାସ୍ତ୍ର

ବେଜିଂ: ଭାରତ ଏବଂ ଆମେରିକା ସହିତ ଚୀନର ତାଇବାନ ସହିତ ସମ୍ପର୍କ ମଧ୍ୟ ଭଲ ନୁହେଁ । ଚୀନ ଆରମ୍ଭରୁ ଏହାକୁ ନିଜର ଅଂଶ ବୋଲି ଦାବି କରି ଆସୁଛି । ଏବେ ତାଇବାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବାର ପ୍ରଭାବ ଚୀନ ଉପରେ ପଡ଼ିଛି । ଚୀନ ନିଜ ସେନାକୁ ଲଗାତାର ଯୁଦ୍ଧ ଅଭ୍ୟାସ ବାହାନାରେ ଦ୍ୱୀପ ଦେଶକୁ ବାର୍ତ୍ତା  ଦେବାକୁ ମୃତୟନ କରିଛି । ନିକଟରେ ଚୀନର ପିଏଲଏ ଏକା ସାଙ୍ଗରେ କେତେକ ମିସାଇଲ ଛାଡ଼ି ଶକ୍ତି ପ୍ରଦର୍ଶନ କରିଛି ।


ଚୀନ ମିଡିଆ ଏହି ଯୁଦ୍ଧାଭ୍ୟାସର ଭିଡ଼ିଓ ଶେୟାର କରିଛି । ରକେଟ ଫୋର୍ସ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଟ୍ରେନିଂ ଫିଲ୍ଡରେ କମ୍ବାଟ ଟ୍ରେନିଂ ଡ୍ରିଲ କଲେ । ଏହି ସମୟରେ ଏକାଧିକ ମିସାଇଲ ଛଡ଼ାଗଲା । ଏହା ପୂର୍ବରୁ ଶୁକ୍ର-ଶନିବାରକୁ ଚୀନ ୪୦ ଥର ତାଇବାନ ସୀମା ନିକଟକୁ ଯୁଦ୍ଧ ଜାହଜ ପଠାଇଥିଲା । ଏହା ଜବାବରେ ତାଇବାନ ଉକ୍ତ ଆକ୍ରମଣର ଜବାବ ଦେବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲା ।

ଚୀନ ଜାଣିଶୁଣି ପୂର୍ବ ଏସିଆରେ ବିବାଦ ବଢାଇବା ପାଇଁ ଉଦ୍ୟମ କରୁଛି ବୋଲି ବୟାନ ଦେଇଛନ୍ତି ତାଇବାନ ରାଷ୍ଟ୍ରପତି । ସାଇ ଇଙ୍ଗ୍‌ବେନ୍ ‌କହିଛନ୍ତି କି ସେ ଉକ୍ତ ଅଞ୍ଚଳ ଉପରେ ନଜର ରଖିଛନ୍ତି ।

ଡ୍ରଗ୍ସ ଚାଟ୍ ଗ୍ରୁପର ଆଡମିନ୍ ଥିଲେ ଦୀପିକା ! ଜାଣନ୍ତୁ କିଏ କିଏ ଥିଲେ ସଦସ୍ୟ…

ମୁମ୍ବାଇ: ଡ୍ରଗ୍ସ ବିବାଦରେ ଫସିଥିବା ଦୀପିକା ପାଦୁକୋନକୁ ନେଇ ଆଉ ଏକ ଚମକାଇଦେବା ଭଳି ଖୁଲାସା ହୋଇଛି । ସୂଚନା ମୁତାବକ ଦୀପିକା ପାଦୁକୋନ ସେହି ହ୍ୱାଟସଆପ ଗ୍ରୁପର ଆଡମିନ ଥିଲେ ଯେଉଁ ଗ୍ରୁପରେ ଡ୍ରଗ୍ସ ମଗାଯାଉଥିଲା । ଖୋଦ ଦୀପିକା ପାଦୁକୋନ ୨୦୧୭ ମସିହାରେ ସେହି ଗ୍ରୁପରେ ଡ୍ରଗ୍ସ ମାଗିଥିଲେ । କୁହାଯାଉଛି ଯେ ଏହି ଗ୍ରୁପରେ ଜୟା ଶାହା ଏବଂ କରିଶ୍ମା ମଧ୍ୟ ଶାମିଲ ଥିଲେ । ଏମିତି ପରିସ୍ଥିତିରେ ଦୀପିକାଙ୍କ ଅଡ଼ୁଆ ବଢ଼ିପାରେ । ଏନସିବି ପ୍ରଥମେ ଶୁକ୍ରବାର ଦିନ ଦୀପିକାଙ୍କୁ ଡାକି ପଚରାଉଚରା କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଶନିବାର ଡାକିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଦିନ କେବଳ ରକୁଲ ପ୍ରୀତ ଏବଂ କରିଶ୍ମାଙ୍କୁ ଜେରା କରାଯାଇଛି ।

ତେବେ ଡ୍ରଗ୍ସ କନେକସନକୁ ନେଇ ଆଜି ଏନସିବି ରକୁଲପ୍ରୀତଙ୍କୁ ପଚରାଉଚରା କରୁଛି । ପଚରାଉଚରା ବେଳେ ରକୁଲପ୍ରୀତ ରିୟାଙ୍କ ମୁଣ୍ଡରେ ଅଠା ବୋଳି ଦେବା ଭଳି ସୂଚନା ମିଳୁଛି । ସୂଚନା ମୁତାବକ, ଏନସିବି ସାମ୍ନାରେ ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ଡ୍ରଗ୍ସ ପେଡେଲାର ମାନଙ୍କ ସହିତ କନେକସନ ଥିବା କଥାକୁ ମଧ୍ୟ ରକୁଲ ଖଣ୍ଡନ କରିଛନ୍ତି । କିନ୍ତୁ ଏନସିବି ତାଙ୍କ କଥାକୁ ବିଶ୍ୱାସ କରିନଥିବା ସୂଚନା ରହିଛି ।

ପୂର୍ବ ସୂଚନା ଅନୁଯାୟୀ ଏନସିବିର ପଚରାଉଚରା ପରେ ରିୟ ଚକ୍ରବର୍ତ୍ତୀ ରକୁଲପ୍ରୀତଙ୍କ ନାଆ ନେଇଥିଲେ । ସେ କହିଥିଲେ ଯେ, ରକୁଲ ଡ୍ରଗ୍ସ ନିଆନ୍ତି । ରକୁଲ ଏବଂ ରିୟା ଭଲ ସାଙ୍ଗ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ଲେମ ଗେମ୍ ଚାଲିଥିବା ସଫା ସଫା ଦେଖିବାକୁ ମିଳୁଛି । ରିୟା ଡ୍ରଗ୍ସ ମାମଲାରେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି  । କୋର୍ଟ ତରଫରୁ ତାଙ୍କୁ ଜାମିନ ମିଳିପାରିନାହିଁ ।

ରକୁଲପ୍ରୀତ ସିଂହ ଗୁରୁବାର ହାଇଦ୍ରାବାଦରେ ନିଜ ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଆସିଥିଲେ । ରକୁଲ ଅନେକ ହିନ୍ଦି ଏବଂ ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ରକୁଲଙ୍କ ପରେ ଶନିବାର ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ।

ଚୀନ୍ ଫାର୍ମାସିଟ୍ୟୁକାଲ୍ କମ୍ପାନୀର ଦାବି: ୨୦୨୧ ବେଳକୁ ସାରା ବିଶ୍ୱକୁ ବିତରଣ ହୋଇପାରିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକା ନେଇ ବିଶ୍ୱବ୍ୟାପୀ ରିସର୍ଚ୍ଚ ଚାଲିଥିବା ବେଳେ ୨୦୨୧ ପ୍ରଥମାର୍ଦ୍ଧରେ ଚୀନ ଟିକା ସାରା ବିଶ୍ୱରେ ବିତରଣ ହୋଇପାରିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଏ ନେଇ ଚୀନର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ୨୦୨୧ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ସାରା ବିଶ୍ୱରେ ଚୀନ ତିଆରି କରୋନା ଟିକାକୁ ସାରା ବିଶ୍ୱରେ ବିତରଣ କରାଯାଇପାରିବ ।

Don't waste a minute: Chinese firm readies mass production for coronavirus  vaccine - World News

ଏଭଳି କି ସିନୋଭ୍ୟାକର ସିଇଓ ୟିନ୍ ଓ୍ୱିଡୋଙ୍ଗ ଆମେରିକାରେ କରୋନାଭ୍ୟାକ୍‌ (CORONA VAC) ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଔେଷଧ ବିଭାଗରେ ଆବେଦନ କରିଛନ୍ତି । ଏବେ ଭ୍ୟାକ୍ସିନର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।  ୟିନ୍ ଆହୁରୀ କହିଛନ୍ତି ଯେ, ଆମର ପ୍ରାରମ୍ଭିକ ରଣନୀତି ଥିଲା ଯେ, ଆମେ ଚୀନ ଓ ଉହାନ୍ ପାଇଁ ଟିକା ପ୍ରସ୍ତୁତ କରିବୁ । ପରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ଏବଂ ସାରା ବିଶ୍ୱ ପାଇଁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା ।

ସରକାରୀ ମାଲିକାନା ସିନୋ ଫାର୍ମ ସହିତ ଚାଇନାର ଶ୍ରେଷ୍ଠ ଚାରିଟି ଟିକା ବିକାଶକାରୀ କମ୍ପାନୀ ମଧ୍ୟରୁ ସିନୋଭ୍ୟାକ୍ ଅନ୍ୟତମ | ବ୍ରାଜିଲ, ତୁର୍କୀ ଏବଂ ଇଣ୍ଡୋନେସିଆରେ କରୋନାଭ୍ୟାକ୍ ର ପ୍ରାଥମିକ ପରୀକ୍ଷଣରେ ୨୪,୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରୁଛନ୍ତି | ସିନୋଭ୍ୟାକ୍ କମ୍ପାନି ଟିକା ପରୀକ୍ଷା କରିବା ପାଇଁ ଅଧିକ ସଂକ୍ରମଣ , ବୃହତ୍ତ ଜନସଂଖ୍ୟା ଏବଂ ସୀମିତ ଗବେଷଣା ଏବଂ ବିକାଶ କ୍ଷମତା ବିଶିଷ୍ଟ ଦେଶମାନଙ୍କୁ ମନୋନୀତ କରିଛି |

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

ମୁମ୍ବାଇ: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ଏଡିସନ ଖେଳାଯାଉଛି । ଗୁରୁବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ XI ପଞ୍ଜାବ ମଧ୍ୟରେ ଏହି ଟୂର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍‌ ଖେଳାଯାଉଥିଲା । ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ଏତେ ଖାସ ପ୍ରଦର୍ଶନ କରିପାରିଲେ ନାହିଁ । ବିରାଟ ଗୋଟିଏ ରନ କରି ଆଉଟ ହୋଇଗଲେ । ଏହି ସମୟରେ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ସୁନିଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନି ବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାକୁ ନେଇ ଏଭଳି କିଛି କହିଛନ୍ତିଯେ, ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ ଲଗାତାର ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ବାହାର କରିବା ପାଇଁ ଦାବି କରୁଛନ୍ତି । ଏବେ ଏହାକୁ ନେଇ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ଅନୁଷ୍କା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ସୁନିଲ ଗାଭାସ୍କରଙ୍କ କଥାକୁ ନେଇ ଖୁବ ବର୍ଷିଥିବା ନଜର ଆସିଛି । ତେବେ ବିରାଟଙ୍କ ଖରାପ ପ୍ରଦର୍ଶନର କାରଣ ଅନୁଷ୍କା ବୋଲି କମେଣ୍ଟ୍ରିରେ କହିଛନ୍ତି ସୁନିଲ । ଯାହାର ଅର୍ଥ ବିରାଟଙ୍କ ଧ୍ୟାନ ଅନୁଷ୍କାଙ୍କ ପ୍ରତି ରହୁଥିବାର ସେ ଖେଳରେ ଖରାପ ପ୍ରଦର୍ଶନ କରିଛନ୍ତି । ତେବେ ଏଭଳି କଥାରେ ଅନୁଷ୍କା ଲେଖିଛନ୍ତି କି, ଆପଣଙ୍କ ମେସେଜ ଖୁବ ବିଚଳିତ କରିବା ଭଳି । କିନ୍ତୁ ଜଣେ ପତ୍ନିକୁ ତା ପତିର ଖେଳ ପ୍ରଦର୍ଶନକୁ ନେଇ ଏଭଳି କମେଣ୍ଟ କରିବା ଅନୁଚିତ୍‌। ଆପଣ ଭିନ୍ନ କିଛି ଶବ୍ଦ ସେହି ସମୟରେ ବ୍ୟବହାର କରିପାରିଥାନ୍ତେ । ତେବେ ଜଣେ ଭଦ୍ରବ୍ୟକ୍ତି ହୋଇ ଏଭଳି କମେଣ୍ଟ କରିବା ଶୋଭାପାଉନଥିବା ଲେଖିଛନ୍ତି ଅନୁଷ୍କା ।

‘ମୁଁ କେବେ ଡ୍ରଗ୍ସ ନେଇ ନାହିଁ, ପେଡଲରଙ୍କ ସହ ମଧ୍ୟ ମୋର କନେକସନ ନାହିଁ’- ରକୁଲ ପ୍ରୀତ ସିଂହ

ମୁମ୍ବାଇ: ଡ୍ରଗ୍ସ କନେକସନକୁ ନେଇ ଏନସିବି ରକୁଲପ୍ରୀତଙ୍କୁ ପଚରାଉଚରା କରୁଛି । ତେବେ ପଚରାଉଚରା ବେଳେ ରକୁଲପ୍ରୀତ ରିୟାଙ୍କ ମୁଣ୍ଡରେ ଅଠା ବୋଳି ଦେବା ଭଳି ସୂଚନା ମିଳୁଛି । ସୂଚନା ମୁତାବକ, ଏନସିବି ସାମ୍ନାରେ ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ଡ୍ରଗ୍ସ ପେଡଲର ମାନଙ୍କ ସହିତ କନେକସନ ଥିବା କଥାକୁ ମଧ୍ୟ ରକୁଲ ଖଣ୍ଡନ କରିଛନ୍ତି । କିନ୍ତୁ ଏନସିବି ତାଙ୍କ କଥାକୁ ବିଶ୍ୱାସ କରିନଥିବା ସୂଚନା ରହିଛି ।

ରିୟାଙ୍କ ସହ ହୋଇଥିବା ଡ୍ରଗ୍ସ ଚାଟ୍ କଥା ମାନିଲେ ରକୁଲ

୨୦୧୮ ମସିହାରେ ଡ୍ରଗ୍ସକୁ ନେଇ ରିୟା ସହିତ ହୋଇଥିବା ଚାଟକୁ ସ୍ୱୀକାର କରିଛନ୍ତି ରକୁଲ । ରକୁଲ ଏନସିବିକୁ କହିଛନ୍ତି ଯେ, ଚାଟରେ ରିୟା ତାଙ୍କ ନିଜ ଜିନିଷ ( ଗଞ୍ଜେଇ) ମଗାଉଥିଲେ । ରିୟାଙ୍କ ଜିନିଷ ରକୁଲଙ୍କ ଘରେ ଥିଲା । ଅବଶ୍ୟ ରକୁଲଙ୍କ କଥାରେ କେତେ ସତ୍ୟତା ରହିଛି, ଏହାର ତଦନ୍ତ ବର୍ତ୍ତମାନ ଏନସିବିର ଟିମ୍ କରିବ ।

ପୂର୍ବ ସୂଚନା ଅନୁଯାୟୀ ଏନସିବିର ପଚରାଉଚରା ପରେ ରିୟ ଚକ୍ରବର୍ତ୍ତୀ ରକୁଲପ୍ରୀତଙ୍କ ନାମ ନେଇଥିଲେ । ସେ କହିଥିଲେ ଯେ, ରକୁଲ ଡ୍ରଗ୍ସ ନିଆନ୍ତି । ରକୁଲ ଏବଂ ରିୟା ଭଲ ସାଙ୍ଗ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ଲେମ ଗେମ୍ ଚାଲିଥିବା ସଫା ସଫା ଦେଖିବାକୁ ମିଳୁଛି । ରିୟା ଡ୍ରଗ୍ସ ମାମଲାରେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି  । କୋର୍ଟ ତରଫରୁ ତାଙ୍କୁ ଜାମିନ ମିଳିପାରିନାହିଁ ।

ରକୁଲପ୍ରୀତ ସିଂହ ଗୁରୁବାର ହାଇଦ୍ରାବାଦରେ ନିଜ ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଆସିଥିଲେ । ରକୁଲ ଅନେକ ହିନ୍ଦି ଏବଂ ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ରକୁଲଙ୍କ ପରେ ଶନିବାର ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ।

ବିଜେଡି ଛାତ୍ର ସଙ୍ଗଠନରେ ଆସିଲା ବଡ଼ ଧରଣର ପରିବର୍ତ୍ତନ, ନୂଆ ଟିମ୍ ସହ କାମ କରିବେ ୩ କାର୍ଯ୍ୟକାରୀ ସଭାପତି…

ଭୁବନେଶ୍ୱର: ରାଜ୍ୟ ବିଜେଡି ନିଜ ଛାତ୍ର ସଙ୍ଗଠନରେ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତାଦଳର ନୂଆ କର୍ମକର୍ତ୍ତା ଚୟନ ହୋଇଛନ୍ତି । ରାଜ୍ୟ କର୍ମକର୍ତ୍ତାଙ୍କ ସମତେ ଜିଲ୍ଲାଓ୍ୱାରୀ ସଭାପତିମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଥିବାବେଳେ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି  ।

ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ବାଇଁ ହୋଇଛନ୍ତି କାର୍ଯ୍ୟକାରୀ ସଭାପତି  । ବରିଷ୍ଠ ଉପସଭାପତି ଭାବେ ୩ ଜଣଙ୍କୁ ଦାୟିତ୍ବ ଦିଯଆଇଛି  । ଅଜିତ ବେହେରା, ବିଶ୍ବପ୍ରତାପ ସାହୁ, ସ୍ବାଗତିକା ମହାନ୍ତିଙ୍କୁ ଉପସଭାପତି ନିଯୁକ୍ତ କରାଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳର ମହାସଚିବ ହୋଇଛନ୍ତି ଇପ୍ସିତା ସାହୁ  ।

୬ ଜଣଙ୍କୁ ଜୋନ୍ ସଭାପତି ଦାୟିତ୍ବ ମିଳିଛି  । ଭୁବନେଶ୍ବର ପାଇଁ ଭଗବାନ ସାହୁ, କଟକ ପାଇଁ ସ୍ମତି ରଞ୍ଜନ ଦାଶ, ଗଂଜାମ ପାଇଁ ଜ୍ୟୋତି ରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ସମ୍ୱଲପୁର ପାଇଁ ମିଲନ ହୋତା, ବଲାଙ୍ଗିର ପାଇଁ ଚିରାଗ ସିଂ ଦେଓ, କୋରାପୁଟ ପାଇଁ ଶିବରାଜ ଖଣ୍ଡପାଣିଙ୍କୁ ଦାୟିତ୍ବ ଦିଆଯାଇଛି  । ୧୧ ଜଣ ଉପସଭାପତି, ୪୦ ସାଧାରଣ ସମ୍ପାଦକଙ୍କୁ ଦଳ ଦାୟିତ୍ବ ଦେଇଛି  । ସେହିଭଳି ୪୪ ଜଣ ସମ୍ପାଦକ ଓ ୩୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି  । ୩୨ ସାଂଗଠନିକି ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ଦିଆଯାଇଛି ଦାୟିତ୍ବ  ।

ଗୋଟିଏ ଦିନରେ ଦୁଇଟି ବଡ଼ ରେଜଲ୍ଟ, ସାରା ଭାରତ ଅପେକ୍ଷାରତ…

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହୋଇସାରିଛି। ବିଧାନସଭା ନିର୍ବାଚନ ଘୋଷଣା କରିବାବେଳେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ, ବିହାରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସବୁଠୁ ବଡ଼ କଥା ହେଲା ବିହାର ବିଧାନସଭା ନିର୍ବାଚନର ଫଳାଫଳ ଯେଉଁଦିନ ପ୍ରକାଶ ପାଇବ ଠିକ୍‌ ସେହି ଦିନ ହିଁ ଆଇପିଏଲ୍ 2020ର ଅନ୍ତିମ ମ୍ୟାଚ୍ । ଅର୍ଥାତ୍ ନଭେମ୍ବର ୧୦ରେ ଦୁଇଟି ବଡ଼ ମ୍ୟାଚ୍‌ର ଫଳାଫଳ ପ୍ରକାଶ ପାଇବ ।

କେବେ ହେବ ବିହାର ନିର୍ବାଚନ  ?

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅନୁଯାୟୀ, ବିହାରରେ ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ଏହି ଦିନ ୭୧ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

Bihar Assembly Election CEC Declared Poll Date

  • ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୩ରେ ଅନୁଷ୍ଠିତ ହେବ । ଯେଉଁଥିରେ ୯୪ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ।
  • ତୃତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ, ଯେଉଁଥିରେ ୭୮ଟି ସିଟ୍‌ ପାଇଁ ଳଢ଼େଇ ହେବ ।
  • ଭୋଟ୍ ଗଣତିର ଫଳାଫଳ ୧୦ ନଭେମ୍ବରରେ ଘୋଷଣା କରାଯିବ ।

IPL ଫାଇନାଲ କେବେ ?

କରୋନା ମହାମରୀ ଯୋଗୁଁ, ବିସିସିଆଇ ୟୁଏଇରେ ଆଇପିଏଲ୍ ୨୦୨୦ର ଆୟୋଜନ କରିଛି । ୬ ସେପ୍ଟେମ୍ବରରେ ଆଇପିଏଲ୍ ସିଜନ୍-୧୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ବିସିସିଆଇ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ୍ ସିଜନ ୧୩ର ୨୪ଟି ମ୍ୟାଚ୍ ଦୁବାଇରେ, ୨୦ଟି ମ୍ୟାଚ୍ ଆବୁଧାବିରେ ଏବଂ ଶାରଜାହାଠାରେ ୧୨ଟି ମ୍ୟାଚ୍ ଖେଳାଯିବ । ସୂଚନାଯୋଗ୍ୟ ଯେ, ଆଇପିଏଲ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହୋଇସାରିଛି । ବିସିସିଆଇ ଅନୁଯାୟୀ, ଆଇପିଏଲ୍ ୨୦୨୦ର ଅନ୍ତିମ ମ୍ୟାଚ୍ ୧୦ ନଭେମ୍ବରରେ ଖେଳାଯିବ । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ରବିବାର ପରିବର୍ତ୍ତେ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

କରୋନା ସମୟରେ ବିହାର ବିଧାନସଭା ନିର୍ବାଚନ କେତେ ଭିନ୍ନ ?

  • ବିହାର ବିଧାନସଭା ନିର୍ବାଚନ କୋଭିଡ୍‌-୧୯ ପରିସ୍ଥିତିରେ ହେଉଥିବା ସବୁଠାରୁ ବଡ ନିର୍ବାଚନ ।
  • ବିହାର ବିଧାନସଭା ନିର୍ବାଚନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନୂତନ ସୁରକ୍ଷା ନିର୍ଦ୍ଦେଶାବଳୀ ଅଧୀନରେ କାର୍ଯ୍ୟକାରୀ ହେବ ।
  • ବିହାର ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାର ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି ।
  • ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।
  • ନିର୍ବାଚନ ଆୟୋଗଙ୍କ ଅନୁଯାୟୀ କରୋନା ରୋଗୀମାନେ ଶେଷ ଘଣ୍ଟାରେ ଭୋଟ୍ ଦେଇପାରିବେ ।
  • ନିର୍ବାଚନ ପ୍ରଚାର ସମୟରେ ସାଧାରଣ ସଭାରେ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ପଡିବ ।
  • ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ହିଁ ଯାଇପାରିବେ ।
  • ପ୍ରାର୍ଥୀ ସମେତ ମୋଟ୍‌ ୫ ଜଣ ଡୋର୍‌ କ୍ୟମ୍ପେନିଂ କରିପାରିବେ ।
  • ନିର୍ବାଚନ ପାଇଁ ​​ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ୬ଲକ୍ଷ ପିପିଇ କିଟ୍ ଦିଆଯିବ।
  • ଏହି ନିର୍ବାଚନରେ ​​୪୬ ଲକ୍ଷ ମାସ୍କ ଏବଂ ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯିବ।

କରୋନା ସମୟରେ ଆଇପିଏଲ୍ କେତେ ଭିନ୍ନ?

  • ପ୍ରଥମ ଥର ପାଇଁ ବିନା ଦର୍ଶକ ବାୟୋ-ସିକ୍ୟୋର ପରିବେଶରେ ଆଇପିଏଲ୍ ଖେଳାଯାଉଛି ।
  • ଏହି ସମୟରେ କର୍ମଚାରୀ ଏବଂ ଖେଳାଳିଙ୍କ କରୋନା ପରୀକ୍ଷା ପ୍ରତ୍ୟେକ ୫ଦିନ ବ୍ୟବଧାନରେ କରାଯାଉଛି ।
  • ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ସମୟରେ ଅସୀମିତ କରୋନା ସବ୍‌ଷ୍ଟିଚ୍ୟୁଟ୍‌ ନେଇପାରିବେ ।
  • ସନ୍ଧ୍ୟା ସମୟରେ ହେଉଥିବା ମ୍ୟାଚ୍‌ର ସମୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ପୁରୁଣା କାର୍ଯ୍ୟସୂଚୀର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭.୩୦ ଏବଂ ଅପରାହ୍ନ ୩.୩୦ରେ ମ୍ୟାଚ୍‌ ଆରମ୍ଭ କରାଯାଉଛି ।
  • ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ପରିବର୍ତ୍ତେ ମଙ୍ଗଳବାର ଖେଳାଯିବ ।
  • ଦର୍ଶକଙ୍କ ସହିତ, କମେଣ୍ଟେଟର୍ସଙ୍କୁ ମଧ୍ୟ ଘରୁ ଲାଇଭ୍ କମେଣ୍ଟ୍ରି କରିବାକୁ ପଡୁଛି ।

ତିର୍ତ୍ତୋଲ-ପୋଷଲ-ଶଙ୍ଖେଶ୍ୱର ରାସ୍ତାରେ ମହାନଦୀ ଉପରେ ହେବ ଉଚ୍ଚସେତୁ…

ଜଗତସିଂହପୁର: ଜଗତସିଂହପୁର ତିର୍ତ୍ତୋଲ-ପୋଷଲ-ଶଙ୍ଖେଶ୍ୱର ରାସ୍ତାରେ ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି  । ସେତୁ ପାଇଁ ମୋଟ ବ୍ୟୟ ଅଟକଳ ୧୧୮ କୋଟି ୫୬ ଲକ୍ଷ ଟଙ୍କା ରଖାଯାଇଛି  । ସେତୁର ଲମ୍ବ ୮୮୮ ଦଶମିକ ୮୯ ମିଟର ହେବ  । ସରକାରଙ୍କ ଅନୁମୋଦନ କ୍ରମେ ଆଜି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି  ।

ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା  । ସରକାର ଅଞ୍ଚଳବାସୀଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗମନାଗମନ ଓ ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି । ସେତୁ ନିର୍ମାଣ ହେଲେ ଅଇନ୍ତ, ଗୋପାଳପୁର, କନିମୂଳ, ବିଶନପୁର, କୃଷ୍ଣାନନ୍ଦପୁର, ପୋଷଲ, ଶଙ୍ଖେଶ୍ବର, ବିଜିପୁର, ସରଳପୁର, ତେନ୍ତୁଳିପଡ଼ାର ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

ହ୍ୱାଟ୍‌ସଆପ୍‌ର ସିକ୍ରେଟ୍‌ ଟ୍ରିକ୍‌, ଏମିତି ଗ୍ରୁପ୍‌ ଯେଉଁଥିରେ ଆପଣ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିପାରିବେ…

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ । ଚାଟିଂ ବ୍ୟତୀତ ଉପଭୋକ୍ତାମାନେ ଏଥିରେ ଫଟୋ, ଅଡିଓ-ଭିଡିଓ ଫାଇଲ୍ ସେୟାର କରିଥାନ୍ତି । ଏହାସହ ଭଏସ୍ ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ଏହି ଆପ୍‌ ବିଶେଷ ବ୍ୟବହୃତ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ । ଯଦି ଫୋନ୍ ଚୋରି ହୋଇଯାଏ ତେବେ ସେଥିରେ ଥିବା ଡକ୍ୟୁମେଣ୍ଟ୍ ତଥା ଫଟୋ-ଭିଡିଓ ସବୁ ହରେଇବାର ସମ୍ଭାବନା ରହିଥାଏ । ତେଣୁ ଆପଣଙ୍କ ପାଇଁ ଏକ ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଟ୍ରିକ୍‌ ଆମେ ଆଣିଛୁ । ଯାହା ଦ୍ୱାର ଆପଣଙ୍କ କୌଣସି ଡାଟା ନଷ୍ଟ ହେବ ନାହିଁ କି, ହଜିବ ନାହିଁ । ଆପଣ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡ଼ିକୁ ଏକ ସିକ୍ରେଟ୍‌ ଗ୍ରୁପ୍‌ କ୍ରିଏଟ କରି ସୁରକ୍ଷିତ ରଖିପାରିବେ |

ହ୍ୱାଟ୍‌ସଆପ୍ ସିକ୍ରେଟ୍‌ ଗ୍ରୁପ୍‌ ମାଧ୍ୟମରେ କିଭଳି ଫଟୋ ଭିଡିଓ ସବୁ ସୁରକ୍ଷିତ ରଖିହେବ ସେନେଇ ଏକ ଟ୍ରିକ୍‌ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ସବୁଠୁ ବଡ଼ ଖାସିୟତ ହେଲା ଯେ, ଏହି ଗ୍ରୁପ୍‌ରେ କେବଳ ଆପଣ ହିଁ ମେମ୍ବର ରହିବେ । ଆପଣଙ୍କ ବ୍ୟତୀତ ଆଉ କେହି ଏହି ଗ୍ରୁପ୍‌ରେ ସେୟାର କରାଯାଇଥିବା ଡାଟା ତଥା ଫଟୋ ଭିଡିଓକୁ ଆକ୍‌ସେସ୍‌ କରିପାରିବେ ନାହିଁ ।

ତେବେ ଏଥିପାଇଁ ସର୍ବପ୍ରଥମେ, ଆପଣଙ୍କୁ ହ୍ୱାଟ୍‌ସଆପ୍ ଖୋଲିବାକୁ ହେବ । ଏହାପରେ ଏହାର ଡାହାଣ ପାଖରେ ଥିବା ତିନୋଟି ବିନ୍ଦୁକୁ ଟ୍ୟାପ୍ କରି ଏକ ନୂଆ ଗ୍ରୁପ୍‌ ଗଠନ କରିବାକୁ ହେବ । ଏହି ଗ୍ରୁପ୍‌ର ନାଁ ଆପଣ କିଛି ବି ରଖିପାରିବେ । ଆମେ ଏହାକୁ ସିକ୍ରେଟ୍ ଗ୍ରୁପ୍ ନାଁ ଦେଇଛୁ । ଏହି ଗ୍ରୁପ୍‌ କ୍ରିଏଟ୍‌ କରି ସାରିବା ପରେ ଆପଣଙ୍କର ହ୍ୱାଟ୍‌ସଆପ୍‌ କଣ୍ଟାକ୍ଟରେ ଥିବା ଜଣେ ମେମ୍ବରଙ୍କୁ ଏଥିରେ ଆଡ୍‌ କରିବେ । ମେମ୍ବର ଯୋଡିହେବା ମାତ୍ରେ ନୂଆ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ ।

ଏହା ପରେ ଆପଣ ପୁଣି ହ୍ୱାଟସ୍ଆପ୍ ଗ୍ରୁପ୍କୁ ଯାଆନ୍ତୁ । ପରେ ଗ୍ରୁପ୍‌ ଇନ୍‌ଫୋକୁ ଯାଆନ୍ତୁ । ଏଥିପାଇଁ ଆପଣଙ୍କୁ ଗ୍ରୁପ୍‌ର ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରିବାକୁ ପଡିବ । ଗ୍ରୁପ୍‌ ଇନ୍‌ଫୋରେ ପହଞ୍ଚିବା ପରେ ସେଠାରେ ଆପଣ ଗ୍ରୁପ୍‌ ସମ୍ବନ୍ଧୀୟ ତଥ୍ୟ ପାଇବେ । ସେଠାରୁ ଆପଣ ପ୍ରଥମେ ଗ୍ରୁପ୍‌ରେ ଆଡ୍‌ କରିଥିବା ମେମ୍ବରକୁ ରିମୁଭ୍‌ କରିବେ । ଗ୍ରୁପ୍‌ ମେମ୍ବରକୁ ରିମୁଭ୍‌ କରିବା ପରେ ଆପଣ ସେଠାରେ ଏକା ହିଁ ରହିବେ ।

ଏହି ପ୍ରକ୍ରିୟା ଶେଷ କରିବା ପରେ, ଆପଣଙ୍କର ବ୍ୟକ୍ତିଗତ ଏବଂ ସିକ୍ରେଟ୍‌ ହ୍ୱାଟସ୍‌ଆପ୍ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ । ଆପଣଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ ପ୍ରବେଶ କରିପାରିବେ ନାହିଁ । ଏବେ ଆପଣ ଏହି ଗ୍ରୁପ୍‌ରେ ଫଟୋ, ଭିଡିଓ, ଆବଶ୍ୟକ ଲିଙ୍କ୍ ଏବଂ ଡକ୍ୟୁମେଣ୍ଟ୍ ସୁରକ୍ଷିତ ରଖିପାରିବେ ।