ଆଇସିଏମ୍ଆର ଦେଲା ଭଲ ଖବର ! ବୟସ୍କଙ୍କ ପାଇଁ ଅଧିକ ଫଳପ୍ରଦ ହେବ ବିସିଜି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ, ଆଇସିଏମଆର ଆଣିଛି ଆଶ୍ୱସ୍ଥିକର ଖବର । ଟିବି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ବିସିଜି ଟିକା ଏବେ କୋରାନ ଭାଇରସ  ଉପରେ ପ୍ରଭାବ ପାକାଇପାରେ । ଏବଂ ବୟସ୍କଙ୍କ ଉପରେ ଏହାର ପ୍ରଭାବ ଅଧିକ ଦେଖାଦେଇପାରେ । ଆଇସିଏମଆରର ବୈଜ୍ଞାନିକମାନେ ଏନେଇ ସୂଚନା ଦେଇଛନ୍ତି ।

ଆଇସିଏମଆରର ବୈଜ୍ଞାନିକ କହିଛନ୍ତି ଯେ, ଶିଶୁଙ୍କୁ ଦିଆ ଯାଉଥିବା ବିସିଜି ଟିକା ଏବେ କରୋନାରୁ ବରିଷ୍ଠ ନାଗରିକଙ୍କୁ ରକ୍ଷା କରିବ । ୬୦ ବର୍ଷରୁ ଅଧିକ ବୟସ୍କ ୮୬ ଜଣଙ୍କ ବ୍ୟକ୍ତିଙ୍କୁ ନେଇ ଆଇସିଏମଆର କରିଥିବା ପରୀକ୍ଷଣ ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି । ୮୬ଜଣଙ୍କ ମଧ୍ୟରୁ ୫୪ଜଣଙ୍କୁ ବିସିଜି ଭ୍ୟାକସିନ ଦିଆଯାଇଥିବା ବେଳେ ୩୨ଜଣଙ୍କୁ ଟିକା ଦିଆଯାଇନଥିଲା ।

ତେବେ ଭ୍ୟାକସିନ ନେଇଥିବା ବରିଷ୍ଠ ନାଗରିକଙ୍କ ଦେହରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଣୁ ଆଗକୁ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ବିସିଜି ଟିକାର ବ୍ୟବହାର ସପକ୍ଷରେ ମତ ରଖିଛି ଆଇସିଏମଆର । ତେବେ ଏବେବି ବିସିଜି ଟିକା ପରୀକ୍ଷଣ ଜାରି ରଖିଛି ଆଇସିଏମଆର । ପୂର୍ବରୁ ଇଣ୍ଡୋନେସିଆ, ଜାପାନ ଓ ୟୁରୋପର ବୟସ୍କଙ୍କ ଠାରେ ଶ୍ୱାସ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇଁ ବିସିଜି ଟିକାର ପରୀକ୍ଷଣ କରାଯାଇଥିଲା ।

Leave a Reply