ଜିଏସଟି ଠକେଇ: ରାସ୍ତା କଡ଼ର ଚା ବିକାଳି କାଗଜ ପତ୍ରରେ କୋଟିପତି

ରାଉରକେଲା: ମାତିଛନ୍ତି ଜିଏସଟି ଠକ । ଜିଏସଟି ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା । ଦିନକୁ ଦିନ ଜିଏସଟି ଠକଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ପାଖାପାଖି ଶହେରୁ ଅଧିକ ଜିଏସଟି ଠକ ମାତିଛନ୍ତି । ଆଉ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ଗରୀବ ଓ ଦଳିତ ଲୋକ । ଗତକାଲି ଶ୍ରମିକ ଓ ଡ୍ରାଇଭରଙ୍କ ନାଁ ଜିଏସଟି ଲୁଟର ପର୍ଦ୍ଦାଫାସ ହୋଇଥିବା ବେଳେ, ପୁଣି ଆସିଛି ଜିଏସଟି ଠକେଇ ଅଭିଯୋଗ ।

ଏଥର ଜିଏସଟି ଠକେଇର ଶିକାର ହୋଇଛନ୍ତି ବାଲୁଘାଟ ବସ୍ତିର ୪ ଜଣ ଲୋକ । ସେମାନଙ୍କ ମଧ୍ୟରେ ଚା ଦୋକାନୀ, ଶ୍ରମିକ, ଅଟୋ ଡ୍ରାଇଭର ଅଛନ୍ତି । ରାସ୍ତା ଗଡ଼ରେ ଚା ବିକୁଥିବା ଦମ୍ପତ୍ତି କାଗଜ ପତ୍ରରେ କୋଟି କୋଟି ଟଙ୍କାର ମାଲିକ । ଏମିତି ଗରିବ ପରିବାରକୁ ଶୀକାର କରିଛନ୍ତି ଏହି ଜିଏସଟି ଠକ ।

ଦୁଇ ଜଣ ଠକ ବସ୍ତିର ଶହେରୁ ଅଧିକ ଗରିବ ଲୋକଙ୍କୁ ମୋହରା ବନେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ସେହିପରି କାଳିମନ୍ଦିର ବସ୍ତିରେ ଗୋଟିଏ ପରିବାରର ୧୫ ଜଣ ଜିଏସଟି ଠକେଇର ଶିକାର ହୋଇଛନ୍ତି । ଅଭିଯୋଗ ପରେ ୨ ଠକ ଫେରାର ହୋଇଯାଇଥିବା ବେଳେ, ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply