spot_img
Home Blog Page 6665

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଜେରା

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଗୋଟିଏ ପଟେ ସୋସିଆଲ ମିଡିଆରେ ନେପୋଟିଜମ୍‌କୁ ନେଇ ବଡ଼ ବିବାଦ ଦେଖାଦେଇଛି । ଅନ୍ୟ ପଟେ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସମ୍ପର୍କରେ ଥିବା କିଛି ବ୍ୟକ୍ତିଙ୍କ ସହ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ମୁମ୍ୱାଇ ପୋଲିସ ପଚରାଉଚରା କରିଛି । ଏଥି ସହ ନିକଟରେ ମୁମ୍ବାଇ ପୋଲିସ ମଧ୍ୟ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚରା ପାଇଁ ଡାକିଥିଲା ।

Sushant Singh Rajput Death Investigation: Mumbai Police records ...

ଆଦିତ୍ୟ ପୋଲିସକୁ ତାଙ୍କ ବିବୃତ୍ତି ଦେଇଛନ୍ତି । ଶନିବାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଦିତ୍ୟ ଚୋପ୍ରାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ବଲିଉଡର ସବୁଠାରୁ ବଡ଼ ପ୍ରଡକସନ୍ ହାଉସ୍ ମଧ୍ୟରୁ ୟସ୍ ରାଜ ଫିଲ୍ମସର ଅଧ୍ୟକ୍ଷ ହେଉଛନ୍ତି ଆଦିତ୍ୟ ଚୋପ୍ରା । ତାଙ୍କ ବିବୃତ୍ତିକୁ ଭର୍ସୋଭା ପୋଲିସ ଷ୍ଟେସନରେ ବାନ୍ଦ୍ରା ପୋଲିସ ରେକର୍ଡ କରିଛି ।

Sushant Singh Rajput: Mumbai Police probes Rhea Chakraborty's ...

ସୁଶାନ୍ତ ସିଂହ ୟସ୍ ରାଜ ପ୍ରଡକ୍ସନ୍ସ ସହିତ କାମ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ ୟସ ରାଜ ଫିଲ୍ମ ସହିତ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଏବଂ ‘ବ୍ୟୋମକେସ୍ ବକ୍ସି’ ଭଳି ଚଳଚ୍ଚିତ୍ର କରିଥିଲେ। ଏହାପୂର୍ବରୁ ୟସ୍ ରାଜଙ୍କ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ବିବୃତ୍ତି ମଧ୍ୟ ଏହି ମାମଲାରେ ରେକର୍ଡ କରାଯାଇଛି । ଆଦିତ୍ୟ ଚୋପ୍ରାଙ୍କୁ ମୁମ୍ୱାଇ ପୋଲିସ ପାଖାପାଖି ୩ ଘଣ୍ଟା ପଚରାଉଚରା କରିଛି ।

୧୮ ବର୍ଷ ପୂର୍ବେ ତାମିଲ ଫିଲ୍ମରୁ କରିଥିଲେ ଏଣ୍ଟ୍ରି… ଜନ୍ମଦିନରେ ପ୍ରିୟଙ୍କାଙ୍କ ପୁରୁଣା ଫଟୋ ଭାଇରାଲ

ଆଜି ୯ଟାରୁ ୧୨ ଟା ଯାଏଁ ଭର୍ସୋଭା ପୋଲିସ ଷ୍ଟେସନରେ ସେଥିଲେ । ସେ ପାଖାପାଖି ୧୨ ଟାରେ ପୋଲିସ ଷ୍ଟେସନରୁ ବାହାରିଲେ । ତେବ ଏଯାବତ୍ ପଚରାଉଚରା ନେଇ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ପ୍ରଶ୍ନ କରିଛି । ଯେଉଁଥିରେ ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ବ୍ୟତୀତ ରିୟା ଚକ୍ରବର୍ତ୍ତୀ, ସଞ୍ଜୟ ଲୀଲା ଭନସାଲୀଙ୍କ ପରି ସେଲିବ୍ରିଟି ଅଛନ୍ତି। ଏଥିସହିତ ବଲିଉଡର ସେଲିବ୍ରିଟିଙ୍କ ସହ ସୁଶାନ୍ତଙ୍କ ରୋଷେଇ, ତାଙ୍କ ଭଉଣୀ, ତାଙ୍କର ଘନିଷ୍ଠ ବନ୍ଧୁ, ପ୍ରେମିକା ରିୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ସମେତ ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚରା କରିଛି।

ରାଜଧାନୀରେ ୮୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୭ ଲୋକାଲ କଣ୍ଟାକ୍ଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ରାଜଧାନୀ ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ସଂକ୍ରମିତଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ଶନିବାର ୩୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ରାଜଧାନୀରେ ଏବେ ମୋଟ ୧୧୩୦ ଜଣ ସଂକ୍ରମିତ ରହିଥିବା ବେଳେ ୪୯୪ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଏବେ ଭୁବନେଶ୍ୱରରେ ୬୨୪ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି ।

ଜାଗମରା ଆଇଟିଆର୍‌ କଲେଜ ପାଖରୁ ସିକ୍ୟୁରିଟିଗାର୍ଡ କରୋନା ପଜିଟିଭ ହୋଇଛନ୍ତି । ୟୁନିଟ ୩ ରୁ ୧, ଘରୋଇ ଡ଼ାକ୍ତରଖାନାରୁ ୨, ଝାରପଡ଼ା ବାଲାଜି ଆପାର୍ଟମେଣ୍ଟରୁ ୧, ୟୁନିଟି ୧ ଆଖଣ୍ଡଳମଣି ବସ୍ତିରୁ ୧, ଲକ୍ଷ୍ମୀସାଗରରୁ ୧, କଳିଙ୍ଗବିହାରରୁ ୧, ରସୁଲଗଡ଼ର ଜମନ୍ନାଥ ନଗରରୁ ୧, ଗୌତମ ନଗରର ହରିହର ଏନକ୍ଲେଭରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବରମୁଣ୍ଡା ସ୍ଥିତ ଏକ ପ୍ରାଇଭେଟ କ୍ଲିନିକରୁ ୧, କାନନ ବିହାରରୁ ୧, ଶୈଳଶ୍ରୀ ବିହାରରୁ ୨, ନୟାପଲିରୁ ୧, ଗଙ୍ଗନଗରୁ ୧, ଟଙ୍କାପାଣି ରୋଡ଼ ରାଜାରାଣୀ କଲୋନୀରୁ ୧, ନୟାପଲି ଗାନ୍ଧୀ ବସ୍ତିରୁ ୧, ଜୟଦେବ ବିହାରରୁ ୧, ଖଣ୍ଡଗିରିରୁ ୧, ଜିଜିପି କଲୋନୀରୁ ୧, ପାହାଳରୁ ୧, ଦୂରଦର୍ଶନ କେନ୍ଦ୍ର ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ୨, କଳିଙ୍ଗନଗରରୁ ୨, ପାତ୍ରପଡ଼ାରୁ ୧, ଟଙ୍କପାଣି ରୋଡରୁ ୧, କନକ ବିହାରରୁ ୧, ଚନ୍ଦ୍ରଶେଖରୁପୁରରୁ ୧, ଖଣ୍ଡଗିରିର ଅମ୍ରିତ ନଗରରୁ ୧, ୟୂନିଟ ୪ର ସାସ୍ତି ନଗରରୁ ୧, ପଟିଆ ସ୍ଥିତ ଅହଲ୍ୟା ନଗରରୁ ୧, ଗଙ୍ଗନଗର ସ୍ଥିତ ପିଚୁପଡ଼ିଆ ବସ୍ତିରୁ ୨, କଳିଙ୍ଗନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ୧, ଲକ୍ଷ୍ମୀସାଗର ଓସ୍କାର ସିଟିରୁ ୧, ୟୁନିଟ ୬ରୁ ସବର ସାହି ବସ୍ତିରୁ ୧, ଚନ୍ଦ୍ରଶେଖରପୁରୁ ପ୍ରାଚି ଏନକ୍ଲେଭରୁ ୧, ଲୁଇସ ରୋଡରୁ ୧, ନୟାପଲି ସ୍ଥିତ ତ୍ରୀନାଥ ବସ୍ତରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜି ରାଜ୍ୟରୁ ୨୪ ଘଣ୍ଟାରେ ୨୫ଜିଲ୍ଲାରୁ ଆଉ ୫୯୧କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୯୪ ସଂକ୍ରମିତ ଓ ଲୋକାଲ୍ କେସ୍ ୧୯୭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨, ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧି ହୋଇଛି ।

ସରିଲା କମିଶନଙ୍କ କାର୍ଯ୍ୟକାଳ, ବନ୍ଦ ହେଲା କାର୍ଯ୍ୟାଳୟ

କଟକ: ଆଜିଠାରୁ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ତାଲା ପଡିଛି । ଗତ ମାର୍ଚ୍ଚ ୪ ତାରିଖରୁ ଜଷ୍ଟିସ ଏମ ଏମ ଦାସ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏ ବାବଦରେ  ସରକାରଙ୍କୁ ବାରମ୍ୱାର ଅବଗତ କରାଯିବା ପରେ ବି କାର୍ଯ୍ୟକାଳ ବୃଦ୍ଧି କରାଯାଇନଥିଲା । ବୃଦ୍ଧି ନ କରାଯିବା ହେତୁ  କମିଶନ କାର୍ଯ୍ୟାଳୟକୁ ନିଜେ ଆସିବା ବନ୍ଦ କରିଥିଲେ । ମାତ୍ର କମିଶନଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଉଥିଲେ । କାର୍ଯ୍ୟକାଳ ବୃଦ୍ଧି ନ ହୋଇଥିବାରୁ କାର୍ଯ୍ୟାଳୟ ବନ୍ଦ କରିବା ଲାଗି କମିଶନ ରାଜ୍ୟ ସରକାରଙ୍କୁ ଗତ ଜୁନ ୧୭ ତାରିଖରେ ଚିଠି ଦ୍ୱାରା ଜଣାଇଥିଲେ ।

ସରକାରୀ ପତ୍ରଠାରୁ ଆରମ୍ଭ କରି ସତ୍ୟପାଠ ଗୁଡିକର ଦାୟିତ୍ୱ ସରକାର ନେବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । କମିଶନଙ୍କ କର୍ମଚାରୀ ମାନେ ଫେବୃୟାରୀ ମାସରୁ ନିଜର ବକେୟା ଦରମା ପାଇନଥିବା ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଥିଲେ । ଏକ ମାସ ମଧ୍ୟରେ ସମସ୍ତ ଦାୟିତ୍ୱ  ହସ୍ତାନ୍ତର ପକ୍ରିୟା ଶେଷ କରିବାକୁ କମିଶନ ଚିଠିରେ ଉଲ୍ଲେଖ କରିଥିଲେ । ଗତକାଲି ଏହି ଅବଧି ଶେଷ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଲିନଥିଲା । ଫଳରେ ଆଜିଠାରୁ କମିଶନଙ୍କ କାର୍ଯ୍ୟାଳୟ ବନ୍ଦ ରହିଛି । ଯଦି ଖୁବଶୀଘ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବେ ତେବେ କମିଶନଙ୍କ କାର୍ଯ୍ୟାଳୟରେ ରହିଥିବା ସମସ୍ତ ଡାଟା ବେସ ନଷ୍ଟ ହେବାର ସମ୍ଭାବନା ରହିଛି ।

କରୋନା ଭୂତାଣୁଠାରୁ କେତେ ସୁରକ୍ଷିତ କ୍ଷୀର ପ୍ୟାକେଟ୍: fssai ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁ ସହିତ ଲଢ଼ୁଛି । ବଜାରରୁ ଆସୁଥିବା ପ୍ରତ୍ୟେକ ଜିନିଷ ଉପରେ ଲୋକମାନେ ସନ୍ଦେହ ନଜରରେ ଦେଖୁଛନ୍ତି, ତାହା ପନିପରିବା ହେଉ କିମ୍ବା ଫଳ ହେଉ ବା ରାସନ କିମ୍ବା ଅନ୍ୟାନ୍ୟ ଜିନିଷ । ଏହାକୁ ପରିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି | ଏପରି ପରିସ୍ଥିତିରେ, ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଆପଣ ନିଜ ଘରେ ପ୍ରତିଦିନ ବ୍ୟବହାର କରୁଥିବା କ୍ଷୀରର ପ୍ୟାକେଟ୍ କରୋନା ସଂକ୍ରମଣରୁ ମୁକ୍ତ କି?

दूध का पैकेट जो आप रोज खरीद रहे हैं क्या वो कोरोना से सुरक्षित है?

ଯଦି ଆପଣ କ୍ଷୀର ପ୍ୟାକେଟ୍ କିଣୁଥିବା ଦୋକାନଗୁଡ଼ିକ ବିଷୟରେ ଚିନ୍ତିତ ଅଛନ୍ତି ଏବଂ ଭାଇରସ୍ ସଂକ୍ରମଣର ଭୟ ଆପଣଙ୍କୁ ହନ୍ତସନ୍ତ କରୁଛି, ତେବେ ଆମେ ଆପଣଙ୍କୁ ଏହାର ସତ୍ୟତା କହିବୁ । ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏହା ସ୍ପଷ୍ଟ କରିଛି ଯେ, ପ୍ୟାକେଟ୍ କ୍ଷୀର ସଂପୂର୍ଣ୍ଣ ସୁରକ୍ଷିତ ଏବଂ କରୋନା ଜୀବାଣୁ ସଂକ୍ରମଣରୁ ମୁକ୍ତ ।

दूध का पैकेट जो आप रोज खरीद रहे हैं क्या वो कोरोना से सुरक्षित है?

କ୍ଷୀର ପ୍ୟାକେଟଗୁଡ଼ିକୁ ଡିଟରଜେଣ୍ଟ ସହିତ ଧୋଇବା କିମ୍ବା ସାବୁନରେ ଧୋଇବା ଖବର ଜଣାପଡ଼ିବା ପରେ FSSAI କିଛି ପୁରୁଣା କୌଶଳ ପ୍ରକାଶ କରିଛି ଯାହା ଦ୍ୱାରା ପ୍ୟାକେଟ୍‌ କ୍ଷୀର ଭାଇରସ୍ ମୁକ୍ତ ବୋଲି ନିଶ୍ଚିତ ହୋଇପାରିବେ ।

दूध का पैकेट जो आप रोज खरीद रहे हैं क्या वो कोरोना से सुरक्षित है?

ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଦୋକାନୀଙ୍କଠାରୁ କ୍ଷୀର ନେବାବେଳେ ମୌଳିକ ସୁରକ୍ଷା ବ୍ୟବସ୍ଥା ଏବଂ ଦୂରତା ସଠିକ୍ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛି | ନିଶ୍ଚିତ କରନ୍ତୁ ଯେ ଦୁଗ୍ଧ ବିକ୍ରେତା ଏକ ମାସ୍କ ପିନ୍ଧିଛନ୍ତି |

दूध का पैकेट जो आप रोज खरीद रहे हैं क्या वो कोरोना से सुरक्षित है?

FSSAI ଲୋକମାନଙ୍କୁ ନିବେଦନ କରିଛି ଯେ କ୍ଷୀର ପ୍ୟାକେଟ୍ ନେବା ପରେ ନିଶ୍ଚିତ କରନ୍ତୁ ଯେ ଆପଣ ହାତକୁ ଭଲ ଭାବରେ ଧୋଇଦିଅନ୍ତୁ ଏବଂ କ୍ଷୀର ପ୍ୟାକେଟ୍କୁ କେବଳ ପାଣିରେ ଧୋଇ ଦିଅନ୍ତୁ | କ୍ଷୀର ପ୍ୟାକେଟରେ ସାନିଟାଇଜର ସ୍ପ୍ରେ କରିବା କିମ୍ବା ଡିଟରଜେଣ୍ଟରେ ଧୋଇବାର କୌଣସି ଆବଶ୍ୟକତା ନାହିଁ । କେବଳ ଜଳ ହିଁ ଯଥେଷ୍ଟ ।

दूध का पैकेट जो आप रोज खरीद रहे हैं क्या वो कोरोना से सुरक्षित है?

କ୍ଷୀର ପ୍ୟାକେଟ୍ ଖୋଲିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ପାତ୍ରକୁ ଧୋଇ ସେଥିରେ କ୍ଷୀର ରଖନ୍ତୁ । କ୍ଷୀର ସମ୍ପୂର୍ଣ୍ଣ ରୂପେ ଫୁଟିବା ପର୍ଯ୍ୟନ୍ତ ବନ୍ଦ କରନ୍ତୁ ନାହିଁ । FSSAI କହିଛି ଯେ, ଏହି ସରଳ ପଦକ୍ଷେପଗୁଡିକ ଆପଣ ବ୍ୟବହାର କରୁଥିବା କ୍ଷୀର ସଂପୂର୍ଣ୍ଣ ସୁରକ୍ଷିତ ଏବଂ କରୋନା ସଂକ୍ରମଣରୁ ମୁକ୍ତ ହେବାରେ ସାହାଯ୍ୟ କରିବ । FSSAI ଅନୁଯାୟୀ, ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କ୍ଷୀର ପାଇଁ ରାସାୟନିକ ସାନିଟାଇଜର ସ୍ପ୍ରେ କିମ୍ବା ଡିଟରଜେଣ୍ଟ ବ୍ୟବହାର ଭଲ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ।

ଖାକି ବର୍ଦ୍ଦି ନୁହେଁ, କରୋନାରୁ ବଞ୍ଚିବା ପାଇଁ ପୋଲିସ୍‌ ପିପିଇ କିଟ୍‌ ପିନ୍ଧି କରୁଛନ୍ତି ଯାଞ୍ଚ

ସୋସିଆଲ ମିଡିଆରୁ ପାଇଲେ ପ୍ରେରଣା, ଲକ୍‌ଡାଉନ୍‌ରେ ନିଜକୁ କଲେ ରୋଜଗାରକ୍ଷମ…

ଖୋର୍ଦ୍ଧା: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ହୋଇପାରେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଟାଙ୍ଗୀ ବ୍ରାହ୍ମଣ ଡିହ ଗାଁର ଦୁଇ ଯୁବକ । କରୋନା ରୋଜଗାରରେ ତାଲା ପକାଇ ଦେଇଥିଲା, ହେଲେ ଉଭୟ ହାର ନ ମାନି ଚାଷ ପାଇଁ ମନ ବଳାଇଥିଲେ । ନିଜେ ଅର୍ଥ ଲଗାଇ ୟୁ-ଟ୍ୟୁବ୍‌ ମାଧ୍ୟମରେ ଜୈବିକ ଉପାୟରେ ଫଳାଇଛନ୍ତି ସୁନାର ଫସଲ ।   You tube farmer Khordha

ଗତ ୩ ରୁ ୪ ମାସ ଭିତରେ କରୋନା ମହାମାରୀ ଯୋଗୁ ବହୁ ଲୋକ ନିଜ ରୋଜଗାର ହରାଇଛନ୍ତି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ହାରି ନଯାଇ ମନବଳ ବାନ୍ଧି ଚାଷ କାମ କରିବାକୁ ବାହାରିଥିଲେ ଦୁଇ ଯୁବକ । ଖୋର୍ଦ୍ଧା ଟାଙ୍ଗୀ ବ୍ରାହ୍ମଣ ଡିହ ଗାଁର ରଘୁନାଥ ପ୍ରଧାନ ଓ କାଶୀନାଥ ପ୍ରଧାନ ଅନେକ ନିରାଶ ଯୁବକଙ୍କ ପାଇଁ ଆଶାର କିରଣ ଦେଖାଇ ପାରିଛନ୍ତି । ଭାଗ୍ୟକୁ ଆଦରି ଘରେ ନ ବସି ଚାଷ କାର୍ଯ୍ୟ କରି ପୁଣି ରୋଜଗାରକ୍ଷମ ହୋଇପାରିଛନ୍ତି ଉଭୟ । ୟୁ-ଟ୍ୟୁବରୁ ଚାଷ ପ୍ରଣାଳୀ ଦେଖିବା ପରେ ଜୈବିକ ପଦ୍ଧତିରେ ନିଜ ଜମିରେ ଫଳାଇଛନ୍ତି ସୁନାର ଫସଲ ।

You tube farmer Khordha

ଗତ ଦୁଇ ମାସ ଧରି ଅକ୍ଳାନ୍ତ ପରିଶ୍ରମ କରି ଭେଣ୍ଡି, ବାଇଗଣ ଆଦି ପରିବା ଚାଷ କରିଛନ୍ତି । ବିନା କୀଟନାଶକ ପ୍ରୟୋଗ କରିବା ସହିତ ଅଳ୍ପ ଜଳରେ ଚାଷ କରିଛନ୍ତି ଉଭୟ । ଜୈବିକ ଉପାୟରେ ଚାଷ କରିଥିବା ଏହି ଯୁବ ଚାଷୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ ।

You tube farmer Khordha

ବର୍ତ୍ତମାନର ଯୁବପିଢ଼ି ଚାଷ ପ୍ରତି ମୁହଁ ଫେରାଇ ଦେଉଥିବା ବେଳେ ଏହି ଯୁବକଙ୍କ କୃଷି ପ୍ରତି ଆଗ୍ରହ ତଥା ଆଧୁନିକ ପ୍ରଣାଳୀ ଚାଷ ବହୁ ଯୁବକଙ୍କୁ ପ୍ରେରଣା ଯୋଗାଇବ ।

୧୦୦ ବର୍ଷ ତଳର ଏହି ଫଟୋ ସବୁରେ ଆପଣ ଦେଖିବେ କରୋନାର ଚିହ୍ନ !

ଲକ୍ ଡାଉନ୍ ସଟ୍ ଡାଉନ୍ ଭିତରେ ଦୁନିଆ ବନ୍ଦି । ସାମାଜିକ ଦୂରତା,କ୍ୱାରେଣ୍ଟାଇନ୍ ଆମ ଡିକ୍ସନାରୀ ଭିତରକୁ ଧସେଇ ପସିଛନ୍ତି । ମାର୍ଚ୍ଚ ମାସ ପୂର୍ବରୁ ଆମେ ଏହି ଶବ୍ଦ ସହ ବିଶେଷ ପରିଚିତ ନଥିଲେ । କିନ୍ତୁ ଏବେ ଏହା ଆମ ନିତିଦିନିଆ କଥାବାର୍ତ୍ତାର ଅଙ୍ଗ । ତେବେ କ’ଣ ପ୍ରଥମ ଥର ପାଇଁ ବିଶ୍ୱ ଇତିହାସରେ ଏମିତି କିଛି ଦେଖିବାକୁ ମିଳିଛି? ପ୍ରଥମ ଥର ପାଇଁ ବିଶ୍ୱର ଅନେକ ଦେଶ କ’ଣ ନିଜ ନାଗରିକଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି କହୁଛନ୍ତି ? ଉତ୍ତର ହେଉଛି ନା । ୧୯୧୮ ମସିହାରେ ଦୁନିଆ ଏମିତି ଲକଡାଉନ ଦେଖିଥିଲା । ଲୋକଙ୍କୁ ଘରେ ରହିବାକୁ ସରକାର କହୁଥିଲେ । ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରିବା ପାଇଁ ପ୍ରଚାର ହେଉଥିଲା ।

ତେବେ ୧୯୧୮ରେ କ’ଣ ହୋଇଥିଲା ? କାହିଁକି ଦୁନିଆର ସବୁ ସରକାର ବିଶେଷକରି ଆମେରିକା ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିଲା ? ଉତ୍ତର ହେଉଛି ସେତେବେଳେ ବି ସ୍ପାନିସ ଫ୍ଲୁ ନାମକ ଭାଇରସର ଶିକାର ହୋଇଥିଲେ କୋଟିକୋଟି ଲୋକ । ଏକ ହିସାବ ଅନୁସାରେ ସ୍ପାନିସ ଫ୍ଲୁ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ୧୯୧୪ ମସିହାରେ ହୋଇଥିଲା । ସରିଥିଲା ୧୯୧୮ ମସିହାରେ । ପ୍ରଥମ ବିଶ୍ୱଯୁଦ୍ଧରେ ଯେତିକି ଲୋକ ମରିଥିଲେ,ତାଠାରୁ ଅଧିକ ଜୀବନ ନେଇଥିଲା ସ୍ପାନିସ୍ ଫ୍ଲୁ । ସ୍ପାନିସ ଫ୍ଲୁ କବଳରେ ପୀଡିତ ମାନବ ସମାଜ ପାଖରେ ଜୀବନ ବଂଚାଇବା ପାଇଁ ଗୋଟିଏ ରାସ୍ତା ଥିଲା-ସାମାଜିକ ଦୂରତା । ଲୋକଙ୍କୁ ଘରେ ରହିବାକୁ ରୀତିମତ କୁହାଯାଉଥିଲା । ଏନେଇ ପ୍ରଚାର ଚାଲିଥିଲା । ଦେଖନ୍ତୁ ସେହି ସମୟର କିଛି ଚିତ୍ର,ଯାହା ହୁଏତ ଆପଣଙ୍କୁ ଚମକାଇ ଦେବ । ଏହି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ୧୦୨ ବର୍ଷ ପୁରୁଣା ନହୋଇ ୨୦୨୦ର ବୋଲି ଆପଣ ଭାବି ପାରନ୍ତି..

୧୯୧୮ ମସିହାରେ ଆମେରିକା ସରକାର ଦ୍ୱାରା ଜାରି ପୋଷ୍ଟରରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ନାରା ଆଜିକୁ ୧୦୨ ବର୍ଷ ତଳେ ମଧ୍ୟ ଗୋଟିଏ ମହାମାରୀ ବିରୋଧରେ ଥିଲା ସବୁଠୁ ବଡ ମାରକ ଅସ୍ତ୍ର ।

NEWYORK POLICE

୨୦୨୦ରେ ଆପଣ ପୋଲିସକୁ ପ୍ରୋଆକ୍ଟିଭଲି ରାସ୍ତାରେ ଦେଖୁଥିବେ । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟଲାଇନରେ ରହୁଥିବା ପୋଲିସ ୧୦୦ ବର୍ଷ ତଳେ ମଧ୍ୟ ସ୍ପେନିସ ଫ୍ଲୁ ଲଢେଇରେ ଆଗରେ ଥିଲା । ରାସ୍ତା ଉପରେ ମାକ୍ସ ସହ ସେମାନଙ୍କୁ ଆକ୍ସନରେ ଦେଖିବାକୁ ମିଳୁଥିଲା ।

NURSE IN 1918

୧୯୧୮ର ଏହି ପ୍ରଚାରପତ୍ରରେ ଜଣେ ନର୍ସଙ୍କୁ ଦେଖିବାକୁ ମିଳୁଛି । ମାସ୍କ ପିନ୍ଧିଥିବା ଏହି ନର୍ସ ଜଣକ ଇନଫ୍ଲୁଏଂଜାରୁ କେମିତି ବଂଚିବେ ସେ ବାବଦରେ କହୁଛନ୍ତି ।

1918 public notice

କାନାଡର କେଲୱାନା ସହରର ମେୟରଙ୍କ ଦ୍ୱାରା ସହରର ସମସ୍ତ ସ୍କୁଲ,କଲେଜ୍ ଓ ସିନେମା ହଲ ବନ୍ଦ ନେଇ ନୋଟିସ । ଏହି ନୋଟିସ ଗୋଟିଏ ଖବର କାଗଜରେ ନଭେମ୍ବର ୭ ତାରିଖ ୧୯୧୮ରେ ପ୍ରକାଶିତ ହୋଇଥିଲା । ଏହି ଫଟୋ ଦେଖିଲା ପରେ ବି ଯଦି ଆପଣ ଭାବୁଛନ୍ତି ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ କଲେଜ୍ ବନ୍ଦ ହୋଇଛି ,ତେବେ ନିଜ ଇତିହାସ ଜ୍ଞାନକୁ ସୁଧାରି ନିଅନ୍ତୁ ।

people in mask

୨୦୨୦ ଭଳି ୧୯୧୮ରେ ମଧ୍ୟ ମାସ୍କ ଜୀବନର ଅଙ୍ଗ ହୋଇଯାଇଥିଲା । ଏହି ଫଟୋରେ ଆମେରିକାର ଗୋଟିଏ ପରିବାରକୁ ମାସ୍କ ସହ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି ।

friends in talk

ମାସ୍କ୍ ଭିତରୁ ହାଲୋ ହାଏ : ୧୯୧୮ର ସେହି ମହାମାରୀ କାଳରେ ସାମାଜିକ ସମ୍ବନ୍ଧ ପୁରାପୁରି ଭୁଷୁଡି ପଡିନଥିଲା । ରାସ୍ତାରେ ଏମିତି ଦୃଷ୍ୟ ବି ଦେଖିବାକୁ ମିଳୁଥିଲା । ଯେଉଁଥିରେ ରାସ୍ତାଘାଟରେ ପରିଚିତଙ୍କ ସହ ମାସ୍କ ପିନ୍ଧି ଗପ ମାରୁଥିଲେ କିଛି ବ୍ୟକ୍ତି ।

1918 advt

ମହାମାରୀ ଭିତରେ ବ୍ୟବସାୟ : ୧୯୧୮ ଓ ୨୦୨୦ ମଧ୍ୟରେ ଗୋଟିଏ ଫରକ ଥିଲା । ସେତେବେଳେ ମୋବାଇଲ ନଥିଲା । ସେତେବେଳେ ଥିଲା ଟେଲିଫୋନ୍ । ଆଉ ମହାମାରୀକୁ ଆମେରିକାର ଟେଲିଫୋନ୍ କମ୍ପାନୀ ମାନେ ବ୍ୟବସାୟର ସୂବର୍ଣ୍ଣ ସୁଯୋଗ ଭାବେ ନେଇଥିଲେ ।  ବେଲ୍ ଟେଲିଫୋନ୍ କମ୍ପାନୀ ଦ୍ୱାରା ଜାରି ଏହି ବିଜ୍ଞାପନ ଦେଖନ୍ତୁ । ଏଥିରେ କୁହାଯାଉଛି ଯେ, କ୍ୱାରେଣ୍ଟାଇନରେ ଥିବା ବେଳେ ବେଲ୍ ଟେଲିଫୋନ୍ ଥିଲେ ଲୋକ ନିଜକୁ ଏକଲା ବୋଲି ଭାବନ୍ତି ନାହିଁ । ବେଲ୍ ଟେଲିଫୋନ୍ ରୁଗଣଙ୍କ ମନରେ ଖୁସୀ ଆଣେ ବୋଲି ବିଜ୍ଞାପନରେ ଦାବି କରାଯାଇଥିଲା । ଏହି ବିଜ୍ଞାପନ ଦେଖିଲେ ଲାଗୁଛି,୧୦୦ ବର୍ଷ ଭିତରେ ସବୁକିଛି ବଦଳିଛି କିନ୍ତୁ ବ୍ୟବସାୟର ମୁଳଫଣ୍ଡା ବଦଳିନାହିଁ । ତାହା ହେଉଛି ଆପଦକୁ ସୁଯୋଗ କରାଯାଉ ।

two friends

ମାସ୍କଠାରୁ ଆଗକୁ  । ଏହି ଚିତ୍ରରେ ଦୁଇ ଜଣ ମହିଳାଙ୍କୁ ନିଜ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ରଖି କଥା ହେଉଥିବା ଦେଖିବାକୁ ମିଳେ । ତେବେ ସେମାନେ କ’ଣ କଥା ହେଉଥିବେ ମହାମାରୀ ଭିତରେ ? ଶହେ ବର୍ଷ ପରେ କିଏ ଜାଣେ ସେମାନେ ପାଗକୁ ନେଇ କଥା ହେଉଥିଲେ କି ପତିଙ୍କୁ ନେଇ !

hospital

କଳାଧଳା ଏହି ଫଟୋରେ ଗୋଟିଏ ବିରାଟ ହଲ ଭିତରେ ଅନେକ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଯେମିତି ଏବେ ଚୀନ୍ ,ଭାରତ କିମ୍ବା ଓଡ଼ିଶାର କୋଭିଡ୍ ହସ୍ପିଟାଲ । କୋଭିଡ୍ ହସ୍ପିଟାଲ ଫଟୋ ଓ ଏହି ପୁରୁଣା ଫଟୋକୁ ଦେଖିଲେ ଟାଇମ୍ ଟ୍ରାଭେଲ କରିବା ଭଳି ଲାଗୁଛି କି ? କାରଣ ରଙ୍ଗ ଅଲଗା କିନ୍ତୁ ଦୃଷ୍ୟ ସମାନ ।

ମାଲକାନଗିରି ଜିଲ୍ଲାର ଅମ୍ରିତଙ୍କୁ ଶୁଭେଚ୍ଛା ଜଣାଇଲେ 5T ସଚିବ

ମାଲକାନଗିରି: ସିବିଏସ୍‌ଇ ଜିଲ୍ଲା ଟପ୍ପରଙ୍କ ସହ କଥା ହୋଇଛନ୍ତି 5-T ସଚିବ । ମାଲକାନଗିରି ଜିଲ୍ଲା ଖଇରପୁଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପ୍ପରଙ୍କ ସହ କଥା ହୋଇଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍ । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ ପାତ୍ର ୯୫.୪ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

5T_Secretary talks to Malakanigiri CBSE Topper

ତେବେ ତାଙ୍କର ଏହି ସଫଳତା ପାଇଁ  5-T ସଚିବ ଭିକେ ପାଣ୍ଡିଆନ୍‌ ଅମ୍ରିତଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅମ୍ରିତ୍ 5-T ସଚିବ ଭିକେ ପାଣ୍ଡିଆନ୍‌ ଫୋନ୍‌ରେ କଥା ହୋଇଥିବାରୁ ସେ ଓ ତାଙ୍କ ପରିବାର ଖୁସିବ୍ୟକ୍ତ କରିଛନ୍ତି ।

କରୋନା ସଂକ୍ରମଣ ପରେ ସୁସ୍ଥ ହୋଇ ଫେରିଲେ ୮୫ ବର୍ଷୀୟ କ୍ୟାନସର୍ ପିଡ଼ୀତ ଓ ତାଙ୍କ ପତ୍ନୀ…

କେନ୍ଦ୍ରାପଡା: ବୃଦ୍ଧ ଜଣଙ୍କୁ ବୟସ ୮୫  । ସେ ପୁଣି କ୍ୟାନସରରେ ପୀଡିତ । ଏସବୁ ବାଦ ମଧ୍ୟ କରୋନା ସଂକ୍ରମଣ ଶୀକାର ହୋଇ ଯୋଦ୍ଧା ଭାବେ ସଂକ୍ରମଣ ସହ ଲଢି ଘରକୁ ଫେରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସୁରେନ୍ଦ୍ର ପତି । ତେବେ କେବଳ ସେ ନୁହେଁ ତାଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ ୭୮ ବର୍ଷ ବୟସରେ କରୋନା ସଂକ୍ରମିତ ହୋଇ ଏବେ ସୁସ୍ଥ ହୋଇଛନ୍ତି ।  ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଥିବା ବେଳେ କରୋନା ବେଳେ ଲୋକଙ୍କୁ ଅଧିକ ଶକ୍ତ ଭାବେ କରୋନା ମୁକାବିଲା କରିବାରେ ଏହି ଦମ୍ପତି ପ୍ରେରଣା ବୋଲି ସେ ଟ୍ୱିଇଟରେ ଲେଖିଛନ୍ତି ।

ଅନ୍ୟପକ୍ଷରେ  ଦୁହେଁ ସୁସ୍ଥ ହେବା ନେଇ ଖବରକୁ ପ୍ରକାଶ କରି କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା । ଅଫିସିଆଲ୍ ଟ୍ୱିଇଟରେ ସେ ଲେଖିଛନ୍ତି ଯେ, କରୋନାକୁ ପରାଜିତ କରିବା ଦିଗରେ ଦୁହେଁ ପ୍ରେରଣା, ଆମ ଶୁଭେଚ୍ଛା ସେମାନଙ୍କ ସହ ଅଛି । ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକ ଭୟଭୀତ ହୋଇ ପଡୁଥିବା ବେଳେ େହି ଦମ୍ପତି ଅନ୍ୟମାନଙ୍କ ପ୍ରେରଣା ବୋଲି ସବୁ ବର୍ଗରେ ଆଲୋଚନା ହେଉଛି ।

Kendrapara Couple

ସୂଚନା ଅନୁଯାୟୀ, ଜୁନ ୮ ତାରିଖରେ ସୁରେନ୍ଦ୍ର ପତି ଆଚାର୍ଯ୍ୟ ହରିହର କ୍ୟାନସର୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ପତ୍ନୀ ଡାକ୍ତରଖାନାରେ ତାଙ୍କ ସହଯୋଗୀ ଭାବେ ରହୁଥିଲେ । ପରେ ଜୁନ ୨୯ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା ।

ଏହାପରେ ତାଙ୍କୁ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ମାତ୍ର ୧୦ ଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇ ଫେରିଛନ୍ତି । ବୟସର ଅପରାହ୍ଣରେ କରୋନାକୁ ପରାଜିତ କରିଥିବା ଏହି ଦମ୍ପତିଙ୍କ ଚର୍ଚ୍ଚା ଏବେ କେନ୍ଦ୍ରାପଡାରେ ବେଶ ହେଉଛି । ଜିଲ୍ଲାପାଳ ଟ୍ୱିଇଟ୍ ଯୋଗେ ଏଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

NIAର ବଡ଼ ଖୁଲାସା: ଆଇଏସ୍‌ର ନେତୃତ୍ୱ ନେଉଛନ୍ତି ମେଟ୍ରୋ ସହର ମହିଳା, ଆକ୍ରମଣ ପାଇଁ ପଠାଉଛନ୍ତି ବିସ୍ଫୋରକ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି ଏକ ବଡ଼ ଖୁଲାସା କରିଛି । ଏନ୍‌ଆଇଏ କହିଛି ମେଟ୍ରୋ ସହରରେ ରହୁଥିବା ମହିଳାମାନଙ୍କୁ ଭାରତରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଦ୍ୱାରା ନିର୍ଦ୍ଦେଶ ଦିଆଯାଉଛି । ଏହି ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ଇସଲାମିକ ଷ୍ଟେଟର ଆଦର୍ଶକୁ ପ୍ରୋତ୍ସାହିତ କରୁଛନ୍ତି । କେବଳ ଏତିକି ନୁହେଁ, ସେ ଆକ୍ରମଣ ପାଇଁ ବିସ୍ଫୋରକ ସାମଗ୍ରୀ ଉଠାଇବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ପ୍ରସଙ୍ଗରେ NIA ଆଉ ଏକ ବଡ଼ ସଫଳତା ପାଇଛି । ପୁନେରୁ ସାଦିଆ ଅନୱାର ଶେଖ ନାମକ ଜଣେ ମହିଳାଙ୍କୁ ଏଜେନ୍ସି ଗିରଫ କରିଛି । ଏହା କୁହାଯାଉଛି ଯେ ସାଦିଆ ଏକ ଅତ୍ୟନ୍ତ କଟ୍ଟରବାଦୀ ଚିନ୍ତାଧାରର ।

ସୂଚନା ଅନୁଯାୟୀ, ଏ ହେଉଛନ୍ତି ସେହି ସାଦିଆ ଯିଏ ଆତଙ୍କବାଦୀ ଜାକିର ମୁସାଙ୍କୁ ବିବାହ କରିବା ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚି ଯାଇଥିଲେ । ଯାହା ପରେ ସେ ୨୦୧୮ ମସିହାରେ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଧରାପଡିଥିଲେ । ଅବଶ୍ୟ, ପରେ ତାଙ୍କୁ ଡି-ରେଡିକାଲାଇଜ୍ କରି ଛାଡ଼ିଦିଆଯାଇଥିଲା । ଏଥି ସହିତ ଯେତେବେଳେ ଆତଙ୍କବାଦୀ ଜାକିର ମୁସା ସାଦିଆଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ଜାମ୍ମୁ କାଶ୍ମୀର ଆଇଏଏସର ମୁଖ୍ୟ ବକାରଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ଦେଇଥିଲେ । ବକାର ମଧ୍ୟ ସେତେବେଳେ ସାଦିଆଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।ୟ

ଏହା ପରେ ସାଦିଆ ଆଇଏସ୍ ର ଖୁରାସାନ୍ ମଡ୍ୟୁଲ୍ ରେ ଯୋଗ ଦେଇଥିଲେ । ସାଦିଆ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅନ୍ୟ ଆତଙ୍କବାଦୀଙ୍କଠାରୁ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ଖୋଜିବାକୁ ଲାଗିଥିଲେ । କିନ୍ତୁ ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ ।  ଅନୁସନ୍ଧାନକାରୀ ସଂସ୍ଥା ସାଦିଆଙ୍କ ତାଙ୍କ ଚାଟ୍ ଧରିଥିଲେ । ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ମଡ୍ୟୁଲର ଆତଙ୍କବାଦୀମାନେ ହିନା ବଶୀର ଏବଂ ଜହାନଜେବ ସାମିଙ୍କୁ ଇଣ୍ଟୋରୋଗେସନ ରିପୋର୍ଟରେ ସାଦିଆଙ୍କ ବିଷୟରେ ଅନେକ ଖୁଲାସା ହୋଇଛି ।

ମଶା କାମୁଡ଼ିବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଛି କି ? ଜାଣନ୍ତୁ ସତ କ’ଣ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ | ଏହି ଭାଇରସ୍ ବିଷୟରେ ପୃଥିବୀର ଅନେକ ସ୍ଥାନରେ ଗବେଷଣା କରାଯାଉଛି । କ୍ରମାଗତ ଭାବରେ ଏହା ବିଷୟରେ ନୂତନ ସୂଚନା ଆସେ | ବିଗତ ଅନେକ ମାସ ଧରି, ଲୋକମାନେ ପଚାରୁଛନ୍ତି କି ମଶା କାମୁଡ଼ିବା ଦ୍ୱାରା  କ’ଣ କରୋନାର ବିସ୍ତାର ହୁଏ କି?

Mosquitoes may just like some people better - The Verge

ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମଶା କାମୁଡ଼ିବା କାରଣରୁ କରୋନା ସଂକ୍ରମଣ ହେବାର ଆଶଙ୍କା ନାହିଁ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏଠାରେ ସମାନ କଥା କହିଛି।

Coronavirus Exposes Core Flaws, and Few Strengths, in China's ...

ଅନୁସନ୍ଧାନରୁ ଆଉ କେଉଁ କଥା ଜଣାପଡ଼ିଛି?

ଆମେରିକାର କାନସାସ୍‌ ୟୁନିଭରସିଟି ମଶା ଉପରେ ଗବେଷଣା କରିଥିଲା । ଏହାର ରିପୋର୍ଟ ଅନୁଯାୟୀ, କରୋନା ବିସ୍ତାର କରୁଥିବା SARS-CoV-2 ଭୂତାଣୁ ମଶା କାମୁଡ଼ିବା ଦ୍ୱାରା ବିସ୍ତାର ହୋଇପାରିବ ନାହିଁ। ବୈଜ୍ଞାନିକମାନେ ୩ଟି ପ୍ରଜାତିର ମଶା – ଏଡିସ୍ ଏଜିପ୍ଟି, ଏଡିସ୍ ଆଲବୋପିକ୍ଟସ୍ ଏବଂ କୁଲେକ୍ସ କ୍ୱିନାଫେସିସ୍ ଉପରେ ଗବେଷଣା କରିଥିଲେ। ସମସ୍ତ ତିନୋଟି ପ୍ରକାରର ମଶା ଚାଇନାରେ ଉପସ୍ଥିତ ଏବଂ ଚୀନ୍‌ରୁ କରୋନାର ଉତ୍ପତ୍ତି ହୋଇଛି ।

କଂଗ୍ରେସ ନେତାଙ୍କ ପ୍ରେସକ୍ରିପ୍ସନ: ରମ୍ ସହ ଦରସିଝା ଅଣ୍ଡା ଖାଆନ୍ତୁ, କରୋନା ଭଗାନ୍ତୁ