୮୪ ବର୍ଷ ପରେ ଏହି ଅଞ୍ଚଳରେ ଦେଖିବାକୁ ମିଳିଲା ଲାଲ ରଙ୍ଗର ବିରଳ ସାପ

1 min read

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୈନିତାଲରେ ଏକ ବିରଳ ପ୍ରଜାତୀର ସାପକୁ ଏକ ଘରୁ ଉଦ୍ଧାର କରାଯାଇଛି । ଏହି ବିରଳ ସାପକୁ କୋରଲ କୁକରୀ କୁହାଯାଏ ଏବଂ ସବୁଠୁ ବିଶେଷ କଥା ହେଉଛି ଏହା ଏକ ଲାଲ ରଙ୍ଗର ସାପ ଅଟେ । ନୈନିତାଲର ଏକ ଘର ଭିତରୁ ଏହି ସାପ ଲୁଚି ରହିଥିଲା ଯାହାକୁ ବନ ବିଭାଗର ଟିମ୍ ଏହାକୁ ଉଦ୍ଧାର କରିଛି ।

 

ବନ ଅଧିକାରୀଙ୍କ ସୁଚନା ଅନୁଯାୟୀ ଏହି ଦୁର୍ଲଭ ସାପକୁ ପ୍ରଥମ ଥର ପାଇଁ ୧୯୩୬ ମସିହାରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର କ୍ଷୀରୀ  କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏହା ପରେ ଏହାର ବୈଜ୍ଞାନିକ ନାମ ‘ ଅଲିଗୋଡୋନ ଖେରିଏନ୍ସିସ’ ରଖାଯାଇଥିଲା । ଏହି ସାପକୁ କୁକରୀ ଏଥି ପାଇଁ କୁହାଯାଏ କାରଣ ଏହା ଗୋରଖାଓର କୁଖରୀ (ଛୁରୀ) ଭଳିଆ ଦେଖିବାକୁ । ଏହି ସାପର ଦାନ୍ତ କୁଖରୀର ବ୍ଲେଡ ଭଳିଆ ଧାର ହୋଇଥାଏ ।

ଏହି ସାପକୁ ନେଇ ପ୍ରଭାଗୀୟ ବନାଧିକାରୀ (DFO) ନୀତିଶ ମଣି ତ୍ରିପଠୀ କହିଛନ୍ତି ଯେ, ଗୌଲା ବନ ରେଞ୍ଜ୍ ଟିମ୍ କୁ ନୈନିତାଲ ଜିଲ୍ଲାର କୁରରିୟା ଖଟ୍ଟା ଗାଁର ନିବାସୀ କବିନ୍ଦ୍ର କୋରଙ୍ଗା ଶୁକ୍ରବାର ଦିନ ଏକ ସାପରୁ ରକ୍ଷା କରିବା ପାଇଁ ସାହାଯ୍ୟ ମାଗିଥିଲେ । ଆମେ ଯେତେବେଳେ ସେଠାକୁ ଗଲୁ , ସେତେବେଳେ ଗେରାମବାସୀ ସାପଟୁକୁ ଧରିସାରିଥିଲେ ଏବଂ ତାକୁ ପ୍ଲାଷ୍ଟିକ ବସ୍ତାରେ ପୁରାଇ ରଖିଥିଲେ ।

ସାପଟିକୁ ଉଦ୍ଧାର କରିବା ପରେ, ବନ ବିଭାଗ ଟିମ ଆଶ୍ଚର୍ଯ୍ୟଚକିତ ହୋଇଗଲେ କାରଣ ସେହି ସାପ ଏକ ବିରଳ ପ୍ରଜାତିର ସାପ ଥିଲା । ସାପଟିକୁ ଉଦ୍ଧାର କରିବା ପରେ ତାକୁ ଜଙ୍ଗଲରେ ଛାଡ଼ିଦେଇଥିଲେ ।

ଡେରାଡୁନ ସ୍ଥିତ ୱାଇଲ୍ଡଲାଇଭ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ( WII )ର ବନ୍ୟଜୀବ ବିଶେଷଜ୍ଞ ବିପୁଲ ମୌର୍ଯ୍ୟ କହିଛନ୍ତି ଯେ, ଲାଲ ରଙ୍ଗର ଏହି କୋରଲ କୁକରୀ ସାପ ଅତ୍ୟନ୍ତ ଦୁର୍ଲଭ ପ୍ରଜାତିର ସାପ ଅଟେ ଏବଂ ଏହା ଉତ୍ତରାଖଣ୍ଡରରେ ଏଯାବତ ଦୁଇ ଥର ଦେଖିବାକୁ ମିଳିଛି ।

Leave a Reply