ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ୧-୧ରେ ରହିଛି । ତୃତୀୟ ମ୍ୟାଚରେ କିଏ ଜିତିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଦଳ ଦମଦାର ଫର୍ମରେ ରହିଥିବାବେଳେ ତୃତୀୟ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚଟି ଖେଳାଯିବାକୁ ଥିବାବେଳେ କୁହାଯାଉଛି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଏହି ମ୍ୟାଚ ସମୟରେ ମଇଦାନରେ ଉପସ୍ଥିତ ରହିପାରନ୍ତି । କାରଣ ଏବେ ଲଣ୍ଡନରେ ନିଜ ପରିବାର ସହ ରହିଛନ୍ତି ବିରାଟ । ସେ ନିକଟରେ ଟେନିସ ମ୍ୟାଚବେଳେ ନଜର ଆସିଥିଲେ । ଏଣୁ ଭାରତୀୟ ଦଳର ମନୋବଳ ବଢ଼ାଇବା ପାଇଁ ମଇଦାନରେ ଉପସ୍ଥିତ ରହିପାରନ୍ତି । ସେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ସୁଦ୍ଧା ଖେଳାଳିଙ୍କ ସହ ମିଶି ଅଧିକ ମନୋବଳ ବଢ଼ାଇ ପାରନ୍ତି ବୋଲି କୁହାଯାଉଛି ।
ଏକତା କପୁରଙ୍କୁ ନେଇ ଏମିତି କହିଲେ କରଣ ଜୋହର
ନନ୍ଦିଘୋଷ ବ୍ୟୁରୋ: ନିଜର ଫିଲ୍ମ କିମ୍ବା ପ୍ରତିକ୍ରିୟା, ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର । ତେବେ କରଣ ଜହର ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକତା କପୁରଙ୍କ ବେଶ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ୨୫ ବର୍ଷ ପରେ ପୁଣିଥରେ ଟିଭି ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି ସାସ ନେ କଭି ବୋହୂ ଥି । ଏହାର ଦ୍ବିତୀୟ ଭାଗ ସିରିଏଲ ପୁଣିଥରେ ଆସିବାକୁ ଯାଉଛି । ପ୍ରଥମ ଭାଗଟି ୨୦୦୦ ମସିହାରୁ ଆରମ୍ଭ ହୋଇ ୨୦୦୮ରେ ଶେଷ ହୋଇଥିଲା । ଏହା ଘରେ ଘରେ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଣୁ ୨୫ ବର୍ଷ ପରେ ପୁଣିଥରେ ଏହି ସିରିଏଲ ପୁଣିଥରେ ନିଜର ଦ୍ବିତୀୟ ଭାଗ ଆରମ୍ଭ କରିବାକୁ ଯାଉଛି । ଭାରତୀୟ ଟେଲିଭିଜନ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ଏହି ସିରିଏଲର ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ବୋଲି କୁହାଯାଉଥିବାବେଳେ ଏହାର ସମସ୍ତ ଶ୍ରେୟ କରଣ ଜୋହର ଏକତାଙ୍କୁ ଦେଇଛନ୍ତି ।
ବିଦ୍ୟୁତ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାଉଁଶ ମୂଳରେ ପିଟିଲେ ଲୋକେ। ପିପିଲି ସବଡିଭିଜନ ଅଧୀନ ସେକ୍ସନ ୱାନ ବିଲ ଆଦାୟକାରି ଟିମ କର୍ମଚାରୀଙ୍କୁ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାସପୁରର ଜଣେ ଉପଭୋକ୍ତା ନିସ୍ତୁକ ମାଡ଼ ମାରିଛନ୍ତି। ପିପିଲି ବିଦ୍ୟୁତ ବିଭାଗ ଟିମର ଡିସି ମୁଖ୍ୟ ଅଵସରପ୍ରାପ୍ତ ସେନା କର୍ମଚାରୀ ପଦ୍ମଚରଣ ପ୍ରଧାନଙ୍କ ନେତୃତ୍ୱରେ ମୁକୁନ୍ଦଦାସପୁରକୁ ବକେୟା ବିଲ ଆଦାୟ କରିବାକୁ ଯାଇଥିଲେ ଲୋକେ। ଗାଁ ପ୍ରବେଶ ଦ୍ଵାରରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମସୁଦିନ୍ ହୁକ ପକାଇ ଘରକୁ ଚୋରାରେ ଲାଇନ ନେଇଥିଲେ। ବିଲ ଆଦାୟ ଟିମର ସୁପରଭାଇଜର ରାଜେଶ ସାହୁ ବକେୟା ବିଦ୍ୟୁତ ବିଲ ମାଗିବା ସହ ଲାଇନ କାଟିବାକୁ କହିଥିଲେ। ଏଥିରେ ସାମସୁଦ୍ଦିନ ଉତକ୍ଷିପ୍ତ ହୋଇ ରାଜେଶଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶ ବାଡ଼ିରେ ନିର୍ଧୁମ ମାଡ଼ ମାରିଥିଲେ। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଜଣଙ୍କୁ ଅଟକ ରଖିଛି ।

