ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମର୍ଡର ନା ସୁଇସାଇଡ… ଆଜିଠୁ ତଦନ୍ତ କରିବ ସିବିଆଇ, ଖୋଲିବ ଗୁମର
ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ… ୨୯ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା
ଗତ ୨୪ ଘଣ୍ଟାରେ ୬୮ ହଜାରରୁ ଅଧିକ ପଜିଟିଭ, ୯୮୩ ମୃତ… ୨୯ ଲକ୍ଷ ଟପିଲା ସଂକ୍ରମିତ ସଂଖ୍ୟା
ଲଘୁଚାପ ପ୍ରଭାବରେ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ବେହାଲ ମାଲକାନଗିରି, ବିପଦ ସଂକେତ ଛୁଇଁଲା ବୈତରଣୀ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୨୩ ତାରିଖରେ ଆସୁଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଲଘୁଚାପ ବର୍ଷାରେ ବେହାଲ୍ ମାଲକାନଗିରି ସ୍ଥିତି । ଲଗାଣ ବର୍ଷାରେ କାଲିମେଳା ଓ ପଡିଆ ବ୍ଲକର ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ପୋଲ ଉପରେ ଚାଲିଛି ବନ୍ୟା ଜଳ । କଙ୍ଗାରୁକୋଣ୍ଡା, ଏମଭି ୯୬, ମହାରାଜପଲ୍ଲୀ, କାଲିମେଳା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ଚାଲିଛି । ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ ଡାକ ବାଜି ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ କୁହାଯାଇଛି । କାଲିମେଳାରୁ ମୋଟୁ ଓ ମାଲକାନଗିରିରୁ କାଲିମେଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର ପଡିଆ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଭଦ୍ରକରେ ଆଖୁଆପଦାରେ ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଥିବା ବେଳେ, ବିପଦସଙ୍କେତ ଛୁଇଁଛି ନଦୀର ଜଳସ୍ତର । ଉପରମୁଣ୍ଡ ଅର୍ଥାତ କେନ୍ଦୁଝରରେ ପ୍ରବଳ ବର୍ଷା ଯୋଗୁଁ, କ୍ରମାଗତ ଭାବେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି । ସେପଟେ ବିପଦ ସଙ୍କେତ ଛୁଇଁବା ପରେ ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସାମ୍ଭାବ୍ୟ ବନ୍ୟାସ୍ଥିତିକୁ ଦେଖି ପ୍ରଶାସନ ସଜାଗ ରହିଛି ।
ଏହି ସବୁ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ରହିବ ଅଶୁଭ, ନିଜ ଲୋକଙ୍କଠାରୁ ମିଳିବ ଧୋକା…
ଆଜିର ପଞ୍ଚାଙ୍ଗ: ୨୧/୦୮/୨୦୨୦ ଶୁକ୍ରବାର, ୧୪୨୭ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୬ଦିନ, ଭାଦ୍ରବ ଶୁକ୍ଳ ୩ୟା ରାତ୍ରି ୧୧:୦୩ ଗତେ ୪ର୍ଥି
– କନ୍ୟା ଚନ୍ଦ୍ର ଅହୋରାତ୍ର
– ଉତ୍ତରାଫାଲଗୁନି ରାତ୍ର ୦୯:୨୯ ଗତେ ହସ୍ତା
– ଘାତ ଚନ୍ଦ୍ର – ବୃଷ ରାଶିର
– ଘାତ ବାର – ବିଛା ଧନୁ ଓ ମୀନ ରାଶିର
– ଯୋଗିନି – ଆଗ୍ନୟେ ରାତ୍ର ୧୧:୦୩ ଗତେ ନୈଋତେ
– ପୁଷ୍କର ଦୋଷ – ୧ପାଦ ରାତ୍ର ୦୯:୨୯ ପଯ୍ୟନ୍ତ
ଶୁଭ ସମୟ –
ପ୍ରାତଃ ୦୭:୧୨ ରୁ ୦୮:୫୮
ଦିବା ୧୨:୨୪ ରୁ ୦୨:୪୫
ଦିବା ୦୪:୨୬ ରୁ ୦୬:୦୭
ସଂଧ୍ୟା ୦୭:୩୮ ରୁ ୦୮:୫୮
ଅଶୁଭ ସମୟ –
ଦିବା ୦୮:୪୦ ରୁ ୧୧:୫୦
ରାତ୍ରି ୦୮:୫୮ ରୁ ୧୦:୨୪
ମେଷ ରାଶି –
ଆଶ୍ୱିନୀ ନକ୍ଷତ୍ର – ଆଜି ନିଜର ପରିବାର ମଧ୍ୟରେ ଆନନ୍ଦରେ ଦିନ କଟିବ,ବିବାହ ଯୋଗ୍ୟ ପିଲାମାଙ୍କର ମନର ଆଶା ପୁରଣ ହେବ ।
ଦ୍ୱିଜା ନକ୍ଷତ୍ର – ଆଜି ସୁଖଶାନ୍ତିଭରା ଦିନ ରହିବ, ସମୟ ସାଥ ଦେବ ତେଣୁ ମନରେ ଥିବା ପ୍ରତ୍ୟେକ କାଯ୍ୟ ପୂରଣ ହେବ ।
କୃତ୍ତିକା ନକ୍ଷତ୍ର – କାର୍ଯ୍ୟସ୍ଥଳରେ ସହକର୍ମିଙ୍କ ସହିତ ମତଭେଦ ହେବ ଏବଂ ପିତାଙ୍କର ଓ ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ ସେଥିଲାଗି ଚିନ୍ତିତ ରହିବେ ।
– ଶୁଭ ରଙ୍ଗ – ଧଳା ଏବଂ ହଳଦିଆ
– ସ୍ନାନପରେ ସୂର୍ଯ୍ୟଙ୍କୁ କ୍ଷିର ଏବଂ ଗୁଡ ମିଶାଇ ଅର୍ଘ୍ୟ ଦେବେ ଏବଂ ଲାଲଚନ୍ଦନ ମଥାରେ ଟିକା ମାରିବେ ।
ବୃଷ ରାଶି –
କୃତ୍ତିକା ନକ୍ଷତ୍ର – ଆଜି ଆୟ ପ୍ରାୟ ଭଲ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ଆଶାଠାରୁ ଅଧିକ ହେବ, ଆଜି କିଛି ଚଣାଡାଲି ଗାଇଙ୍କୁ ଖାଇବାକୁ ଦିଆନ୍ତୁ ରିଷ୍ଟ କମିବ ।
ରୋହିଣି ନକ୍ଷତ୍ର – ଆଜି ଶୁଭଦିନ ରହିବ, ଗାଡିମଟର କିମ୍ବା ଘରକରଣା ସାମଗ୍ରୀ କିଣିବାର ସମ୍ଭାବନା ଅଧିକ ରହିବ, ମନ ସତେଜ ରହିବ ।
ମୃଗଶିରା ନକ୍ଷତ୍ର – ଆଜି ପେଟଜନିତ ବ୍ୟାଧି ଭୋଗିବେ,ଖର୍ଚ୍ଚ ଆଶା ଠାରୁ ଅଧିକ ହେବ, ମନ ଦୁର୍ବଳ ରହିବ ।
– ଶୁଭ ରଙ୍ଗ – ସବୁଜ
– ଆଜି ଲାଲମନ୍ଦାର ଫୁଲ ୭ଟି ଗୃହର ଇଷ୍ଟ ଦେବୀଙ୍କୁ ଚଢାନ୍ରୁ ଏବଂ କାଉଙ୍କୁ ଖାଇବାକୁ ଦିଅନ୍ତୁ ।
ମିଥୁନ ରାଶି –
ମୃଗଶିରା ନକ୍ଷତ୍ର – ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ ।
ଆର୍ଦ୍ରା ନକ୍ଷତ୍ର – ମାନସମ୍ନାନ କ୍ଷୁନ୍ନ ହେବ, ମନ ଅସ୍ଥିର ହୋଇ ମୁଣ୍ଡବିନ୍ଧିବ ଏବଂ ଟଙ୍କାପଇସାର ଅଭାବ ବଢିବ ।
ପୂନର୍ବସୁ ନକ୍ଷତ୍ର – ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ବାଧାବିଘ୍ନରେ ପୂରଣ ହେବ ।
– ଶୁଭ ରଙ୍ଗ- ସୁନେଲି (ଗୋଲ୍ଡେନ)
– ସ୍ନାନପରେ ନୈଋତ ଦିଗକୁ ମୁଖ କରି ୨୭ଥର ଓଁ ନମଃ ଶିବାୟ ଜପ କରିବେ ଏବଂ ତ୍ରିଶାଖା ବେଲପତ୍ର ୭ଟି ଖାଇବେ ।
କର୍କଟ ରାଶି –
ପୂନର୍ବସୁ ନକ୍ଷତ୍ର – ଶୁଭ ସନୟ ଦିନଭରି ରହିବ, ଶତୃ ଆଜି ମିତ୍ର ପାଲଟିଯିବେ, ନହେଉଥିବା କାମ ସହଜରେ ହେଇଯିବ, ମନ ଉତ୍ସାହିତ ରହିବ ।
ପୂଷ୍ୟା ନକ୍ଷତ୍ର – ପ୍ରତି କାମ ବାଧାବିଘ୍ନରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।
ଅଶ୍ଲେଷା ନକ୍ଷତ୍ର – କମ୍ପ୍ୟୁଟର କିମ୍ବା ଯାନ୍ତ୍ରିକ ବିଭାଗରେ କାମକରୁଥିବା ବ୍ୟକ୍ତିଙ୍କର ଶୁଭଫଳ ଅଧିକ ଏବଂ ବ୍ୟବସାୟି ମାନେ ଲାଭାନ୍ୱିତ ହେବେ।
– ଶୁଭ ରଙ୍ଗ – ଧଳା
– କଳା ଗାଇ, ଷଣ୍ଡ କିମ୍ବା କୁକୁରକୁ ନିଜ ହାତରେ ଖାଇବାକୁ ଦିଅନ୍ତୁ ।
ସିଂହ ରାଶି –
ମଘା ନକ୍ଷତ୍ର- ଆଜି ଅନୁକୁଳ ସମୟ ରହିବ, ପ୍ରତି କାଯ୍ୟରେ ସାହାଯ୍ୟ ସହଯୋଗ ମିଳିବ, ଲାଲ ପିମ୍ପୁଡିଙ୍କୁ ମିଠା ଦିଅନ୍ତୁ ମନମୁତାବକ ଫଳ ମିଳିବ ।
ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି କ୍ଷେତ୍ରରେ ଆଶା ଠାରୁ ଅଧିକ ମିଳିବ, ମନ ସମ୍ପୁଣ୍ଣ ଉତ୍ସାହିତ ରହିବ, ନୂଆ କିଛି ଅର୍ଥ ଉପାର୍ଜନର ବାଟ ଖୋଲିବ ।
ଉତ୍ତରାଫାଲଗୁନୀ ନକ୍ଷତ୍ର – ମହିଳା ମାନଙ୍କର ମାନସିକ ଚିନ୍ତା ବଢିବ, ପୁରୁଷମାନେ କୌଣସି କାରଣରୁ ଅପମାନିତ ହେବେ, ଅର୍ଥାଭାବ ରହିବ।
– ଶୁଭରଙ୍ଗ – ହଳଦିଆ
– ଆଜି ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ଏବଂ ତମ୍ବା ପାତ୍ରରେ ଜଳ ପିଅନ୍ତୁ ।
କନ୍ୟା ରାଶି –
ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତି କାର୍ଯ୍ୟ ବାଧାବିଘ୍ନରେ ପୁରଣ ହେଵ, କାର୍ଯ୍ୟସ୍ଥଳରେ ଅସହଯୋଗ ଜନିତ ଅସୁବିଧା ଭୋଗିବେ ।
ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି ହେବ, ବ୍ୟବସାୟରେ ଆଶାଜନକ ଲାଭହେବ କିନ୍ତୁ ମାନସମ୍ନାନରେ କମି ରହିବ ।
ଚିତ୍ରା ନକ୍ଷତ୍ର – ନୂଆ କୌଣସି ଦ୍ରବ୍ୟ କିଣିବେ, ରୋଗରୁ ଉପସମ ମିଳିବ ମାତ୍ର ଛୋଟମୋଟ ଦୁଘଟଣାର ଭୟ ରହିଛି ସତର୍କ ରହିଥିବେ ।
– ଶୁଭ ରଙ୍ଗ – ଧଳା
– ତମ୍ବା ପାତ୍ରରେ ଜଳ ସହିତ ଲାଲଚନ୍ଦନ ଏବଂ ଗୁଡମିଶାଇ ଓଁ ଘୃଣି ସୂଯ୍ୟାୟ ନମଃ ୭ଥର ଜପ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ରିଷ୍ଟ କଟିବ ।
ତୁଳା ରାଶି –
ଚିତ୍ରା ନକ୍ଷତ୍ର – ଆର୍ଥିକ ସ୍ଥିତି ଏବଂ ପାରିବାରିକ ଜୀବନ ଭଲ ରହିବ କିନ୍ତୁ ଅଚାନକ ପେଟବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିବ ।
ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ କମି ବିଦ୍ୟା ଏବଂ ନିଜର ଲକ୍ଷଭ୍ରଷ୍ଟ ହେବେ, ଲୋକସଂପର୍କରେ ଧୋକାମିଳିବ ।
ବିଶାଖା ନକ୍ଷତ୍ର – ସମୟ ସାଥ ଦେବ ନାହିଁ ତେଣୁ ହେବାକୁ ଥିବା କାଯ୍ୟ ବିଗିଡିଯିବ ତେଣୁ ଆଜି ଘରୁ ବାହାରିଲା ବେଳେ ବାରିଅଁଳା ଗଛର ଚେର ନିଜ ପାଖରେ ରଖି ବାହାରନ୍ତୁ ରିଷ୍ଟ କମିବ ।
– ଶୁଭ ରଙ୍ଗ – ଧଳା
– ଜଳରେ ହଳଦି ମିଶାଇ ସ୍ନାନ କରନ୍ତୁ କିମ୍ବା ହଳଦି ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବ ।
ବିଛା ରାଶି-
ବିଶାଖା ନକ୍ଷତ୍ର – ଆର୍ଥିକ ଉର୍ଣ୍ଣତି ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ବଢିବ ଯୋଜନାରେ ସଫଳ ହେବେ ମାତ୍ର ଅଚାନକ ଦୁର୍ବଳତା ଅନୁଭୁତ ହେବ ।
ଅନୁରାଧା ନକ୍ଷତ୍ର – ପାରିବାରିକ ପରିବେଷ ହସଖୁସି ଭରା ରହିବ, ଆର୍ଥିକ ସ୍ଥିତି ସୁଧୁରିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।
ଜ୍ୟେଷ୍ଠା ନକ୍ଷତ୍ର – ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ ।
– ଶୁଭ ରଙ୍ଗ – କମଳା ବା ମଠା ରଙ୍ଗ
– ଗଙ୍ଗାଜଳରେ ଗୃହର ଦେବତାଙ୍କୁ ସ୍ନାନକରି ପାଦୁକା ପାଇବେ ଏବଂ ଓଁ ରାଂ ରାହବେ ନମଃ ୨୭ଥର ଜପ କରିଵେ ।
ଧନୁ ରାଶି –
ମୂଳା ନକ୍ଷତ୍ର – ଆଜି ଭାଗ୍ୟ ସାଥଦେବ ନାହିଁ କୌଣସି କାମ ପୁରଣ ହେବ ନାହିଁ ତେଣୁ କଳା ରଙ୍ଗର ଜିବଙ୍କୁ ଖାଇବାକୁ ଦିଅନ୍ତୁ ରିଷ୍ଟ ଖଣ୍ଡନ ହେବ ।
ପୂର୍ବଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ ।
ଉତ୍ତରାଷାଢା ନକ୍ଷତ୍ର – ଚାକିରି ଏବଂ ବ୍ୟବସାୟରେ ବାଧାବିଘ୍ନ ରହିବ, ଆର୍ଥିକ ସ୍ଥିତି ବିଗିଡିବ ଫଳରେ ଆତ୍ମବଳ କମିଯିବ ତେଣୁ ଦିନଭରି ଲବଙ୍ଗ ପାଟିରେ ରଖି ଦିନ କାଟନ୍ତୁ ରିଷ୍ଟ କମିବ ।
– ଶୁଭ ରଙ୍ଗ – ସବୁଜ
– ଫିଟିକିରି ମିଶାଇ ସ୍ନାନ କରିବେ ଏବଂ ଓଁ ନୃସିଂହାୟ ନମଃ ୨୭ଥର ଜପ କରନ୍ତୁ ।
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର – ଆୟ ବଢିବ, କୌଣସି ପୁରୁଣା କାର୍ଯ୍ୟ ପୁରଣ ହେବ ଏବଂ ବାଦବିବାଦର ସମାଧାନ ସହିତ କୌଣସି ବୃତିଗତ ନୁଆ କାମ ହାତକୁ ଆସିବ ।
ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିର୍ମାଣ ଆଦି କାଯ୍ୟ ତ୍ୱରାନିତ ହେବେ ।
ଧନିଷ୍ଠା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ହଳଦିଆ ବସ୍ତ୍ର ପରିଧାନ କରି ଦିନ କାଟିବେ ଏବଂ ଗାଇକୁ ମିଠାଫଳ ନିଜ ହାତରେ ଖୁଆଇବେ ।
– ଶୁଭ ରଙ୍ଗ – ଧଳା
– ଆଜି ମା ତାରିଣିଙ୍କର ବ୍ରତ ରଖିବେ ଏବଂ ହଳଦିଆ ଖେଚୁଡି ଦିନଭରି ଥରଟିଏ ଖାଇବେ ।
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର – ଆଜି ସମୟ ସାଥଦେବ ତେଣୁ ପ୍ରତି କ୍ଷେତ୍ରରେ ଆଶାଜନକ ସାହାଯ୍ୟ ସହଯୋଗ ମିଳିବ, ଆତ୍ମବଳ ଅଧିକ ରହିବ ।
ଶତଭିଷା ନକ୍ଷତ୍ର – ଆଜି ସତର୍କ ରହିଥିବେ କୌଣସି ନା କୌଣସି ପ୍ରକାରର ଦୁଘଟଣା ଘଟିବ କିମ୍ବା ବାଦବିବାଦ ହେବ, ମହାମୃତ୍ୟୁଞ୍ଜୟ ମନେ ମନେ ଜପ କରୁଥିବେ ।
ପୂର୍ବଭାଦ୍ର ନକ୍ଷତ୍ର – ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ ।
– ଶୁଭ ରଙ୍ଗ – ଇଶତ୍ ଲାଲ
– ସ୍ନାନସାରି ତମ୍ବାପାତ୍ରରେ ଜଳଭରି ଲାଲଚନ୍ଦନ ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ ।
ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର – ଘରଲୋକ କିମ୍ବା ସଙ୍ଗସାଥିଙ୍କର ସହାୟତାରେ କୌଣସି ଭାବିଥିବା କାମ ଆଗକୁ ବଢିବ, ଦିନଭରି ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଉତ୍ତରଭାଦ୍ର ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିବ ସତର୍କ ରହିଥିବେ ଏବଂ କଳା ରଙ୍ଗ ଓ ଲୁହାର ଦ୍ରବ୍ୟ ବ୍ୟବହାର କରିବେ ନାହିଁ ।
ରେବତୀ ନକ୍ଷତ୍ର – ଶୁଭରେ ଶୁଭରେ ସମୟ ଅତିବାହିତ ହେବ, ବ୍ୟବସାୟରେ ଆୟ ଭଲହେବ ଏବଂ ଚାକିରିରେ ଆଶାଜନକ ପରିବେଷ ମିଳିବ ।
– ଶୁଭ ରଙ୍ଗ – ନିଳ
– ଆଜି ୨୧ଥର ଗାୟତ୍ରିମନ୍ତ୍ର ଜପ କରନ୍ତୁ ଏବଂ ପିମ୍ପୁଡିଙ୍କୁ ଅଟା ଓ ଚିନି ଖାଇବାକୁ ଦିଅନ୍ତୁ ।
ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
ବନ୍ୟା ରିଲିଫ୍ ଦେଇ ଫେରିବା ବାଟରେ ଡ଼ଙ୍ଗାର ଦୁର୍ଘଟଣା, ଜଣେ ନିଖୋଜ
ମାଲକାନାଗିରି: ମୋଟୁ ସୀମାସ୍ଥିତ ଆନ୍ଧ୍ରର ଚିନ୍ତୁରରେ ଡ଼ଙ୍ଗା ଦୁର୍ଘଟଣା । ପୋଲର ପିଲର ସହ ଧକ୍କା ହୋଇ ଡ଼ଙ୍ଗା ବୁଡ଼ିଗଲା । ଡ଼ଙ୍ଗାରେ ଥିବା ୩ଜଣ ମଧ୍ୟରୁ ୨ ଜଣ ଉଦ୍ଧାର ଜଣେ ନିଖୋଜ ରହିଛନ୍ତି । ବନ୍ୟା ପୀଡ଼ିତଙ୍କ ପାଇଁ ରାସନ ପହଞ୍ଚାଇ ଫେରିବା ବେଳେ ଦୁର୍ଘଟଣା ହୋଇଥିଲା । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିସମ ବାହିନି ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ସନ୍ଧ୍ୟା ୭ ୪୦ ସମୟରେ ଏଭଳିଘଟଣା ଘଟିଛି । ବନ୍ୟା ପାଣିର ବେଗ ଏତେ ଥିଲାଯେ ଡଙ୍ଗାଟି ପୁରା ଦୁଇ ଖଣ୍ଡ ହୋଇଯାଇଛି । ତେବେ ପ୍ରବଳ ସୁଅ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । ଅନ୍ଧାର କାରଣରୁ ପୋଲର ପିଲର ଦେଖିପାରି ନଥିଲେ ଡଙ୍ଗା ଚାଳକ । ଯାହାଫଳରେ ଡ଼ଙ୍ଗଟି ଯାଇ ପିଲରରେ ମାଡ଼ ହୋଇଥିଲା । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପଲିଟିକ୍ସକୁ ଆସିବେ ପାଇଲଟ୍, ସୁରଙ୍କ ଉତ୍ତରାଧିକାରୀ ଏଥିପାଇଁ ରେଡ୍ଡି
ଭୁବନେଶ୍ୱର: ରାଜୀବ ଗାନ୍ଧୀଙ୍କ ଜୟନ୍ତିରେ କଂଗ୍ରେସର ପୁରୁଖା ନେତା ସୁର ରାଉତରାୟଙ୍କ ବଡ଼ ଘୋଷଣା । ସାନପୁଅ ମନ୍ମଥ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ । କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କ ଉପସ୍ଥିତ ଏହାକୁ ଜାହିର କରୁଥିଲା । ଏନେଇ ବିଧାୟକ ସୁର କହିଛନ୍ତି ଯେ, ସାନପୁଅ ସଂଗଠନ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ପୁଅ ଯଦି ରାଜନୀତିକୁ ଆସିବାକୁ ଇଚ୍ଛା କରିବେ, ମୋର ଆପତ୍ତି ନାହିଁ ।
ସେପଟେ ମନ୍ମଥ ବି ଦେଇଛନ୍ତି ପଲିଟିକ୍ସରେ ଏଣ୍ଟ୍ରି ନେଇ ଇସାରା । ରାଜୀବ ଗାନ୍ଧୀ ଯେଉଁ କମ୍ପାନୀରେ ପାଇଲଟ ଥିଲେ ମୁଁ ସେହି କମ୍ପାନୀରେ ପାଇଲଟ ଅଛି । ରାଜୀବ ପାଇଲଟ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇ ପ୍ରାଧାନମନ୍ତ୍ରୀ ହୋଇଥିଲେ । ଏବେ ମୁଁ ଚାକିରିରେ ଅଛି । ବାପାଙ୍କୁ ସାହାଯ୍ୟ କରୁଛି ଓ ରାଜନୀତି ଶିଖିୁଛି ।
୨୦୧୯ ସାଧାରଣ ନର୍ବାଚନ ପରେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ବିଧାୟକ ସୁର ରାଉତରାୟ ପୂର୍ବରୁ ଘୋଷଣା କରିଛନ୍ତି । ତେଣୁ ତାଙ୍କୁ ଉତ୍ତରାଧିକାରୀ କିଏ ହେବ ସେନେଇ ବଡ଼ପୁଅ ଓ ସାନପୁଅଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା । ହେଲେ ଆଜିର ମିଶ୍ରଣ ପର୍ବରେ ସାନପୁଅଙ୍କୁ ପ୍ରୋଜେକ୍ଟ କରିବା ଏବେ ଜଟଣୀର ସେ ହିଁ ଉତ୍ତରାଧିକାରୀ ହେବେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଥିଲେ ଡାଇଟରେ ସାମିଲ କରନ୍ତୁ ଏହି ଖାଦ୍ୟ
କରୋନା ମହାମାରୀ କାରଣରୁ ଖାଦ୍ୟପେୟକୁ ନେଇ ଲୋକମାନେ ଅଧିକ ସଚେତନ ହୋଇ ଯାଇଛନ୍ତି । ତେଣୁ କରୋନାରୁ ରକ୍ଷା ପାଇବା ପାଇଁ କେଉଁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଆସନ୍ତୁ ଆଲୋଚନା କରିବା ।

ଲାଲ କ୍ୟାପସିକମ: ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ । ଆମେରିକା କୃଷି ବିଭାଗର ସୂଚନା ଅନୁସାରେ ଏକ କପ କଟା ହୋଇଥିବା କ୍ୟାପସିକମରେ ପ୍ରାୟ ୨୧୧ ପ୍ରତିଶତ ଭିଟାମିନ ସି ରହିଥାଏ । ଏହା କମଳାରେ ଥିବା ଭିଟାମିନର ଦୁଇ ଗୁଣ ।

ବ୍ରୋକଲି- ଏହା ଭିଟାମିନ ସିରେ ଭରପୂର । ଅଧ କପ ବ୍ରୋକଲିରେ ୪୩ ପ୍ରତିଶତ ଭିଟାମିନ ରହିଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଅନୁସାରେ ଶରୀରରେ ଏହି ପରିମାଣର ଭିଟାମିନ ସି ଆବଶ୍ୟକ ଅଛି । ବ୍ରୋକଲି ଫାଇଟୋକେମିକଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଚଣା- ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।

ଷ୍ଟ୍ରବେରୀ-ଡାଇଟିସିଆାନଙ୍କ କହିବା ଅନୁସାରେ ଗୋଟିଏ ଦିନର ଭିଟାମିନ ସି ପୂରଣ କରିବା ପାଇଁ ଅଧ କପ ଷ୍ଟ୍ରବେରୀ ଯଥେଷ୍ଟ । ଅଧ କପ ଷ୍ଟ୍ରବେରୀରେ ୫୦ ପ୍ରତିଶତ ଭିଟାମିନ ସି ରହିଥାଏ ।

ରସୁଣ- ଏହା ଶରୀର ପାଇଁ ଖୁବ ଉପକାରୀ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ସଂକ୍ରମଣରୁ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପାଳଙ୍ଗ- ଏହା ଭିଟାମିନ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର । ଏତିରେ ବିଟା କ୍ୟାରୋଟିନ ରହିଥାଏ । ଏହା ଭିଟାମିନ ଚଏର ମୁଖ୍ୟ ସ୍ରୋତ । ଭିଟାମିନ ଏ ଇମ୍ୟୁନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ ।

ଦହି- ଏହା ପ୍ରୋବାୟୋଟିକ୍ସର ସ୍ରୋତ । ଡାକ୍ତରଙ୍କ କହିବା ଅନୁସାରେ ଏହା ଏକ ଭଲ ବ୍ୟାକ୍ଟେରିଆ । ଏହା ଇମ୍ୟୁନ ସିଷ୍ଟମ ଏବଂ ପାଚନ ତନ୍ତ୍ରକୁ ଠିକ ରଖିଥାଏ ।
ରାଜ୍ୟରେ ବଢ଼ୁଛି ସୁସ୍ଥତା ହାର, ଆଜି ପୁଣି ସୁସ୍ଥ ହେଲେ ୧୬୪୧ ଜଣ କରୋନା ରୋଗୀ
ଭୁବନେଶ୍ୱର: କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ୧୬୪୧ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪୮ ହଜାର ୫୭୬ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରୁ ସର୍ବାରଧିକ ୩୬୫ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସେହିଭଳି ୩୫୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।
Another 1641 #COVID19 patients have recovered and are being discharged on 20.8.2020
365 from Ganjam
357 from Khurdha
91 from Sundergarh
86 from Jajpur
65 from Gajapati
63 from Cuttack
63 from Koraput
60 from Mayurbhanj
50 from Kandhamal
42 from Rayagada— H & FW Dept Odisha (@HFWOdisha) August 20, 2020
ସେପଟେ ସୁନ୍ଦରଗଡ଼ରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ ୬୦, କନ୍ଧମାଳରୁ ୫୦, ରାୟଗଡ଼ାରୁ ୪୨, ନୟାଗଡ଼ରୁ ୪୧, ମାଲକାନାଗିରିରୁ ୩୯, ବଲାଙ୍ଗିରରୁ ୩୫, ଢ଼େଙ୍କାନାଳରୁ ୩୩, ଜଗତସିଂହପୁରରୁ ୩୩, ବାଲେଶ୍ୱରରୁ ୩୧, କେନ୍ଦୁଝରରୁ ୨୯, ବରଗଡ଼ରୁ ୨୫, ଭଦ୍ରକରୁ ୨୫, ଝାରସୁଗୁଡ଼ାରୁ ୨୧, ପୁରୀରୁ ୨୧, ସମ୍ବଲପୁରରୁ ୨୦, କଳାହାଣ୍ଡିରୁ ୧୬, କେନ୍ଦ୍ରାପଡ଼ାରୁ ୧୬, ନବରଙ୍ଗପୁରରୁ ୧୧, ଦେବଗଡ଼ରୁ ୨, ଅନୁଗୁଳ ଏବଂ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
2 from Deogarh
1 each from Angul & BoudhThe total recovered cases of Odisha now stand at 48576
— H & FW Dept Odisha (@HFWOdisha) August 20, 2020
ବିଜୁବାବୁ ବଞ୍ଚିଥିଲେ କରୋନା ସମୟରେ ସରପଞ୍ଚଙ୍କ କାମ ଦେଖି ବହୁତ ଖୁସି ହୋଇଥାନ୍ତେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ କଥା ମନେ ପକାଇଛନ୍ତି । ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ ବୋଲି କହିଛନ୍ତି ।
କେନ୍ଦ୍ରାପଡ଼ାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍ । କେନ୍ଦ୍ରାପଡ଼ାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡ଼ା ଓଡ଼ିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତି ବ୍ଲକ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ୍ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


