spot_img
Home Blog Page 660

ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ

ଲକ୍ଷ୍ନୌ : ସାନ ଭାଇର ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ ଭାଇର ଜୀବନ  । ଉତ୍ତର ପ୍ରଦେଶ ଜାଲୈନ ଜିଲ୍ଲା କାଞ୍ଚ ଥାନା ଅଞ୍ଚଳରୁ ଆସିଛି । ଦୁଇ ଭାଇଙ୍କ ଶବ ଏକା ସାଙ୍ଗରେ ଉଠିଛି । ଖାଲି ପରିବାର କାହିଁକି ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

ଶୁକ୍ରବାର ମଧ୍ୟ ରାତ୍ୟୀରେ ୭୩ ବର୍ଷିୟ ରାମଚରଣ ପ୍ରଜାପତି ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ । ଫେରିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାତି ବହୁତ ଥିବାରୁ କେହି ଜାଣିପାରିନଥିଲେ । ଶନିବାର ସକାଳେ ଲୋକ ଦେଖିବା ପରେ ମୃତ୍ୟୁ ଖବର ଚାରିଆଡେ ଖେଳିଯାଇଥିଲା । ଏହି ଖବର ବଡ ଭାଇ ତୁଳାରାମ (୮୦)ଙ୍କୁ ମିଳିଲା, ସେ ଭାଇକୁ ଦେଖିବା ପାଇଁ ବାହାରି ଗଲେ । ତାଙ୍କର ବୟସ ଅଧିକ ଥିବାରୁ ତାଙ୍କ ଅଧରାସ୍ତାରେ ଲୋକ ଅଟକାଇଥିଲେ । ଆଉ ଘଣକୁ ଆସି ତୁଳାରାମ ଖଟ ଉପରେ ଚୁପଚାପ ଶୋଇ ରହିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଠିଯାଇଥିଲା । ତାଙ୍କ ବିୟୋଗରେ ପରିବାରରେ ଦୁଃଖର ପାହାଡ ପଡିଯାଇଥିଲା ।

ପୋଲିସ ସାନ ଭାଇର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲା ଚା’ ଦୋକାନୀର ପୁଅ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ଯାଇଛି । ଖାଲି ସେତିକି ନୁହେଁ ବହୁ ଲୋକଙ୍କ ସଂସାର ଉଜୁଡି ଯାଇଛି । ଏହାରି ମଧ୍ୟରେ ଏକ ଜଣେ ୧୪ ବର୍ଷର ପୁଅର ଜୀବନ ଯାଇଛି । ଯିଏ ନିଜ ମା’ ସହ ଚା’ ଦୋକାନରେ ଶୋଇଥିଲା । ସେ ବିଜେ ମେଡିକାଲ ପରିସରରେ ଛୋଟ ଚା’ ଦୋକାନରେ ମା’କୁ ସହଯୋଗ କରୁଥିଲା । ବିମାନ ଦୁର୍ଘଟଣାରେ ତାର ଦୋକାନ ଜଳିଯାଇଛି । ପୁଅ ଜଳିଯାଉଥିବାର ଦେଖି ମା’ ସୀତାବେନ ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ଜଳିଗଲେ ।  ସେ ଏବେ ମଡିକାଲ ଆଇସିୟୁରେ ଅଛନ୍ତି । ପୁଅ ମୃତ୍ୟୁ ଖବର ତାଙ୍କ ହୃଦୟକୁ ଭାଙ୍ଗି ଦେଇଛି ।

ସୀତାବେନ କହିଛନ୍ତି, ସେ ବିମାନକୁ ଦେଖିନାହାନ୍ତି । ବହୁ ଜୋରରେ ବିସ୍ଫୋରଣ ହେବା ଦେଖିଛନ୍ତି । ଚାରିଆଡେ ଧୂଆଁ ଧୂଆଁ ହୋଇଗଲା । କିଛି ଦେଖାଯାଉନଥିଲା । ମୋ ପୁଅ ଦେକାନରେ ଶୋଇଥିଲା । ସେ ବି ଦୁନିଆ ଛାଡି ଚାଲିଗଲା । ଆକାଶର ବାପା ସୁରେଶ କୁମାର ସେହି ସମୟରେ ଘରେ ଥିଲେ । ସେ କହିଛନ୍ତି ଖାଇବା ଦେବା ପାଇଁ ସେ ଦୋକାନକୁ ଯାଇଥିଲା । ମା’କୁ ଖାଇବା ଦେବା ପରେ ସେଠାରେ ଶୋଇପଡିଲା । ମୋର ପତ୍ନୀ ବହୁ ଚେଷ୍ଟା କରିବା ପରେ ମଧ୍ୟ ପୁଅକୁ ବଞ୍ଚାଇପାରିଲା ନାହିଁ । ତା’ର ମୃତ ଶରୀର ଏବେ ହସ୍ପିଟାଲରେ ଅଛି ।

ଏହି ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨୪୧ ଜଣ ଯାତ୍ରୀ ଥିଲେ। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି, ଯିଏ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ। ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚମକିଲେ ଓଡ଼ିଆ ଝିଅ ସନୟା

ଭୁବନେଶ୍ବର :  ପୁଣି ଚମକିଲେ ଓଡ଼ିଆ ଝିଅ । ଅନ୍ତର୍ଜାତୀୟ ଚେସ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଆଠଟି ଦେଶର ପିଲାଙ୍କୁ ହରାଇ ଅଣ୍ଡର ଏଇଟ୍ କଟାଗୋରିରେ ବିଜେତା ହେଲେ ଓଡ଼ିଆ କୁନି ଝିଅ ସନୟା ସାହୁ। ସେ JCA ଚେସ ଟୁର୍ଣ୍ଣାମେଣ୍ଟରେ ବ୍ୟାଙ୍ଗକୋକ ଥାଇଲାଣ୍ଡ ୱିଲିଂଟନରେ ହୋଇଥିବା ଟୁର୍ଣ୍ଣାମେଣ୍ଟେରେ ଅନେକ ଦେଶର ପିଲାଙ୍କୁ ଚେକ୍ ଦେଇ ଜିତିଛନ୍ତି ଟ୍ରଫି ।

ସନୟାଙ୍କ ଘର ଯାଜପୁର ଜିଲ୍ଲା ଜାରକାରେ । ସେ ପିଲା ଦିନୁ ଭଲ ପାଠ ପଢିବା ସହ ଚେସ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଛି । ଆଗକୁ ଏହି ଖେଳ ମାଧ୍ୟମରେ ଅନେକ ସଫଳ ହେବା ନେଇ ଆଶାବାଦୀ ଅଛନ୍ତି ।

କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ

 

ଭୁବନେଶ୍ବର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ “ମୋ ଗଛ ମୋ ପରିବାର” ନାମକ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଦୁଇ ଜିଲ୍ଲାରେ ୧,୦୦,୦୦୦ରୁ ଅଧିକ ଫଳଗଛ ଚାରା ରୋପଣର ଲକ୍ଷ୍ୟ ରହିଛି, ଯାହା ଓଡ଼ିଶାର ୩୦,୦୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ । ଆମ୍ବ, ଗୁଆ, ପଣସ ଏବଂ ସଜନା ଭଳି ଲୋକପ୍ରିୟ ପ୍ରଜାତିଗୁଡ଼ିକୁ ସେମାନଙ୍କର ପରିବେଶଗତ, ପୁଷ୍ଟିକର ଏବଂ ଆର୍ଥିକ ମୂଲ୍ୟ ପାଇଁ ଚୟନ କରାଯାଇଛି।

ବଳଭଦ୍ରପୁର ଗ୍ରାମ ଏବଂ ବେଦାନ୍ତର ପ୍ଲାଣ୍ଟ ପରିସରରେ ଏକ ସମ୍ପ୍ରଦାୟ ନେତୃତ୍ୱରେ ଏକ ରୋପଣ ଅଭିଯାନ ମାଧ୍ୟମରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା, ଯେଉଁଥିରେ କର୍ମଚାରୀ, ବରିଷ୍ଠ ନେତୃତ୍ୱ, ସ୍କୁଲ ପିଲା, ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ୬୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ପରିବାରର ସଦସ୍ୟ ଭାବରେ ପ୍ରତ୍ୟେକ ଗଛକୁ ପାଳନ କରିବା ପାଇଁ ଏହା ଏକ ପ୍ରତିଜ୍ଞା। ଏହି ପ୍ରୟାସକୁ ୬୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାସେବକଙ୍କ ଦ୍ୱାରା ସମର୍ଥନ କରାଯାଇଛି ଏବଂ ବେଦାନ୍ତର ବରିଷ୍ଠ ପରିଚାଳନା ସଦସ୍ୟଙ୍କ ଦ୍ୱାରା ସମର୍ଥନ କରାଯାଇଛି, ଯାହା ଏହାକୁ ଏହି ଅଞ୍ଚଳର ସର୍ବବୃହତ ପରିବେଶ- ଆନ୍ଦୋଳନ ମଧ୍ୟରୁ ଗୋଟିଏ ଭାବେ ପରିଚୟ ପ୍ରଦାନ କରିଛି।

ଏହି ଅଭିଯାନ ମୃତ୍ତିକାକୁ ସୁରକ୍ଷିତ ସହିତ ଗଛଗୁଡ଼ିକର ଜୀବନକାଳ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଟନ୍ କାର୍ବନ ନିର୍ଗମନକୁ ପ୍ରତିହତ କରିବ ବୋଲି ଆଶା କରାଯାଉଛି। ଏହା ବର୍ଦ୍ଧିତ ଜୈବ ବିବିଧତାରେ ଯୋଗଦାନ କରିବ ଏବଂ ପ୍ରାକୃତିକ ଜଙ୍ଗଲର ପୁନରୁତ୍ଥାନକୁ ସମର୍ଥନ କରିବ। ଏହି ପଦକ୍ଷେପ ମୃତ୍ତିକା ସଂରକ୍ଷଣକୁ ଉନ୍ନତ କରିବା ଏବଂ କ୍ଷୟ ରୋକିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି: “ବେଦାନ୍ତ ଲାଞ୍ଜିଗଡ଼ରେ, ସ୍ଥାୟୀତ୍ୱ କେବଳ ଏକ ଦାୟିତ୍ୱ ନୁହେଁ – ଏହା ଜୀବନର ଏକ ଉପାୟ। ‘ମୋ ଗଛ ମୋ ପରିବାର’ ମାଧ୍ୟମରେ ଆମେ ଆଶା, ଏକତା ଏବଂ ସମୃଦ୍ଧିର ବୀଜ ବୁଣୁଛୁ। ଆମେ ଏକ ସବୁଜ ଏବଂ ସ୍ଥିର ଭବିଷ୍ୟତ ଆଡ଼କୁ ସମ୍ପ୍ରଦାୟ ସହିତ ହାତ ମିଳାଇ ଚାଲୁଥିବାରୁ ଗର୍ବିତ।”ଏହି ଅଭିଯାନ ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅଭିଯାନକୁ ବୃଦ୍ଧି କରିବା ସହିତ ଭାରତର ଜଳବାୟୁ ଲକ୍ଷ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାରେ ବେଦାନ୍ତର ବ୍ୟାପକ ମିଶନ ସହିତ ମଧ୍ୟ ହାତ ମିଶାଇବ।

ସମ୍ବଲପୁର କୁଚିଣ୍ଡାରେ ଧରାପଡ଼ିଲେ ବଣ୍ଟି ବବଲି। ସର୍ଭେ ବାହାନାରେ ଲୁଟୁଥିଲେ ଟଙ୍କା ଓ ସୁନା

ସମ୍ବଲପୁର କୁଚିଣ୍ଡାରେ ଧରାପଡ଼ିଲେ ବଣ୍ଟି ବବଲି। ସର୍ଭେ ବାହାନାରେ ଲୁଟୁଥିଲେ ଟଙ୍କା ଓ ସୁନା। ୨ ଲୁଟେରାଙ୍କୁ ଧରିଛି ପୋଲିସ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ସରକାରୀ ଘର ସର୍ଭେ ବାହାନାରେ କରୁଥିଲେ ଲୁଟପାଟ। ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ ଅଭିଯୋଗରେ ମହୁଲପାଲି ପୋଲିସ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଭିଡିଓ ଯାଞ୍ଚ କରି ଉଭୟଙ୍କୁ ଧରିଛି ପୋଲିସ। ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ଗାଁର ସମୀର ସାହୁ ଓ କିଞ୍ଜିରକେଲା ଥାନା କରମଡିହି ମନ୍ଦିରପଡା ଗାଁର ସଞ୍ଜୁଲା ଖାଲକୋ। ସେମାନଙ୍କ ଠାରୁ ବାଇକ, ସୁନା ହାର, ସୁନା କାନଫୁଲ,୨ଟି ରୂପା ଚେନ,୨ଟି ମୋବାଇଲ ଓ ବ୍ୟାଙ୍କ ପାସ ବୁକ ଜବତ ହୋଇଛି। ସନ୍ତୋଷ କୁମାର ନାଏକଙ୍କ ଏତଲା ଆଧାରରେ ପୋଲିସ ମହୁଲପାଲି ଥାନାରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ କୋର୍ଟ ଚାଲାଣ କରିଛିା ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଯାଇଛି। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ଏହି ବିମାନ ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏଥିରେ ବିମାନରେ ଥିବା ଯାତ୍ରୀ, ପାଇଲଟ୍, କ୍ୟାବିନ କ୍ରୁ, ମେଡିକାଲ ହଷ୍ଟେଲରେ ଉପସ୍ଥିତ ଲୋକମାନେ ସାମିଲ ଅଛନ୍ତି  ।ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇସାରିଛି। ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମେଡିକାଲ ହଷ୍ଟେଲ ଧକ୍କା ହୋଇଥିଲା। ସେଠାରେ ପ୍ରାୟ ୫୦ ରୁ ୬୦ ଜଣ ଉପସ୍ଥିତ ଥିଲେ। କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ କୌଣସି ସଠିକ ସୂଚନା ନାହିଁ। ମୃତ୍ୟୁ ସଂଖ୍ୟା ବଡିବାରେ ଲାଗିଛି ।ଶନିବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୨୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୪୧ ଜଣ ବିମାନରେ ଥିଲେ ଏବଂ ବାକି ୩୩ ଜଣ ବିମାନ ଦୁର୍ଘଟଣା ସମୟରେ ନିକଟରେ ଉପସ୍ଥିତ ଥିଲେ।

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯାଉଛି। ଏପର୍ଯ୍ୟନ୍ତ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ୨୭୦ ରୁ ଅଧିକ ମୃତଦେହର ପୋଷ୍ଟମର୍ଟମ୍ କରାଯାଇଛି। ଏହା ବ୍ୟତୀତ ୨୦୦ ରୁ ଅଧିକ ଲୋକଙ୍କ ଡିଏନଏ ପରୀକ୍ଷା ମଧ୍ୟ କରାଯାଇଛି। ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଆହତମାନଙ୍କୁ ଭେଟିବା ପାଇଁ ଅହମ୍ମଦାବାଦର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି କୁମାର ବିଶ୍ୱାସଙ୍କୁ ହସ୍ପିଟାଲରେ ଭେଟିଥିଲେ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ସେ ଲେଖିଛନ୍ତି ଯେ  ଧ୍ୱଂସର ଦୃଶ୍ୟ ଦୁଃଖଦ। ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ଅଛି  ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରି ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଯନ୍ତ୍ରଣା କଳ୍ପନା କରିବା କଷ୍ଟକର। ସେ ଆହୁରି ଲେଖିଛନ୍ତି ଯେ ଟାଟା ସନ୍ସ ଦୁର୍ଘଟଣାରେ ପରିବାର ସଦସ୍ୟଙ୍କୁ ହରାଇଥିବା ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବ।

 

 

କମ୍ବିଂ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ସହିଦ

କମ୍ବିଂ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ସହିଦ । ଓଡିଶା-ଝାରଖଣ୍ଡ ସୀମା ସଂଲଗ୍ନ ବାଙ୍କୋ ସିଲିକୁଟା ନିକଟରେ ଆଇଇଡି ବିସ୍ଫୋରଣ ଘଟିଛି I ଓଡିଶା-ଝାଡ଼ଖଣ୍ଡ ସୀମାନ୍ତରେ ଓଡିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇ ସହିଦ ହୋଇଛନ୍ତି । ଯବାନଙ୍କ ମରଶରୀରକୁ ହେଲିକପ୍ଟରରେ ରାଞ୍ଚି ନିଆଯାଉଛି। ସେଠାରୁ ଉତ୍ତରପ୍ରଦେଶ ନିଆଯିବ। ସହିଦ ଯବାବ ଜଣକ ହେଲେ ସିଆରପିଏଫ ଏଏସ ଆଇ ସତ୍ୟଵାନ କୁମାର ସିଂ। ଗୁରୁତର ଆହତ ଅବସ୍ଥାରେ ରାଉରକେଲା ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ରାଉରକେଲା ଏସପି ଓ ପଶ୍ଚିମାଞ୍ଚଳ ଡିଆଇଜି ହସ୍ପିଟାଲରେ ପହଞ୍ଚି ଚିକିତ୍ସା ସୁବିଧା ଅନୁଧ୍ୟାନ କରିଥିଲେ।

ଦୁର୍ଘଟଣା ପରେ ହଷ୍ଟେଲ ଛାଡିଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ପହଞ୍ଚୁଛନ୍ତି

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବିଭିନ୍ନ ତଦନ୍ତକାରୀ ଟିମ। ବ୍ରିଟିଶ ଏୟାରକ୍ରାଫ୍ଟ ଦୁର୍ଘଟଣା ସଂକ୍ରାନ୍ତ ତଦନ୍ତକାରୀ ଟିମର ୪ ସଦସ୍ୟ ଓ  ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIBର ଏକ ଟିମ ବି ପହଞ୍ଚି ତଦନ୍ତ ଚଳାଇଛନ୍ତି। ସେପଟେ ଦୁର୍ଘଟଣା ପରେ ହଷ୍ଟେଲ ଛାଡିଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ପହଞ୍ଚୁଛନ୍ତି। ତେଣେ ଘଟଣାସ୍ଥଳରେ ଜାରି ରହିଛି ଶୋକାକୁଳ ପରିବେଶ। ମୃତକଙ୍କ ସମ୍ପର୍କୀୟମାନେ ସେଠାରେ ସମବେତ ହୋଇଛନ୍ତି। ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଗଭି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି।

ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଯାଜପୁର ପୌରପାଳିକା ପକ୍ଷରୁ ସହରରେ ଥିବା ସମସ୍ତ ହୋଟେଲ ଉପରେ ଚଢାଉ। ମେଡ଼ିକାଲ ଛକ ରୁଚିକା ହୋଟେଲ ଉପରେ ଚଢାଉ କରିଛି ଖାଦ୍ୟ ନିରାପତ୍ତା ଟିମ୍। ଏହି ଟିମ୍ ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସ୍ଵାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏଠାରେ ପ୍ରସ୍ତୁତ ହୋଇଥିବା ରନ୍ଧା ଚିକେନ, ମଟନ୍ ଓ ମାଛ ଆଦି ବାସିଖାଦ୍ୟ ଚିହ୍ନଟ ହେବ ପରେ ସେଗୁଡ଼ିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ଗାତ କରି ପୋତାଯାଉଛି। ରୁଚିକା ହୋଟେଲକୁ ସିଲ କରିଛି ପୌର ପ୍ରଶାସନ। ଏହି ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।

ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଜିଲ୍ଲାରେ କଲେରା ରୋଗୀ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ ।

ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ । ଜିଲ୍ଲାରେ କଲେରା ରୋଗୀ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ ନପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ରଜପର୍ବ ପାଳନ ବେଳେ ସାମୁହିକ ଭୋଜି ଉପରେ ମଧ୍ୟ କଟକଣା ଲଗାଯାଇଛି । ଘରେ ରନ୍ଧା ଯାଇଥିବା ଗରମ ଖାଦ୍ୟ, ଫୁଟା ପାଣି ପିଇବାକୁ କୁହାଯାଇଛି । ପାଣିରେ ହାଲଜେନ ବଟିକା ପକାଇ ପିଇବାକୁ ପରାମର୍ଶ ଦିଆଯାଇଛି । ନଦୀ, ନାଳ, ପୋଖରୀରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ନକରିବକୁ ପରାମର୍ଶ ଦିଆଯାଇଛି । ଖୋଲା ସ୍ଥାନରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରିବାକୁ କୁହାଯାଇଛି । ନିଜ ଘର ଓ ପରିବେଶକୁ ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୧୧ କଲେରା ରୋଗୀ ଚିହ୍ନଟ ହୋଇଛନ୍ତିି । ୨୮ଟି ସାମ୍ପୁଲରେ ୧୧ ଟି କଲେରା ରୋଗୀ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଏବେ ସୁଦ୍ଧା ଜ଼ିଲ୍ଲାର ବିଭିନ୍ନ ସ୍ବାସ୍ୟକେନ୍ଦ୍ରରେ ମୋଟ ୧୭୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି। ୧୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭୟଭୀତ ନହୋଇ ସମସ୍ତ ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସିଡିଏମଓ।