ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ଚୁରୁରେ ବୁଧବାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଟି ରତ୍ନଗଡ଼ରେ ଘଟିଛି । ଘଟଣାସ୍ଥଳରୁ ପାଇଲଟଙ୍କ ମୃତଦେହ ମିଳିଛି । ଦୁର୍ଘଟଣା ନେଇ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନଟି IAFର ଜାଗୁଆର ଫାଇଟର ଜେଟ୍ ବୋଲି ଜଣାପଡିଛି । ଏହି ପ୍ଲେନ୍ କ୍ରାସ୍ ଭାନୁଦା ଗ୍ରାମର ଏକ କ୍ଷେତରେ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ।
ମହାଗଠବନ୍ଧନର ବିହାର ବନ୍ଦ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ
ନନ୍ଦିଘୋଷ ବ୍ୟୁରୋ : ମହାଗଠବନ୍ଧନର ବିହାର ବନ୍ଦ। ବନ୍ଦରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବନ୍ଦ ପରିପ୍ରେକ୍ଷୀରେ ଗିରଫ ହୋଇଛନ୍ତି ବହୁ ନେତା। ରାହୁଲ କହିଛନ୍ତି ବିହାରର ଗରିବମାନଙ୍କ ଭୋଟ ଅଧିକାର ଛଡ଼ାଇନେବା ଲାଗି ଚାଲିଛି ଷଡ଼ଯନ୍ତ୍ର। ଏହି ପ୍ରକ୍ରିୟା ବନ୍ଦ ହେଉ ବୋଲି ସେ ଦାବି କରିଛନ୍ତି। ଆନ୍ଦୋଳନ ଅବସରରେ ପାଟନାର ଏନଏଚ ୩୦ରେ ଟାୟର ଜାଳି ରାସ୍ତା ଅବରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ବିହାରରେ ଚାଲିଥିବା ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି।
ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହ ଏସଆଇଆର ବିରୋଧରେ ସ୍ଲୋଗାନ ଦେଇଥିଲେ। ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ବନ୍ଦ ପାଳନ ବି କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା କରାଯାଉଥିବାରୁ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ। ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରକ୍ରିୟା ଆଳରେ ୨ କୋଟି ଭୋଟର ମତାଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରାଯାଇଛି। SIR ଅନୁସାରେ ଭୋଟର ତାଲିକାରେ ଥିବା ଭୋଟରଙ୍କୁ ସେମାନଙ୍କ ନାଗରିକ ଓ ଜନ୍ମ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ନ ଦେଇପାରିବେ ତାହେଲେ ତାଙ୍କ ନାମ ଭୋଟର ତାଲିକାରୁ କଟିଯିବ । ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବ । ଏତେ କମ ସମୟରେ ଏହା କିପରି ସମ୍ଭବ ବୋଲି ଅଭିଯୋଗ କରିଥିଲେ ବିରୋଧୀ।
ଉଦୟପୁର ଫାଇଲ୍ସ ଫିଲ୍ମ ରିଲିଜକୁ ସୁପ୍ରିମକୋର୍ଟଙ୍କ ସବୁଜ ସଂକେତ
ନନ୍ଦିଘୋଷ ବ୍ୟୁରୋ : ଏଥର ରିଲିଜ୍ ହେବ ‘ଉଦୟପୁର ଫାଇଲ୍ସ’ ଫିଲ୍ମ । ସୁପ୍ରିମକୋର୍ଟରୁ ମିଳିଲା ସବୁତ ସଂକେତ । ବଲିଉଡ୍ ଫିଲ୍ମ ‘ଉଦୟପୁର ଫାଇଲ୍ସ’ର ନିର୍ମାତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, କାରଣ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛି ସୁପ୍ରିମକୋର୍ଟ । ଏହି ଫିଲ୍ମ ବିରୋଧରେ ଦାୟର ଅଭିଯୋଗ ଆବେଦନ ଗୁଡିକର ଶୁଣାଣି କରିବାକୁ ମଧ୍ୟ ମନା କରିଦେଇଛି ସୁପ୍ରିମକୋର୍ଟ । ପ୍ରସିଦ୍ଧ କନହୈୟାଲାଲ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ଯାବେଦ ଏହି ଯାଚିକା ଦାୟର କରିଥିଲା ।
ଯେତେବେଳେ ସୁପ୍ରିମକୋର୍ଟରେ ମାମଲାଟିର ଶୁଣାଣି ହୋଇଥିଲା ‘ଉଦୟପୁର ଫାଇଲ୍ସ’ ଫିଲ୍ମ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେଯେ, ଫିଲ୍ମଟି ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ଏହା ଦ୍ୱାରା ଟ୍ରାୟନ ପରେ ପ୍ରଭାବ ପଡିପାରେ । କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ତାଙ୍କୁ କହିଲେ ଯେ, ଯେ ଫିଲ୍ମଟି ରିଲିଜ୍ ହେବାକୁ ଦିଅ ଏବଂ କୋର୍ଟରେ ଆପଣଙ୍କର ମତାମତ ଉପସ୍ଥାପନ କର।
କେବଳ ଏତିକି ନୁହେଁ, ଫିଲ୍ମକୁ ନେଇ ଜାମିୟତ ଉଲେମା-ଏ-ହିନ୍ଦ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜରାଟ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଇବା ଏବଂ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍ (CBFC) ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ରକୁ ବାତିଲ କରିବା ଦାବି କରାଯାଇଛି।
‘ଉଦୟପୁର ଫାଇଲ୍ସ’କୁ ନେଇ କାହିଁକି ବିବାଦ?
‘ଉଦୟପୁର ଫାଇଲ୍ସ’ ଫିଲ୍ମଟି ୨୦୨୨ ମସିହାରେ ହୋଇଥିବା କନହୈୟାଲାଲ ହତ୍ୟା ମାମଲା ଉପରେ ଆଧାରିତ। ଏହାର ଟ୍ରେଲରରେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ, ଜ୍ଞାନବାପୀ ବିବାଦ ଏବଂ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଦୃଶ୍ୟ ଅନ୍ତର୍ଭୁକ୍ତ ରହିଛି । ତେଣୁ ଜାମିୟତ ଉଲେମା-ଏ-ହିନ୍ଦ ଏହାକୁ ସାମ୍ପ୍ରଦାୟିକ ସଦ୍ଭାବନା ଉପରେ ପ୍ରଭାବ ପକାଇବ କହି ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ ଦିଲ୍ଲୀ, ମୁମ୍ବାଇ ଏବଂ ଗୁଜରାଟ ହାଇକୋର୍ଟରେ ଆବେଦନ ଦାଖଲ କରିଛି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଫିଲ୍ମଟି ଘୃଣା ପ୍ରସାର ଦେଉଛି ଅନ୍ୟପଟେ ନିର୍ମାତା ଏଥିରେ ସତ୍ୟ ଦେଖାଇଥିବା ଦାବି କରୁଛନ୍ତି।
ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦୀଗ୍ଧ
ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦୀଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ। ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । କେଉଁ ଉଦ୍ଦେଶ୍ୟରେ ଏମାନେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ। ଏନେଇ ପୋଲିସ ପାଖରେ ସୂଚନା ଅଛି କି ନାହିଁ ତାହା ଜଣାପଡ଼ିନଥିବା ବେଳେ, କେତେ ସୁରକ୍ଷିତ ଶ୍ରୀମନ୍ଦିର ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

