ସୁଶାନ୍ତ ସିଂ ମୃତ୍ୟୁ ମାମଲା ନେଇ ବଢୁଛି ସସପେନସ… ରିୟା ଖୋଲିବେ କି ରହସ୍ୟ, ପଚରାଉଚରା କରିପାରେ ସିବିଆଇ
କାହା ହାତକୁ ଯିବ କଂଗ୍ରେସ କମାଣ… ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ଗାନ୍ଧିଙ୍କ ପ୍ରସ୍ତାବ
କାହା ହାତକୁ ଯିବ କଂଗ୍ରେସ କମାଣ… ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ଗାନ୍ଧିଙ୍କ ପ୍ରସ୍ତାବ
ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଆଜି ରାଜ୍ୟରେ ୨୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୫ ଜଣ ରହିଥିବା ବେଳେ କଟକ, ନୟାଗଡ଼ ଏବଂ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Regret to inform the demise of Ten #COVID19 positive patients while under treatment in hospitals.
1. A 65-year old male of Cuttack district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 24, 2020
ସୋମବାର ଗଞ୍ଜାମରୁ ମୃତ୍ୟୁ ବରଣ କରିଥିବା ୫ଜଣ ସଂକ୍ରମିତ ହେଉଛନ୍ତି ୭୦ବର୍ଷିୟ ପୁରୁଷ, ୬୮ବର୍ଷିୟ ମହିଳା, ୬୦ବର୍ଷିୟ, ୬୩ ବର୍ଷିୟ ଏବଂ ୬୦ ବର୍ଷିୟ ପୁରୁଷ । ଏ ସମସ୍ତେ ପୂର୍ବରୁ କିଛି ନା କିଛି ରୋଗରେ ପିଡ଼ିତ ଥିଲେ । ଏହାସହ ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ଦୁଇ ଜଣ ସଂକ୍ରମିତ ହେଉଛନ୍ତି ୬୫ ବର୍ଷିୟ ପୁରୁଷ ଏବଂ ୬୭ ବର୍ଷିୟ ପୁରୁଷ । ସେହିଭଳି କଟକରୁ ସଂକ୍ରମିତ ହେଉଛନ୍ତି ଜଣେ ୬୫ ବର୍ଷିୟ ପୁରୁଷ । ସେ ପୂର୍ବରୁ ମଧୂମେହ ଓ ଉଚ୍ଚରକ୍ତଚାପରେ ପିଡିତ ଥିଲେ । ସେହିଭଳି ନୟାଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୫ବର୍ଷିୟ ପୁରୁଷ । ରାୟଗଡ଼ରୁ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୫ ବର୍ଷିୟ ପୁରୁଷ ।
2.A 70-year old male of Ganjam district who was also suffering from Dialated Cardiomyopathy, Diabetes mellitus.
3. A 68-year old female of Ganjam district who was also suffering from Diabetes, Cirrhosis & Morbid obesity.
— H & FW Dept Odisha (@HFWOdisha) August 24, 2020
ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । କିଛି ଦିନ ହେବ ୨ ହଜାର ଉପରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୨୯୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ରହିଛି ଲୋକାଲ କଣ୍ଟାକ୍ଟ ।
4.A 60-year old male of Ganjam district who was also suffering from Diabetes & Morbid obesity.
5.A 63-year old male of Ganjam district who was also suffering from Diabetes.
6.A 60-year old male of Ganjam district.
7.A 65-year old male of Nayagarh district.
— H & FW Dept Odisha (@HFWOdisha) August 24, 2020
ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୮୧ ହଜାର ୪୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୪ ଜହାର ୪୦୫ ସୁସ୍ଥ ହୋଇଥିବା ବେଳେ ୨୬ ଶହ ୬୦୨ ଜଣ ଏବେ ସକ୍ରିୟ ରହିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୧୩ ଲକ୍ଷ ୬୩ ହଜାର ୬୨୦ କରୋନା ଟେଷ୍ଟ କରାଯାଇଛି ।
8.A 55-year old male of Rayagada district.
9.A 65-year old male of Sundergarh district who was also suffering from Diabetes.
10. A 67-year old male of Sundergarh district who was also suffering from Hypertension.
— H & FW Dept Odisha (@HFWOdisha) August 24, 2020
ରାଜ୍ୟରେ ୮୧ ହଜାର ପାର କରୋନା ସଂକ୍ରମିତଙ୍କ ସଂଖ୍ୟା, ଖାେର୍ଦ୍ଧାକୁ ଟପିଲା କଟକ
ପ୍ରସବ ଯନ୍ତ୍ରଣା ଆଗରେ ଯମ ହୋଇ ଛିଡ଼ା ହେଲା ଭରା ନଦୀ, ଗର୍ଭରେ ଚାଲିଗଲା କାେମଳ ଜୀବନ
ମାଲକାନାଗିରି: ମାଆ ଡ଼ାକ ଶୁଣିବା ଆଗରୁ ସବୁ ଛଡ଼ାଇ ନେଲା ରାକ୍ଷସ ବନ୍ୟା । ଭରା ନଦୀ ପାଇଁ ହାର ମାନିଲା ଗର୍ଭରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିବା କୋମଳ ଜୀବନ । ଅନ୍ଧାରୀ ଗର୍ଭରୁ ବାହାରି ଆଲୋକର ଦୁନିଆ ଦେଖିବା ଆଗରୁ କୁନି ଜୀବନକୁ ଭସାଇ ନେଇଛି ଭରା ନଦୀ । ଆଉ ସେପଟେ ନିଜ ସନ୍ତାନକୁ ହରାଇ ମାଆର ଆଖିରେ ଭରିଯାଇଛି ଅସରା ଅସରା ଲୁହ । ଏଭଳି ଏକ ଦୃଦୟ ବିଦାର ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ । ବିଜ।ପୁର ଜିଲ୍ଲା ଲଙ୍କାପଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମେଡିକାଲ ଯାଇପାରୁ ନଥିଲେ । କାରଣ ବାଧକ ସାଜିଥିଲା ଭରାନଦୀ ।

ଲଗାଣ ବର୍ଷାରେ ନଦୀ ଫୁଲିବା ସହ ପ୍ରଖର ସ୍ରୋତ ଥିଲା । ମହିଳା ଜଣଙ୍କ ୪ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଗ୍ରାମବାସୀ ଉପାୟ ଚିନ୍ତା କରିଥିଲେ । ଶେଷରେ ଜୀବନକୁ ବାଜି ଲଗାଇ ମାନବ ଶୃଙ୍ଖଳା କରିବା ସହ ନଦୀର ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର୍ କରାଇଥିଲେ । ଗ୍ରାମବାସୀଙ୍କ ହାତ ବନି ଥିଲା ଷ୍ଟ୍ରେଚର । ମହିଳାଙ୍କ ନଦୀ ପାର କରାଇ ନିକଟସ୍ଥ ଇଡ଼ିମାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।
ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନିଆଯାଇଥିଲା । କିନ୍ତୁ ସେଠାରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ଶିଶୁଟିର ଜୀବନ ବଞ୍ଚି ନଥିଲା ।ଜନ୍ମ ହୋଇଥିଲା ମୃତଶିଶୁ । ମାଓବାଦୀଙ୍କ ଯୋଗୁ ସେହି ଅଞ୍ଚଳରେ ପୋଲ ନିର୍ମାଣ ହୋଇପାରୁ ନାହିଁ । ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି ।
ରାଜ୍ୟର ସବୁ ନଦୀରେ ବିପଦ ସଂକେତ ତଳେ ପାଣି ପ୍ରବାହିତ ହେଉଛି, ଲଘୁଚାପ ବର୍ଷା କାରଣରୁ ନଦୀରେ ପାଣି ବଢ଼ିପାରେ
ଭୁବନେଶ୍ୱର: ଲଘୁଚାପ ଯୋଗୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ଷା ହେବ କିନ୍ତୁ ଏବେ ବନ୍ୟା ପରିସ୍ଥିତି ଦେଖା ଦେବ ନାହିଁ । ନଦୀ ମାନଙ୍କରେ ନିଶ୍ଚିତ ଭାବରେ ପାଣି ବଢ଼ିବ । ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ନଦୀରେ ପାଣି ବଢ଼ିବାର ଆଶଙ୍କା ରହିଛି । ଏବେ କିନ୍ତୁ ସବୁ ନଦୀ ବିପଦ ସଂକେତ ତଳେ ଅଛି ପାଣି ପ୍ରବାହିତ ହେଉଛି । କେବଳ ଜଳକା ନଦୀରେ ଅଛି ୬.୨୧ ଫୁଟରେ ପାଣି ପ୍ରବାହିତ ହେଉଛି ।
ହେଲେ କିଛି ସମସ୍ୟା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସବୁ ନଦୀବନ୍ଧ ଠିକ ଅଛି । ଯଦି ବର୍ଷା କଥା ଦେଖିବା ତେବେ ଗତକାଲି ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଜିଲ୍ଲାରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇଛି । କେବଳ ଭୁବନେଶ୍ୱରରେ ୩୬, ବୋଲଗଡ଼ରେ ୪୦, କଟକ ସଦର ବ୍ଲକରେ ୬୯ ମିଲିମିଟର ବର୍ଷା ହୋଇଛି । ସପେଟେ ହୀରାକୁଦର ୧୮ଟି ଗେଟ୍ ଖୋଲା ରହିଛି । ହିରାକୁଦରେ ବର୍ତ୍ତମାନ ୬୧୯.୪୧ ଘନ ଫୁଟ ଜଳ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳ ନିଷ୍କାସନ ହେଉଛି ୩ ଲକ୍ଷ କ୍ୟୁସେକ୍ ପାଣି ।
ଗବେଷଣା: ୬୦ ବର୍ଷରୁ କମ ମୋଟା ବ୍ୟକ୍ତିଙ୍କ କରୋନା ମୃତ୍ୟୁ ଆଶଙ୍କା ଅଧିକ
କାଲିଫର୍ଣ୍ଣିଆ: ସମସ୍ତେ ଜାଣନ୍ତି କି ସବୁ ବର୍ଗର ବ୍ୟକ୍ତିଙ୍କୁ କରୋନା ହେଉଛି । କିନ୍ତୁ ଯେଉଁ ବର୍ଗର ବ୍ୟକ୍ତି ବିଶେଷଙ୍କର ଅଧିକ ସଂଖ୍ୟାରେ କରୋନାରେ ମୃତ୍ୟୁ ହେଉଛି ଆମେ ସେମାନଙ୍କ ବିଷୟରେ ଆଲୋଚନା କରିବା । ନିକଟରେ ହୋଇଥିବା ଏକ ଗବେଷଣାରେ ସାମ୍ନାକୁ ଆସିଥିବା ଖବର ଅନୁସାରେ ୬୦ ବର୍ଷରୁ କମ ମୋଟା ମହିଳାଙ୍କ ବ୍ୟତୀତ ଅଧିକ ପରୁଷଙ୍କ ମୃତ୍ୟୁ ହେଉଛି । ଯାହାର ଅର୍ଥ ଅଧିକ ମୃତ୍ୟୁ ଆଶଙ୍କା ପୁରୁଷଙ୍କ ଉପରେ ରହିଥାଏ ।
Kaiser Permanente Southern California Health Systemର ଗବେଷକ ନିକଟରେ ୭୦୦୦ କରୋନା ମାମଲାକୁ ନେଇ ଗବେଷଣା କଲେ । ତାଙ୍କ କହିବା ଅନୁସାରେ ଯଦି ଅନ୍ୟ ସମସ୍ତ ରୋଗ ଏବଂ ପରିସ୍ଥିତିକୁ ଏଥିରୁ ବାହାର କରିଦିଆଯାଏ,ତେବେ ମେଦ ବହୁଳତା ଗୋଟିଏ କାରଣ ଯାହାଦ୍ୱାରା ୬୦ ବର୍ଷରୁ କମ ବୟସ୍କ ପୁରୁଷଙ୍କର ଅଧିକ ମୃତ୍ୟୁ ହୋଇଥାଏ । ଗବେଷଣାରେ କୁହାଯାଇଛି କି ଅତ୍ୟଧିକ ମୋଟା ଲୋକଙ୍କ ଶରୀରର Body Mass Index ୪୦ ପଏଣ୍ଟରୁ ଅଧିକ । ତେଣୁ କରୋନାରେ ଏମାନଙ୍କ ମୃତ୍ୟୁ ଆଶଙ୍କା ତିନି ଗୁଣା ବଢିଯାଏ । ଯଦି ଏହି ପଏଣ୍ଟ ୪୫ ଅତିକ୍ରମ କରୁଛି ତେବେ ମୃତ୍ୟୁ ଆଶଙ୍କା ୪ ଗୁଣା ବଢିଯାଏ । ଉଭୟ ପରିସ୍ଥିତିରେ ପୁରୁଷଙ୍କ ମୃତ୍ୟ ଆଶଙ୍କା ଅଧିକ ।
କହିରଖୁଛୁ ଏହି ବିଷୟକୁ ନେଇ ଇଉରୋପରେ ମଧ୍ୟ ଏକ ଗବେଷଣା କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଲା କି ସେଠାରେ ଦୁଇ-ତୃତୀୟାଂଶ ମୋଟା ବ୍ୟକ୍ତି ଥିଲେ । କେବଳ ୟୁ.କେ.ରେ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୬୩ ପ୍ରତିଶତ ଆଇସିୟୁରେ ଅଛନ୍ତି । ଏହି ସମସ୍ତେ ମୋଟା ବ୍ୟକ୍ତି । ମାର୍ଚ୍ଚରେ ୟୁ.କେ.ରେ ଆଇସିୟୁରେ ଆଡମିଟ ହୋଇଥିବା ୧୯୪ ଲୋକଙ୍କ ମଧ୍ୟରୁ ପ୍ରାୟ ୧୩୦ ଜଣ ମୋଟା ବ୍ୟକ୍ତି ଥିଲେ । ତେବେ ଆଇସିୟୁରେ ଆଡମିଟ ହୋଇଥିବା ୧୯୪ ଜଣ ରୋଗୀଙ୍କ ମଧ୍ୟରୁ ୧୩୯ ଜଣ କେବଳ ପୁରୁଷ ଥିଲେ । ଏହା ସହିତ ଅଧିକାଂଶ ମୋଟା ବ୍ୟକ୍ତିଙ୍କର ଫୁସଫୁସ ଜନିତ ସମସ୍ୟା ଥାଏ । ଡାକ୍ତରଙ୍କ କହିବା ଅନୁସାରେ ମୋଟା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଏତେ ଭଲ ନଥାଏ । ଏମାନଙ୍କ ଇମ୍ୟୁନ ସିଷ୍ଟମ କମଜୋର ହୋଇଥାଏ ।
ବୋମା ମାଡ଼ ଓ ହତ୍ୟା ମାମଲାରେ ନୟାପଲ୍ଲୀ ପୋଲିସକୁ ବଡ଼ ସଫଳତା, ଗିରଫ ହେଲେ ୫ ଅଭିଯୁକ୍ତ
ଭୁବନେଶ୍ୱର: ନୟାପଲ୍ଲୀ ରିଙ୍କୁ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୨୦୧୯ରେ ସାଲିଆସାହି ସୁନାମି କ୍ଳବ ଆଗରେ ବୋମାମାଡ଼ କରିଥିଲେ ଏମାନେ । ଆକ୍ରୋଶ ମୂଳକ ଭାବେ ଜୀବନରୁ ମାରିବା ପାଇଁ ହୋଇଥିଲା ବୋମା ମାଡ଼ । ବୋମାମାଡ଼ରେ ରିଙ୍କୁ ସ୍ୱାଇଁ ଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁ ମାମଲାରେ ୧୦ ଜଣ ଅଭିଯୁକ୍ତ ସଂମ୍ପୃକ୍ତ ଥିଲେ ।
ପୂର୍ବରୁ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ୫ ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଏବେ ଫେରାର ଅଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶୋଭରାଜ ମହାରଣା ଓରଫ ସିକନ । ଗିରଫ ହେବା ପରେ ସେମାନଙ୍କ ଠାରୁ ଏୟାର ଗନ୍ ଓ ବାଇକ ଜବତ କରିଛି ପୋଲିସ । ଆଠଗଡରେ ୬୦ ହଜାର ଲୁଟ ଓ ଗୁରୁଡିଝାଟିଆ ରେ ମଦ ଦୋକାନ ଠାରୁ ଲୁଟ ଉଦ୍ଦେଶ୍ୟରେ ଗୁଳିମାଡ କରିଥିଲା ଶୋଭରାଜ । ବୋମାମାଡ଼ କରିବା ମାଡ୍ରାସ ଫେରାର ହୋଇ ଯାଇଥିଲା । ଲକଡାଉନ ଯୋଗୁ ଓଡିଶା ଫେରି ବରୁଣେଇରେ ଥିବା ଏକ ଧାନ ମିଲରେ କାମ କରୁଥିଲେ ।
(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)


