ରାଜ୍ୟର ସବୁ ନଦୀରେ ବିପଦ ସଂକେତ ତଳେ ପାଣି ପ୍ରବାହିତ ହେଉଛି, ଲଘୁଚାପ ବର୍ଷା କାରଣରୁ ନଦୀରେ ପାଣି ବଢ଼ିପାରେ

ଭୁବନେଶ୍ୱର: ଲଘୁଚାପ ଯୋଗୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ଷା ହେବ କିନ୍ତୁ ଏବେ ବନ୍ୟା ପରିସ୍ଥିତି ଦେଖା ଦେବ ନାହିଁ । ନଦୀ ମାନଙ୍କରେ ନିଶ୍ଚିତ ଭାବରେ ପାଣି ବଢ଼ିବ । ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ନଦୀରେ ପାଣି ବଢ଼ିବାର ଆଶଙ୍କା ରହିଛି । ଏବେ କିନ୍ତୁ ସବୁ ନଦୀ ବିପଦ ସଂକେତ ତଳେ ଅଛି ପାଣି ପ୍ରବାହିତ ହେଉଛି । କେବଳ ଜଳକା ନଦୀରେ ଅଛି ୬.୨୧ ଫୁଟରେ ପାଣି ପ୍ରବାହିତ ହେଉଛି ।

ହେଲେ କିଛି ସମସ୍ୟା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସବୁ ନଦୀବନ୍ଧ ଠିକ ଅଛି । ଯଦି ବର୍ଷା କଥା ଦେଖିବା ତେବେ ଗତକାଲି ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ଜିଲ୍ଲାରେ ୧୦ରୁ ୧୫ ମିଲିମିଟର ବର୍ଷା ହୋଇଛି । କେବଳ ଭୁବନେଶ୍ୱରରେ ୩୬, ବୋଲଗଡ଼ରେ ୪୦, କଟକ ସଦର ବ୍ଲକରେ ୬୯ ମିଲିମିଟର ବର୍ଷା ହୋଇଛି । ସପେଟେ ହୀରାକୁଦର ୧୮ଟି ଗେଟ୍‌ ଖୋଲା ରହିଛି । ହିରାକୁଦରେ ବର୍ତ୍ତମାନ ୬୧୯.୪୧ ଘନ ଫୁଟ ଜଳ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳ ନିଷ୍କାସନ ହେଉଛି ୩ ଲକ୍ଷ କ୍ୟୁସେକ୍‌ ପାଣି  ।

Leave a Reply