spot_img
Home Blog Page 6580

Sushant Singh Rajput Case: ନିର୍ଦ୍ଦେଶକ ଦୀନେଶ ବିଜାନଙ୍କ ଘରେ ଇଡି ରେଡ୍

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ଇଡି ଚଳଚ୍ଚିତ୍ର ନିର୍ମାତା ଦୀନେଶ ବିଜାନଙ୍କ ଘରେ ଏବଂ ଅଫିସରେ ସର୍ଚ୍ଚ ଅପରେସନ କରୁଛି । ଦୀନେଶ ବିଜାନଙ୍କ ସହ ସୁଶାନ୍ତ ଫିଲ୍ମ ରାବତାରେ କାମ କରିଥିଲେ। ଏଥିରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ପାଇଁ ଦିଆଯାଇଥିବା ରାଶିକୁ ନେଇ ଏବେ ଇଡି ଅନୁସନ୍ଧାନ ଆରମ୍ଭ କରିଛି ।

୨୦୧୭ ମସିହା ଜୁନ ମାସ ୯ ତାରିଖରେ ଫିଲ୍ମ ରାବତା ରିଲିଜ ହୋଇଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇ ନିର୍ଦ୍ଦେଶକ ଦିନେଶ ବିଜାନ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ଏକ ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ । ରାବତାର ପ୍ରଯୋଜକ ମଧ୍ୟ ଦିନେଶ ବିଜାନ ଥିଲେ । ଫିଲ୍ମରେ ସୁଶାନ୍ତ ଏବଂ କ୍ରିତିଙ୍କ ବ୍ୟତୀତ ଜିମ ସରବ, ରାଜକୁମାର ରାଓ ଏବଂ ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ପୁନର୍ଜନ୍ମ ନେଇ ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା ।  ଏହି ସିନେମା ରିଲିଜ ହେବା ପରେ ଫ୍ଲପ୍ ହୋଇଥିଲା  । ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହ କ୍ରିତି ଅଭିନୟ କରିଥିଲେ।

https://www.instagram.com/p/B_y5I0iDxlF/?utm_source=ig_embed

ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ନିଜ ବାନ୍ଦ୍ରା ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଏବେ ବି ସୁଶାନ୍ତଙ୍କ ମାମଲା ନେଇ ସିବିଆଇ, ଇଡି ଏବଂ ଏନସିବି ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ । ସୁଶାନ୍ତଙ୍କୁ ବିଷ ଦେଇ ହତ୍ୟା କରିଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ହେଲେ ନିକଟରେ ଏମ୍ସ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ସୁଶାନ୍ତଙ୍କୁ ବିଷ ଦିଆଯାଇନଥିଲା । ଏମ୍ସ ରିପୋର୍ଟ ମର୍ଡର ଥିଓରିକୁ ଭୁଲ ବୋଲି କହିଥିଲେ । ଏମ୍ସ ରିପୋର୍ଟକୁ ଦୃଷ୍ଟିରେ ରଖି ସିବିଆଇ ଏହି ମାମଲାର ଶେଷ ନିଷ୍ପତ୍ତିରେ ପହଞ୍ଚିବ ।

ସମ୍ବଲପୁରର ସୁନା ଝିଅ ହେଲେ ଦେଶର ସର୍ବକନିଷ୍ଠ ସ୍କୁବା ଡାଇଭର

ସମ୍ବଲପୁର: ଚମକିଲେ ସମ୍ବଲପୁରର ସୁନା ଝିଅ ତିଷ୍ୟା । ଓମାନ ଉପସାଗରରେ ୪୦ ଫୁଟ ଡାଇଭିଂ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ତିଷ୍ୟା ପାଣିଗ୍ରାହି । ସର୍ବକନିଷ୍ଠ ସ୍କୁବା ଡାଇଭର ତିଷ୍ୟା ହେଉଛନ୍ତି ସମ୍ବଲପୁରର ପ୍ରୀୟଦର୍ଶୀ ପାଣିଗ୍ରାହୀଙ୍କ ଝିଅ । ଅଗଷ୍ଟ ମାସରେ ପ୍ରଫେସନାଲ ଆସୋସିଏସନ ଅଫ ଡାଇଭିଂ ସଂଘ ପକ୍ଷରୁ ଜୁନିୟର ଓପନ ସ୍କୁବା ଡାଇଭର ଲାଇସେନ୍ସ ପାଇଥିଲେ ।

ପୂର୍ବରୁ ଓଡ଼ିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଟାଇଟଲ ହାସଲ କରିଥିଲେ ତିଷ୍ୟା ।  ତିଷା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ରାଶେସ୍ୱରୀ ପାଣିଗ୍ରାହୀଙ୍କର ନାତୁଣୀ  ।

ତିଷ୍ୟାଙ୍କ ପିତା ଜଣେ ଭଲ ସ୍କୁବା ଡାଇଭିର ଥିଲେ । ଛୋଟବେଳୁ ତିଷ୍ୟା ସ୍କୁବା ଡାଇଭିଂ ପ୍ରତି ଆକୃଷ୍ଠ ହୋଇଥିଲେ । ବାପାଙ୍କ ସ୍କୁବା ଡାଇଭିଂ ଭିଡ଼ିଓ ଦେଖି ପ୍ରେରିତ ହେଉଥିଲେ ତିଷ୍ୟା । ପରେ ତାଙ୍କୁ ସ୍କୁବା ଡାଇଭିଂ କ୍ଲାସ ଦେଉଥିଲେ ବାପା  । ଏହାପରେ ତାଙ୍କର ଇଚ୍ଛା ଶକ୍ତି ବଳରେ ସେ ଆଜି ସର୍ବକନିଷ୍ଠ ସ୍କୁବା ଡାଇଭର ହୋଇପାରିଛନ୍ତି ।

ଅନୁସୂଚିତ ଜାତି ଲୋକଙ୍କୁ ଠକିଛି ଓଟିଭି, ବହୁ ଚର୍ଚ୍ଚିତ ସାରୁଆ ଜମି କେଳେଙ୍କାରୀ ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଗଲା

ଭୁବନେଶ୍ୱର:  ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯ଼ାଇଛି । ଏହି ଠକେଇ ଏବଂ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସାରୁଅରେ ଅନୁସୂଚିତଜାତି(ଏସସି)ଙ୍କ ଜମି ହଡପ ନେଇ  ମୋଟ ୩ଟି ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରୁ  ଗୋଟିଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ  ହାତକୁ ଯାଇଛି। ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ଯାଉଥିବା ଜଣାପଡିଛି ।

ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନାଁରେ ଜମି ହଡପ ଅଭିଯୋଗ ହୋଇଥିବା ପିଟିସନରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଓଡିଶା ଇନଫ୍ରେଟେକ୍ ହେଉଛି ଓଟିଭିର ଅନ୍ୟଏକ ପ୍ରମୁଖ ସଂସ୍ଥା । ଏହି ସଂସ୍ଥା ରବୀନ୍ଦ୍ର ସେଠୀଙ୍କ ଜରିଆରେ ହାଲୁରୀ ପାହାଡସିଂଙ୍କ ଠାରୁ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ରବୀନ୍ଦ୍ର ସେଠୀଙ୍କ ଜରିଆରେ ଦିନ ଦ୍ୱିପ୍ରହର ଆଇନ ଉଲ୍ଲ୍ଂଘନ କରି ଏହି ଜମି କିଣାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ହାଲୁରୀ ପାହାଡସିଂ ଅନୁସୂଚିତ ଜାତି(ଏସସି) ବର୍ଗର । ସେଲ୍ ଡିଡ୍‌ ବା ବିକ୍ରୟ ପ୍ରକ୍ରିୟାରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଥିଲା । ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶାଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଛି । ହାଲୁରି ପାହାଡ଼ସିଂଙ୍କଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଅଲଗା ଅଲଗା ରହିଛି ।  ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ତାଙ୍କଠାରୁ ଜମି କିଣିଥିବା ସଂସ୍ଥା ଦର୍ଶାଇଛି । କିନ୍ତୁ ଅସଲରେ ରବୀନ୍ଦ୍ର ସେଠୀ ଓଟିଭିର ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଥିଲେ । ଗରିବ ଅନୁସୂଚିତ ଜାତି(ଏସସି) ଜମି ହଡ଼ପ ପାଇଁ ତାଙ୍କୁ ବାରମ୍ବାର ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି । ଏକଥା ରବୀନ୍ଦ୍ର ସେଠୀ ନିଜେ ତାଙ୍କ ପିଟିସନ୍‌ରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ।

ସେହିଭଳି ରବୀନ୍ଦ୍ର ସେଠୀଙ୍କୁ ମଧ୍ୟ ଜଣେ ପ୍ରଚୁର ଜମିଜମା ସଂପନ୍ନ ବ୍ୟକ୍ତି ଭାବେ ଦର୍ଶାଇ ତାଙ୍କ ମାଧ୍ୟମରେ ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି କିଣାକିଣି କରାଇଛି । ଜମି କେଳେଙ୍କାରୀ ସଂପର୍କରେ ହୋଇଥିବା ଦୁଇଟି ପିଟିସନ୍ ମଧ୍ୟରୁ ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡସିଂ ଓ ତାଙ୍କ ପରିବାର ପିତା ନରସିଂହ ପାହାଡସିଂ, କାକା- ଚରଣ ପାହାଡସିଂ ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାର ବୋଲି ଜଣାପଡିଛି । ଅପରପକ୍ଷରେ ରବୀନ୍ଦ୍ର ସେଠୀଙ୍କ ଘର ଗଞ୍ଜାମ ଜିଲ୍ଲାରେ । ରବୀନ୍ଦ୍ରଙ୍କୁ ଏକ ପ୍ରକାର ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିଲା । ହାଲୁରୀ ପାହାଡସିଂ ଅଭିଯୋଗ କରିଥିଲେ ଯେ, ଓଟିଭି ତାଙ୍କ ଜମି କିଣିବା ପାଇଁ ବାରମ୍ବାର ଚାପ ପକାଉଥିଲେ ମଧ୍ୟ ସେ ଓଟିଭିକୁ ଜମି ବିକିବାକୁ ଚାହିଁ ନ ଥିଲେ । ଏହି ସମୟରେ ରବୀନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତି ନିଜେ ଜମି କିଣିବେ ବୋଲି ତାଙ୍କ ସହ ଯୋଗାଯୋଗ କରିଥିଲେ । ରବୀନ୍ଦ୍ର ସେଠୀ ମଧ୍ୟ ଅନୁସୂଚିତ ଜାତି ବର୍ଗ(ଏସସି)ର ହୋଇଥିବାରୁ ହାଲୁରୀ ପାହାଡ଼ସିଂ ତାଙ୍କୁ ଜମି ବିକ୍ରି କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ରବୀନ୍ଦ୍ର ସେଠୀ ଏହି ଜମିକୁ ଓଟିଭିକୁ ବିକ୍ରି କରି ସାରିଛନ୍ତି । ଏହି ଜମି ଉପରେ ଓଟିଭି ପାଚେରୀ ଛିଡ଼ା କରିଛି । ପାଚେରୀ ଯୋଗୁଁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ହାଲୁରୀ ପାହାଡ଼ସିଂ ଜମି ଚାଷ ନ କରିପାରି ପ୍ରଚଣ୍ଡ ଅସୁବିଧା ସମ୍ମୁଖୀନ ହୋଇଥିଲେ । କେବଳ ସେତିକି ନୁହେଁ, ଯେଉଁ ଜମିକୁ ହାଲୁରୀ ପାହାଡସିଂ ଯାଇ ପାରୁ ନ ଥିଲେ ସେ ଜମି ମଧ୍ୟ ଶାଗ ମାଛ ଦରରେ ବିକ୍ରି କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା ।

କିଏ ଏ ରବି ସେଠୀ… ଜାଣନ୍ତୁ

ରବୀନ୍ଦ୍ର ସେଠୀ । ଏହି ଜମି କେଳେଙ୍କାରୀର ମୋହରା । ଜମି କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ରବୀନ୍ଦ୍ର ସେଠୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକ ପିଟିସନ୍ କରିଥିଲେ । ସେ ଜଣେ ଅତି ଗରିବ ଶ୍ରେଣୀରେ ଲୋକ ।  ସେ ନିଜ ଦାଦାଙ୍କ ସହ ଗାଁରୁ ଭୁବନେଶ୍ୱର ଆସିଥିଲେ । ସାଲିଆସାହିରେ ରହିବା ସହ ସେ ଗାଡ଼ି ଚଳାଇବା ଶିଖିଥିଲେ । ଫଳରେ ଅରଟେଲ୍‌ର ପୂର୍ବତନ ଅଧିକାରୀ ବିଭୂ ରଥ ତାଙ୍କୁ ଡ୍ରାଇଭର ଭାବେ କାମ ଦେଇଥିଲେ । ଗାଡ଼ି ଚାଳନା ବାବଦକୁ ସେ ୫୬୦୦ ଟଙ୍କାରୁ ୧୨,୦୦୦ ପର୍ଯ୍ୟନ୍ତ ମାସକୁ ପାରିଶ୍ରମିକ ପାଉଥିଲେ । ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ସଂସ୍ଥାର ନାଁ ପରିବର୍ତ୍ତନ ହେଲା, ସେତେବେଳେ ଚାକିରୀ ସମ୍ବନ୍ଧୀୟ କାଗଜପତ୍ର କହି ତାଙ୍କୁ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଗଲା । ସେ କାଗଜ କଣ ଥିଲା ସେ ବିଷୟରେ ସେ ଅଜ୍ଞ ବୋଲି ପିଟିସନ୍‌ରେ ଦର୍ଶାଇଛନ୍ତି । ରବୀନ୍ଦ୍ର ସେଠୀ ଦସ୍ତଖତ କରିବା ପରେ ଓଟିଭି ଏହାର ଫାଇଦା ଉଠାଇଥିଲା । ତାଙ୍କ ନାଁରେ ବେନାମୀ କାରବାର କରିଥିଲା । ତାଙ୍କଠାରୁ ବିଭିନ୍ନ ଫାଇଲ୍ ଓ କାଗଜପତ୍ରରେ ଦସ୍ତଖତ ନିଆଯାଉଥିବା ବେଳେ ଏଥିରେ ଟଙ୍କାର ପରିମାଣ ଦର୍ଶାଯାଉନଥିଲା । ଏବେବି ତାଙ୍କ ନିକଟରେ ତାଙ୍କ ଜମି ଥିବା କଥା ବା ତାଙ୍କ ନାଁରେ ଜମି ଖରିଦ ହୋଉଥିବା କଥା ସେ ଜାଣିନାହାନ୍ତି ବୋଲି ଦର୍ଶାଇଛନ୍ତି । ଜମି କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି । କିନ୍ତୁ ସେ ଟଙ୍କାଟିଏ ବି ଦେଖିନାହାନ୍ତି ବୋଲି ପିଟିସନ୍‌ରେ ଦର୍ଶାଇଛନ୍ତି । ଓଟିଭିର ଏହି ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଯୋଗୁଁ ୨ଟି ଗରୀବ, ଅସହାୟ, ଅନୁସୂଚିତ ଜାତି ପରିବାର ଫସି ଯାଇଛନ୍ତି । ଶହ ଶହ ଏକର ଜମି ଦଖଲ କରିବାର ଲାଳସା ଯୋଗୁଁ ଦିନ ଦ୍ୱିପହରରେ ଓଟିଭି ଶୋଷଣ କରିଥିବା ଅଭିଯୋଗ ହୋଇଛି ।

ଗବେଷଣା: ଓଜନ କମ କରେ ପାନମଧୁରୀ

ଖାଦ୍ୟରେ ପାନମଧୁରୀକୁ ମସଲା ଭାବରେ ବ୍ୟବହାର କରାଯାଏ । ଏହାକୁ ଅଧିକାଂଶ ଲୋକ ମାଉଥ ଫ୍ରେଶନର ଭାବରେ ମଧ୍ୟ ଉପଯୋଗ କରନ୍ତି । ପାନମଧୁରୀକୁ ଚୋବାଇବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଦୂର ହେବା ସହିତ ଏକାଧିକ ଲାଭ ମିଳିଥାଏ । ଔଷଧୀୟ ଗୁଣରେ ଭରପୂର ମାନପଧୁରୀକୁ ଖାଇବା ଦ୍ୱାରା ହଜମ ଶକ୍ତି ବଢିଥାଏ । ସବୁଠାରୁ ଖାସ କଥା ହେଉଛି ପାନମଧୁରୀ ଅପେକ୍ଷା ଏହାର ପାଣି ଅଧିକ ଫଳପ୍ରଦ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଥାଏ । ଯାହାଦ୍ୱାରା ଏସିଡିଟି ସମେତ ପେଟ ସମ୍ବଦ୍ଧୀୟ କେତେକ ସମସ୍ୟା ଦୂର ହୋଇଥାଏ ।

ସକାଳେ ଖାଲି ପାଟରେ ପାନମଧୁରୀର ପାଣି ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏହା ମେଟାବୋଲିଜିମକୁ ବଢାଇଥାଏ । ଏହାଦ୍ୱାରା ଶରୀର ଅଧିକ ଫ୍ୟାଟକୁ ବର୍ନ କରିବାରେ ସକ୍ଷମ ହୋଇଥାଏ । ଏଥିପାଇଁ ରାତିରେ ପାନମଧୁରୀକୁ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ତାହାକୁ ପିଅନ୍ତୁ ।

ଝିଅ ମାନଙ୍କ ମାସିକ ସମସ୍ୟାରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ପାନମଧୁରୀର ପାଣିକୁ ପିଇପାରିବେ । କେବଳ ସେତିକି ନୁହେଁ ରକ୍ତଚାପକୁ ନିୟନ୍ତ୍ରଣ କରେ ବୋଲି ବାଂଲାଦେଶରେ ଏକ ଅଧ୍ୟୟନରୁ ଜଣାପଡ଼ିଛି । ପାନମଧୁରୀ ଶରୀରରୁ ଖରାପ ପଦାର୍ଥକୁ ବାହାର କରି ପରିଷ୍କାର ରଖିଥାଏ ।

କଟକ ଗଣଦୁଷ୍କର୍ମ ମାମଲା: ନାବାଳିକାଙ୍କୁ ରାତିରେ କୁକୁଡ଼ା ଫାର୍ମ ଭିତରେ ଓ ଦିନରେ ବାହାରେ ରଖୁଥିଲେ ଦୁର୍ବୃତ୍ତ !

କଟକ: ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଚାଉଳିଆଗଞ୍ଚ ଥାନାରେ ମାମଲା ଦାୟର ହୋଇଛି ।  ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅନ୍ୟ ଜଣେ ଫେରାର ଥିବା ବେଳେ ତାଙ୍କୁ ଖୋଜାଖୋଜି ଚାଲିଛି । ଆଉ କିଏ କିଏ ଘଟଣାରେ ଜଡିତ ଅଛନ୍ତି, ସେନେଇ ତଦନ୍ତ ଚାଲିଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଜଣେ ନାବାଳିକାଙ୍କୁ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ । ଏହାପରେ ପୋଲିସ ତଦନ୍ତ ଜୋରଦାର ହୋଇଛି । ଆଜି ନାବାଳିକାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଅନ୍ୟପଟେ ଆଜି ପୀଡିତା ନାବାଳିକାର ଡାକ୍ତରୀ ପରୀକ୍ଷା କରାଯିବ । ଗତକାଲି ପୋଲିସ ପୀଡିତାର ବୟାନ ରେକର୍ଡ କରିଛି।

ସୂଚନା ଅନୁସାରେ, କୁକୁଡ଼ା ଫାର୍ମରେ ହିଁ ୨୨ଦିନ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଦିନ ବେଳା କୁକୁଡ଼ା ଖୋଲା ରହୁଥିବା ବେଳେ ଲୋକେ ସେଠାକୁ ଚିକେନ ପାଇଁ ଯାଆନ୍ତି । ସେହି ସମୟରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଫାର୍ମ ପଛରେ ଥିବା ଏକ ଅସ୍ଥାୟୀ ଘରେ ରଖୁ ଥିଲେ ଏବଂ ରାତି ହେଲେ କୁକୁଡ଼ା ଫାର୍ମକୁ ନେଉଥିଲେ । ତେବେ କୁକୁଡ଼ା ଫାର୍ମଟି ରାସ୍ତା କଡ଼ରେ ଥିଲେ ମଧ୍ୟ କିପରି ଏହାର କିଛି ଟେର ପାଇନାହିଁ ପୋଲିସ ସେନେଇ  ପ୍ରଶ୍ନ ଉଠିଛି । ଉକ୍ତ ଘଟଣାଟିକୁ କଟକ ଡ଼ିସିପି ଗମ୍ଭୀରତା ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି ।

ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିବ ଫିଲ୍ମ ହଲ୍, ପୁଣିଥରେ ରିଲିଜ୍ ହେବ ଏହି ୬ଟି ହିଟ୍ ଫିଲ୍ମ

ମୁମ୍ବାଇ: କରୋନା ସଙ୍କଟରେ ଦୀର୍ଘ ଦିନର ଅପେକ୍ଷା ପରେ ଦର୍ଶକମାନେ ଏବେ ଥିଏଟରରେ ଫିଲ୍ମ ଦେଖିପାରିବେ । ଅକ୍ଟୋବର ମାସ ୧୫ ତାରିଖ ତଥା କାଲିଠୁ ସିନେମା ହଲ୍ ଖୋଲିବ । ଦର୍ଶକମାନେ ଫିଲ୍ମ ଦେଖିବାର ମଜା ଉଠାଇପାରିବେ । କରୋନା ଯୋଗୁଁ ଅନେକ ମାସ ଧରି ସିନେମା ହଲ୍ ବନ୍ଦ ଥିଲା । ଫିଲ୍ମ ପ୍ରେମୀଙ୍କ ସହ ଫିଲ୍ମ ନିର୍ମାତାମାନେ ମଧ୍ୟ ସିନେମା ହଲ୍ ଖୋଲିବା ନେଇ ବହୁତ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ପୁନଃ- ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବାଣିଜ୍ୟ ସମୀକ୍ଷକ ତରନ୍ ଆଦର୍ଶ ଟ୍ୱିଟ୍ କରି ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ସପ୍ତାହରୁ ସିନେମା ହଲ୍ ପୁଣି ଖୋଲିବାକୁ ଯାଉଛି। ଏହି ସପ୍ତାହରେ ପୁନଃ ରିଲିଜ୍ ପାଇଁ ୬ ଟି ହିନ୍ଦି ଫିଲ୍ମ ଘୋଷଣା କରାଯାଇଛି । ଫିଲ୍ମଗୁଡିକ ହେଉଛି ତାହ୍ନାଜୀ, ୱାର, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ, ମାଲଙ୍ଗ, ଥପ୍ପଡ଼ ଓ କେଦାରନାଥ । ଆଗାମୀ ଦିନରେ ଆହୁରି ଅନେକ ଚଳଚ୍ଚିତ୍ର ନେଇ ଘୋଷଣା କରାଯିବ ।

ଏହି ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ କେଦାରନାଥ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା । କାରଣ ଆଜିକାଲି ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ଚର୍ଚ୍ଚାରେ ରହିଛି । ଚଳିତ ବର୍ଷ ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ୪ ମାସ ପୁରିଛି । ଏଭଳି ପରିସ୍ଥିତିରେ ଖାସ ପ୍ରଶଂସକଙ୍କ ପାଇଁ ସୁଶାନ୍ତଙ୍କ ଚଳଚ୍ଚିତ୍ର କେଦାରନାଥ ବଡ ପରଦାରେ ପୁନଃ ରିଲିଜ କରାଯାଉଛି । ଫିଲ୍ମ କେଦାରନାଥର ନିର୍ଦ୍ଦେଶକ ଅଭିଷେକ କପୁର ଥିଲେ। ସାରା ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନୟ କରିଥିଲେ ।  ଏହି ରୋମାଣ୍ଟିକ୍ କାହାଣୀକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ସାରା ବଲିଉଡରେ ପାଦ ଦେଇଥିଲେ ।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଅଜୟ ଦେବଗନଙ୍କ ଫିଲ୍ମ ତାହ୍ନାଜୀ ବମ୍ପର ହିଟ୍ ହୋଇଥିଲା ଓ ଖୁବ ଭଲ ଆୟ କରିଥିଲା । ଏହି ଚଳଚ୍ଚିତ୍ର ଜାନୁଆରୀ ମାସରେ ରିଲିଜ ହୋଇଥିଲା । ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରଗୁଡ଼ିକରେ ତାହ୍ନାଜୀ ଶୀର୍ଷରେ ରହିଛି। ମାର୍ଚ୍ଚମାସରୁ ସିନେମା ହଲ୍ ବନ୍ଦ ରହିଥିଲା । ସେଥିପାଇଁ କୌଣସି ବଡ଼ ଫିଲ୍ମ ରିଲିଜ୍ ହୋଇନାହିଁ । ଅନେକ ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସିନେମା ହଲ୍ ଖୋଲିବା ପରେ ଅନେକ ବଡ ଚଳଚ୍ଚିତ୍ର ପାଇପଲାଇନରେ ରହିଛି । ସେଥିମଧ୍ୟରୁ ୮୩ ଏବଂ ସୂର୍ୟବଂଶୀ ରିଲିଜ ଲିଷ୍ଟରେ ରହିଛି । ସୂଚନାଯୋଗ୍ୟ ଯେ, ଦୀପାବଳି ଅବସରରେ ସୂର୍ୟବଂଶୀ ଏବଂ ଖ୍ରୀଷ୍ଟମାସ୍ ରେ ଫିଲ୍ମ ୮୩ ରିଲିଜ୍ ହେବ ।

କ୍ରାଇମବ୍ରାଞ୍ଚ ହାତକୁ ଗଲା ସାରୁଅ ଜମି କେଳେଙ୍କାରୀ ମାମଲା

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲା, କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ମାମଲାର ତଦନ୍ତ ଭାର ଯାଇଛି କ୍ରାଇମବ୍ରାଞ୍ଚ ହାତକୁ । ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

OTV Sarua Land Grabbing Case, Khordha District Administration Started Investigation

ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନାଁରେ ହୋଇଥିଲା ଜମି ହଡପ ମାମଲାର ତଦନ୍ତ ହେବ । ଓଡିଶା ଇନଫ୍ରେଟେକ୍ ହେଉଛି ଓଟିଭିର ଆଉ ଏକ ସଂସ୍ଥା । ହାଲୁରୀ ପାହାଡସିଂଙ୍କ ଠାରୁ ଜମି ହଡ଼ପ ଅଭିଯୋଗ ହୋଇଥିଲା । ରବୀନ୍ଦ୍ର ସେଠୀଙ୍କ ଜରିଆରେ ଆଇନ ଉଲ୍ଲ୍ଂଘନ କରି ଜମି କିଣାଯାଇଥିବା ସୂଚନା ମିଳିଥିଲା  । ତେବେ ରବିନ୍ଦ୍ର କୁମାର ପୂର୍ବରୁ ୨୦୦୫ରୁ ୨୦୧୯ପର୍ଯ୍ୟନ୍ତ ଓଟିଭିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଏବଂ ତାଙ୍କର ମାସିକ ବେତନ ୫ହଜାରରୁ ୧୨ହଜାର ପର୍ଯ୍ୟନ୍ତ ମାସକୁ ବଢାଇଯାଇଥିଲା । ତେବେ ତାଙ୍କ ନାଁରେ ହିଁ ସାରୁଅରେ ସବୁ ଜମିକୁ କିଣାଯାଇଥିଲା । ଏହାସହ ତାଙ୍କ ମାଧ୍ୟମରେ ହିଁ ସାରୁଅରେ ଅନୁସୂଚୀଙ୍କଠାରୁ ଜମି ହଡ଼ପ କରାଯାଇଥିବା ଜଣାପଡିଛି ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା ପରେ ଅଭିଯୋଗକାରୀଙ୍କୁ ଆଶ୍ୱସ୍ତି ମିଳିବ ।  ପ୍ରଥମରୁ ଖୋର୍ଦ୍ଧା ଜିଲ୍ଲାପାଳ ଯେଉଁ ପ୍ରାଥମିକ ତଦନ୍ତ କରିଥିଲେ ସେଥିରେ ସ୍ପଷ୍ଟ ହୋଇଥିଲା ଯେ, ଓଟିଭି କର୍ତ୍ତୃପକ୍ଷ ବେଆଇନ ଭାବେ ଅନୁସୂଚୀତ ଜାତିବର୍ଗର ଲୋକଙ୍କୁ ଠକି ଧମକାଇ ସେମାନଙ୍କଠାରୁ ଜମି ହଡପ କରିଛନ୍ତି । ଉକ୍ତ ଜମିରେ ସେଠାରେ ପାଚେରି କରିଛନ୍ତି ଯାହାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଯେଉଁମାନେ ଜମି ଦେଇନାହାଁନ୍ତି ସେମାନଙ୍କ ଜମିକୁ ସେମାନେ ଯାଇପାରୁ ନଥିବା ଏବଂ ଚାଷବାସ କରିପାରୁ ନଥିବା ଜଣାପଡ଼ିଥିଲା । ଯଦିଓ ପୂର୍ବରୁ ଏହି ଜମି ନେଇ ଓଟିଭି କର୍ତ୍ତୃପକ୍ଷ ବାରମ୍ବାର କହି ଆସୁଥିଲେ ଯେ ଜମି ମାମଲାରେ କାହାରିକୁ ଜୋର ଜବରଦସ୍ତ କରାଯାଇନାହିଁ କି କାହକୁ ଦମକ ମଧ୍ୟ ଦିଆଯାଇନାହିଁ ।

 

ଗୋଟିଏ ଫିଲ୍ମ ପାଇଁ ବଢ଼ାଇଥିଲେ ୨୦ କେଜି, ଏବେ ଆଉ ଏକ ଭୂମିକା ପାଇଁ କମାଇବେ ଓଜନ

ମୁମ୍ବାଇ: ବଲିଉଡ କ୍ୱିନ୍ କଙ୍ଗନା ରାନୌତ ଆଜିକାଲି ତାଙ୍କ ଅପକମିଂ ଫିଲ୍ମ ଥାଲାଇଭିର ସୁଟିଂରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରରେ ଜୟଲଳିତା ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ ଲୁକ୍ ନେଇ ବହୁତ ପରିଶ୍ରମ କରୁଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ସେ ୨୦ କେଜି ଓଜନ ବଢାଇଥିଲେ । କିନ୍ତୁ ଏବେ ଫିଲ୍ମର ସୁଟିଂ ଶେଷ ହେବାକୁ ଯାଉଛି । ସେଥିପାଇଁ କଙ୍ଗନା ଏବେ ପୁଣି ଆଗାମୀ ଫିଲ୍ମ ପାଇଁ ଓଜନ କମ କରିବେ । ଖୁବ କମ ଦିନ ମଧ୍ୟରେ ତାଙ୍କୁ ଓଜନ କମ କରିବାକୁ ପଡ଼ିବ । ଯାହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜରୁ କମ ନୁହେଁ ।

https://www.instagram.com/p/B9UJvsLB3lZ/?utm_source=ig_embed

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜ ୱାର୍କଆଉଟ୍ ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଯୋଗ କରୁଥିବାର ନଜର ଆସୁଛନ୍ତି । ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯେ, ସେ ଥାଲାଇଭି ଫିଲ୍ମ ପାଇଁ ୨୦ କେଜି ଓଜନ ବଢାଇଥିଲେ । ଏବେ ଫିଲ୍ମ ସୁଟିଂ ଶେଷ ହେବାକୁ ଯାଉଛି । ସେଥିପାଇଁ ତାଙ୍କୁ ତାଙ୍କ ପୁରୁଣା ଫର୍ମରେ ଫେରିବାକୁ ପଡିବ । ମାତ୍ର ୨ ମାସ ମଧ୍ୟରେ ତାଙ୍କୁ ୨୦ କେଜି କମ କରିବାକୁ ପଡ଼ିବ । କଙ୍ଗନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀଙ୍କର କଠିନ ପରିଶ୍ରମ ସମସ୍ତଙ୍କୁ ଦିଲ୍ ଜିତିଛି ।  ସେ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଓ ଏହିଭଳି ପ୍ରସ୍ତୁତି କରନ୍ତି ।

କଙ୍ଗନା ତାଙ୍କ ଅପକମିଂ ଫିଲ୍ମର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ପ୍ରତ୍ୟେକ ଫଟୋରେ ମୁଖ୍ୟମନ୍ତ୍ରୀ ଜୟଲଳିତା ପରି ଦେଖାଯାଉଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ତେଜସ୍ ନେଇ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମ ତେଜସ୍ ର ପୋଷ୍ଟର ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ବାୟୁସେନା ଦିବସ ଅବସରରେ କଙ୍ଗନା ଏହି ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ ।

ରାଜ୍ୟରେ ଦିନକରେ ୨୬୦୪ ସଂକ୍ରମିତ ଚିହ୍ନଟ ଓ ୧୫ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୨୬୦୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୧୧ ଏବଂ ସ୍ଥାନୀୟ ସଂକ୍ରମଣ ୧୦୯୩ ରହିଛି । ସେହିପରି ଲଗାତାର ଭାବେ ଖୋର୍ଦ୍ଧାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା  । ବୁଧବାରରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବୁଧବାରରେ ଅନୁଗୁଳରୁ ୨୧୬, କଟକରୁ ୨୦୯, ସୁନ୍ଦରଗଡ଼ରୁ ୧୮୬, ବାଲେଶ୍ବରରୁ ୧୬୪, ମୟୂରଭଞ୍ଜରୁ ୧୨୨, ଯୟପୁରରୁ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୯୫, ବରଗଡ଼ରୁ ୯୦, ଜଗତସିଂହପୁରରୁ ୮୪, କଲାହାଣ୍ଡିରୁ ୭୬, କେନ୍ଦ୍ରାପଡାରୁ ୭୦, ବଲାଙ୍ଗିରରୁ ୬୪, ନବରଙ୍ଗପୁରରୁ ୬୦, ଝାରସୁଗୁଡା ଓ ମାଲକାନଗିରିରୁ ୫୭ଜଣ ଲେକାଏଁ, କେନ୍ଦୁଝରରୁ ୫୧, ଭଦ୍ରକରୁ ୫୦,ସମ୍ବଲପୁରରୁ ୪୯, କନ୍ଧମାଳରୁ ୩୮, ନୟାଗଡ଼ରୁ ୩୫, ଢେଙ୍କାନାଳରୁ ୩୩, ବୌଦ୍ଧ ଓ କୋରପୁଟରୁ ୩୧ଜଣ ଲେଖାଏଁ,  ଗଞ୍ଜାମରୁ ୨୯, ରାୟଗଡ଼ାରୁ ୨୧, ଦେଓଗଡ଼ରୁ ୧୩, ଗଜପତିରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବୁଧବାରରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୦୭୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧ ଥିବା ବେଳେ ଆକ୍ଟିଭ କେସ୍ ୨୫ହଜାର ୪୨୮ ରହିଛି । ଏବଂ କରୋନାରୁ ୨ଲକ୍ଷ ୩୨ହଜାର ୯୮୮ଜଣ ସୁସ୍ଥ ହୋଇଛନ୍ତି ।

Hathras Case: ପରବର୍ତ୍ତୀ ଶୁଣାଣିରେ ନିଲମ୍ବିତ ଏସପିଙ୍କୁ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ: ହାଥ୍ରସ ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଛି । ଯାହା ପରେ ପ୍ରଶାସନ ତେଜି ଉଠିଛି । ପ୍ରଥମ ଦିନର ଶୁଣାଣି ସମୟରେ ପୀଡିତାଙ୍କ ପରିବାର ପକ୍ଷରୁ କୋର୍ଟରେ ଏକ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ କୋର୍ଟ ୟୁପି ପ୍ରଶାସନର ଅବହେଳା ନେଇ ୧୧ ପୃଷ୍ଠାର ଆଦେଶ ଜାରି କରିଛି ।

ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପୀଡ଼ିତାଙ୍କ ପରିବାର ପାଇଁ କଡ଼ା ସୁରକ୍ଷା ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିବାରର ବିନା ଅନୁମତିରେ ମଧ୍ୟରାତ୍ରିରେ ପୀଡିତାଙ୍କ ମୃତଦେହ ପୋଡାଯିବା ନେଇ ପ୍ରଶ୍ନ କରାଯାଇଛି । ଏହି ବିଷୟରେ କୋର୍ଟ ସ୍ଥାନୀୟ ଡିଏମ, ଏଡିଜି ଏବଂ ଅନ୍ୟ ଅଧିକାରୀଙ୍କ ଉପରେ କଡା ମନ୍ତବ୍ୟ ଦେଇଛନ୍ତି । ଏଥି ସହିତ ଡିଏମଙ୍କ ବୟାନ ପରେ କୋର୍ଟ ରେ ଗରମାଗରମ ମାହୋଲ ଦେଖିବାକୁ ମିଳିଥିଲା । କୋର୍ଟ ଡିଏମଙ୍କ ପରିବାରକୁ କହିଛନ୍ତି ଯେ, ଗଣମାଧ୍ୟମ ଆଜି ଅଛି କାଲି ନଥିବ ହେଲେ ସେମାନେ ସେଠାରେ ହିଁ ରହିବେ ।

ଏବେ ଏହି ମାମଲା ନେଇ ଆସନ୍ତା ନଭେମ୍ବର ମାସ ୨ ତାରିଖରେ ଶୁଣାଣି ହେବ । ଏହି ଶୁଣାଣିରେ କୋର୍ଟ ନିଲମ୍ବିତ ଏସପି ବିକ୍ରାନ୍ତ ଭୀରଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ ଗଣମାଧ୍ୟମ ତଥା ନେତାମାନଙ୍କୁ ଏହି ମାମଲା ନେଇ ନିଜ ନିଜର ବକ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।

ଏହା ବ୍ୟତୀତ ମହିଳା ସୁରକ୍ଷାକୁ ନେଇ କଡା ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହା ପୂର୍ବରୁ ସୋମବାର ଯେତେବେଳେ କୋର୍ଟରେ ଶୁଣାଣି ହୋଇଥିଲା, ସେତେବେଳେ ୟୁପି ସରକାରଙ୍କ ବଡ ଅଧିକାରୀମାନଙ୍କୁ ନେଇ କୋର୍ଟରେ ପ୍ରଶ୍ନ ଉଠିଥିଲା। କୋର୍ଟ ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ଜଣେ ଧନୀ ଘରର ଝିଅ ସହ ଏମିତି କିଛି ଘଟିଥାନ୍ତା କିମ୍ବା ପୀଡିତାଙ୍କ ସ୍ଥାନରେ ନିଜ ଝିଅ ଥାଆନ୍ତା, ତାହେଲେ ସେ କଣ ଏମିତି ମଧ୍ୟରାତ୍ରିରେ ପରିବାରର ବିନା ଅନୁମତିରେ ମୃତଦେହ ପୋଡିଥାନ୍ତେ । ତେବେ ଘଟଣାର ଆଗାମୀ ଶୁଣାଣିରେ କୋର୍ଟର ନିଷ୍ପତ୍ତି କଣ ରହିବ ତାହା ଅପେକ୍ଷାରେ ସମଗ୍ର ଦେଶବାସୀ ରହିଛନ୍ତି ।