ଓଭରବ୍ରିଜ୍‌ରୁ ତଳକୁ ଖସି ଘରେ ପଶିଲା ଟ୍ରକ୍, ଆଉ ତା’ପରେ…

1 min read
Mini Tourist Bus Turned Over in Andhra-Odisha Border, Four Died

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୨୦ ଢେଙ୍କିକୋଟ ଓଭରବ୍ରିଜ ଉପରୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ୧୪ ଚକିଆ ଟ୍ରକ ରାସ୍ତା ତଳକୁ ଖସି ପଡ଼ି ପାର୍ଶ୍ୱରେ ଥିବା ଏକ ଘରେ ପଶିଯାଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ପରିବାର ଲୋକ ଘର ଭିତରେ ଶୋଇଥିଲେ ମଧ୍ୟ ଅଳ୍ପେକ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ଡ୍ରାଇଭର ନିଶାଗ୍ରସ୍ତ ଥିବା ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି ।

ସେହିଭଳି ବରଗଡ଼ ସରସରା ଛକ ନିକଟରେ ମଧ୍ୟ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋକୁ ଧକ୍କାଦେଇଛି ଟ୍ରକ୍ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ -ବଲାଙ୍ଗିର ରାସ୍ତା ବରଗଡ଼ ସଦର ବ୍ଲକ ନିରଟରେ ଦୁର୍ଘଟଣା ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ଓ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଥିଲେ । ରାତିରେ ଦୁର୍ଘଟଣା ଖବରପାଇ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ସେପଟେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପଲି ଛକରେ ମଧ୍ୟ ଦୋକାନ ଘର ଉପରକୁ ଚଢିଗଲା ଟ୍ରକ । ଫଳରେ ୩ଟି ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି । ୩ ଜଣ ଆହତ ହୋଇଛନ୍ତି । ରବିବାର ସକାଳ ୯ଟା ବେଳେ ଘଟିଛି ଅଘଟଣ । ବୁର୍ଲା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଟ୍ରକ୍‌ଟି ରାୟପୁରରୁ କଲିକତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ କହିଛି ।

Leave a Reply