ଦିନକରେ ୪୧ ହଜାର ୧୦୦ ପଜିଟିଭ୍, ଦେଶରେ କରୋନା ଆରୋଗ୍ୟ ହାର ୯୩.୦୯%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୪୧ହଜାର ୧୦୦ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ହଜାର ୫୭୯ କୁ ବୃଦ୍ଧି ପାଇଛି । ଏହା ସହିତ କରୋନାରେ ଆଉ ୪୪୭ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁଛି । ଅନ୍ୟପକ୍ଷରେ ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୪୨ହଜାର ୧୫୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଏବେ ଦେଶରେ ୪ଲକ୍ଷ ୭୯ହଜାର ୨୧୬ଟି ସକ୍ରିୟ ମାମଲା ରହିଥିବାବେଳେ ୮୨ଲକ୍ଷ ୫ହଜାର ୭୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ, ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ।

ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ପରୀକ୍ଷାଗାରଗୁଡ଼ିକରେ ୮ ଲକ୍ଷ ୫ ହଜାର ୫୮୯ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ନମୁନା ପରୀକ୍ଷା ସଂଖ୍ୟା ୧୨ କୋଟି ୪୮ ଲକ୍ଷ ୩୬ ହଜାର ୮୧୯କୁ ବୃଦ୍ଧି ପାଇଛି ।

Leave a Reply