spot_img
Home Blog Page 6565

ଏକା ସାଙ୍ଗରେ ଗିଟାର ବଜାଇଲେ ୭୦ଟି ପକ୍ଷୀ, ଭିଡ଼ିଓ ଭାଇରାଲ

ପକ୍ଷୀ ମାନଙ୍କର ଖିଚିରିମିରିଚି ଶବ୍ଦ ଆପଣ ଖୁବ ଶୁଣିଥିବେ । କିନ୍ତୁ ଗିଟାର ବଜାଇବା ହୁଏତ କେବେ ଦେଖିନଥିବେ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଏହି ଭାଇରାଲ ଭିଡ଼ିଓରେ ୭୦ଟି ପକ୍ଷୀଙ୍କୁ ଗିଟାର ବଜାଉ ଥିବାର ଦେଖିବାକୁ ମିଳିଛି ।

 

ମଣ୍ଟ୍ରିୟଲ ମ୍ୟୁଜିୟମ ଅଫ ଫାଇନ ଆର୍ଟସର ଏକ ମ୍ୟୁଜିୟମ ବିଜ୍ଞାନମେଳାରେ ଜେବ୍ରା ଫିଞ୍ଚ ନାମକ ୭୦ଟି ପକ୍ଷୀ ଏକା ସାଙ୍ଗରେ କେତେକ ବେସ ଏବଂ ଇଲେକ୍ଟ୍ରୋନିକ ଗିଟାର ଉପରେ ଛିଡ଼ା ହୋଇ ଅଦ୍ଭୁତ ସଙ୍ଗୀତ ଶୁଣାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ବାରମ୍ବାର ଦେଖୁଛନ୍ତି ୟୁଜର୍ସ । ଏହାକୁ ପ୍ରଥମେ ଟ୍ୱିଟରରେ ଶେୟାର କରିଥିଲେ ଜଣେ ବ୍ୟକ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ଏକ ବଡ଼ ହଲ ମଧ୍ୟରେ କିଛି ଦୂରତା ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଗିଟାର ରଖାଯାଇଛି । ଗୋଟିଏ ପରେ ଗୋଟିଏ ପକ୍ଷୀ ଆସି ଗିଟାର ଉପରେ ବସିବା ପରେ ଭିନ୍ନ ଭିନ୍ନ ରୁଚିକର ଧ୍ୱନି ଶୁଣିବାକୁ ମିଳୁଛି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧.୪ ମିଲିୟନ ଲୋକ ଦେଖି ସାରିଲେଣି ।

ଫୋନ୍‌ ଡେଲିଭରୀ ପରେ ଡେଲିଭରୀ ବୟଙ୍କ ବେକରେ ବେଲ୍ଟ ପକାଇ ଲୁଟ ଉଦ୍ୟମ

ଜଲେଶ୍ୱର: ଡେଲିଭରୀ ବୟଙ୍କ ଠାରୁ ଲୁଟ ଉଦ୍ୟମ । ମରଣାନ୍ତକ ଆକ୍ରମଣ କରି ଲୁଟିବାକୁ ପ୍ରୟାସ । ବେକରେ ବେଲ୍ଟ ଲଗାଇ ଟାଣି ଟାଣି ଜଙ୍ଗଲ ମଧ୍ୟକୁ ନେଇ କରିଥାନ୍ତେ ଲୁଟ । ୩୪ ହଜାର ଟଙ୍କାର ମୋବାଇଲ ପାଇଁ ଇ-କାର୍ଟ ଡେଲିଭରୀ ବୟ ଙ୍କୁ ହତ୍ୟା ଉଦ୍ୟମ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା  କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗାଁରେ । ଲୁଟକୁ ଭିଫଳ କରିଛନ୍ତି ସ୍ଥାନୀୟ ଲୋକେ । ଲୁଟ ସମୟରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଲୁଟେରାଙ୍କୁ ଅଟକ ରଖିବା ସହ ଡେଲିଭରୀ ବୟକୁ ଉଦ୍ଧାର କରିଥିଲେ । ଡେଲିଭରୀ ବୟଙ୍କ ନାମ ହେଉଛି ନିର୍ମାଲ୍ୟ ।

ସୂଚନା ଅନୁଯାୟୀ,  ନିର୍ମାଲ୍ୟ ଦାସ ଇ-କାର୍ଟ ର ଡେଲିଭରି ବୟ ଭାବେ କାମ କରନ୍ତି । କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମକୁ  ଏକ ୩୪ ହଜାର ଟଙ୍କାର ମୋବାଇଲ ଡେଲିଭରୀ ପାଇଁ ଯାଇଥଲେ । ମାତ୍ର ଅର୍ଡର ମଗାଇ ଥିବା ଯୁବକ ମୋବାଇଲ ନେବାପରେ ତାଙ୍କ ସହଯୋଗୀ ପଛପଟୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ବେଲ୍ଟ ରେ ବେକରେ ବାନ୍ଧି ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ନେଇଥିଲେ । ଘଟଣା କୁ ଜଣେ ସ୍ଥାନୀୟ ବାସିନ୍ଦା ଦେଖି ଗ୍ରାମବାସୀଙ୍କୁ ଖବର କରିଥିଲେ । ଗ୍ରାମବାସୀ ଦୁଇ ଯୁବକ ଙ୍କୁ ଅଟକ ରଖିଥିବା ବେଳେ ନିର୍ମାଲ୍ୟ ଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଥିବା ବେଳେ କମର୍ଦା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପାଇଁ ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ନବୀନ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିଛନ୍ତି । କରୋନା କଟକଣା ପରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଉନ୍ନତିକରଣ କାର୍ଯ୍ୟ କେମିଛି ଚାଲିଛି ତାହା ସମୀକ୍ଷା କରିବା ପାଇଁ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ପାଇଁ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଡଗ ସ୍କ୍ୱାଡ, ବମ ସ୍କ୍ୱାଡ ଦ୍ୱାରା ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଅଖିଳେଶ୍ଵର ସିଂ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ଶ୍ରୀମନ୍ଦିର ଚାରିପାଖ ବୁଲି ସମୀକ୍ଷା କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ତିର୍ତ୍ତୋଲରେ ସରିଲା ନାମାଙ୍କନ ପତ୍ର ଯାଞ୍ଚ

ତିର୍ତ୍ତୋଲ: ଉପନିର୍ବାଚନ ପାଇଁ ସରଗରମ ତିର୍ତ୍ତୋଲ ରାଜନୀତି । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । କିଏ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛି, ତ’ ପୁଣି କିଏ ବୈଠକ ପରେ ବୈଠକ କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି । ସେପଟେ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ସରିଛି ଯାଞ୍ଚ ପ୍ରକ୍ରିୟା । ସମସ୍ତ ପ୍ରାର୍ଥୀଙ୍କୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା ।

ନାମାଙ୍କନ ପତ୍ର ଯାଞ୍ଚ ବେଳେ ୯ ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ । ବିଜେଡିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା , କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ, କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଏହାସହ ୫ ଜଣ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ମଧ୍ୟରେ ବିଜେଡି, ବିଜେପି, କଂଗ୍ରେସ ଓ ବାମଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି ।

ଆଗାମୀ ଦିନରେ ପ୍ରଚାର ବେଳେ ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏବେଠାରୁ ହିଁ ବିଜେଡିର ବହୁ ହାଇପ୍ରୋଫାଇଲ ନେତା ବିଜୟଙ୍କ ସାଥିରେ ରହିଥିବା ବେଳେ ଆଗକୁ ଅନେକ ନେତା ତିର୍ତ୍ତୋଲ ଆସି ଭୋଟରଙ୍କୁ ବିଜୟ ପାଇଁ ଭୋଟ ମାଗିବେ । ସେହିପରି ଅନ୍ୟ ଦଳର ପ୍ରାର୍ଥୀ ବି ଷ୍ଟାର ପ୍ରଚାରକଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ।

ଏହି କାରଣରୁ ନିଜ ବିବାହକୁ ୬ ବର୍ଷ ଧରି ଲୁଚାଇ ରଖିଥିଲେ ଜୁହି ଚାୱଲା

ନୂଆଦିଲ୍ଲୀ: ଜୁହି ଚାୱଲା ଜଣେ ଏମିତି ଅଭିନେତ୍ରୀ, ଯିଏ ଏବେ ସିଲଭର ସ୍କ୍ରିନରେ ଖୁବ କମ ନଜର ଆସୁଛନ୍ତି କିନ୍ତୁ ନିଜ କ୍ୟାରିୟରରେ ସେ ଦର୍ଶକଙ୍କୁ ଏମିତି କିଛି ଫିଲ୍ମ ପେଟି ଦେଇଛନ୍ତି ଯାହା ଦର୍ଶକଙ୍କ ମନରୁ କେବେ ଲିଭିବ ନାହିଁ । ଟପ୍ ଅଭନେତ୍ରୀଙ୍କ ମଧ୍ୟରୁ ଗଣା ଜୁହି ଚାୱଲା ଅନେକ ବର୍ଷ ଧରି ଲାଇମଲାଇଟ ଏବଂ ପପ୍ୟୁଲାରିଟୀକୁ ଭରପୂର ଉପଭୋଗ କରିଛନ୍ତି । ଏମିତିରେ ସେ ବିବାହିତା ଥିବା କଥା ସମସ୍ତଙ୍କୁ ଚକିତ କରିଥିଲା । କାହାକୁ ଏହି ବିଷୟରେ ଜଣାନଥିଲା ଯେ ଏହି ଅଭିନେତ୍ରୀ ଜଣଙ୍କ ନିଜ ଜୀବନର ଏତେ ବଡ଼ ସତ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ ।

ବାହାଘରର ପ୍ରାୟ ଦୁଇ ଦଶନ୍ଧି ପରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଅଭିନେତ୍ରୀ ଜଣଙ୍କ ନିଜ ବିବାହକୁ ଲୁଚାଇ ରଖିବା ପଛର କାରଣ ସମସ୍ତଙ୍କ ସହ ସେୟାର କରିଛନ୍ତି । ଇଣ୍ଟରଭ୍ୟୁରେ ସେ ଯାହା କହିଛନ୍ତି ତାହା ଆଜିର ନାରୀ ଅତି ସହଜରେ ରିଲେଟ କରିପାରିବେ ।

ଜାଣନ୍ତୁ କଣ କହିଥିଲେ ଜୁହି-

ଜୁହିଙ୍କ ସହ ତାଙ୍କ ସ୍ୱାମୀ ଜୟ ମେହତାଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ ଠାରୁ କମ ନଥିଲା । ଯେଉଁ ସମୟରେ ଏହି ଅଭିନେତ୍ରୀଙ୍କୁ ଇମୋସନଲ ସପୋର୍ଟର ଅଧିକ ଆବଶ୍ୟକତା ଥିଲା ଠିକ ସେତିକି ବେଳେ ଜୟ ମେହତା ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ କେବେବି ଜୁହିଙ୍କୁ ଏକୁଟିଆ ଛାଡ଼ି ନଥିଲେ ଏବଂ ସବୁବେଳେ ତାଙ୍କର ଜଣେ ଦୃଢ଼ ସପୋର୍ଟର ଭାବେ ପଛରେ ଛିଡ଼ା ହୋଇଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଏହାକୁ ଲୋକଲୋଚନକୁ ଆସିବାକୁ ଦେଇନଥିଲେ ।

ନିଜ ବିବାହକୁ କାହିଁକି ଲୁଚାଇ ରଖିଥିଲେ ସେ ବାବବଦରେ ଜୁହି ଏକ ଇଣ୍ଟରଭ୍ୟୁରେ କହିଥିଲେ ।  ସେ କହିଥିଲେ ଯେ, ସେ ସମୟରେ ହିରୋଇନ ମାନେ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଯାଉଥିବା ମନେ କରାଯାଉଥିଲେ । ଜୁହି ସେହି ସମୟରେ ନିଜ କ୍ୟାରିୟରର ପିକରେ ଥିଲେ । ଏମିତିରେ ସେ ଅଭିନୟ ସହ କୌଣସି ସାଲିସ ନକରି ଏହାକୁ ଆଗକୁ ବଢ଼ାଇବାକୁ ଚାହୁଥିଲେ । ସେଥିପାଇଁ ସେ ୬ ବର୍ଷ ଧରି ନିଜ ବିବାହକୁ ସର୍ବସମତରେ ପ୍ରକାଶ କରିନଥିଲେ ।

ଅନେକ ମହିଳା ଏହି ସମସ୍ୟା ଦେଇ ଗତି କରନ୍ତି

ଯଦିଓ ମହିଳାମାନେ ଆଧୁନିକ ସମାଜରେ ବଡ଼ ବଡ଼ ପୋଷ୍ଟରେ ଚାକିରି କରି ଏହାକୁ ଉପଭୋଗ କରୁଛନ୍ତି,  କିନ୍ତୁ ଏହାକୁ ମଧ୍ୟ ସ୍ୱୀକାର କରାଯାଇପାରିବ ଯେ, ବିବାହ କିମ୍ବା ଗର୍ଭଧାରଣ ସେମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିଥାଏ । ଏହିପରି ଅନେକ ମହିଳା ଆପଣଙ୍କ ଚତୁର୍ପାଶ୍ୱରେ ଥିବେ ଯେଉଁମାନେ ଏହି କାରଣରୁ ପୁରୁଷ ସହକର୍ମୀଙ୍କ ଅପେକ୍ଷା କମ୍ ସୁଯୋଗ ପାଇଥାନ୍ତି, କାରଣ ସେ ବିବାହିତା କିମ୍ବା ଗର୍ଭବତୀ ଥାଆନ୍ତି ।

କେବଳ ସେତିକି ନୁହେଁ ଆଜି ମଧ୍ୟ ଅନେକ କମ୍ପାନୀ ମହିଳା ମାନଙ୍କୁ ତାଙ୍କ ପୁରୁଣା ଜବ୍ ସହିତ ବିବାହ ଏବଂ ପ୍ରେଗନାନ୍ସି ପର୍ଯ୍ୟନ୍ତ ପ୍ଲାନ ପଚାରିଥାନ୍ତି । କମ୍ପାନୀକୁ ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼ୁ ବୋଲି ଏହିଭଳି ପ୍ରଶ୍ନ ପଚରାଯାଇଥାଏ ।

ପରିବର୍ତ୍ତନର ଆବଶ୍ୟକତା

କିଛି ମହିଳା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ସମସ୍ୟା ପାଇଁ କ୍ୟାରିୟର ସହ କମପ୍ରୋମାଇଜ କରିଥାନ୍ତି, ଅନ୍ୟପଟେ ଏମିତି କିଛି ମହିଳା ଅଛନ୍ତି ଯିଏକି ଏହି ଆଭିମୁଖ୍ୟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଯଦି ଆମେ ବଲିଉଡର କଥା କହିବା ତେବେ କରୀନା କପୁର ଏହାର ଏକ ବଡ଼ ଉଦାହରଣ । ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ନିଜ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡ଼ିବାକୁ ଦେଇନଥିଲେ ।

ଲିଭ ଇନରେ ରହିବା ପରେ ଜଣେ ଛାଡ଼ପତ୍ର ହୋଇଥିବା ବ୍ୟକ୍ତିକୁ ବିବାହ କରିବା ହେଉ କିମ୍ବା ନିଜ କ୍ୟାରିୟରର ପିକରେ ଥାଇ ମାଆ ହେବାର ନିଷ୍ପତ୍ତି । ବେବୋ ନିଜ ପ୍ରେଗନାନ୍ସି ସମୟରେ ମଧ୍ୟ କାମ କରିବା ଛାଡ଼ିନଥିଲେ । କେବଳ ସେତିକି ନୁହେଁ ସେ ଏମିତି ଏକ ଉଦାହରଣ ସୃଷ୍ଟି କରିଥିଲେ, ଯେଉଁଥିରେ ସେ ସାବ୍ୟସ୍ତ କରିଥିଲେ ଯେ, ପ୍ରେଗନାନ୍ସି ସମୟରେ ମଧ୍ୟ ଆପଣ ଖୁବ ଷ୍ଟାଇଲିସ ଦେଖାଯାଇପାରିବେ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତ୍ମବିଶ୍ୱାସ

କ୍ୟାରିୟରରେ ଆସୁଥିବା ସମସ୍ୟାକୁ ସାମ୍ନା କରିବା ଏବଂ ନିଜକୁ ଏହି ପୁରୁଷ ପ୍ରାଧାନ୍ୟ ସମାଜରେ ସାବ୍ୟସ୍ତ କରିବା ପାଇଁ ସବୁଠୁ ଜରୁରୀ ଜିନିଷ ହେଉଛି ଆତ୍ମବିଶ୍ୱାସ । ଯଦି ନିଜ ଉପରେ ଆତ୍ମବିଶ୍ୱାସ ଅଛି ତେବେ ଯେତେ ବଡ଼ ସମସ୍ୟା ଆସୁପଛେ ତାକୁ ସାମ୍ନା କରିବାର ସାମର୍ଥ୍ୟ ଆସିବ । ଅନ୍ୟପଟେ ନିଜ ଉପରେ ସନ୍ଦେହ କରିବା ଏବଂ ଅନ୍ୟ ତୁଳନାରେ ନିଜକୁ କମ ଭାବିବା ଦ୍ୱାରା ଆତ୍ମବିଶ୍ୱାସ ଉପରେ ଆଘାତ ପହଞ୍ଚିଥାଏ ଏବଂ ଏହା ସଫଳତା ରାସ୍ତାରେ ବାଧା ସୃଷ୍ଟି କରିଥାଏ । ସେଥିପାଇଁ କୌଣସି ପରିସ୍ଥିତିରେ ନିଜ ଆତ୍ମବିଶ୍ୱାସକୁ ଭାଙ୍ଗିବା ଉଚିତ ନୁହେଁ ।

ପାର୍ବଣ ପାଇଁ ରାଜଧାନୀରେ ଖୋଲିବ କରୋନା ଯୋଗୁଁ ସିଲ୍‌ ହୋଇଥିବା ସମସ୍ତ ଦୋକାନ

ଭୁବନେଶ୍ୱର: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ ହୋଇଥିବା ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡ଼ିକ ପାଇଁ ଖୁସି ଖବର । ନାଗରିକ ସଦଭାବ ଓ ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ସିଲ ହୋଇଥିବା ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡିକୁ ପୁଣି ଥରେ ଖୋଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି । ତେବେ ଏବେ ରାଜଧାନୀରେ ଖୋଲିବ ସିଲ ହୋଇଥିବା ସମସ୍ତ ଦୋକାନ ।

ଆଗକୁ ପାର୍ବଣ ଆସୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । କିନ୍ତୁ ଦୋକାନ, ଅନୁଷ୍ଠାନଗୁଡିକ ଗ୍ରାହକଙ୍କୁ ଅନୁମତି ଦେବା ପୂର୍ବରୁ ନିଜ ନିଜ ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି । ବିନା ସାନିଟାଇଜରେ ଦୋକାନ ଖୋଲିପାରିବ ନାହିଁ । ଖାଲି ସେତିକି ନୁହେଁ ଦୋକାନ ଖୋଲିଲା ପରେ କରୋନା କଟକଣାକୁ ଦୃଢ଼ ଭାବରେ ଅନୁପାଳନ କରିବାକୁ ପଡ଼ିବ ପୋଲି ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଭିତରେ ସମାଜିକ ଦୂରତାର ଅନୁପାଳନ ସହ ମାସ୍କ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହାର ଉଲଂଘନ ହେଲେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ପକ୍ଷରୁ ଟ୍ୱିଟ କରି ଜଣାଇଦିଆଯାଇଛି ।

ଦାଦାବଟି ଆଦାୟ ଅଭିଯୋଗରେ ଜେରା ପରେ ଗ୍ୟାଙ୍ଗ୍‌ଷ୍ଟାର ରାଜା ଆଚାର୍ଯ୍ୟକୁ କୋର୍ଟ ଚାଲାଣ

ଭୁବନେଶ୍ୱର: କାଲି ଡିସିସନ୍‌, ଆଜି ଆକ୍ସନ । ଦାଦାବଟି ଆଦାୟ ନେଇ କମିଶନରେଟ୍ ପୋଲିସର ପ୍ରଥମ ଶିକାର ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଭୁବନେଶ୍ୱରରେ ଦାଦାବଟି ମାଗି ପୁଣି ଗିରଫ ହେଲା ରାଜା ଆଚାର୍ଯ୍ୟ । ରାଜା ସହ ତା’ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତାକୁ ଜେରା କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ । ତା ଦୁଇ ସହଯୋଗୀଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି  ।

ସେପଟେ ଓଲଟି ପୋଲିସ ବଟି ମାଗୁଥିବା ରାଜା ଆଚାର୍ଯ୍ୟଙ୍କ ପାଲଟା ଅଭିଯୋଗ ଆଣିଛି । ସେ କହିଛି, ହାଇକୋର୍ଟରୁ ଅନୁମତି ପାଇବା ପରେ ସେ ଦୋକାନ ପକାଇଥିଲେ । ହେଲେ ପୋଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଛି । ସେପଟେ ରାଜା ତାଙ୍କର ରାଗ ସାମ୍ବାଦିକ ମାନଙ୍କ ଉପରେ ମଧ୍ୟ ଦେଖାଇଛି । ରାଜାଙ୍କୁ କୋର୍ଟ ଚାଲାଣ ବେଳେ ସେ ଉତକ୍ଷିପ୍ତ ହୋଇଯାଇଥିଲା । ଏନେଇ ଏକ ଫାଇଲ୍ ସାମ୍ବାଦିକଙ୍କ ଉପରକୁ ଫିଙ୍ଗିଥିଲା ରାଜା ଆଚାର୍ଯ୍ୟ।

ସୂଚନା ଅନୁଯାୟୀ, ସରକାରୀ ଜାଗାରେ ଘର ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଧମକାଇ ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଦାବି କରୁଥିଲା ରାଜା । ଏହି ଅଭିଯୋଗ ଆଧାରରେ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କେବଳ ଜଣଙ୍କୁ ନାଁ ଅନ୍ୟ କାହାକୁ ଦାଦାବଟି ମାଗୁଥିଲା, ସେନେଇ ତଦନ୍ତ ଚାଲିଛି । ରାଜାର ମୋଟର ସାଇକେଲ ସହ ଶାବଳ ଓ ଦରିକୁ ମଧ୍ୟ ଜବତ କରିଛି ପୋଲିସ ।

କୌଣସି ମତେ ଏଭଳି ଅପରାଧୀକୁ କ୍ଷମା ଦିଆଯିବ ନାହିଁ । ରାଜା ପୋଲିସ ପାଇଁ କେବଳ ଜଣେ ଅପରାଧୀ । ପୂର୍ବରୁ ତାର ଅନେକ ଖରାପ ରେକର୍ଡ ରହିଛି । ପୋଲିସ ପାଇଁ ରାଜା ଭଳି ଅପରାଧୀ ହେଉଛି ଧୂଳିକଣା । ତେଣୁ ସାଧାରଣ ଲୋକ ରାଜା ଭଳି ଅପରାଧୀଙ୍କୁ ନଡରି ବରଂ ସେମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରନ୍ତୁ । ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଗବେଷଣା: କରୋନାରେ ଅବିବାହିତଙ୍କର ଅଧିକ ହେଉଛି ମୃତ୍ୟୁ!

0

ସୁସ୍ଥ ରହିବା ପାଇଁ ବିବାହିତ ଜୀବନର ଆବଶ୍ୟକତା ରହିଛି । ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଛି ଏଭଳି ଯୁକ୍ତି । ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛିକି ବିବାହିତ ଲୋକଙ୍କ ଅପେକ୍ଷା ଅବିବାହିତ ଲୋକ ଅଧିକ ମାତ୍ରାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସ୍ୱିଡେନର ଷ୍ଟକହୋମ ୟୁନୁଭର୍ସିଟି ମଧ୍ୟ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଦାବି କରିଛନ୍ତିଯେ, ଅବିବାହିତଙ୍କ ଅପେକ୍ଷା ସ୍ୱଳ୍ପ ସ୍ୱାକ୍ଷର ଏବଂ ଅର୍ଥନୀତି ସୁଦୃଢ ନଥିବା ଦେଶ ଗୁଡ଼ିକରେ କରୋନା ମୃତ୍ୟୁ ଅଧିକ ହେବ । ଏହା ସ୍ୱିଡେନର ସ୍ୱିଡିସ ନ୍ୟାସନାଲ ବୋର୍ଡ଼ ଅଫ ହେଲଥ ଆଣ୍ଡ ଓ୍ୱେଲଫେୟାରର ତଥ୍ୟ ଉପରେ ଆଧାରିତ । ୨୦ ବର୍ଷ ବା ତା ଠାରୁ ଅଧିକ ବୟସର ବ୍ୟକ୍ତିବିଶେଷଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଜେନେରାଲ ନେଚର କମ୍ୟୁନିକେସନରେ ଏହି ଗବେଷଣାର ଅଥର ଏସଭେନ ଡ୍ରେଫଲ କହିଛନ୍ତିକି କେତେକ ବଡ଼ ବଡ଼ କାରଖାନା ମୃତ୍ୟୁ ସହିତ ଜଡ଼ିତ ।


ରିପୋର୍ଟ ଅନୁସାରେ ବିବାହିତ ଲୋକଙ୍କ ଅପେକ୍ଷା ଅବିବାହିତ ଲୋକଙ୍କ ନିକଟରେ ମୃତ୍ୟୁ ଆଶଙ୍କା ଅଧିକ । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି କି କରୋନାରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମୃତ୍ୟୁମୁଖରେ ପଡ଼ିଥାନ୍ତି । ତେବେ ଏହା ପ୍ରାୟ ଦୁଇ ଗୁଣ । କେବଳ ସେତିକି ନୁହେଁ ଏହା ମଧ୍ୟ କୁହାଯାଇଛି କି ଅଧିକତର ଅବିବାହିତ ଲୋକଙ୍କର ବିଭିନ୍ନ ରୋଗରେ ମୃତ୍ୟୁ ହୋଇଥାଏ । ଏହାକୁ କିଛି ଉଦାହରଣ ମାଧ୍ୟମରେ ମଧ୍ୟ ବୁଝାଯାଇଛି । ଯେପରି ଯେଉଁମାନେ ଆରମ୍ଭରୁ କୌଣସି ରୋଗରେ ପୀଡ଼ିତ ହୋଇଥାନ୍ତି ସେମାନେ ତାଙ୍କ ଜୀବନସାଥି ପ୍ରତି କମ୍‌ ଆକର୍ଷିତ ହୋଇଥାନ୍ତି । ଏହି କାରଣରୁ ବିବାହରେ ଅଧିକ ଇଛା ପ୍ରକାଶ କରିନଥାନ୍ତି ।

ଡ୍ରେଫଲଙ୍କ କହିବା ଅନୁସାରେ ଏକା ଥିବା ବ୍ୟକ୍ତିଙ୍କ ପରିବେଶ ବିବାହିତ ବ୍ୟକ୍ତିଙ୍କ ପରିବେଶ ଠାରୁ କମ୍‌ ସୁରକ୍ଷିତ । ତେଣୁ ବିବାହିତ ବ୍ୟକ୍ତି ଅବିବାହିତ ବ୍ୟକ୍ତିଙ୍କ ଅପେକ୍ଷା ସୁସ୍ଥ ଜୀବନ ଅତିବାହିତ କରିଥାନ୍ତି ।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସେପଟେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୂର୍ବରୁ କରୋନା ଆଉ ଏବେ ଲଘୁଚାପ ବର୍ଷା । ଫିକା ପଡ଼ିବ ଏଥରର ଗଣପର୍ବ ଦଶହରା । କାରଣ ଆଗାମୀ ୧୯ ତାରିଖ ରେ ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ଯାହା ଫଳରେ ୧୯ ତାରିଖ ସନ୍ଧ୍ୟା ରେ ପୁଣି ବର୍ଷା ରେ ଭିଜିବ ଓଡିଶା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାର ର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଥିବା ବେଳେ ମସ୍ୟଜୀବି ମାନଙ୍କୁ ମଧ୍ୟ ୧୯ ତାରିଖରୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହି ଲଘୁଚାପ ୨୧ ତାରିଖ ପର୍ଯ୍ୟନ୍ତ ତାର ପ୍ରଭାବ କୋଷ୍ଟାଲ ଓଡ଼ିଶା ଏବଂ ଆଭ୍ୟନ୍ତରିଣ ଓଡ଼ିଶା ଉପରେ ଦେଖାଇବ ।

ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୯ ତାରିଖରେ ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲା କୁ ପ୍ରବଳ ବର୍ଷା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ଠିକ ସେହିଭଳି ୨୦ ତାରିଖ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ୨୧ ତାରିଖରେ ମଧ୍ୟ ଗଜପତି, ଗଞ୍ଜାମ,ରାୟଗଡା ଓ ପୁରୀ ଜିଲ୍ଲା ୨୨ ତାରିଖ ୯ ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସେପଟେ ପାଣିପାଗ ରିପୋର୍ଟ ଅନୁଯାୟୀ ଆଜି ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର କିଛିକିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । କୋରାପୁଟ, ମାଲକାନାଗିରି, ଢ଼େଙ୍କାନାଳ, ନବରଙ୍ଗପୁରରେ ସର୍ବାଧିକ ବର୍ଷା ହୋଇଛି । ୨୪ ଘଣ୍ଟାରେ ମଧ୍ୟରେ ଘଡ଼ ଘଡ଼ି ସହ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଟିକାକରଣ ନେଇ ପ୍ରସ୍ତୁତି: ୩୦ କୋଟି ଭାରତୀୟଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଭୂତାଣୁର ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମତଃ ନିହାତି ଆବଶ୍ୟକ ଗୋଷ୍ଠୀର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ସ୍ୱାସ୍ଥ୍ୟ ବିଶେଷଜ୍ଞ, ପୋଲିସ, ସଫେଇ କର୍ମଚାରୀ ସହିତ ଅନ୍ୟ କିଛି ବର୍ଗର ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସାମିଲ ହେବ । ଏହି ଶ୍ରେଣୀର ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ଯେଉଁଥି ପାଇଁ ୬୦ କୋଟି ଟିକା ଲାଗିବ । ଟ୍ରାଏଲ ଚାଲିଥିବା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତୀୟଙ୍କ ମଧ୍ୟରେ ଟିକା ପ୍ରୟୋଗ ଆରମ୍ଭ ହେବ ।

ପ୍ରାଥମିକ ତାଲିକାରେ ଚାରୋଟି ବର୍ଗ ରହିଛି – ପ୍ରାୟ ୫୦ ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଦୁଇ କୋଟିରୁ ଅଧିକ ଆଗଧାଡ଼ିର କରୋନା ଯୋଦ୍ଧା,  ୫୦ ବର୍ଷରୁ ଅଧିକ ପ୍ରାୟ ୨୬ କୋଟି ଲୋକେ ଏବଂ ୫୦ ବର୍ଷରୁ କମ୍ ଲୋକ କିନ୍ତୁ ଅନ୍ୟ ରୋଗରେ ପୀଡ଼ିତ । ଟିକାକରଣ ନେଇ ଗଠିତ ହୋଇଥିବା ସ୍ୱତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଏହି ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟଗୁଡ଼ିକରୁ ମଧ୍ୟ ଇନପୁଟ୍ ନିଆଯାଇଥିଲା । ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପାଲଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ ।

ବିଶେଷଜ୍ଞ କମିଟି ଅନୁସାରେ ଦେଶରେ ସରକାରୀ ଏବଂ ବେସରକାରୀ ସ୍ଥରରେ କାମ କରୁଥିବା ପ୍ରାୟ ସାତ ଲକ୍ଷ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏହି ତାଲିକାରେ ସାମିଲ ଅଛନ୍ତି। ଏଥିରେ ୧୧ ଲକ୍ଷ MBBS ଡାକ୍ତର, ୮ ଲକ୍ଷ ଆୟୁଷ ଡାକ୍ତର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ANM ଏବଂ ୧୦ ଲକ୍ଷ ଆାଶା କର୍ମଚାରୀ ମଧ୍ୟ ଅଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହି ତାଲିକାକୁ ଚୂଡ଼ାନ୍ତ ରୂପ ଦିଆଯିବ ।

ଭାରତ-ଚୀନ୍ ସୀମା ବିବାଦ; ଅବାନ୍ତର ସର୍ତ୍ତ ରଖିୁଛି ଚୀନ୍, ଭାରତ କହିଲା ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ…

ଡ୍ରାଫ୍ଟ ପ୍ଲାନରେ ୪୫ ଲକ୍ଷ ପୋଲିସ ଏବଂ ଅନ୍ୟ ଫୋର୍ସ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ତାଲିକାରେ ୧୫ ଲକ୍ଷ ସେନା ମଧ୍ୟ ଅଛନ୍ତି। ଏହା ବ୍ୟତୀତ କମ୍ୟୁନିଟି ସେବା – ସାଧାରଣ ପରିବହନ ଡ୍ରାଇଭର, କ୍ଲିନର୍ ଏବଂ ଶିକ୍ଷକମାନଙ୍କୁ ମଧ୍ୟ ଟିକା ପ୍ରୟୋଗ ପାଇଁ ଚିହ୍ନଟ କରାଯାଇଛି । ୫୦ ବର୍ଷରୁ ଅଧିକ ବୟସର ପ୍ରାୟ ୨୬ କୋଟି ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏହା ବ୍ୟତୀତ ମଧୁମେହ, ହୃଦ ରୋଗ, କିଡନୀ ଜନିତ ସମସ୍ୟା, ଫୁସଫୁସ ରୋଗ ବା ଅନ୍ୟାନ୍ୟ ରୋଗରେ ସମ୍ମୁଖୀନ ହେଉଥିବା ଲୋକମାନେ ମଧ୍ୟ ପ୍ରାଥମିକତା ଆଧାରରେ ଟିକା ପାଇବେ ।