ଅମାନିଆ ପର୍ଯ୍ୟଟକଙ୍କୁ ପାନେ ଦେବାକୁ ୧୪୪ ଧାରାର ନିଷ୍ପତ୍ତି, ସମୁଦ୍ର କୂଳରେ ଲାଗିଲା ନାଲି ପତାକା

ପଟ୍ଟାମୁଣ୍ଡାଇ: କରୋନା କାଳରେ ଧିରେ ଧିରେ ସୁଧୁରିବାକୁ ଲାଗିଛ ପର୍ଯ୍ୟଟନସ୍ଥଳୀ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀରେ କରୋନା କଟକଣାକୁ ଦୃଢ଼ ଭାବରେ ପାଳନ କରାଯାଉଛି । ଯେଉଁମାନେ କଟକଣାକୁ ଅବଲମ୍ବନ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି । ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ସମୁଦ୍ର ବେଳାଭୂମିରେ ନାହିଁ ନିୟମ କାନୁନ୍ । ପ୍ରତିଦିନ ଏହି ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଛୁଟିଦିନ ଆଉ ଆମିଶ ବାରରେ ପର୍ଯ୍ୟଟକଙ୍କ ଭିଡ ନକହିଲେ ଭଲ । ସମୁଦ୍ର ବାଲିରେ ବୁଲିବା ସହ ଗଛ ଛାଇରେ ଭୋଜି ଜମୁଛି । କୋଭିଡ କଟକଣାକୁ ତିଳେ ମାତ୍ର ବି ଖାତିର କରୁନାହାନ୍ତି ଏମାନେ । ମଦ ପିଇ ସମୁଦ୍ରରେ ଗାଧୋଇବା ଆଦି ଘଟଣା ମଧ୍ୟ ନଜରକୁ ଆସିଛି । ଯଦି ଦେଖିବା ତେବେ ଗତ ୧୫ ଦିନ ମଧ୍ୟରେ ଏହି ସମୁଦ୍ରରେ ଗାଧୋଇ ଦୁଇଜଣ ଇଞ୍ଜିନିୟର ଛାତ୍ରଙ୍କର ମୃତ୍ୟୁ ହୋଇଛି ।

ତେବେ ଅମାନିଆ ପର୍ଯ୍ୟଟକଙ୍କୁ ପାନେ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଜିଲ୍ଲାପାଳ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏଠାରେ ପ୍ରଶାସନର ଅନ୍ୟାଦେଶ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । କେବଳ ସେତିକି ନୁହେଁ ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇଛନ୍ତି ।

ଚିତ୍ତକୋଲା ଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ ୧୪୪ ଧାରା ବଳବତ୍ତର ରହିବ । ରାଜନଗର ଅତିରିକ୍ତ ତହସିଲଦାର ଅଶୋକ କୁମାର ବେହେରା ସମୁଦ୍ର କୂଳରେ ନାଲି ପତାକା ଲଗାଇ ଚିତ୍ତକୋଲା ଠାରୁ ଦୋବନ୍ଦି ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ ୧୪୪ ଧାରା ପ୍ରଣୟନ ହେଲା ବୋଲି ସ୍ଥାନୀୟ ଲୋକ ମାନଙ୍କୁ ସମୁଦ୍ର ଦେଇଛନ୍ତି ।

Leave a Reply