spot_img
Home Blog Page 6559

ଦେଶର ପ୍ରଥମ ଓ୍ୱାଟର ଟ୍ୟାକ୍ସି ସେବା ଆରମ୍ଭ

0

କେରଳ: ଦେଶର ପ୍ରଥମ ଓ୍ୱାଟର ଟ୍ୟାକ୍ସି ସେବା କେରଳରେ ଆରମ୍ଭ ହୋଇଛି । କେରଳର ଜଳ ପରିବହନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । କେରଳାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଲ୍‌ପାଝୁଆ ଅଞ୍ଚଳରେ ଏହି ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି । ଏହି ‌ସେବାକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହେବା ପରେ ସର୍ବସାଧାରଣ ସେବା ପାଇଁ ଚାରିଟି ଓ୍ୱାଟର ଟାକ୍ସି ଚାଲିବାକୁ ଅନୁମତି ମିଳିଛି। ତେବେ ଏହାକୁ ଭାରତର ପ୍ରଥମ ଓ୍ୱାଟର ଟାକ୍ସି ବୋଟ୍ ସେବା ବୋଲି କୁହାଯାଉଛି।

ଏସଟିଡବ୍ଲୁଡି ନିର୍ଦେଶକ ଶାଜି ବି ନାୟର ଏହି ସେବା ଆରମ୍ଭକୁ ନେଇ କହିଛନ୍ତି, ଏହା ଡିଜେଲ ସଞ୍ଚାଳିତ ଗାଡ଼ି। ଏକାଥରକରେ ୧୦ ଜଣ ଯାତ୍ରୀ ଏଥିରେ ବସି ସୁବିଧା ଓ ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ। ତେବେ ଏ ନୌକାଟି ଡିଜେଲ ଚାଳିତ ଓ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ରହିଛି। ଏଥିରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ୩୦ ମିନିଟ୍ ପାଇଁ ୭୫୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଓ୍ୱାଟର ଟାକ୍ସି ବୋଟ୍ ପାଇଁ ଏହି ଭଡ଼ା ନିଶ୍ଚିତ ହୋଇ ନାହିଁ, ଆଗକୁ ଆହୁରି ଭଡ଼ା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଓ୍ୱାଟର ଟାକ୍ସି ବୋଟ୍ କୋଚିସ୍ଥିତ ଏକ ଫାର୍ମ ନଭଗତି ଦ୍ୱାରା ନିର୍ମାଣ କରାଯାଇଛି।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

‘ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌’ର ସଫଳ ବ୍ୟବହାରିକ ପରୀକ୍ଷା

0

ନୂଆଦିଲ୍ଲୀ: ସୁପରସୋନିକ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ । ବ୍ରହ୍ମୋସ ମିଶାଇଲକୁ ଆଇଏନଏସ ଚେନ୍ନାଇରୁ ଉତ୍‌କ୍ଷେପଣ କରାଯାଇଛି । ଭାରତୀୟ ନୌସେନାର ‘ଷ୍ଟିଲ୍‌ଥ୍ ଡେଷ୍ଟ୍ରୟର୍‌’ ‌ଯୁଦ୍ଧପୋତରୁ ‘ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି । ଆରବ ସାଗରରେ ଥିବା ଏକ ଟାର୍ଗେଟ ପଏଣ୍ଟକୁ ନିର୍ଭୁଲ୍‌ ଭାବେ ମିସାଇଲ ଲକ୍ଷ୍ୟଭେଦ କରିଥିବା ସୂଚନା ଦେଇଛି ନୈସେନା । ଭାରତ ଓ ରୁଷ୍‌ ମିଳିତ ଭାବେ ‘ବ୍ରହ୍ମୋସ୍‌’ର ପରିକଳ୍ପନା, ବିକାଶ ଓ ନିର୍ମାଣ କରିଛନ୍ତି। ସେପ୍ଟେମ୍ବର ୩୦ତାରିଖରେ ବାଲେଶ୍ବରରେ ଥିବା ଟେଷ୍ଟ୍‌ ରେଞ୍ଜ୍‌ରୁ ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ଚୀନ ସହ ସୀମା ବିବାଦ ପରେ ଲଦାଖ ସୀମାରେ ମଧ୍ୟ ବ୍ରହ୍ମୋସ ମିସାଇଲ ମୁତୟନ କରାଯାଇଛି । ସ୍ଥଳଭାଗରେ ମୁତୟନ ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା 290 କିଲୋମିଟର ରହିଛି ।

‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

କରୋନାକୁ ନେଇ ଜାପାନୀ ବିଶେଷଜ୍ଞଙ୍କ ନୂଆ ତଥ୍ୟ: ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହୁଛି କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ଜାପାନୀ ବିଶେଷଜ୍ଞମାନେ ଏକ ଚମକେଇଲା ଭଳି ତଥ୍ୟର ଖୁଲାସା କରିଛନ୍ତି  । କୋଭିଡ ଭାଇରସ ମଣିଷ ଚର୍ମରେ ୯ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ  । ଏହାର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବା ଏକ ମାତ୍ର ଅସ୍ତ୍ର । ଚର୍ମରେ ଅଧିକ ସମୟ କରୋନା ରହିଲେ ମଣିଷ ସୁସ୍ଥ ରହିବ ନାହିଁ । ଏଥିସହ କରୋନା ବ୍ୟାପିବାର ଆଶଙ୍କା ଅଧିକ ବଢିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି  । ଜଣେ କରୋନା ରୋଗୀଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ତାଙ୍କ ଚର୍ମକୁ ପରୀକ୍ଷା କରାଯିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି  ।

Coronavirus Survives On Skin For 9 Hours, Longer Than Flu Pathogen: Study

 ଏପଟେ ଭାରତକୁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଜୋରଦାର ଝଟ୍‌କା ଲାଗିଛି  । କରୋନା ଔଷଧକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନରେ ରଖାଯାଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି  । ଆମେରିକା, ୟୁରୋପୀୟ ରାଷ୍ଟ୍ର, ଇଂଲଣ୍ଡ, ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ ଭାରତର ପ୍ରସ୍ତାବ ଉପରେ ଆପତ୍ତି ଜଣାଇଛନ୍ତି । ଯେଉଁ ଦେଶ କରୋନା ଔଷଧ ବାହାର କରିବ ତାର ଟେକ୍ନୋଲୋଜି ସହ ଆବଶ୍ୟକ ତଥ୍ୟ ଅନ୍ୟ ଦେଶକୁ ମଧ୍ୟ ଦେବ ବୋଲି ଭାରତ ଏକ ପ୍ରସ୍ତାବ ଦେଇଥିଲା । ଏହି ପ୍ରସଙ୍ଗରେ ଭାରତକୁ ଦକ୍ଷିଣ ଆଫ୍ରିକା, ଚୀନ, ପାକିସ୍ତାନ, ଥାଇଲାଣ୍ଡ, ଇଣ୍ଡୋନେସିଆ ଭଳି ଦେଶ ସମର୍ଥନ କରିଛନ୍ତି  । କିନ୍ତୁ ଏହାକୁ ଗୁରୁତର ସହ ନେଇନାହାନ୍ତି ବଡବଡ ରାଷ୍ଟ୍ର  । ନିଜ ନିଜ ମଧ୍ୟରେ ସହଯୋଗ କଲେ ସାରା ବିଶ୍ୱରେ କରୋନା ମୁକାବିଲା ସହଜ ହେବ ବୋଲି ଭାରତ କହିଥିଲା ।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତର ପ୍ରସ୍ତାବକୁ ସ୍ୱାଗତ କରିଛି  । ସେପଟେ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ଖାଦ୍ୟ ପ୍ୟାକେଟରେ ମଧ୍ୟ ମିଳିଲାଣି । ଚୀନର ପ୍ୟାକେଟ ଖାଦ୍ୟରେ କରୋନା ଭାଇରସ ଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି । ଆମିଷ ପ୍ୟାକେଟରେ ହିଁ ଭାଇରସ ଥିବା ଜଣାପଡିଛି  ।

ଆହୁରି ବାକି ଅଛି କରୋନା କାହାଣୀ: ଶୀତଦିନେ ରହିବାକୁ ହେବ ସତର୍କ

ନୂଆଦିଲ୍ଲୀ: କରୋନାର ସାଂଘାତିକ ସ୍ଥିତି ଆସିବାର ବାକି ଅଛି  । ଶୀତଋତୁରେ ସାବଧାନ ନରହିଲେ କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଫଳ ହୋଇଯିବ  । ସ୍ଥିତି ଏତେ ସାଂଘାତିକ ହେବ ଯେ ମାସକୁ ୨୬ ଲକ୍ଷ ପର୍ଯ୍ୟନ୍ତ କରୋନା ରୋଗୀ ଚିହ୍ନଟ ହୋଇପାରନ୍ତି ।

No one's talking about winter yet. When it comes to COVID-19, here's why we  should | CBC News

ଆହୁରି ବାକିଅଛି କରୋନା କାହାଣୀ  । ପାର୍ବଣ ଋତୁରେ ଭୟଙ୍କର ହୋଇପାରେ କରୋନା ସ୍ଥିତି  । ସତର୍କ ନରହିଲେ ପିକ୍ ଲେବଲ ଭଳି ସ୍ଥିତି ପୁଣି ଫେରିପାରେ । ମାତ୍ର ୩୦ ପ୍ରତିଶତ ଲୋକଙ୍କର ବୃଦ୍ଧି ପାଇଛି ଇମ୍ୟୁନିଟି  ।  ୯ଘଣ୍ଟା ପର୍ଯ୍ୟନ୍ତ ଚର୍ମରେ ସକ୍ରିୟ ରହୁଛି ଭାଇରସ  । ଏବେ ପାର୍ବଣ ଋତୁ  ।

‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

ଏହି ସମୟ ସବୁଠାରୁ ଗୁରୁତ୍ୱପୂୂର୍ଣ୍ଣ । ସତର୍କ ନରହିଲେ କୋଭିଡ୍‌ ମୁକାବିଲା ପାଇଁ ନିଆଯାଇଥିବା ସବୁ ପଦକ୍ଷେପ ପାଣିରେ ମିଳେଇଯିବ  । ସତର୍କ ନରହିଲେ ଶୀତଦିନରେ କରୋନା ସଂକ୍ରମଣ ହୁହୁ ହୋଇ ବଢିପାରେ ବୋଲି କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା କମିଟି ରିପୋର୍ଟ ପ୍ରକାଶ କରିଛି  । ଏହି ସ୍ଥିତି ଏତେ ସାଂଘାତିକ ହେବ ଯେ ମାସକୁ ୨୬ ଲକ୍ଷ ପର୍ଯ୍ୟନ୍ତ କରୋନା ରୋଗୀ ଚିହ୍ନଟ ହୋଇପାରନ୍ତି । ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ହେଉଥିବା ସ୍ଥାନରେ ଭିଡ଼ ନଜମାଇବା ସହ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି  ।

ରାଜ୍ୟରେ ଆଉ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ନୂଆ ୨୬୧୦ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଦୁଇ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇସାରିଛନ୍ତି ।

୨୬୧୦ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୩୮, କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧,  ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯, ବାଲେଶ୍ୱରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗିରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡ଼ରୁ ୮୩, ଜଗତ୍‌ସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡାରୁ ୬୮, କେନ୍ଦ୍ରାପଡାରୁ ୬୮, କେନ୍ଦୁଝରରୁ ୬୧, ନୁଆପଡାରୁ ୬୧, ପୁରୀରୁ ୫୪, ସୋନପୁରରୁ ୫୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କାଲାହାଣ୍ଡିରୁ ୫୧, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡ଼ରୁ ୪୧, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେଓଗଡ଼ରୁ ୧୩, ଗଜପତିରୁ ୧୨, ରାୟାଗଡାରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଷ୍ଟେଟ୍‌ପୁଲରୁ ମଧ୍ୟ ୯୩ ଜଣ ସୁସ୍ଥ ହୋଇଛନ୍ତି ।

ଆଲୋଚନା ବିଫଳ ପରେ ବ୍ୟାକ୍‌ଫୁଟରେ ଚୀନ: ମହଙ୍ଗା ପଡ଼ିପାରେ ଭାରତ ବିରୋଧୀ ଚକ୍ରାନ୍ତ

0

ଲଦାଖ: ପୂର୍ବ ଲଦାଖରେ ସୀମା ବିବାଦକୁ ୬ ମାସ ଟପିଲାଣି  । ଏବେ ସମାଧାନର ସବୁ ରାସ୍ତା ବନ୍ଦ । ଏପରି କ୍ଷେତ୍ରରେ ଭାରତ ନିଜର ଏକ ଇଞ୍ଚ୍‌ ଜାଗା ବି କାହାକୁ ଦେବ ନାହିଁ ବୋଲି କହିଛି  । ଭାରତର ଏଭଳି ବୟାନ ପରେ ସେନା ଉପରେ ମାନସିକ ଚାପ ପକାଇବା ପାଇଁ ସୀମାରେ ଯୁଦ୍ଧାସ୍ତ୍ର ପରୀକ୍ଷା କରିଛି ଚୀନ  । ସେହିପରି ତାଇଓ୍ୱାନ ଆକ୍ରମଣ ପାଇଁ ଡ୍ରାଗନ ସେନା ପ୍ରସ୍ତୁତ ହୋଇଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଦକ୍ଷିଣପୂର୍ବ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇଛି ଚୀନ । ଗତ ୬ ମାସ ଧରି ଚାଲିଥିବା ସୀମା ବିବାଦ ପାଇଁ ଭାରତ ଓ ଚୀନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି  । ଆଉ କୌଣସି କ୍ଷେତ୍ରରେ ଚୀନର ସହଯୋଗ ନେବାକୁ ଚାହୁଁନି ଭାରତ  ।

ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନା କରିବା ପାଇଁ ଦୀର୍ଘବର୍ଷ ଧରି ଅନେକ କାର୍ଯ୍ୟକ୍ରମ ହୋଇଥିବା ବେଳେ ମାତ୍ର ୬ମାସ ମଧ୍ୟରେ ସବୁକିଛି ଧ୍ୱଂସ ହୋଇଯାଇଛି  । ସ୍ଥିତି ଏମିତି ହେଲାଣି ଯେ ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ହୋଇପାରେ  । ଉଭୟ ସୀମାରେ ୫୦ ହଜାରରୁ ଅଧିକ ଲେଖାଁଏ ସେନା ମୁତୟନ ହୋଇଛନ୍ତି  । ପୂର୍ବଲଦାଖରେ ମାଇନସ ଡିଗ୍ରିରେ ବି ସୀମା ଜଗିବେ ଉଭୟ ଦେଶର ସେନା  । ଏପଟେ ଭାରତୀୟ ସେନାଙ୍କ ଉପରେ ଚାପ ପକାଇବା ପାଇଁ ଚୀନ ନିଜ ଯୁଦ୍ଧାସ୍ତ୍ରର ଅଭ୍ୟାସ କରାଇଛି  । ଚୀନର ଏଭଳି ହରକତ ଦେଖି ଭାରତ ମଧ୍ୟ ହାଇଆଲର୍ଟରେ ରହିଛି  ।

ସେପଟେ ଔଷଧ ରାଗରେ ତାଟିଆ କାମୁଡିଲା ଭଳି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି ଚୀନ୍  । ଦକ୍ଷିଣପୂର୍ବ ଅଞ୍ଚଳରେ ଚୀନ ନିଜ ସେନା ମୁତୟନ ବଢାଇଛି  । ସେମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ତାଇଓ୍ୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି  । ଗତ କିଛି ଦିନ ମଧ୍ୟରେ ତାଇଓ୍ୱାନ ସହ ଭାରତର ସମ୍ପର୍କ ବଢୁଥିବା ବେଳେ ଏହାକୁ ବରଦାସ୍ତ କରିପାରୁନି ଡ୍ରାଗନ  । ଯେକୌଣସି ଉପାୟରେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛି  । ଚୀନ ସେନାକୁ ଏଥିପାଇଁ ରାଷ୍ଟ୍ରପତି ସି ଜି ପିଙ୍ଗ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି  ।

‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

ଏପଟେ ସୀମାରେ ଇଞ୍ଚେ ଜାଗାକୁ ବି ଛାଡ଼ିବନି ଭାରତ  । ନିଜର ହକକୁ କାହା ପାଇଁ ଛଡାଯିବନି ବୋଲି କେନ୍ଦ୍ର ସରକାର ଚୀନକୁ ତାଗିଦ କରିଛନ୍ତି  । ଚୀନ ସେନା ଯଦି ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରେ ସ୍ଥିତି ସାଂଘାତିକ ହେବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଉଛି   । ଏଭଳି ସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ଅତି ଭୟଙ୍କର ଯୁଦ୍ଧ ହେବ ବୋଲି ବୈଦେଶିକ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି ।

ପ୍ରେରଣା ଦେଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି କେଇ ପଦ କଥା, ସ୍ମୃତି ସାଉଁଟିଲେ ଚେସ୍ ତାରକା ସାଇନାଙ୍କ ବାପା

ଭୁବନେଶ୍ୱର, ୨୦୧୨ ମସିହା ମେ ମାସ । ଗଣେଶ୍ୱର ଜେନାଙ୍କ ଫୋନକୁ ଆସିଲା କଲ୍ । କଲ୍ ଟି ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରୁ । ଗଣେଶ୍ୱରଙ୍କୁ ଶୁଭେଚ୍ଛା ସହ ସିଏମଓ ଅଧିକାରୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ପ୍ରତିଭାବାନ ଝିଅକୁ ସମ୍ମାନିତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆପଣଙ୍କୁ ସଚିବାଳୟସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିବାକୁ ପଡ଼ିବ । ବାସ୍ ଏଇ କେଇ ପଦ କଥା । ଗଣେଶ୍ୱର ଏବଂ ତାଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କ ମୁହଁରେ ହସ ଫୁଟାଇ ଦେଇଥିଲା ।

ଏହା ପରେ ଝିଅ ସାଇନା ସାଲୋନିକାଙ୍କୁ ନେଇ ଗଣେଶ୍ୱର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ଚେସ୍ ବା ସତରଞ୍ଜର ପାଲିରେ କୁନି ହାତରେ ପ୍ରତିପକ୍ଷକୁ ମାତ୍ ଦେଇଥିବା ସାଇନାକୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିନିଟିଏ କିମ୍ବା ଦୁଇ ମିନିଟ୍ ନୁହେଁ, ମୁଖ୍ୟମନ୍ତ୍ରୀ ସାଇନା ସହ ବିତାଇଥିଲେ ୨୦ ମିନିଟ୍  । ସାଇନା ବି ଉତ୍ସାହିତ ଲାଗୁଥିଲା । ଧୀରେ ଧୀରେ ଅତି ଶାଳିନତାର ସହ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ଅତି ସାଧାରଣ ଲୋକଙ୍କ ପରି ତା ସହିତ ବ୍ୟବହାର କରୁଥିଲେ । ସାଇନାକୁ ପଚାରି ବୁଝିଥିଲେ ଚେସ୍ ଖେଲୁଥିବାର କିଛି ନିୟମ । ଏହି ନିୟମକୁ ସେ କ୍ରୀଡ଼ା କ୍ଷେତ୍ରରେ କିପରି ବିନିଯୋଗ କରେ । ଅବସର ସମୟରେ କ’ଣ କରିବାକୁ ଭଲ ପାଏ । ବାହାରକୁ ବିଶେଷ କରି ବିଦେଶକୁ ଚେସ୍ ଖେଳିବାକୁ ଯିବା ସମୟର ଅନୁଭୂତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଖାଲି ଖେଳ କିମ୍ବା ପାଠପଢା ଆଲୋଚନାରେ ସୀମିତ ନ ଥିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ । କିଛି କିଛି ମିଠା କଥା ଏବଂ ମଜାଳିଆ କଥା କହି ସାଇନାକୁ କରିଥିଲେ ଉତ୍ସାହିତ ।

ଝିଅ ସାଇନା ଏବଂ ମୁଖ୍ୟମନ୍ତ୍ରୀ ବାର୍ତ୍ତାଳାପକୁ ପ୍ରତ୍ୟକ୍ଷରେ ଦେଖିଥିବା ଲୋକ ହିଁ, ନବୀନ ପଟ୍ଟନାୟତକଙ୍କ ପିଲାମାନଙ୍କ ପ୍ରତି ଥିବା ଭଲ ପାଇବାକୁ ବୁଝି ପାରିବ ବୋଲି ଗଣେଶ୍ୱର ନିଜର ଏକ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ । ଫେରିବା ବେଳେ ଗଣେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଅବସର ସମୟରେ ସାଇନାକୁ ନେଇ ବିନ୍ଦୁସାଗର ନିକଟବର୍ତ୍ତୀ ଏକାମ୍ର କାନନରେ ବୁଲାଇ ଆଣିବ । ସେଠାରେ ସାଇନା ବହୁ ଔଷଧୀୟ ବୃକ୍ଷ ସମ୍ପର୍କରେ ଜାଣିପାରିବ । ଏଠାରେ ଉଲ୍ଲେଖଯୋଗ୍ୟ, ସେହି କାନନଟି ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଶିତ ହୋଇ ଆସୁଛି । କେବଳ ଏତିକି ନୁହେଁ, ସାଇନାକୁ ବିଦାୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ । ଝିଅ ତୁମେ ମୋ ଠାରୁ କ’ଣ ? ବାସ୍ ଏହାର ଉତ୍ତରରେ ସାଇନା କହିଥିଲେ… ତୁମ ଆର୍ଶୀବାଦ  । ବାସ୍ କୁନି ମୁହଁରେ କେଇପଦ କଥା, ମୁଖ୍ୟମନ୍ତ୍ରୀଙ୍କୁ ବହୁତ ପଲ୍ଲବିତ କରିଥିଲା । ସାଇନାର ପିଠି ଥାପୁଡେଉ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ଆର୍ଶୀବାଦ ତୁମ ସହ ସବୁ ବେଳେ ଅଛି ଆଉ ରହିବ । You will be a Champion All the way ।

ନିଆରା ନବୀନଙ୍କ ଏଇ କେଇ ପଦ କଥା । ପରବର୍ତ୍ତୀ ସମୟରେ ଯାଦୁକରୀ ଶବ୍ଦ ରୂପରେ ସତେ ଯେମିତି କାମ କରିଥିଲା । ସେହି ସାକ୍ଷାତ ପରେ ସାଇନାଙ୍କ କ୍ୟାରିୟର ଗ୍ରାଫ୍ ଯେମିତି ଉର୍ଦ୍ଧ୍ୱଗାମୀ ହୋଇଥିଲା । ଏହା ପରେ ସାଇନା ଚଢିଥିଲା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ । ଜିତିଥିଲା ଚେସର ରାଜ୍ୟସ୍ତରୀୟ ଚମ୍ପିୟାନସିପ, ଏହା ପରେ ନ୍ୟାସନାଲ ସ୍କୁଲ ଚେସରେ ମଧ୍ୟ ପ୍ରଦର୍ଶନ କରିଥିଲା ନିଜର ଦକ୍ଷତା । କେବଳ ସେତିକି ନୁହେଁ, ସାଇନା ସେହି ସମୟରେ ନିଜ ବର୍ଗରେ ଏସିଆନ ସ୍କୁଲ ଚେସ୍ ଚମ୍ପିୟାନ ହୋଇଥିଲା । ତାହା ପୁଣି ସମ୍ପୂର୍ଣ୍ଣ ଅପରାଜେୟ ହୋଇ । ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ବାଜି ହାରି ନ ଥିଲା ସାଇନା । ପରବର୍ତ୍ତୀ ସମୟରେ ସାଇନା ଜିତିଥିଲା କମନୱେଲ୍ଥ ଚେସ୍ ଚମ୍ପିୟାନସିପ୍ । ନିଜ ବୟସ ବର୍ଗରେ ସେ ହୋଇଥିଲା ଅପ୍ରତିଦ୍ୱନ୍ଦ୍ୱୀ ଚେସ ତାରକା ।

ଏତେ ସବୁ ସଫଳତା ପରେ ଯେମିତି ଆଉ ଟିକେ ଖୁସି ବାକି ଥିଲା । ଏହି ସାକ୍ଷାତକାର ଠିକ୍ ୭ ବର୍ଷ ପରେ ଗତ ୨୦୧୯ ଫେବୃୟାରୀରେ ସାଇନାଙ୍କୁ ମିଳିଥିଲା ସମ୍ମାନ । ତାଙ୍କୁ ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କରିଥିଲେ ସାଇନା । ସତରେ ଅଦୃଶ୍ୟଶକ୍ତି ପରି କାମ କରିଥାଏ ଏହି ପ୍ରେରଣା ଆଉ ଗୁରୁଜନଙ୍କ ଆର୍ଶୀବାଦ । ଯାହା ସାଇନାଙ୍କ କ୍ଷେତ୍ରରେ ଘଟିଥିଲା ।

ସୁପର ଓଭରରେ କୋଲକାତା ନାଇଟ ରାଇଡର୍ସ ବିଜୟୀ

ନୂଆଦିଲ୍ଲୀ: ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଆଉ ଏକ ସୁପର ଓଭର ମ୍ୟାଚ୍ ଦେଖିବାକୁ ମିଳିଛି । କେକେଆର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୨୦ ଓଭରରେ ଅମୀମାଂସିତ ରହିଥିଲା । ଏହା ପରେ ଖେଳାଯାଇଥିଲା ସୁପରଓଭର ମ୍ୟାଚ୍ । ସୁପରଓଭର ମ୍ୟାଚରେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ଦଳ ୬ଟି ବଲ୍‌ରେ ମାତ୍ର ୩ ରନ୍ କରିପାରିଥିଲା । ଏହାର ଜବାବରେ କେକେଆର ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ତେବେ ରବିବାରର ଏହି ପ୍ରଥମ ମ୍ୟାଚରେ କୋଲକାତା ପାଇଁ ବିଜୟର କର୍ଣ୍ଣଧାର ସାଜିଥିଲେ ନ୍ୟୁଜିଲ୍ୟାଣ୍ଡ ଫାଷ୍ଟ ବୋଲର ଲକି ଫର୍ଗୁସନ୍। ଚଳିତ ଆଇପିଏଲର ନିଜ ପ୍ରଥମ ମ୍ୟାଚ ଖେଳୁଥିବା ଏହି ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ କୋଲକାତା ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲା। ତେବେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ୩୩ ବଲରେ ୪୭ ରନର ପ୍ରଭାବୀ ଇନିଂସ ଖେଳି ମ୍ୟାଚକୁ ସୁପର ଓଭରକୁ ଆଣିଥିଲେ।

କିନ୍ତୁ ଫର୍ଗୁସନଙ୍କ ଶାଣିତ ବୋଲିଂ ଆଗରେ ହାଇଦ୍ରାବାଦ୍ ଏକପ୍ରକାର ଅସହାୟ ହୋଇ ପଡ଼ିଥିଲା। ଫର୍ଗୁସନ ପ୍ରଥମେ ୪ ଓଭର ୧୫ ରନ୍ ଦେଇଥିବା ବେଳେ ୩  ୱିକେଟ୍ ନେଇଥିଲେ । ସୁପର ଓଭରରେ ଦୁଇଟି ୱିକେଟ୍ ନେଇ ସନରାଇଜର୍ସ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ।

ମ୍ୟାଚରେ ପ୍ରଥମେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାହୁଲ ତ୍ରିପାଠୀ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କ ସହ ପଡ଼ିଆକୁ ଓହ୍ଲାଇଥିବା ଶୁଭମାନ ଗିଲ ଧିମା ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ୬ ଓଭରରେ ୪୮ ରନ୍ ଯୋଡ଼ିଥିଲେ। ଏହା ପରେ କ୍ରିଜକୁ ଆସିଥିବା ନିତିଶ ରାନା ଗିଲଙ୍କ ସହ ଦ୍ୱିତୀୟ ୱିକେଟରେ ୩୯ ରନ ଯୋଡ଼ିବା ପରେ ଗିଲ୍ ୩୭ ବଲରୁ ୩୬ ରନ୍ କରିଥିବାବେଳେ ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଥିଲେ ।  ତେବେ ପଞ୍ଚମ ୱିକେଟରେ ଇଅନ ମୋର୍ଗାନ୍ ଓ ଦୀନେଶ କାର୍ତ୍ତିକ ଦ୍ରୁତ ୫୮ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୩ ରନରେ ପହଞ୍ଚାଇଥିଲେ। ଏହାର ଜବାବରେ ହାଇଦ୍ରାବାଦ ୬ ଓ୍ୱିକେଟ ହରାଇ ୧୬୩ ରନ୍ କରିଥିଲା । ଏବଂ ସୁପରଓଭର ମ୍ୟାଚ୍ ଖେଳାଯାଇଥିଲା ।

ଢାବାରେ ବାସନ ମାଜିଥିଲେ, ଶିକ୍ଷା ସମାପ୍ତ ପରେ ପୈଠ କରି ପାରି ନ ଥିଲେ ଦେୟ ..ମନେ ପଡ଼ନ୍ତି ଓମ୍ ପୁରୀ

ମୁମ୍ବାଇ:  ଆଜିକାଲି ରଙ୍ଗୀନ ଚଳଚ୍ଚିତ୍ର ହେଉ କି ବିଗତ ଦିନର କଳାଧଳା ପରଦାର ସିନେମାନ । ସବୁଥିରେ ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡିଥିଲେ ଓମ୍ ପୁରୀ । ଏହି ଅଭିନେତାଙ୍କ ଜନ୍ମ ହୋଇଥିଲା ଆଜିର ଦିନରେ ଠିକ୍ ୭୦ ବର୍ଷ ପୂର୍ବ । ଅର୍ଥାତ  ୧୮ ଅକ୍‌ଟୋବର‌୍‌ ୧୯୫୦ ମସିହାରେ । ଓମ୍ ପୁରୀ ଯଦି ଜୀବିତ ଥାଆନ୍ତେ, ତେବେ ଆଜି ତାଙ୍କୁ ୭୦ ବର୍ଷ ହୋଇଥିଲା । ହେଲେ ନିୟତିର ଖେଳ ବିଚିତ୍ର । ସମସ୍ତଙ୍କୁ ପରଦାରେ ହସାଇ, କନ୍ଦାଇ ଚାଲୁଥିବା ମଣିଷଟି ୩ ବର୍ଷ ପୂର୍ବରୁ ବିଦାୟ ନେଇ ସାରିଛି ।

୨୦୧୭ ମସିହା ୬ ଜାନୁୟାରୀରେ ଓମଙ୍କ ପରଲୋକ ହୋଇଥିଲା । ବର୍ତ୍ତମାନର ବାଲାଂଦେଶରର ଏକ ପ˚ଜାବୀ ହିନ୍ଦୁ କ୍ଷେତ୍ରିୟ ପରିବାରରେ ତାଙ୍କର ଜନ୍ମ  । ହେଲେ ସେ ନିର୍ଦିଷ୍ଟ ଭାବେ କେବେ ଜନ୍ମ ହୋଇଥିଲେ ଅନେକଙ୍କ ପାଇଁ ଅଜଣା। ତେବେ, ବମ୍ବେ ଆସିବା ପରେ ୧୮ ଅକ୍‌ଟୋବର‌୍‌ରେ ନିଜର ଜନ୍ମ ଦିନ ପାଳିବା ଆରମ୍ଭ କରିଥିଲେ। ତାଙ୍କ ବାପା ରାଜେଶ ପୁରୀ ଥିଲେ ରେଳବାଇର ଜଣେ ସାଧାରଣ କର୍ମଚାରୀ।

ଓମ ଛଅ ବର୍ଷର ହୋଇଥିବା ବେଳେ ସିମେନ୍‌ଟ ଚୋରି ଅପରାଧରେ, ତାଙ୍କ ପିତା ଚାକିରି ହରାଇଥିଲେ। ପିତା ଜେଲ୍‌ ଯିବାରୁ ସାରା ପରିବାର ଅନାଥ ହୋଇ ଯାଇଥିଲା। ପେଟ-ପାଟଣା ପାଇଁ ତାଙ୍କ ବଡ଼ ଭାଇଙ୍କୁ ଏକଦା କୁଲି କାମ କରିବାକୁ ପଡ଼ିଥିଲା ।  ପରିବାର ପ୍ରତିପୋଷଣା ପାଇଁ ଓମ ଏକ ଚାହା ଦୋକାନରେ କାମ କରିଥିଲେ । ଖାଲି ସେତିକି ନୁହେଁ, କୌଣସି ଏକ ଢାବାରେ ଓମ୍ ଅଇଁଠା ବାସନ ମଧ୍ୟ ମାଜିଥିଲେ। ଏହି ସବୁ ସତ୍ତ୍ୱେ ବି ସେ ହାର ମାନି ନ ଥିଲେ ।

ମଞ୍ଚ ଅଭିନୟ ଶିଖିବା ପାଇଁ ଦିଲ୍ଲୀସ୍ଥିତ ‘ନେସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା’ରେ ନାମ ଲେଖାଇଥିଲେ। ଏହି ବିଦ୍ୟାପୀଠ ହିଁ ତାଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା । ଅଭିନୟର ଅ ଠାରୁ କ୍ଷରେ ଏଇଠି ସେ ହୋଇଥିଲେ ଦୀକ୍ଷିତ । ଏଠାରେ ତାଙ୍କ ସହପାଠୀ ଥିଲେ ନସୀରୁଦ୍ଦୀନ ଶାହ। ଦୁହେଁ ପୁଣେସ୍ଥିତ ‘ଫିଲ୍ମ ଆଣ୍ତ୍‌ ଟେଲିଭିଜନ୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ରେ ମଧ୍ୟ ପଢ଼ିଥିଲେ।

ସେତେ ବେଳେ ପିନ୍ଧିବା ପାଇଁ ଓମଙ୍କ ପାଖରେ ଭଲ କମିଜ ଖଣ୍ତିଏ ମଧ୍ୟ ନ ଥିଲା। ଟ୍ୟୁସନ୍‌ ଫି ଦେବାରେ ମଧ୍ୟ ନାନା ଅସୁବିଧା ଭୋଗୁଥିଲେ। ଏଠାରୁ ପାସ୍ ହେବା ବେଳକୁ ଫି ବାବଦକୁ ୨୮୦ ଟଙ୍କା ଦେବା ବାକିଥିଲା, ଯାହା ଓମ୍  ଦେଇ ପାରି ନ ଥିଲେ। ସେ ଅଭିନୟ ଜଗତରେ ପ୍ରସିଦ୍ଧ ହେବା ପରେ ‘ଫିଲ୍ମ ଆଣ୍ତ୍‌ ଟେଲିଭିଜନ୍‌ ଇନ୍‌ସଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ପକ୍ଷରୁ ତାଙ୍କୁ ୨୮୦ ଟଙ୍କା ମଗାଯାଇଥିଲା। ତେବେ, ସେ  ଦେବାକୁ ନିଆରା ଢଙ୍ଗରେ କୁଣ୍ଠିତ ହୋଇଥିଲେ । ଏହାର ପ୍ରତିକ୍ରିୟାରେ ସେ କହିଥିଲେ ଯେ, ସେହି ୨୮୦ ଟଙ୍କା ନ ଦେବା ତାଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ ।

ପେଶାଗତ ଭାବେ ଅଭିନେତା ହେବା ପୂର୍ବରୁ ସେ କିଛି କାଳ ‘ଆକ୍‌ଟର୍ସ‌୍‌ ଷ୍ଟୁଡିଓ’ରେ ଓମ୍ ଅଭିନୟ ଶିକ୍ଷା ଦେଇଥିଲେ। ଗୁଲଶନ ଗ୍ରୋୱର ଓ ଅନିଲ କପୂର ତାଙ୍କର୨ ପ୍ରସିଦ୍ଧ ଛାତ୍ର। ୧୯୭୬ରେ ସେ ମୁଖ୍ୟସ୍ରୋତ ସିନେମା ଦୁନିଆକୁ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ସିନେମା ଥିଲା ଫିଲ୍ମ- ‘ଘାସୀରାମ କୋତୱାଲ’(ମରାଠୀ)। ଏଥିରେ ଅଭିନୟ ପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳି ନ ଥିଲା। ସେ ଶତାଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ଏକ ମରାଠୀ ଫିଲ୍ମରେ ଅଭିନୟ କରୁଥିଲେ।

ଓମ ଅଭିନୀତ ‘ଟ୍ୟୁବ୍‌ଲାଇଟ୍‌’, ‘ଭାଇସ୍‌ରୟଜ୍‌ ହାଉସ୍‌’, ‘ଗୁଲ ମକାଈ’ ଆଦି ମୋଟ ନଅଟି ଫିଲ୍ମ ମରଣୋତ୍ତର ଭାବେ ମୁକ୍ତିଲାଭ କରିଥିଲା। ‘ଆରୋହଣ’ ଏବ˚ ‘ଅର୍ଦ୍ଧ ସତ୍ୟ’ ପାଇଁ ସେ ପାଇଥିଲେ ଜାତୀୟ ପୁରସ୍କାର ଏବ˚ ‘ଆକ୍ରୋଶ’ ପାଇଁ ଫିଲ୍ମଫେଆର‌୍‌ ପୁରସ୍କାର। ୧୯୯୦ରେ ତାଙ୍କୁ ‘ପଦ୍ମ ଶ୍ରୀ’ରେ ସମ୍ମାନିତ କରାଯାଇଥିଲା। ସେ ‘ସିଟି ଅଫ୍‌ ଜଏ’, ‘ଉଲ୍‌ଫ’, ‘ଦ ଘୋସ୍‌ଟ ଆନ୍‌ଡ ଦ ଡାର୍କ‌୍‌ନେସ୍‌’, ‘ଚାର୍ଲି ୱିଲ୍‌ସନ୍‌ସ ୱାର‌୍‌’ ଆଦି କୋଡ଼ିଏରୁ ଅଧିକ ବ୍ରିଟିସ୍‌ ଓ ହଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ।

ଓମ ଦୁଇ ଦୁଇ ଥର ବିବାହ କରିଥିଲେ। ନିର୍ଦେଶିକା ସୀମା କପୂରଙ୍କ ସହ ପ୍ରଥମ ବିବାହ ମାତ୍ର ଆଠ ମାସ ପରେ ବିଚ୍ଛେଦରେ ପରିଣତ ହୋଇଥିଲା। ତାହା ପରେ ସାମ୍ବାଦିକା ନନ୍ଦିତା ପୁରୀଙ୍କୁ ବିବାହ କରିଥିଲେ। ସେମାନଙ୍କ ଏକ ମାତ୍ର ପୁତ୍ରଙ୍କ ନାମ ଈଶାନ। ନନ୍ଦିତା, ତାଙ୍କର ଜୀବନୀ ରଚନା କରିଥିଲେ- ‘ଅନ୍‌ଲାଇକ୍‌ଲି ହିରୋ: ଦ ଷ୍ଟୋରି ଅଫ୍‌ ଓମ ପୁରୀ’।

ଏହି ବହିରେ ଓମଙ୍କ ଜୀବନର କିଛି ଗୋପନୀୟ ଘଟନା(ଦୁଇ ଦୁଇ ଜଣ ଚାକରାଣୀଙ୍କ ସହ ଶାରୀରିକ ସ˚ପର୍କ କଥା) ବର୍ଣ୍ଣନା କରି ନନ୍ଦିତା, ତାଙ୍କ ରୋଷର ଶିକାର ହୋଇଥିଲେ। ୨୦୧୩ରେ ନନ୍ଦିତା, ତାଙ୍କ ଉପରେ ଘରୋଇ ହି˚ସା ଅଭିଯୋଗ ଆଣିବା ପରେ ଦୁହେଁ ଆଇନ ଅନୁଯାୟୀ ଅଲଗା ହୋଇଯାଇଥିଲେ। ଜୀବନର ଶେଷ ଚାରି ବର୍ଷ ଓମ ଏକଲା ରହୁଥିଲେ। କୃଷି ଓ ରୋଷେଇରେ ତାଙ୍କର ବିଶେଷ ରୁଚି ଥିଲା। ‘ଡାଲ ରୋଟୀ’ ନାମରେ ଏକ ଢାବା ଖୋଲିବା ଥିଲା, ତାଙ୍କର ସ୍ୱପ୍ନ। ସେ ଏକନାଥ ଈଶ୍ବରନ ରଚିତ ଆଧ୍ୟାତ୍ମିକ ପୁସ୍ତକ ପଢ଼ିବାକୁ ଭଲପାଉଥିଲେ। ତେବେ, ଧର୍ମ ସ˚ପର୍କିତ କୌଣସି କର୍ମ-କାଣ୍ତରେ ତାଙ୍କର ବିଶ୍ୱାସ ନ ଥିଲା।

 

ବୈଜୟନ୍ତଙ୍କୁ ସୁରଙ୍କ ନିନ୍ଦା, ‘ପବିତ୍ର ଓଡ଼ିଶା ମାଟିକୁ ପାକିସ୍ତାନ ସହ ତୁଳନା ଅତ୍ୟନ୍ତ ନିନ୍ଦନୀୟ’

ଭୁବନେଶ୍ୱର: ସୁର କହିଲେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତ ଠିକ୍‌ କରି ନାହାନ୍ତି । ଓଡ଼ିଶାକୁ ନେଇ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍‌ ଅତ୍ୟନ୍ତ ନିନ୍ଦନୀୟ । ବୈଜୟନ୍ତଙ୍କ ଭଳି ଜଣେ ଶିକ୍ଷିତ ଲୋକ ଏଭଳି ମନ୍ତବ୍ୟ ଦେବା ଠିକ୍‌ ହୋଇନାହିଁ । ପବିତ୍ର ଓଡ଼ିଶା ମାଟିରେ ବୀର ପାଇକ ପୁଅର ଜନ୍ମ । ଓଡ଼ିଶା ଭଳି ପବିତ୍ର ମାଟିକୁ ଆତଙ୍କି ରାଜ୍ୟ ପାକିସ୍ତାନ ସହ ତୁଳନା କରିବା ନିହାତି ଭୁଲ ।

ସୂଚନାଯୋଗ୍ୟ, ଫେକ୍‌ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍‌ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି ।

ଖାଲି ସେତିକି ନୁହେଁ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରି କଟକ ଛାତ୍ର ବିଜେଡି ପକ୍ଷରୁ ବାଦାମବାଡ଼ି ଛକରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ବୈଜୟନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲି ଛାତ୍ର ବିଜେଡି ଦାବି କରିଛି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।

ଅନ୍ୟପଟେ ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍‌କୁ ଦୃଢ଼ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ।