ପୁରୁଣା ଫଟୋ ଶେୟାର କରି ଇନ୍ଦିରା ଗାନ୍ଧିଙ୍କୁ ମନେ ପକାଇଲେ କିରଣ ବେଦୀ

1 min read

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୧୦୩ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବଡବଡ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ପୂର୍ବତନ ଆଇପିଏସ୍ ଅଫିସର କିରଣ ବେଦୀ ଶ୍ରୀମତି ଗାନ୍ଧିଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

କିରଣ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, “ହାପି ବର୍ଥଡେ ମ୍ୟାମ୍… ଆପଣ ମୋର ପ୍ରେରଣା ଅଟନ୍ତି । ୧୯୭୫ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ ହେଉଥିବା ପରେଡର ଲିଡ୍ ମୁଁ କରିଥିଲି, ଯାହା ପରେ ଆପଣ ମୋତେ ସକାଳର ଜଳଖିଆରେ ଆମନ୍ତ୍ରିତ କରିଥିଲେ । ଯାହା ଏକ ଇତିହାସ ଥିଲା” ।

୧୯୭୫ରେ କିରଣ ବେଦୀଙ୍କୁ ଦିଲ୍ଲୀ ପୋଲିସରେ ପ୍ରଥମ ପୋଷ୍ଟିଂ ମିଳିଥିଲା । ସେହି ବର୍ଷ ଜାନୁଆରୀ ୨୬ର ପରେଡରେ ଦିଲ୍ଲୀ ପୋଲିସର ଏକ ଟ୍ରୁପର ନେତୃତ୍ବ ନେଇଥିଲେ । ସେହି ଟ୍୍ରୁପରେ ସମସ୍ତେ ପୁରୁଷ ଥିବା ବେଳେ ଜଣେ ମାତ୍ର ମହିଳା ଭାବେ କିରଣ ରହିଥିଲେ, ଯାହାକୁ ନେଇ ଖୁବ୍ ଖୁସି ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ।
ଏହାବ୍ୟତୀତ ପୋଲିସ ଟ୍ରୁପର ନେତୃତ୍ବ ନେଇଥିବା ସେ ଭାରତର ପ୍ରଥମ ମହିଳା ଅଫିସର ହୋଇପାରିଥିଲେ ।
ଯାହା ପରେ ଇନ୍ଦିରା ଗାନ୍ଧି ଜାନୁଆରୀ ୨୬ ତାରିଖ ପାରେଡ୍ ପରଦିନ ହିଁ ତାଙ୍କୁ ଖାଇବାକୁ ଆମନ୍ତ୍ରିତ କରିଥିଲେ ।

Leave a Reply