ବିଜେଡିରେ ଯୋଗଦେଲେ ବରିଷ୍ଠ ଆଇନଜୀବୀ ସୁବ୍ରତ ସତପଥୀ

ଭୁବନେଶ୍ୱର: ଶକ୍ତିଶାଳୀ ହେଉଛି ବିଜେଡି । ବିଜେଡିରେ ଯୋଗ ଦେଉଛନ୍ତି ଅନେକ ବରିଷ୍ଠ ବ୍ୟକ୍ତି । ଏହି ଧାରାରେ ଗୁରୁବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ଆଇନଜୀବୀ ସୁବ୍ରତ ସଥପଥୀ । ସୁବ୍ରତଙ୍କ ସହ ଅନ୍ୟ ଆଇନଜୀବି ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି । ସେହିପରି ଜଗତସିଂହପୁର ଜହାନପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ ଦାସ ଓ ତାଙ୍କ ସମର୍ଥକ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହାସହ ସେମାନେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ସମର୍ଥନ ଜଣାଇଛନ୍ତି । ଦଳୀୟ ଉପସଭାପତି ଦେବୀ ମିଶ୍ର ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ ।

Leave a Reply