ବଲିଉଡରେ ଡ୍ରଗ୍ସ ମାମଲା: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ଗତ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇରେ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା । ରେଡ ସମୟରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା । ଯେତେବେ ଗଞ୍ଜେଇ ଜବତ ହୋଇଥିଲା ସେତେବେଳେ ଡ୍ରଗ୍ସକୁ ନେଇ ଏନ୍‌ସିବି ସ୍ପଷ୍ଟ ହୋଇଥିଲା । ଏହାପରେ ପଚରାଉଚରା ବେଳେ ଭାରତୀ ସିଂ ସ୍ୱୀକାର କରିଥିଲେ ସେ ଡ୍ରଗସ ନିଅନ୍ତି ବୋଲି ।

ଭାରତୀ ସିଂଙ୍କୁ ତାଙ୍କ ଘରେ ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରବିବାର ଦିନ ଭାରତୀ ସିଂ ଏବଂ ହର୍ଷ ଲିମ୍ବଚିଆଙ୍କୁ ପ୍ରଥମେ ମେଡିକାଲ ଏବଂ କରୋନା ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଦୁଇଜଣ ଡ୍ରଗ୍ ବେପାରୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ । ଏନସିବି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ କୋର୍ଟରୁ ରିମାଣ୍ଡରେ ନେବାକୁ ଚାହିଁଥିଲେ ମଧ୍ୟ ସଫଳ ହୋଇପାରିନଥିଲା କୋର୍ଟ । ଏହା ପରେ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତରେ ଜେଲ ପଠାଇଥିବାବେଳେ ଏନସିବି ଦୁଇଜଣ ପେଡଲରଙ୍କୁ ରିମାଣ୍ଡରେ ନେଇଥିଲା ।

କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଭାରତୀ ସିଂଙ୍କୁ କଲ୍ୟାଣ ଜେଲରେ ଏବଂ ଟଲୋଜା ଜେଲରେ ହର୍ଷଙ୍କୁ ରଖାଯାଇଥିଲା । ଏହା ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ କିଲା କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରଠାରୁ ଏନସିବି ଡ୍ରଗ୍ସ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗୋଟିଏ ପରେ ଗୋଟିଏ ବଲିଉଡର ଅନେକ ତାରକା ଏନସିବି ଫାଶରେ ପଡ଼ିଥିଲେ । ଏହି ମାମଲାରେ ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା ।

ଏହା ପରେ ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ରାକୁଲ ପ୍ରୀତଙ୍କ ନାମ ମଧ୍ୟ ଆସିବା ବରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହା ବ୍ୟତୀତ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇ ତାଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିଲା ।

Leave a Reply