ସୋନପୁର ବୀରମହାରାଜପୁରରେ ପୋଲିସ ଅଧିକାରୀଙ୍କ ଦାଦାଗିରି, ମାସ୍କ ଚେକିଂ ବେଳେ ଉଠା ଦୋକାନୀଙ୍କୁ ଠେଲାପେଲା
ରାୟପୁର ବସ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ… ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ରାୟପୁର ବସ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ… ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଛତିଶଗଡ ବସ ଦୁର୍ଘଟଣାରେ ମୃତହାତଙ୍କ ସହାୟତା ପାଇଁ ଆଗକୁ ଆସିଲା ‘ଓଡ଼ିଶା ମୋ ପରିବାର‘
ଭୁବନେଶ୍ୱର: ଛତିଶଗଡର ରାୟପୁର ନିକଟସ୍ଥ ଛେରିଖେଡିରେ ହୋଇଥିବା ବସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮ରେ ପଂହଚିଛି । ମୃତକ ଶ୍ରମିକମାନେ ହେଉଛି ପ୍ରବାସୀ ଓଡ଼ିଆ । ସେମାନେ ଗଞ୍ଜାମରୁ ଗୁଜୁରାଟକୁ ଯାଉଥିଲେ କାମ କରିବା ପାଇଁ । ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ୮ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ସମସ୍ତ ଶ୍ରମିକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ ଆସ୍କା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ବସ୍ ମଧ୍ୟରେ ୭୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ବସ୍ ଦୁର୍ଘଟଣା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ବିଜେଡିର ସମାଜସେବା ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’ । ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି, ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ମୃତଦେହ ଗୁଡ଼ିକୁ ଗଞ୍ଜାମ ଫେରାଇ ଅଣାଯିବା ବ୍ୟବସ୍ଥା କରାଯାଉଛି । ପୂର୍ବରୁ କୋଭିଡ୍ ସମୟରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଏବେ ଗୁଜରାଟ ଯିବା ବେଳେ ପୁଣି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଡ୍ରାଇଭର ଫେରାର ଅଛି। ଉଦ୍ଧାର କାର୍ଯ୍ୟ ତ୍ଵରାନ୍ୱିତ ହୋଇଛି। ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସବୁ ତ୍ଵରାନ୍ୱିତ ହୋଇଛି। ଆଗକୁ ଯେଭଳି ଏମିତି ଦୁର୍ଘଟଣା ନହୁଏ, ସେନେଇ ସଚେତନତା ଉପରେ ପ୍ରାଥମିକତା ଦିଆଯିବ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।
Sushant Singh Rajput Case: ସୁଶାନ୍ତଙ୍କ ଭଉଣୀ ଏବଂ ଷ୍ଟାଫଙ୍କ ସାମ୍ନାରେ କ୍ରାଇମ ଦୃଶ୍ୟ ରିକ୍ରିଏଟ କରିବାକୁ ପହଞ୍ଚିଲା CBI
ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଏବେ ମଧ୍ୟ କେତେକ ରାଜ୍ ଖୋଲିବା ବାକି ରହିଛି । ଏହି ମାମଲାରେ ଡ୍ରଗ୍ସ କାରବାରକୁ ନେଇ ରିୟାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଅନ୍ୟ ପକ୍ଷରେ ଉକ୍ତ ମାମଲାକୁ ତଦନ୍ତ କରୁଥିବା ସିବିଆଇ ଶନିବାରକୁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛି । ସିବିଆଇ ଅଧିକାରୀଙ୍କ ସମେତ ସୁଶାନ୍ତଙ୍କ ଭଉଣୀ ନୀତୁ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହିତ ସିଦ୍ଧାର୍ଥ ପିଠାନୀ ଏବଂ ନୀରଜ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ବାସ୍ତବରେ ସୁଶାନ୍ତଙ୍କ ମୃତ୍ୟୁ ଦିନ କ’ଣ ଘଟିଥିଲା ଏବଂ କିଭଳି ସୁଶାନ୍ତଙ୍କ ମୃତ୍ୟୁ ଘଟିଛି ତାହାର ପର୍ଦ୍ଦାଫାଶ କରିବା ପାଇଁ ସିବିଆଇ ସେହି ସମୟର ଦୃଶ୍ୟକୁ ରିକ୍ରିଏଟ କରିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ସିବିଆଇ ଦୁଇ ଥର ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରି ସାରିଛି । ସେହି ସମୟରେ ସିବିଆଇର ଫରେନସିକ ଏକ୍ସପର୍ଟ ଉପସ୍ଥିତ ଥିଲେ । ଏହିଥର କିନ୍ତୁ ଏମ୍ସ ଡାକ୍ତର ଉପସ୍ଥିତ ଅଛନ୍ତି । ଏଥରର ଦୃଶ୍ୟକୁ ଭିନ୍ନ ଉପାୟରେ ରିକ୍ରିଏଟ କରାଯିବ ।
ସୁଶାନ୍ତଙ୍କ ମୃତ୍ୟୁ ଦିନ ଘରେ ସିଦ୍ଧାର୍ଥ,କେଶବ ଏବଂ ନୀରଜ ଉପସ୍ଥିତ ଥିଲେ । ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଭଉଣୀ ନୀତୁ ସିଂ ତୁରନ୍ତ ପହଞ୍ଚିଥିଲେ । ଯେଉଁ କାରଣରୁ ସେ ମଧ୍ୟ ଏହି ତଦନ୍ତ ସମୟରେ ଉପସ୍ଥିତ ଅଛନ୍ତି । ତେବେ ଉକ୍ତ ଦୃଶ୍ୟ ରିକ୍ରିଏଟ ପରେ ତଦନ୍ତରେ କେଉଁ ନୂଆ ମୋଡ଼ ଆସୁଛି ତାହା ଜାଣିବା ବାକି ରହିଲା ।
ଜୀବୀକା ପାଇଁ ଜୀବନ ଗଲା, ଛତିଶଗଡ଼ ରାୟପୁରରେ ପ୍ରବାସୀ ବସ୍ ଦୁର୍ଘଟଣାରେ ୮ ଶ୍ରମିକ ମୃତ
ଭୁବନେଶ୍ୱର: ଛତିଶଗଡ଼ ରାୟପୁରରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ରାୟପୁର ନିକଟସ୍ଥ ଛେରିଖେଡିରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଓଡିଶାର ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ମୃତକଙ୍କ ପରିଚୟ ମିଲିନଥିବା ବେଳେ ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ କାଙ୍ଗପୁର ଥାନା ଅଞ୍ଚଳର ଲୋକ ବୋଲି ଜଣାପଡ଼ିଛି । ତେବେ ଏଥିରେ ଅନେକ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଛତିଶଗଡ଼ ଆରଟିଓ ଏବଂ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ଦୁର୍ଘଟଣା ନେଇ କୌଣସି ସୂଚନା ମିଳିପାରି ନାହିଁ । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି ।




