ଦେଶରେ ୪୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ୨୪ ଘଣ୍ଟାରେ ଆଉ ୮୬ ହଜାର ୪୩୨ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା ସଂକ୍ରମଣ । ଦେଶରେ ୨୪ଘଣ୍ଟାରେ ୮୬ହଜାର ୪୩୨ଜଣ ସଂକ୍ରମିତ ହୋଇଥିବା ବେଳେ ହଜାରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ଲକ୍ଷ ୨୩ ୧୭୯କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮ଲକ୍ଷ ୪୬ହଜାର ୩୯୫ । କରୋନାରୁ ସୁସ୍ଥ ହୋଇଛନ୍ତି ୩୧ଲକ୍ଷ ୭ହଜାର ୨୨୩ଜଣ । କରୋନା ଏୟାଏଁ ୬୯ହଜାର ୫୬୧ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ଲକ୍ଷ ୬୩ହଜାର ୬୨ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ହଜାର ୯୬୪ଜମଙ୍କ ମୃତ୍ୟୁ ହୋଇଛି ।

ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯାଥାକ୍ରମେ ୪ହଜାର ୨୭୬ ଓ ୭ହଜାର ୬୮୭ ହୋଇଛି । କର୍ଣ୍ଣାଟନକେ ୩ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୬ହଜାର ୧୭୦ରେ ପହଞ୍ଚିଛି । ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩ହଜାର ୭୬୨ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର , ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜରାଟରେ ଲକ୍ଷେରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ମୃତ୍ୟୁହାର ଏବଂ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି । ମୃତ୍ୟୁ ହାର ୧.୭୩ ପ୍ରତିଶତକୁ କମିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୧ ପ୍ରତିଶତ କମିଛି। ଏହା ସହିତ ସୁସ୍ଥତା ହାର ୭୭ ପ୍ରତିଶତ ରେକର୍ଡ କରାଯାଇଛି । ଭାରତରେ ରିକଭରି ରେଟ୍ ତଥା ସୁସ୍ଥତା ହେର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Leave a Reply