spot_img
Home Blog Page 6520

Sushant Singh Rajput Case: ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଠକାମି ଅଭିଯୋଗ ଆଣିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଭିନ୍ନ ମୋଡ଼ ନେଇଛି ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲା । ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ରାମ ମନୋହର ଲୋହିୟା ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ସମେତ ଅନ୍ୟ କିଛି ଲୋକଙ୍କ ବିରୁଦ୍ଧରେ ନକଲି ମେଡିକଲ ପ୍ରେସ୍କ୍ରିପ୍ସନ ପ୍ରସ୍ତୁତ କରିଥିବା ଅଭିଯୋଗ ଆଣିଛନ୍ତି । ରିୟା ଜାଲିଆତି, ଏନଡିପିଏସ ଆକ୍ଟ ଏବଂ ଟେଲି ମେଡିସିନ ପ୍ରାକ୍ଟିସ ଗାଇଡଲାଇନ୍ସ ୨୦୨୦ ଦ୍ୱାରା ରିୟା ଅଭିଯୋଗ ଆଣିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନସିନ୍ଦେଙ୍କ କହିବା ଅନୁଯାୟୀ ୮ ଜୁନକୁ ସୁଶାନ୍ତ ସିଂ ରାଜପୂତଙ୍କ ଭଉଣୀ ପ୍ରିୟଙ୍କା ସିଂ ରାମ ମନୋହର ଲୋହିୟା ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ନକଲି ପ୍ରେସ୍କ୍ରିପ୍ସନ ପଠାଇଥିଲେ । ଯାହା ଏନଡିପିଏସ ଆକ୍ଟ ମଧ୍ୟରେ ଆସିଥାଏ, ଏବଂ ଏହା ବେଆଇନ୍ ।

ତେବେ ଖୁବଶୀଘ୍ର ରିୟା ଗିରଫ ହେବେ ବୋଲି ଖବର ଆସୁଥିବା ବେଳେ ଏବେ ରିୟାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ସୂଚନା ଅନୁଯାୟୀ ରିୟା ପଚରାଉଚରା ସମୟରେ କେତେକ ବଲିଉଡ ସେଲିବ୍ରେଟୀଙ୍କ ନାମ ନେଇଛନ୍ତି । ଅବଶ୍ୟ କାହାର ନାମ ନେଇଛନ୍ତି ସେ କଥାର ଏପର୍ଯ୍ୟନ୍ତ ଖୁଲାସା  ହୋଇନାହିଁ ।

ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା

ଟାଙ୍ଗୀ: କରୋନା ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି କରାଯାଇଛି ପୂଜାର୍ଚ୍ଚନା । ଶୁଭେଛୁ ମାନେ ବିଭିନ୍ନ ସ୍ଥାନରେ ଦୀପ ଦାନ କରି ପୂଜା କରୁଥିବାବେଳେ ଆଜି ଚିଲିକା ବ୍ଲକ ଚଣ୍ଡେଶ୍ୱରରେ ପୂଜାର୍ଚ୍ଚନା କରାଯାଇଛି ।

ସମର୍ଥକମାନେ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚଣ୍ଡିହର ଦେବଙ୍କ ପୀଠରେ ମାନସ ମଙ୍ଗରାଜଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁଙ୍କ ଠାରେ ୧୦୮ ଗରା ସୁବାସିତ ଜଳ ଲାଗି କରାଯିବା ସହ ୧୦୮ ବେଲ ପତ୍ର ଓ ଚମ୍ପା ଫୁଲ ଲାଗି କରାଯାଇଛି । ଏହା ସହ ମନ୍ଦିର ଚୂଡ଼ାରେ ନୂତନ ନେତ ବନ୍ଧାଯିବା ସହ ୧୦୮ ପ୍ରଦୀପ ପ୍ରଜ୍ୱଳନ କରା ଯାଇଛି ।

ରେଲୱେ ଇତିହାସରେ ପ୍ରଥମଥର ପାଇଁ ଟ୍ରାକରେ ଦୌଡ଼ିବ କ୍ଲୋନ୍ ଟ୍ରେନ୍, ଜାଣନ୍ତୁ କାହିଁକି ଏ ନିଷ୍ପତ୍ତି ନେଲା ରେଳବାଇ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ସ୍ୱାଭାବିକ ହେଉଛି ଦେଶ । ଶିଳ୍ପଦ୍ୟୋଗ ସହ ଖୋଲିଛି ଅନ୍ୟ ସଂସ୍ଥା । ଏଥିସହ ଦେଶର ଯାତ୍ରୀ ପରିବହନର ଆତ୍ମା ଭାରତୀୟ ରେଳବାଇ ଟ୍ରେନ୍ ଚଳାଚଳକୁ ସାମାନ୍ୟ ପାଇଁ ଉଦ୍ୟମ କରୁଛି । ଟ୍ରାକରେ ଯାତ୍ରୀବାହୀ ଟ୍ରେନ୍ ଦୌଡ଼ିବା ଆରମ୍ଭ କରିଛି । ତେବେ, ବୃଦ୍ଧି ପାଉଥିବା ଯାତ୍ରୀଙ୍କୁ ଦେଖି ଭାରତୀୟ ରେଳବାଇ କ୍ଲୋନ୍ ଟ୍ରେନ୍ ଚଳାଇବା ଲାଗି ନିଷ୍ପତ୍ତି ନେଇଛି । ଅତ୍ୟଧିକ ଯାତ୍ରୀ ହେଉଥିବା ରୁଟରେ କ୍ଲୋନ୍ ଟ୍ରେନ୍ ଚାଲିବ । ଅର୍ଥାତ୍ ଯେଉଁ ରୁଟରେ ଅଧିକ ଯାତ୍ରୀ ୱେଟିଂ ଲିଷ୍ଟରେ ଥିବେ ସେଠାରେ କ୍ଲୋନ୍ ଟ୍ରେନକୁ ପ୍ରାଥମିକତା ଦିଆଯିବ ।

ପ୍ରଥମ ଥର ଚାଲିବ କ୍ଲୋନ୍ ଟ୍ରେନ୍

ଭାରତୀୟ ରେଳବାଇ ଇତିହାସରେ ପ୍ରଥମଥର ପାଇଁ ଟ୍ରେନ୍ ଟ୍ରାକରେ କ୍ଲୋନ୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଭଳି । ଏହି ଟ୍ରେନର ଗତି ଅପେକ୍ଷାକୃତ ଅଧିକ ରହିବ । ତେବେ, ଟ୍ରେନ୍ ସୀମିତ ଷ୍ଟପେଜର ରହଣୀ କରିବ । ଅଳ୍ପସଂଖ୍ୟକ ଷ୍ଟେସନରେ ଟ୍ରେନ୍ ରହିବା ଫଳରେ ଯାତ୍ରୀ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ସ୍ପେଶାଲ ଟ୍ରେନକୁ କ୍ଲୋନ୍ ଟ୍ରେନ୍ ରୂପରେ ଚାଲିବ । ଏଥିରେ ତୃତୀୟ ଶ୍ରେଣୀ ଏସି କୋଚକୁ ପ୍ରାଥମିକତା ଦିଆଯିବ । ଏବେର ସ୍ୱତନ୍ତ୍ର ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ କ୍ଲୋନ୍ ଟ୍ରେନର ଗତି ଅଧିକ ରହିବ ।

ଟ୍ରେନର ୱେଟିଂ ଲିଷ୍ଟକୁ ଦେଖି ରେଳବାଇ ଯାତ୍ରୀଙ୍କୁ ବିକଳ୍ପ ଦେବ । କେତକ ନିର୍ଦ୍ଦିଷ୍ଟକୁ ଯାତ୍ରା ପାଇଁ ଯାତ୍ରୀଙ୍କୁ ବିକଳ୍ପ ଦିଆଯିବ । ଯଦି ଯାତ୍ରୀ ଚାହିଁବେ ତ କ୍ଲୋନ୍ ଟ୍ରେନରେ ଯାତ୍ରା କରିପାରିବେ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚବା ପାଇଁ କ୍ଲୋନ୍ ଟ୍ରେନର ଅଫର୍ ଦିଆଯିବ ।

ବଦଳିଛି ଟ୍ରେନ୍ ପରିଚାଳନା ତରିକା

କରୋନା ସଂକ୍ରମଣ ଓ ଲକଡାଉନ୍ ପରେ ପ୍ୟାସେଞ୍ଜର ଟ୍ରେନ୍ ପରିଚାଳନାରେ ବଡ଼ ପରିବର୍ତ୍ତନ ଆସିଛି । ଲଡକାଉନ୍ ଯୋଗୁଁ ଫସିଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଘରେ ପହଞ୍ଚାଇବା ପାଇଁ ମେ ୧ରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଥିଲା । ମେ ୧୨ରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଥିଲା । ତାପରେ ଜୁନ୍ ୧ରୁ ୧୦୦ ଯୋଡ଼ା ସ୍ୱତନ୍ତ୍ର ମେଲ ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିଥିଲା । ଏବେ ସେପ୍ଟେମ୍ବର ୧୨ରୁ ୪୦ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ ଚାଲିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୯ରୁ ୧୫ ତାରିଖ ମଧ୍ୟରେ ହେବନି OJEE ଅନଲାଇନ୍ ପରୀକ୍ଷା

ଭୁବନେଶ୍ୱର: ସ୍ଥଗିତ ରହିଲା ଓଜେଇଇ ଅନଲାଇନ୍ ଏକଜାମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାସରେ ହୋଇପାରେ ଓଜେଇଇ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଚଳିତ ମାସ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଓଜେଇଇ ସେଲ୍ ପକ୍ଷରୁ ରାଜ୍ୟ ଭିତରେ ୨୧ଟି ଓ ପାଟଣା, କୋଲକାତା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଅନଲାଇନ୍ ପରୀକ୍ଷାକୁ ସ୍ଥଗିତ କରିଛନ୍ତି ।

ରାଜ୍ୟରେ ଥିବା ବିଭିନ୍ନ ଘରୋଇ ଓ ସରକାରୀ ମେଡିକାଲ କଲେଜ, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ନାମ ଲେଖା ପାଇଁ ପ୍ରବେଶ ପରୀକ୍ଷା ହେଉଛି OJEE ।

ବିଦ୍ୟାଶ୍ରୀଙ୍କ ନାଁରେ ମାମଲା ରୁଜୁ କଲେ ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା

ବାଲେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ଖିଅ ଖୋଲିନି । ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଆଦିତ୍ୟଙ୍କ ପତ୍ନୀ ଫସିଛନ୍ତି ମାମଲାରେ । ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ବାଲେଶ୍ୱର ଜିଲ୍ଲାର ଚିନ୍ମୟୀ ମହାପାତ୍ର ଥାନାରେ ମାମଲା ରୁଜୁ କରିଛନ୍ତି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାଁରେ ମାମଲା କରିଛନ୍ତି ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ପ୍ରାୟ ୫୦ ଦିନ ପରେ ବିଦ୍ୟାଶ୍ରୀ ଓ ବିସ୍ମିତ ସାଇକୋ ଲେଡି କଥା ଉଠାଇଥିଲେ । ଯାହା ପରେ ସାମ୍ନାକୁ ଆସିଥିଲେ ଚିନ୍ମୟୀ ।

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ସମସ୍ତ ଅଭିଯୋଗକୁ ଚିନ୍ମୟୀ ଖଣ୍ଡନ କରିଥିଲେ । କହିଥିଲେ ମୁଁ ‘ସାଇକୋ’ ନୁହେଁ । ଆଦିତ୍ୟ ଆଉ ମୁଁ ପରସ୍ପରକୁ ଭଲ ପାଉଥିଲୁ । ଆମ ଭିତରେ ୪ ମାସ ଯାଏଁ ସମ୍ପର୍କ ଥିଲା । ଏପରିକି ମୁଁ ଭୁବନେଶ୍ୱର ଯାଉଥିବା ବେଳେ ଆଦିତ୍ୟଙ୍କ ସହ ସମୟ କଟାଉଥିଲି । ଉଭୟେ ମଧ୍ୟ ଆଦିତ୍ୟଙ୍କ ବୃଦ୍ଧାଶ୍ରମକୁ ଯାଇଥିବା ପ୍ରମାଣ ଦେଖାଇଥିଲେ ଚିନ୍ମୟୀ ।

ଖଇରା ଥାନାରେ ଚିନ୍ମୟୀ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ପୋଲିସ ମାମଲା ରୁଜୁ କରିଛି । ଗୋଟିଏ ପଟେ ଆଦିତ୍ୟଙ୍କ ମୃତ୍ୟୁ ଉପରୁ ରହସ୍ୟ କ୍ରାଇମବ୍ରାଞ୍ଚ ଉଠାଇ ପାରି ନଥିବା ବେଳେ ଚିନ୍ମୟୀଙ୍କ ମାମଲା ପୁଣି ଅଡ଼ୁଆ ବଢ଼ାଇଛି ।

ବରଫ ମଧ୍ୟରେ ଅଢେଇ ଘଣ୍ଟା ରହି ବିଶ୍ୱ ରେକର୍ଡ଼ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବରଫ ସଂସ୍ପର୍ଶରେ ଆସିବାର କିଛି ସେକେଣ୍ଡ ମଧ୍ୟରେ ଆମେ ହଠାତ ତା ଠାରୁ ଦୂରେଇ ଯାଉ । କାରଣ ବରଫର ଅତ୍ୟଧିକ ଥଣ୍ଡାକୁ ସହ୍ୟ କରିବା ସହଜ ନୁହେଁ । କିନ୍ତୁ ନିକଟରେ ଏଭଳି ଜଣେ ବ୍ୟକ୍ତିଙ୍କ ଖବର ସାମ୍ନାକୁ ଆସିଛି, ଯାହାଙ୍କ କାରନାମା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ  ହୋଇଯିବେ । ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ବରଫ ମଧ୍ୟରେ ରହି ନିଜ ବିଶ୍ୱ ରେକର୍ଡ଼ କରିଛନ୍ତି ।

ରିପୋର୍ଟ ଅନୁଯାୟୀ ଅଷ୍ଟ୍ରିୟାର ୪୨ ବର୍ଷୀୟ Josef Koeberl ନାମକ ଜଣେ ବ୍ୟକ୍ତି ୨ ଘଣ୍ଟା ୩୦ ମିନିଟ ୫୭ ସେକେଣ୍ଡ ପର୍ଯ୍ୟନ୍ତ ଏକ ଟ୍ରାନ୍ସପରେଣ୍ଟ  କାଚ ବକ୍ସ ମଧ୍ୟରେ ରହିଥିଲେ, ତାହା ମଧ୍ୟ  ବରଫରେ ପରିପୂର୍ଣ୍ଣ । ବକ୍ସରେ ୨୦୦ କିଲୋଗ୍ରାମରୁ ଅଧିକ ବରଫ ଥିଲା । ଯେଉଁଥିରେ ଯୋଶେଫ କେବଳ ସ୍ୱିମ ଟ୍ରାକ ପିନ୍ଧି ଛିଡ଼ା ହୋଇଥିଲେ ।

ଯନ୍ତ୍ରଣା ସହି ମଧ୍ୟ ଦୀର୍ଘ ସମୟ ଧରି ବରଫ ମଧ୍ୟରେ ଛିଡ଼ା ହୋଇ ରହିଥିବା ଯୋଶେଫଙ୍କ କହିବାନୁଯାୟୀ ସେହି ସମୟରେ ସେ ପଜିଟିଭ୍ ଇମୋଶନ ଉପରେ ଫୋକସ କରୁଥିଲେ । ଏହି କାରଣରୁ ସେ ରେକର୍ଡ଼ କରିବାରେ ସକ୍ଷମ ହେଲେ । ଏହି କାର୍ଯ୍ୟକ୍ରମର ଖୁବ ମଜା ନେଉଥିଲେ ଦର୍ଶକ । ୨୦୧୯ରେ ଯୋଶେଫ ବରଫରେ ୨ ଘଣ୍ଟା ୮ ମିନିଟ ୪୭ ସେକେଣ୍ଡ ମିନିଟ ବିତାଇଥିଲେ ।

ଯୋଶେଫଙ୍କ କହିବା ଅନୁସାରେ ଫ୍ରିଜ୍ ମଧ୍ୟରୁ ବାହାରକୁ ଆସିବା ପରେ ସୂର୍ଯ୍ୟ କିରଣରେ ତାଙ୍କୁ ଖୁବ ଶାନ୍ତି ମିଳିଥିଲା  ଏବଂ ସେହି ସମୟର ଅନୁଭୂତି ଥିଲା ତାଙ୍କ ପାଇଁ ନିଆରା ।  ପୁଣି ଲସ ଏଞ୍ଜଲସରେ ରେକର୍ଡ଼ ଭାଙ୍ଗିବେ ବୋଲି ନିଜ ବୟାନରେ ଉଲ୍ଲେଖ କରିଛନ୍ତି ଯୋଶେଫ ।

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଜଣଙ୍କୁ ଜେରା

ଭୁବନେଶ୍ୱର: ଲକଡାଉନରେ ଲଜ୍ଜା । ରାଜଧାନୀରେ ସୀମା ଟପିଲା ବର୍ବରତା । ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ କମିଶନରେଟ୍ ପୋଲିସର ୪ ଜଣିଆ ଟିମ୍ ତଦନ୍ତ କରୁଛି । ସବୁ ପ୍ରକାର ପ୍ରମାଣ ସଂଗ୍ରହ ପାଇଁ ସବୁ ଦିଗରୁ ଚେଷ୍ଟା ଚାଲିଛି । ଫରେନ୍ସିକ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ କମିଶନରେଟ୍ ପୋଲିସ ଜେରା କରିସାରିଲାଣି । ବୈଦୁତିକ ଗଣମାଧ୍ୟମର ଦୁଇଜଣ କର୍ମଚାରୀ ଏବଂ ସେହି ଅଫିସର ଦୁଇଜଣ ସିକ୍ୟୁରିଟି ଗାର୍ଡ୍ ଏଥିରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଚିହ୍ନଟ ପ୍ରକ୍ରିଆ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

Abuse

ଅନ୍ୟପଟେ ଗତକାଲି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଗଣଦୁଷ୍କର୍ମ ନେଇ କମିଶନରେଟ ପୋଲିସକୁ କମିଶନ ରିପୋର୍ଟ ମାଗିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟା ନେଇ କମିଶନଙ୍କୁ ତଥ୍ୟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନକୁ ମଧ୍ୟ ଅନୁଧ୍ୟାନ ପାଇଁ କିମଶନ ନିର୍ଦ୍ଦେଶ ଦେଇଛନ୍ତି ।

ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଛି । ୮୧ ବର୍ଷ ବୟସରେ ନରେନ୍ଦ୍ର ସ୍ୱାଇଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନଧରି ନରେନ୍ଦ୍ର ସ୍ୱାଇଁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଦାୟିତ୍ୱରେ ଥିଲେ । ୨୦୧୫ରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ମନୋନୀତ ହୋଇଥିଲେ ନରେନ୍ଦ୍ର ।

ନରେନ୍ଦ୍ରଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜଣେ ଦକ୍ଷ ସଂଗଠକ ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।’

FILE

୨୦୧୫ ଡିସେମ୍ବର ୭ ତାରିଖରେ ରାଜସ୍ୟଭାକୁ ଯାଇଥିବା ନରେନ୍ଦ୍ର ୨୦୨୦ ଏପ୍ରିଲ ୨ ତାରିଖ ଯାଏଁ ସାଂସଦ ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍

ଭୁବନେଶ୍ୱର: ମନ୍ତ୍ରୀଙ୍କୁ କରୋନା । ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଭାଇରସ୍ କବଳରେ ଆସିଛନ୍ତି । ଏନେଇ ନିଜ ଟ୍ୱିଟରରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ଗତ ୭ ଦିନ ମଧ୍ୟରେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜକୁ ଆଇସୋଲେଟ୍ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଚଳିତବର୍ଷ ମାର୍ଚ୍ଚ ମଧ୍ୟଭାଗରୁ ରାଜ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ସେବେଠାରୁ ବିଶ୍ରାମ ନନେଇ ଅବିରତ କାର୍ଯ୍ୟ କରୁଥିଲେ ମନ୍ତ୍ରୀ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେ କାର୍ଯ୍ୟ କରୁଥିଲେ । ଶେଷରେ ମନ୍ତ୍ରୀ ନିଜେ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ରାଜ୍ୟର ଏକାଧିକ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇ ସାରିଛନ୍ତି ।

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଉତ୍ତର ପଶ୍ଚିମ ଅଞ୍ଚଳରୁ ଫାୟାରିଂ ପରେ ଗିରଫ ହେଲେ ୨ ଆତଙ୍କବାଦୀ

0

ଦିଲ୍ଲୀ: ଦିଲ୍ଲୀରେ ବାବର ଖାଲ୍‌ସା ଇଣ୍ଟରନାସନାଲ-ବିକେଆଇର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଉତ୍ତର-ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଏକ ଛୋଟ ଧରଣର ଫାୟାରିଂ ପରେ ଏମାନଙ୍କୁ ଗିରଫ କରାଯାଇଛି । ଦୁଇ ଗିରଫ ଆତଙ୍କବାଦୀ ହେଲେ ଦିଲାବର ସିଂହ ଓରଫ ଭୁପେନ୍ଦର ଏବଂ କୁଲବନ୍ତ ସିଂହ ।

ଦୁହିଁଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଦୁହିଁଙ୍କଠାରୁ ୬ଟି ପିସ୍ତଲ ଓ ୪୦ କାଟ୍ରିଜ ଜବତ କରାଯାଇଛି । ଏମାନେ ପଞ୍ଜାବର କିଛି ଅଞ୍ଚଳରେ ୱାଣ୍ଟେଡ ଥିଲେ ବୋଲି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ସୂଚନା ଦେଇଛି । ଏବେ କିଛି ଦିନ ହେଲା ଖଲିସ୍ତାନ ଆନ୍ଦୋଳନ ତେଜିବାରେ ଲାଗିଛି ।

ଖଲିସ୍ତାନ ଗଠନ ପାଇଁ ନିଷିଦ୍ଧ ସଂଗଠନ ଶିଖ ଫର ଜଷ୍ଟିସ ଗତ ଜୁଲାଇରେ ସମର୍ଥନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲା । ଏହାକୁ ସେତେବେଳେ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଥିଲା । ଯେହେତୁ ସଂଗଠନ କାନାଡାରେ ରହି ଦିଲ୍ଲୀରେ ସମର୍ଥନ ନେଇ ଏକ ୱେବସାଇଟ ପଞ୍ଜୀକରଣ କରିଥିଲା ସେଥିପାଇଁ ଦିଲ୍ଲୀରେ ଜୁଲାଇରେ ଆଲର୍ଟ ଜାରି କରାଯାଇଥିଲା ।