ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

1 min read

????????????????????????????????????

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଛି । ୮୧ ବର୍ଷ ବୟସରେ ନରେନ୍ଦ୍ର ସ୍ୱାଇଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନଧରି ନରେନ୍ଦ୍ର ସ୍ୱାଇଁ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଦାୟିତ୍ୱରେ ଥିଲେ । ୨୦୧୫ରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ମନୋନୀତ ହୋଇଥିଲେ ନରେନ୍ଦ୍ର ।

ନରେନ୍ଦ୍ରଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜଣେ ଦକ୍ଷ ସଂଗଠକ ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।’

FILE

୨୦୧୫ ଡିସେମ୍ବର ୭ ତାରିଖରେ ରାଜସ୍ୟଭାକୁ ଯାଇଥିବା ନରେନ୍ଦ୍ର ୨୦୨୦ ଏପ୍ରିଲ ୨ ତାରିଖ ଯାଏଁ ସାଂସଦ ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 

Leave a Reply