ନୂଆଦିଲ୍ଲୀ: ସେପ୍ଟେମ୍ୱର ୧୪ରେ ସଂସଦ ଅଧିବେଶନ ଆରମ୍ଭ ହେବ । ସରକାର ଏଥରର ଅଧିବେଶନରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ବିଲ ଆଣିବାକୁ ଯାଉଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ୭୪ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜିନବେଶ ପାଇଁ ବାଟ ଖୋଲିବା ପାଇଁ ସରକାର ବିଲ୍ ଆଗତ କରିବେ । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ଏବେ ଏହାକୁ ବିଧେୟକ ଆଣି ଲାଗୁ କରିବାର ପ୍ରୟାସ ଆରମ୍ଭ ହେବ ବୋଲି ସରକାରୀ ସ୍ତରରୁ ଜାଣିବାକୁ ମିଳିଛି । ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନବେଶର ସୀମା ଏବେ ୪୯ ପ୍ରତିଶତ ରହିଥିବା ବେଳେ ସରକାର ଏହାକୁ ବଢାଇବାକୁ ଉଦ୍ୟମ କରୁଛନ୍ତି ।

ତେବେ ପୁଞ୍ଜିନେବଶ ପରେ ଦେଶ ପ୍ରତିରକ୍ଷା କ୍ଷେତ୍ରକୁ କ’ଣ ଫାଇଦା ହେବ ସେନେଇ ଆଲୋଚନା ଜୋର ଧରିଛି । ସରକାରଙ୍କର କହିବା କଥା, ଏଫଡିଆ ନିବେଶକୁ ବଢାଇବା ଦ୍ୱାରା ଦେଶରେ ପ୍ରତିରକ୍ଷା ଉତ୍ପାଦ ପ୍ରସ୍ତୁତ କରିବାରେ ଦେଶକୁ ବଡ଼ ସଫଳତା ମିଳିବ । ବିଦେଶୀ ଦେଶର ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ହେବା ସହ ବ୍ୟାପାର ମଧ୍ୟ କରିପାରିବ ।

ଦେଶ ପ୍ରତିରକ୍ଷା ବିଭାଗ ଏବେ ବିଶେଷ ଭାବେ ଘରୋଇ ଚାହିଦା ମେଣ୍ଟାଇବା ପାଇଁ ଉପକରଣ ପ୍ରସ୍ତୁତ କରୁଛି, ସରକାରଙ୍କର ଏହି ଉଦ୍ୟମ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ସରକାର ବିଶ୍ୱାସ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରକୁ ଏଯାବତ୍ ବଡ ଧରଣର ବିଦେଶୀ ପୁଞ୍ଜି ମିଳିନି । ୨୦୦୦ ମସିହାରୁ ୨୦୨୦ ମଧ୍ୟରେ ଦେଶକୁ ମିଳିଛି ୫୬ କୋଟି ୮୮ ଲକ୍ଷର ପୁଞ୍ଜି । ତେବେ ଏବେ ସରକାରଙ୍କ ଏହି ବିଲ୍ ପ୍ରତିରକ୍ଷା କ୍ଷେତ୍ର ପାଇଁ ସମ୍ଭାବନା ସୃଷ୍ଟି କରିବ ଓ ରକ୍ଷା କ୍ଷେତ୍ରରେ ନିବେଶ ବଢିଲେ ମେଡ ଇନ ଇଣ୍ଡିଆ ଯୋଜନା ମାଧ୍ୟମରେ ଦେଶରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ମୋଗଲ ସମ୍ରାଟ ଆକବରଙ୍କ ସମୟରେ ରାଜସ୍ୱ ୧୭.୫ ମିଲିୟନ ପାଉଣ୍ଡକୁ ପହଞ୍ଚି ଯାଇଥିଲା । ସେହି ସମୟରେ ଗ୍ଲୋବାଲ ଜିଡିପିରେ ଭାରତର ଅଂଶ ୨୫.୯ ପ୍ରତିଶତ ଥିଲା । କିନ୍ତୁ ଇଂରେଜ ଶାସନ ପରେ ଏଥିରେ ହ୍ରାସ ଘଟିବାକୁ ଲାଗିଲା । ଏହି ସମସ୍ୟା ୧୯୭୦ ପର୍ଯ୍ୟନ୍ତ ଲାଗି ରହିଲା । ପରେ ୧୯୯୧ରେ ଭାରତରେ ଜିଡିପିରେ ସୁଧାର ଆସିଲା ।








ସେହିବର୍ଷ ହିଁ ଆମ ଭିତରେ ପ୍ରେମ ସମ୍ପର୍କର ଶୁଭାରମ୍ଭ ହୋଇଥିଲା । ଧିରେ ଧିରେ ଆମ ସମ୍ପର୍କ ଆହୁରି ଗାଢ଼ ହୋଇଥିଲା । ତେବେ ବିବାହ ପରେ ତୁମେ ମୋ ସହ କଥାବାର୍ତ୍ତା କମାଇ ଦେଇଥିଲ । ଏପରିକି ତୁମେ ବାପଘରକୁ ଗଲେ ମୋତେ ଫୋନ୍ କରିବାକୁ ଭୂଲି ଯାଉଥିଲ । ମୁଁ ଅନେକ ସମୟରେ ତୁମ ସହ କଥା ହେବାକୁ ପାଗଳ ହୋଇଯାଉଥିଲି । କିଛିଦିନ ପରେ ମୋ ସହ ଫିଲ୍ମରେ କାମ କରିବାକୁ ବି ତୁମ ପରିବାର ବାରଣ କଲେ । ତେବେ ବର୍ଷେ ପରେ ଆମେ ଏକାଠି କାମ କଲେ, ହେଲେ ତୁମ ବ୍ୟବହାରରେ କିନ୍ତୁ କୌଣସି ପରିବର୍ତ୍ତନ ଆସିଲା ନାହିଁ ।





