spot_img
Home Blog Page 650

ତେଲେଙ୍ଗାନା ଔଷଧ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି

ସାଙ୍ଗାରେଡ୍ଡି: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ଔଷଧ କାରଖାନାରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଅଧୀକ୍ଷକ ପରିତୋଷ ପଙ୍କଜ କହିଛନ୍ତି, “ଭଗ୍ନାବଶେଷ ହଟାଇବା ସମୟରେ ଏହା ତଳେ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଭଗ୍ନାବଶେଷ ମଧ୍ୟରୁ ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଜାରି ରହିଛି।”

ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଜା ନରସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସକାଳେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ପୂର୍ବରୁ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଆଧୁନିକ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଏଏସ ଅଫିସରଙ୍କୁ ଆକ୍ରମଣ ପ୍ରତିବାଦରେ ବିଏମସି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ବିଏମସିର ଓଏଏସ ଅଫିସର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଆକ୍ରମଣ ମାମଲା। ପ୍ରତିବାଦରେ ବିଏମସି ସଫେଇ କର୍ମଚାରୀମାନେ ଝାଡୁ ଛାଡ଼, ସଫେଇ ବନ୍ଦ ଆନ୍ଦୋଳନ କରିଛନ୍ତି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ନ୍ୟାୟ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେହିଭଳି ବଡଗଡ଼ ୫୭ ନମ୍ବର ୱାର୍ଡରେ ସ୍ୱଚ୍ଛ ସାଥୀ ମାନେ ହାତରେ କଳାବ୍ୟାଚ ବାନ୍ଧି ଧାରଣାରେ ବସିଛନ୍ତି । ଯେତେବେଳେ ବିଏମସି ବରିଷ୍ଠ ଅଧିକାରୀ ସୁରକ୍ଷା ନାହାନ୍ତି, ଆମେ କେମିତି ସୁରକ୍ଷିତ ରହିବୁ ବୋଲି ପ୍ରଶ୍ନ କରିଛନ୍ତି । କେବଳ ୩ ଜଣଙ୍କୁ ନୁହେଁ ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରୁଣ ସାହୁ।।

ବଢ଼ିଲା ଟ୍ରେନ ଭଡ଼ା, ଆଜିଠୁ ଲାଗୁ ହେବ ନୂଆ ନିୟମ

ନନ୍ଦିଘୋଷ ବ୍ୟୁରୋ: ଦୂର ଟ୍ରେନ ଯାତ୍ରା ଭଡା ବୃଦ୍ଧି କରିବା ପାଇଁ ରେଳ ବୋର୍ଡର ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଟ୍ରେନର ବର୍ଦ୍ଧିତ ଭଡା ଜୁଲାଇ 1 ରୁ କାର୍ଯ୍ୟକାରୀ ହେବ।

ପ୍ରତି କିଲୋମିଟରରେ ସର୍ବାଧିକ ଦୁଇ ପଇସା ବୃଦ୍ଧି ହେବ। ଲୋକାଲ୍ ଟ୍ରେନ୍ ଏବଂ MST ଧାରକମାନଙ୍କୁ ଆଶ୍ୱସ୍ତି ଦିଆଯାଇଛି। ଉପନଗରୀୟ ଏବଂ ସିଜନ୍ ଟିକେଟ୍ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ଦ୍ଧିତ ଭଡ଼ା କେବଳ ମେଲ୍, ଏକ୍ସପ୍ରେସ୍ ଏବଂ ସୁପର ଫାଷ୍ଟ ଟ୍ରେନ୍‌ରେ ପ୍ରଯୁଜ୍ୟ ହେବ।

ପୂର୍ବରୁ ୨୦୨୦ ମସିହାରେ ରେଳବାଇ ଭଡ଼ା ବୃଦ୍ଧି କରିଥିଲା। ରେଳ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ୫୦୦ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ବର୍ଦ୍ଧିତ ଭଡ଼ା ସମସ୍ତ ବର୍ଗର ସାଧାରଣ, ସ୍ଲିପର, ପ୍ରଥମ ଶ୍ରେଣୀ ଏବଂ ଏସି ଟ୍ରେନରେ ପ୍ରଯୁଜ୍ୟ ହେବ।

ଏସି ଚେୟାର କ୍ଲାସ୍, ଏସି ଥ୍ରୀ ଟାୟାର, ଏସି ଟୁ ଟାୟାର, ଥ୍ରୀ ଇକୋନୋମି, ଏସି ଫାଷ୍ଟ କ୍ଲାସ୍ ଏବଂ ଏକଜିକ୍ୟୁଟିଭ୍ କ୍ଲାସର ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଥିବା ବେଳେ ନନ୍-ଏସି ଟ୍ରେନର ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ।

ରେଳବାଇ ସ୍ପଷ୍ଟ କରିଛି ଯେ ଉପନଗରୀୟ ଟ୍ରେନଗୁଡ଼ିକର ଭଡ଼ାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାସିକ ସିଜନ୍ ଟିକେଟ୍ (ଉପନଗରୀୟ ଏବଂ ଅଣ-ଉପନଗରୀୟ) ରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।

ବର୍ଦ୍ଧିତ ଭଡା ଶତାବାଡି, ରାଜଦାନୀ, ତେଜସ୍, ଡୁରୋଣ୍ଟୋ, ଭାଣ୍ଡେ ଭାରତ, ହମସଫର, ଅମୃତ ଭାରତ, ମହାମାନା, ଗାଟିମାନ, ଆଣ୍ଟୋଦୟ, ଗରିବ ରଥ, ଜନ ଶତାବାଡି, ୟୁଭା ଏକ୍ସପ୍ରେସ, ଅନୁଭୂତି କୋଚ ଏବଂ ଏସି ଭିସ୍ତାଡୋମ ଇତ୍ୟାଦି ଟ୍ରେନରେ ପ୍ରଭାବଶାଳୀ ହେବ।

ରେଳବାଇ ସ୍ପଷ୍ଟ କରିଛି ଯେ ଉକ୍ତ ଟ୍ରେନଗୁଡ଼ିକରେ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସରଚାର୍ଜ ଏବଂ GSTରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୁରୁଣା ନିୟମ ଅନୁଯାୟୀ ଭଡ଼ା ମଧ୍ୟ ରାଉଣ୍ଡିଂ ଅଫ୍ ସହିତ ଆଦାୟ କରାଯିବ। ଉଦାହରଣ ସ୍ୱରୂପ, ୫ ଟଙ୍କା ପରିବର୍ତ୍ତେ ୬ ଟଙ୍କା ଏବଂ ୪ ପଇସା।

୧ ଜୁଲାଇ ପୂର୍ବରୁ ଟିକେଟ ବୁକ୍ କରିଥିବା ଯାତ୍ରୀମାନଙ୍କୁ ରେଳ ମନ୍ତ୍ରଣାଳୟ ଆଶ୍ୱସ୍ତି ଦେଇଛି। ବର୍ଦ୍ଧିତ ଭଡ଼ା ୧ ଜୁଲାଇ କିମ୍ବା ଏହା ପରେ ବୁକ୍ ହୋଇଥିବା ଟିକେଟ ଉପରେ ଲାଗୁ ହେବ।

ପୁଣି ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଚ ଦେଲେ ମସ୍କ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର କୋଟିପତି ଏଲୋନ ମସ୍କ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ‘ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ କୁ କଡ଼ା ସମାଲୋଚନା କରିଛନ୍ତି । ଆଉ ତାଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ବି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ସେନେଟ୍ ଏହି ବିଲ୍ କୁ ମଞ୍ଜୁର କରେ, ତେବେ ସେ ପରଦିନ ‘ଆମେରିକୀୟ ପାର୍ଟି’ ନାମକ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ। ମସ୍କ ଏହି ବିଲ୍ କୁ ଟ୍ରମ୍ପଙ୍କ ପାଗଳାମି ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ସାଧାରଣ କରଦାତାଙ୍କ ଉପରେ ବୋଝ ଭଳି ହେବ।

ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ ଟିକସ ହ୍ରାସ, ସାମରିକ ବଜେଟ୍ ବୃଦ୍ଧି ଏବଂ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବଡ଼ ପରିମାଣରେ ନିର୍ବାସନ ଭଳି ଯୋଜନା ଉପରେ ଖର୍ଚ୍ଚ ବୃଦ୍ଧି ସହିତ ଜଡିତ, ଯାହାକୁ ମସ୍କ ଆରମ୍ଭରୁ ଖୋଲାଖୋଲି ବିରୋଧ କରିଆସୁଛନ୍ତି।

‘ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ କ’ଣ?

  • ଏହି ବିଲ୍ ମାଧ୍ୟମରେ, ଟ୍ରମ୍ପ ୨୦୧୭ ରେ କାର୍ଯ୍ୟକାରୀ ହୋଇଥିବା ଟିକସ ହ୍ରାସକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛନ୍ତି।
  • ଏହି ବିଲରେ ୪.୫ ଟ୍ରିଲିୟନ ଡଲାର ଖର୍ଚ୍ଚର ବ୍ୟବସ୍ଥା ଅଛି।
  • ଏଥିରେ ସାମରିକ ବାହିନୀ, ସୀମା ସୁରକ୍ଷା ଏବଂ ଅବୈଧ ପ୍ରବାସୀମାନଙ୍କୁ ଦେଶାନ୍ତର କରିବା ପାଇଁ ଅଧିକ ଖର୍ଚ୍ଚ ପାଇଁ ବଜେଟ୍ ଅନ୍ତର୍ଭୁକ୍ତ।

ସମାଲୋଚକମାନେ କହିଛନ୍ତି ଯେ ଏହି ବିଲ୍ ଆମେରିକାର ଜାତୀୟ ଋଣରେ $3.3 ଟ୍ରିଲିୟନ ଯୋଡିବ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ପ୍ରାୟ $1 ଟ୍ରିଲିୟନ ହ୍ରାସ କରିବ।

କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଜୁଲାଇ ମାସ ଆରମ୍ଭ ହେବା ସହ ତୈଳ କମ୍ପାନୀ ଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଆଜିଠୁ ସାରା ଦେଶରେ ୧୯ କିଲୋଗ୍ରାମର କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି । ଏବେ ଏହି ସିଲିଣ୍ଡର ୧୬୬୫ ଟଙ୍କାରେ ଉପଲଏବ୍ଧ ହେବ । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଏହି ଖବର ହୋଟେଲ, ଢାବା, ରେଷ୍ଟୁରାଣ୍ଟ ମାଲିକଙ୍କୁ ଆଶ୍ବସ୍ତି ଦେବ ।

୧୪. ୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନି । ପୂର୍ବପରି ଘରୋଇ ଗ୍ୟୃାସ ସିଲିଣ୍ଡର ଦର ସମାନ ରହିଛି ।

କେଉଁ ସହରରେ କେତେ ରହିଛି ଦର ଜାଣନ୍ତୁ..

  • ରାଜଧାନୀ ଦିଲ୍ଲୀରେ, 19 କିଲୋଗ୍ରାମର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଏବେ ₹୧୭୨୩.୫୦ ବଦଳରେ ₹୧୬୬୫ ରେ ଉପଲବ୍ଧ ହେବ। ଅର୍ଥାତ୍, ଏଠାରେ ₹୫୮.୫୦ ହ୍ରାସ ପାଇଛି।
  • କୋଲକାତାରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ₹୫୭ ହ୍ରାସ ପାଇଛି। ଏବେ ଏହା ₹୧୭୬୯ ରେ ଉପଲବ୍ଧ।
  • ମୁମ୍ବାଇରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ₹୫୮.୫୦ ହ୍ରାସ ପାଇଛି। ଜୁନ୍ ମାସରେ ଏହାର ମୂଲ୍ୟ ₹୧୬୭୪.୫୦ ଥିଲା, ଯାହା ଏବେ ₹୧୬୧୬ କୁ ହ୍ରାସ ପାଇଛି।
  • ଏବେ ଚେନ୍ନାଇରେ, ୧୯ କିଲୋଗ୍ରାମ ସିଲିଣ୍ଡର ₹ ୧୮୨୩.୫୦ ରେ ଉପଲବ୍ଧ ହେବ।
  • ପାଟନାରେ ବାଣିଜ୍ୟିକ ସିଲିଣ୍ଡରର ନୂତନ ଦର ₹ ୧୯୨୯.୫୦ ସ୍ଥିର କରାଯାଇଛି।
  • ଏବେ ଭୋପାଳରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ₹ ୧୭୮୭.୫୦ ହୋଇଯାଇଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ। ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଦେଇଥିଲେ ଚେତାବନୀ। ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଓଏଏସ୍ ସଂଘର ଜିଲ୍ଲା ଶାଖା। ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ। ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରହିବେ କହିଥିଲେ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିବା ପରେ ନିଷ୍ପତ୍ତି ସ୍ଥଗିତ ରହିଛି। ଓଏଏସ ଅଫିସର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଘଟଣା ।

ଅନ୍ୟପଟେ ଏହି ଘଟଣାରେ ଓଏଏସ ସଂଘକୁ ସମର୍ଥନ ଜଣାଇଛି ଆଇଏଏସ ସଂଘ। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଏପରି ଘଟଣା ଦୁର୍ଭାଗ୍ୟଜନକ। ଏହାସହ ଆଇଏଏସ ଓ ଓଏଏସ ସଂଘ ମିଳିତ ଭାବେ ସୂଚନା ଦେଇଛନ୍ତି। ରତ୍ନକର ସାହୁଙ୍କ ଆକ୍ରମଣ ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଆଇଏଏସ ଓ ଓଏଏସ ସଂଘ।…

ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ୩ ଜଣଙ୍କୁ ବାନ୍ଧିଛି ପୋଲିସ। ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ବିଏନଏସର ଧାରା ୩୩୩, ୧୩୨, ୧୨୧-୧, ୧୨୧-୨, ୧୦୯, ୩୫୧-୨, ୬୨, ୧୪୦-୨, ୩୦୪, ୫୪, ଧାରା ୬୧-୨, ଧାରା ୧୮୯-୨ ଲାଗିଛି। ଜୀବନ ରାଉତ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର। ଗିରଫ ଅଭିଯୁକ୍ତ ବିଜେପି କର୍ମୀ ଓ ନେତା। ପ୍ରଶ୍ନ ଉଠୁଛି କାହିଁକି ଗିରଫ ହେବେନି ଜଗନ୍ନାଥ ପ୍ରଧାନ ? କାରଣ ଜଗନ୍ନାଥ ପ୍ରଧାନଙ୍କ ନାଁରେ ହୋଇଛି ଅଭିଯୋଗ। ଆକ୍ରମଣକାରୀ ନେଇଥିଲେ ଜଗନ୍ନାଥ ପ୍ରଧାନଙ୍କ ନାଁ। ଏହି ଘଟଣା ପରେ ପଦାରେ ପଡ଼ିଛି ବିଜେପିର ଦାଦାଗିରି। ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ବିଏମସି ସେବା ଦେବନି ବୋଲି ଚେତାବନୀ ଦେଇଛନ୍ତି ବିଏମସି ମେୟର। ଅଭିଯୋଗ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଆକ୍ରମଣ ବେଳର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଯେଉଁ ଭିଡିଓରେ ଅତିରିକ୍ତ କମିଶନରଙ୍କୁ ଦୁର୍ବୃତ୍ତମାନେ ଘୋଷାଡି ଘୋଷାଡ଼ି ନେବା ସହ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସରକାରୀ କର୍ମଚାରୀ। ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କର୍ପୋରେଟର ଓ କର୍ମଚାରୀ। ଏହାସହ ଓଏଏସ ସଂଘ ମଧ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଆହତ ଅତିରିକ୍ତ କମିଶନର ଏଫଆଇଆରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଜଗନ୍ନାଥ ପ୍ରଧାନଙ୍କ ନାଁରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ଆକ୍ରମଣକାରୀ। ଏହାସହ ଛଡାଇ ନେଇଥିଲେ ମୋବାଇଲ ଫୋନ୍। ମୋବାଇଲ ଛଡ଼ାଇ ନେବା ପରେ ହ୍ବାଟ୍ସଆପ ଷ୍ଟାଟସରେ ଦେଇଥିଲେ ଆପତ୍ତିଜନକ ଛବି। ପୋଲିସ ନିକଟରେ ଏହାର ସ୍କ୍ରିନସଟ୍ ଦାଖଲ ହୋଇଛି। ଅନ୍ୟପଟେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଏମସି କମିଶନର। ଆଗରୁ କେବେ ଏମିତି ହୋଇନଥିଲା, ଏହା ପ୍ରଥମ। ଦୁର୍ବୃତ୍ତମାନେ ରତ୍ନାକର ସାହୁଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ଏଠି ସୂଚନା ଯୋଗ୍ୟ ଯେ, ଜୀବନ ରାଉତ ପୂର୍ବରୁ ମଧ୍ଯ ବନ୍ଧାହୋଇଥିଲେ । ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଧା ହୋଇଥିଲେ ବିଜେପି କର୍ପୋରେଟର ଜୀବନ ରାଉତ।….ସେପଟେ bmc ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ପ୍ରତିବାଦରେ ଝାଡୁ ନ କରି ସେବା ବନ୍ଦ କରିଛନ୍ତି ୱାର୍ଡ ନମ୍ବର 44ର ସଫେଇ କର୍ମଚାରୀ।…

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ମାନସ ମଙ୍ଗରାଜଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା । କହିଲେ, ଜଣେ ସରକାରୀ ଅଧିକାରୀଙ୍କ ଉପରେ ଏଭଳି ପାଶବିକ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ । ହିଂସା ଭିଆଇ ବିଜେପି ସମର୍ଥକ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି ମାନସ ।

ଏଭଳି କାଣ୍ଡ ପାଇଁ ବିଜେପି ସମର୍ଥକଙ୍କୁ ଲଜ୍ଜା ଲାଗିବା କଥା । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ସରକାରୀ ଅଧିକାରୀଙ୍କ ସୁରକ୍ଷା ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଏଇ ଘଟଣାର ଭିଡିଓ ମୋତେ ଶକ୍ତ ଆଘାତ ଦେଇଛି । ଜଣେ ବରିଷ୍ଠ ଓଏଏସ ଅଧିକାରୀ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କୁ ଯେଉଁ ଭଳି ନିର୍ମମ ଭାବେ ଆକ୍ରମଣ କରାଯାଇଛି ତାହା ଅତ୍ୟନ୍ତ୍ୟ ନିନ୍ଦନୀୟ ।

ଆଗକୁ ନବୀନ କହିଛନ୍ତି, ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଘୋଷାଡ଼ି ନୃଶଂସ ଭାବେ ବିଧା ଗୋଇଠା ମରାଯାଇଛି । ଏସବୁ ଘଟଣା ଜଣେ ବିଜେପି କର୍ପୋରେଟର ଠିଆ ହୋଇ ଦେଖୁଛନ୍ତି । ସେହି ବିଜେପି କର୍ପୋରେଟର ସଂପର୍କ ହାରି ଯାଇଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ରହିଛି । ବଡ଼ କ୍ଷୋଭର ବିଷୟ ହେଲାଏହି ଘଟଣା ରାଜଧାନୀର ଛାତି ଉପରେ ଦିନ ଦ୍ବିପ୍ରହରରେ ଘଟିଛି । ଯେତେବେଳେ କି ଅଫିସର ଜଣକ ଅଫିସରେ ବସି ଜନ ଅଭିଯୋଗ ଶୁଣୁଥିଲେ । ଏନେଇ ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି । ଏହାସହିତ ଯେଉଁମାନେ ଏଥିରେ ଅଭିଯୁକ୍ତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯେଉଁ ରାଜନେତା ଏହି ଲଜ୍ଜାଜନକ କାଣ୍ଡ ଭିଆଇବା ପଛରେ ଅଛନ୍ତି ତାଙ୍କ ବିରୋଧରେ ଆକ୍ସନ ନେବାକୁ ମଧ୍ୟ ଦାବି କରିଛି । ସଂପୃକ୍ତ ଅଫିସର ନାଁ ନେଇଥିବା ଦୁର୍ବୃତ୍ତମାନେ ଅପରାଧୀଙ୍କ ଭଳ ବ୍ୟବହାର କରିଥିଲେ । ଯଦି ଜଣେ ବରିଷ୍ଠ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ସୁରକ୍ଷିତ ନାହାଁନ୍ତି ତା’ହେଲେ ରାଜ୍ୟର ଆଇନଶୃଙ୍ଖଳା କେଉଁସ୍ତରକୁ ଗଲାଣି ବୁଝିହେଉଛି । ରାଜ୍ୟର ସାଧାରଣ ନାଗରିକଟିଏ କେତେ ସୁରକ୍ଷିତ ଏଥିରୁ ବେଶ ଅନୁମେୟ କରିହେଉଛି । ମୁଁ ଆଶା କରୁଛି ମୁଖ୍ୟମନ୍ତ୍ରୀ ତୁରନ୍ତ ଆକ୍ସନ ନେଇ ଲୋକଙ୍କ ଆଶା ବିଶ୍ବାସକୁ ବଜାୟ ରଖନ୍ତୁ । ଏଭଳି ଜଘନ୍ୟ କାଣ୍ଡ କରୁଥିବା ବ୍ୟକ୍ତି ଯଦି ଦଣ୍ଡିତ ନହୁଏ ତାହେଲେ ଓଡି଼ଶାବାସୀ କେବେ ବି କ୍ଷମା ଦେବେନି । ଏହି ଘଟଣାକୁ ନେଇ ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ କିପରି ମାଡ ମାରିଥିଲେ ତାର ଉଦାହରଣ ଦେଇଛନ୍ତି ନବୀନ  ।

ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ଓଏଏସ୍ ସଂଘର ଚରମ ନିଷ୍ପତ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବେ ଓଏଏସ୍ ଅଧିକାରୀ । ଆସନ୍ତାକାଲିଠୁ ସମୂହ ଛୁଟିରେ ରହିବେ ଓଏଏସ୍ ଅଧିକାରୀ । ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଜାରି ରହିବ ପ୍ରତିବାଦ ।

ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଓଏଏସ୍ ସଂଘର ଜିଲ୍ଲା ଶାଖା । ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି । ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ । ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ । ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଜୁଲାଇ ୧ ତାରିଖରୁ ଅର୍ଦ୍ଦିଷ୍ଟ କାଳପାଇଁ ସମୁହ ଛୁଟିରେ ରହିବେ ଅଧିକାରୀ ।

OAS ସଂଘ ନିଷ୍ପତ୍ତିକୁ IAS ସଂଘର ସମର୍ଥନ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ଓଏଏସ ସଂଘର ସଙ୍କଳ୍ପକୁ ସମର୍ଥନ ଜଣାଇଲା ଆଇଏଏସ ସଂଘ । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି । ଏପରି ଘଟଣା ଦୁର୍ଭାଗ୍ୟଜନକ ବୋଲି ଆଇଏଏସ ଓ ଓଏଏସ ସଂଘ ମିଳିତ ଭାବେ ସୂଚନା ଦେଇଛନ୍ତି । ରତ୍ନକର ସାହୁଙ୍କ ଆକ୍ରମଣ ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଆଇଏଏସ ଓ ଓଏଏସ ସଂଘ ।