spot_img
Home Blog Page 65

ଆଜି ହେବ ରତ୍ନ ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ; ଦିନ ୧୨ଟା ୦୯ରୁ ଅପରାହ୍ନ ଗୋଟାଏ ୪୫ ଭିତରେ ମାହେନ୍ଦ୍ର ବେଳା

ପୁରୀ : ଆଜି ହେବ ଶ୍ରୀମନ୍ଦିରରେ ରତ୍ନ ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଦିନ ୧୨ଟା ୦୯ରୁ ଅପରାହ୍ନ ଗୋଟାଏ ୪୫ ଭିତରେ ମାହେନ୍ଦ୍ର ବେଳା ରହିଛି। ଏସଓପି ଅନୁଯାୟୀ ପ୍ରକ୍ରିୟାରେ ଦୁଇଟି ଟିମ୍ କାର୍ଯ୍ୟ କରିବ। ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଦ୍ୱାରା ଭଣ୍ଡାର ମେକାପଙ୍କ ସହଯୋଗରେ ସମସ୍ତ ପ୍ରକ୍ରିୟା କରାଯିବ। ପ୍ରଥମେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରଗୁଡିକର ଗଣତି ମଣତି କରାଯିବ। ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସ୍ୱର୍ଣ୍ଣ ଅଳଙ୍କାରକୁ ହଳଦିଆ, ରୁପା ଅଳଙ୍କାରକୁ ଧଳା ଓ ଅନ୍ୟ ଅଳଙ୍କାରଗୁଡିକୁ ନାଲି ରଙ୍ଗର କନାରେ ରଖି ପ୍ରଥମେ ବାକ୍ସରେ ରଖାଯିବା କ୍ରମାନ୍ୱୟରେ ସେଗୁଡିକୁ ସିନ୍ଦୁକରେ ରଖାଯିବ। ଶନିବାର,ରବିବାର ସହ ବିଶେଷ ନୀତିକାନ୍ତି ଦିନରେ ଗଣତିମଣତି ବନ୍ଦ ରହିବ। ଗଣତି ମଣତି ଦିନ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ ।

ଶ୍ରୀମନ୍ଦିର ବଣିଆ,ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ ଏବଂ ଆରବିଆଇ ଅଧିକାରୀମାନଙ୍କ ଦ୍ୱାରା ସୁନା,ରୁପା,ହୀରା, ମୋତି ଅଳଙ୍କାରର ଗଣତି ଓ ଓଜନ କରାଯିବ । କିନ୍ତୁ ମୂଲ୍ୟାୟନ କରାଯିବ ନାହିଁ । ୧୯୭୮ ମସିହାରେ ହୋଇଥିବା ୭୦ଦିନ ବ୍ୟାପି ଗଣତି ମଣତି ରିପୋର୍ଟ ସହ ବର୍ତ୍ତମାନ ସମୟରେ ମେଳକ କରାଯାଇ ଅଳଙ୍କାର ଗୁଡିକୁ ଟାଗିଙ୍ଗ କରାଯିବ । ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର ଭାବେ ରଖାଯିବା ସହ ଫୋଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଙ୍ଗ କରାଯିବ । ରତ୍ନଭଣ୍ଡାର ଅଳଙ୍କାରାଦି ଗଣତି ପ୍ରକ୍ରିୟାରେ ନୀତି ସଂପାଦନ ଓ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ସହ ଗଣତି କାର୍ଯ୍ୟ କଡା ସୁରକ୍ଷା ମଧ୍ୟରେ କରାଯିବ । ଶ୍ରୀଜିଉଙ୍କର ନୀତି ସଂପାଦନ ଅବ୍ୟାହତ ରଖାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଗଣତି ପ୍ରକ୍ରିୟାର ସୁରକ୍ଷା ଦୃଷ୍ଟିରୁ ଭକ୍ତ ଗଣଙ୍କ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ସୁବିଧା ଉପଲବ୍ଧ ହେବ।ସେହିପରି ଆଜି  ଗଣତି ମଣତି ପ୍ରକ୍ରିୟା ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୦ ସେକ୍ସନ ପୋଲିସ ଫୋର୍ସ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ସୁରକ୍ଷା ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ନିୟୋଜିତ କରାଯାଇଅଛି।ବାଇଶି ପାହାଚ ଓ ସିଂହଦ୍ୱାର ନିକଟରେ ଷ୍ଟ୍ରାଇକିଙ୍ଗ ଫୋର୍ସ ସମେତ ଆଣ୍ଟି ସାବୋଟେଜ ଟିମ ନିୟୋଜିତ ରହିବେ। ଯାଞ୍ଚ ପ୍ରକ୍ରିୟା କୁ କଡାକଡି ଭାବେ କରାଯିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ମେଟାଲ ଡିଟେକ୍ଟର ଟିମ ମଧ୍ୟ ନିୟୋଜିତ କରାଯାଇଥିବା ଜଣାପଡ଼ିଛି।

ଏସସିବିର ନୂତନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଲେ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ

ଏସସିବିର ନୂତନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଲେ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ

ନନ୍ଦିଘୋଷ ବ୍ୟୁରୋ: ଏସସିବି ବଡ଼ ଡାକ୍ତରଖାନାର ନୂତନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଲେ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ । ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।

ଏସସିବି ଅଗ୍ନିକାଣ୍ଡ ଘଟଣାର ହେଉଥିବା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଡକ୍ଟର ଜ୍ୟୋତିଷ ଚନ୍ଦ୍ର । ଅତୀତରେ ଘଟିଥିବା ଅଘଟଣ ଗୁଡ଼ିକର ଯେପରି ପୁନରାବୃତ୍ତି ନ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଲା ବିଜେଡି । ଏସସିବି ଅଗ୍ନିକାଣ୍ଡକୁ ନେଇ ବର୍ଷିଛି କଟକ ଜିଲ୍ଲା ବିଜେଡି । ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ନେତୃତ୍ୱରେ କଟକ ମେୟର, ବିଭିନ୍ନ ୱାଡ଼ର୍ର କର୍ପୋରେଟର ଏବଂ ଦଳୀୟ କର୍ମୀମାନେ ମଙ୍ଗଳାବାଗ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳାବାଗ ଥାନାରେ ପହଞ୍ଚିଥିଲେ । ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏସସିବିର ପୂର୍ବ ଅଧିକ୍ଷକ ଡାକ୍ତର ଗୌତମ ଶଥପଥିଙ୍କ ନାଁରେ ଏତଲା ଦେଇଛନ୍ତି ।

ପୂର୍ବ ସରକାର ଏସସିବିକୁ ବିଶ୍ବ ସ୍ତରୀୟ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ଏବର ସରକାର ଧୂଳିସାତ କରିଛନ୍ତି । ପୂର୍ବ ସରକାରଙ୍କ ସମୟରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା, ତୁରନ୍ତ ଆକ୍ସନ ନେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଏସସିବି ଅଗ୍ନକାଣ୍ଡରେ ବର୍ତ୍ତମାନର ସରକାର ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଇ ନାହାନ୍ତି । ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ ଅପରାଧ ବୋଲି ବିଜେଡି ଅଭିଯୋଗ କରିଛି ।

୯ଦିନ ପରେ ମଧ୍ୟ ଜଣେ କେନ୍ଦ୍ରମନ୍ତ୍ରୀ କଟକ ଯାଇନାହାନ୍ତି;ଏଥିରୁ ସ୍ପଷ୍ଟ ସରକାର ଓଡ଼ିଶାବାସୀଙ୍କ ପ୍ରତି କେତେ ଚିନ୍ତିତ

ନନ୍ଦିଘୋଷ ବ୍ୟୁରୋ :  SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା ଦୁଃଖର ବିଷୟ ଯେ, SCB ମେଡିକାଲରେ ନିଆଁକୁ ୯ ଦିନ ପରେ ବି ଜଣେ ବି କେନ୍ଦ୍ର ମନ୍ତ୍ରୀ କଟକ ଯାଇ ନାହାନ୍ତି । ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇଥିଲେ । ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏହି ସରକାର କେତେ ଚିନ୍ତିତ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା । ପଦକ୍ଷେପ ନିଆ ନଯିବା ଯାଏଁ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନବୀନ ।

ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର ପାଳି ଯାତ୍ରା ; ବିଳମ୍ବିତ ରାତ୍ର ରେ ଅନୁଷ୍ଠିତ ହେବ ବାସନ୍ତିକ ନବରାତ୍ରି ପୂଜା

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ଚୈତ୍ର ମାସର ତୃତୀୟ ମଙ୍ଗଳବାର । ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ତୃତୀୟ ପାଳି ଯାତ୍ରା । ସକାଳ ୫ଟା ୩୦ରୁ ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।  ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ବିଳମ୍ବିତ ରାତ୍ର ରେ ଅନୁଷ୍ଠିତ ହେବ ବାସନ୍ତିକ ନବରାତ୍ରି ପୂଜା । ଏହାସହ ମା ‘ମଙ୍ଗଳା ଙ୍କ ବେଢା ପରିସରରେ କାଳିକା ନୃତ୍ୟ ଅନୁଷ୍ଠିତ ହେବାର ଵିଧି ରହିଛି । ତୃତୀୟ ମଙ୍ଗଳବାରରେ ବ୍ରତଧାରୀ ମହିଳା ମାନେ ପରିବାର ମଙ୍ଗଳକାମନା ପାଇଁ ଗାଁ ଦାଣ୍ଡରେ ପନ୍ଥେଇ  ନିର୍ମାଣ କରି ଗୁଆ, ନଡ଼ିଆ, କଦଳୀ, ଖଇ ସହ ପଣା ହଳଦୀ ପାଣି ଦେଈ ପୂଜା କରିଥାନ୍ତି ।

ପାରାଦ୍ଵୀପ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧

ନନ୍ଦିଘୋଷ ବ୍ୟୁରୋ : ପାରାଦ୍ଵୀପ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ । ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୦ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ,ମତ୍ସ୍ଯ ବିଭାଗ ଓ କୂଳରେ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ଗୁଡିକ ପଇଁତରା ମାରିବା ସହ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ଏହି ୧୦ରୁ ଉର୍ଦ୍ଧ୍ବ ବିଭାଗକୁ  ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ବେଶରେ ଜଳପଥ ରୁ ଆସି ସ୍ଥଳପଥ ରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ବ୍ଲୁ ଟିମ ସ୍ଥଳଭାଗ ରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ ।  ଜଳପଥ ସମେତ ସ୍ଥଳ ପଥରେ ଏହି ସମରାଭ୍ୟାସ ଆରମ୍ଭ ହୋଇଯାଇଛି।

ବାଲେଶ୍ଵରରେ ଜଣଙ୍କୁ ବେକ କାଟି ନିର୍ମମ ହତ୍ୟା ; ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ରେଲୱେ ଷ୍ଟେସନ ସାଇ ମନ୍ଦିର ଗଳି ନିକଟରେ ଜଣଙ୍କୁ ବେକ କାଟି ନିର୍ମମ ହତ୍ୟା । ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର କଲା ସହଦେବଖୁଣ୍ଟା ଥାନା ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ରେଲୱେ ଷ୍ଟେସନ ନିକଟସ୍ଥ ଭାସ୍କରଗଞ୍ଚ ସାଇ ମନ୍ଦିର ଗଳି ରାସ୍ତା ଉପରେ ସକାଳୁ ଶବ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ମୃତଦେହ ଖୋଲା ଦେହରେ ଥିବା ବେଳେ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତକର ବେକ, ଛାତି ଓ ପେଟରେ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ସହଦେବଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵର ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ; ଦୁଇ ଯୁବକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ । ଦୁଇ ଯୁବକ ଗୁରୁତର । ଦୁଇ ଜଣ ନୂଆବଜାର ଅଞ୍ଚଳର ମନୋଜ କୁମାର ସାହୁ ଓରଫ ମୁନା ଓ କାର୍ତ୍ତିକ ପ୍ରସାଦ ଓରଫ ଗେଡୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ସୂଚନା । ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ରେମୁଣାସ୍ଥିତ ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର । ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ତେବେ ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । କିଛିଦିନ ଅନ୍ତରାଳରେ ଅନେକ ବାର ବନ୍ଧୁକ ଫୁଟିବା ଘଟଣା ଏବେ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି।

କଟକ ଲିଙ୍କରୋଡ଼ ସ୍ଥିତ LIC କାର୍ଯ୍ୟାଳୟରେ ଲାଗିଲା ନିଆଁ ; ସମସ୍ତ କାଗଜପତ୍ର ପୋଡ଼ି ଜଳି ନଷ୍ଟ ହୋଇଯାଇଛି

ନନ୍ଦିଘୋଷ ବ୍ୟୁରୋ : କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କରୋଡ଼ ସ୍ଥିତ LIC କାର୍ଯ୍ୟାଳୟରେ ଲାଗିଲା ନିଆଁ । ସକାଳୁ ସକାଳୁ ନିଆଁ ଲାଗିଥିବା ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ଦୁଇଟି ଟିମ୍ ଓ ବକ୍ସି ବଜାର ଫାୟାର ଷ୍ଟେସନ୍ ର ଗୋଟିଏ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ୨୨ ଜଣ ଫାୟାର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରଯାଇଥିଲା । ନିଆଁର ଭୟଭୟତା ଏତେ ଅଧିକ ନଥିଲେ ମଧ୍ୟ ପ୍ରାଥମିକ ସୂଚନାରୁ ଯାହା ଜଣାପଡ଼ିଛି ଯେ, LIC କାର୍ଯ୍ୟାଳୟରେ ଦୁଇଟି ରୁମରେ ଥିବା ସମସ୍ତ କାଗଜପତ୍ର ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି LIC କାର୍ଯ୍ୟାଳୟରେ ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ବୋଲି ଫାୟାର ଅଫିସର ସିଧାସଳଖ ଭାବେ କହିଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି LIC ଅଫିସ୍ ର ଉପରିସ୍ଥ ଅଧିକାରୀ । ତେବେ କେତେ କ୍ଷୟକ୍ଷତି ହୋଇଛି ତାହାର ସଠିକ୍ ରିପୋର୍ଟ୍ ଆସି ନଥିବା ବେଳେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ତ ନଷ୍ଟ ହୋଇଛି ଏଥିରେ ସନ୍ଦେହ ନାହିଁ । କଟକରେ ଥିବା ସମସ୍ତ ଅଫିସ୍ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ସତ୍ତ୍ୱେ ମଧ୍ୟ ଏହାଉପରେ କେହି ଗୁରୁତ୍ଵ ଦେଉ ନାହାନ୍ତି । ଯାହା ଫଳରେ ଆଜି LIC କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ଲୋକେ ।

ପୁଣି ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ ; ଆନୁମାନିକ ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ପୁଣି ବିମାନବନ୍ଦରରୁ ଠାବ ହେଲା ଦାମୀ ଗଞ୍ଜେଇ । ବ୍ୟାଙ୍କକ୍ ରୁ ଭୁବନେଶ୍ୱର ଆସୁଥିବା ବେଳେ ଠାବ ହେଲା ଦାମୀ ନିଶା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ବୋଲି ଜଣାପଡିଛି । ଗଞ୍ଜେଇ ଆଣି ଆସୁଥିବା ୨ ଜଣଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଡିଆରଆଇ କାବୁ କରିବା ପରେ କଷ୍ଟମ ବିଭାଗ କୁ ହସ୍ତାନ୍ତର କରିଛି । ୨ ଅଟକ ଯୁବକଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି । ତେବେ ଭୁବନେଶ୍ୱରରେ କାହା ପାଖକୁ ଆସୁଥିଲା ଏହି ନିଶାଦ୍ରବ୍ୟ, ତାକୁ ନେଇ ଚାଲିଛି ଖୋଳତାଡ଼ । ଜବତ ହାଇଡ୍ରଫୋନିକ ଗଞ୍ଜେଇର ଓଜନ ପ୍ରାୟ ୬ କେଜି ହେବ ।