ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ମିଳିବ | ଗତକାଲି ମୁଖ୍ୟମନ୍ତ୍ରୀ ଏହା କହି ସାରିଛନ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ | ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି | ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | ସେମାନେ ବି ଏକା ବେଳକେ ଦୁଇଟି କିସ୍ତି ପାଇବେ । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ଏପରି ଭାବେ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପକ୍ଷପାତ କରୁଛନ୍ତି ଗୌତମ ଗମ୍ଭୀର ? ODIରେ ଆୟୁଷ ବଦୋନୀଙ୍କ ଚୟନକୁ ନେଇ ଉଠିଲା ପ୍ରଶ୍ନ
ଯୁବ ଅଲରାଉଣ୍ଡର ଆୟୁଷ ବଦୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି । ଏହି ଚୟନ କାରଣରୁ ମୁଖ୍ୟ କୋଚ ଗୌତମ ଗମ୍ଭୀରକୁ ନେଇ ଆଲୋଚନା ଜାରି ରହିଛି ଓ ଫ୍ୟାନ୍ସ ତାଙ୍କ ଉପରେ ଫେଭରେଟିଜର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି କି, ବାସ୍ତବରେ କ’ଣ ବଦୋନୀ ଏହି ଚୟନ ପାଇଁ ହକଦାର ଥିଲେ କି ଗମ୍ଭୀର ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରିଛନ୍ତି ?
ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ପ୍ରଥମ ଦିନିକିଆରେ ବୋଲିଂ ସମୟରେ ଆଘାତ କାରଣରୁ ସିରିଜରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ଟିମ୍ ମ୍ୟାନେଜେମଣ୍ଟ ବଦୋନୀଙ୍କୁ ସ୍କ୍ବାଡରେ ସାମିଲ କରିଥିଲେ । ତା’ପରେ ସିଲେକ୍ସନକୁ ନେଇ ଯୁକ୍ତି ଦେଖିବାକୁ ମିଳିଥିଲା । ଲିଷ୍ଟ ଏ’ରେ ବଦୋନୀଙ୍କ ପ୍ରସର୍ଶନ ଖାସ୍ ରହିନାହିଁ । ସେ ୨୨ଟି ପାଳିରେ ୬୯୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ୩୬.୪୭ ରହିଛି । ସେଥିମଧ୍ୟରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ବଦୋନୀ ହକଦାର ନୁହନ୍ତି ବୋଲି କୁହାଯାଇଛି । ଲିଷ୍ଟ ଏ’ରେ ବଦୋନୀ ୧୮ଟି ଓ୍ବିକେଟ ନେଇଛନ୍ତି ।
ଚଳିତ ବଜୟ ହଜାରେ ଟ୍ରଫି ୨୦୨୫-୨୬ରେ ୨୬ ବର୍ଷୀୟ ବଦୋନୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୩ଟି ପାଳିରେ ମାତ୍ର ୧୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ମାତ୍ର ୮ ରହିଛି । ଏହି କାରଣରୁ ଫ୍ୟାନ୍ସ ବଦୋନୀଙ୍କ ଚୟନକୁ ବିରୋଧ କରୁଛନ୍ତି । ଋଷଭ ପନ୍ତ ଓ ଋତୁରାଜ ଗାଏକ୍ବାଡଙ୍କୁ କାହିଁକି ସାମିଲ କରାଗଲାନି । ସୁନ୍ଦର ଜଣେ ପ୍ରପର ଅଲରାଉଣ୍ଡର । ମାତ୍ର ବଦୋନୀ ଜଣେ ବ୍ୟାଟ୍ସମ୍ୟାନ ଓ ପାର୍ଟଟାଇମ ବୋଲର । ବଦୋନୀଙ୍କ ଉପରେ ଗମ୍ଭୀରଙ୍କ କୃପା ଆଇପିଏଲ ସମୟରୁ ରହିଥିଲା ବୋଲି କିଛି ଫ୍ୟାନ୍ସ ଲେଖିଛନ୍ତି ।
ତେବେ ବଦୋନୀ ଆଇପିଲଏଲ ୨୦୨୫ରେ ଶାନଦାର ପ୍ରଦର୍ଶନ କରିଛନ୍ତି । ସେ ୧୧ଟି ପାଳିରେ ୩୨୯ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୧୪୮.୧୯ ରହିଛି ଓ ୨ଟି ଓ୍ବିକେଟ ନେଇଛନ୍ତି । ରଣଜୀ ଟ୍ରଫିରେ ସେ ୫ଟି ପାଳିରେ ୨୧୮ ରନ୍ ସଂଗ୍ରହ କରିଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୫-୨୬ରେ ବଦୋନୀ ୭ଟି ପାଳିରେ ୨୦୬ ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ହର୍ଷିତ ରାଣାଙ୍କ ଉପରେ ଗମ୍ଭୀରଙ୍କ କୃପା ରହିଛି ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ହର୍ଷିତ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଥିଲେ । ଗମ୍ଭୀର ଆଇପିଏଲ ସହ ଜଡ଼ିତ କିଛି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରୁଥିବା ଅଭିଯୋଗ ହୋଇଛି ।
ପ୍ରଶାନ୍ତ ତମାଙ୍ଗଙ୍କ ମୃତ୍ୟୁ ପଛର କାରଣ କଣ, ନିଦ୍ରା ସମୟରେ କାହିଁକି ହାର୍ଟ ପ୍ରତି ବିପଦ ବଢ଼ୁଛି ?
ଇଣ୍ଡିଆନ ଆଇଡଲ-୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ନିଦ୍ରା ଅବସ୍ଥାରେ ମୃତ୍ୟୁ ଘଟଣା ତାଙ୍କର ଅଗଣିତ ଫ୍ୟାନ୍ସଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ରାତିରେ ଶୋଇଥିବା ସମୟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । କେବଳ ପ୍ରଶାନ୍ତ ନୁହନ୍ତି, ଏପରି ଅନେକ ବ୍ୟକ୍ତି ରାତିରେ ଶୋଇଥିବା ସମୟରେ ହିଁ ଦୁନିଆକୁ ଅଲବିଦା କରିଥିବାର ଦେଖିବାକୁ ମିଳିଛି । ତେବେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ପଛର ମେଡିକାଲ କାରଣ କଣ ? ଜାନୁଆରୀ ୧୧ ତାରିଖରେ ବିଶିଷ୍ଟ ଗାୟକ-ଅଭିନେତା ପ୍ରଶାନ୍ତ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ତାଙ୍କର ମୃତ୍ୟୁରେ ସଙ୍ଗୀତ ଜଗତକୁ ଏକ ବଡ଼ ଝଟକା ଲାଗିଥିଲା । ପ୍ରଶାନ୍ତଙ୍କ ମୃତ୍ୟ ରହସ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଗାୟକଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ଥିଲା ବୋଲି ତାଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି ।
ତେବେ ନିଦ୍ରା ଅବସ୍ଥାରେ ମୃତ୍ୟୁବରଣ କରିବା ଏକ ନୂଆ କଥା ନୁହେଁ । ପୂର୍ବରୁ ଏପରି ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ମଣିଷ ଶୋଇଥିବା ଅବସ୍ଥାରେ କାହିଁକି ଓ କିପରି ମୃତ୍ୟୁବରଣ କରିଥାଏ, ସେନେଇ ଏବେ ପ୍ରଶ୍ନ ଉଠିଛି । କିଛି ଲୋକ ରାତିରେ ଶୋଇଥିଲେ, ମାତ୍ର ସକାଳୁ ଆଉ ଉଠିନଥିଲେ । ହେଲଥ ଏକ୍ସପର୍ଟଙ୍କ ମତରେ, ମଣିଷ ତା’ର ଜୀବନର ଏକ-ତୃତୀୟାଂଶ ଅଂଶ ଶୋଇକରି ବିତାଇଥାଏ । ଏହି ସମୟରେ ମୃତ୍ୟୁ ହେବା କିଛି ବଡ଼ କଥା ନୁହେଁ । ବୟସ୍କ ଓ ବିମାରଗ୍ରସ୍ତ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିନଥାଏ । ମାତ୍ର ୪୦-୪୫ ବର୍ଷୀୟ ଲୋକଙ୍କ ମୃତ୍ୟୁକୁ ନେଇ ଆଲୋଚନା ହୋଇଥାଏ । ଅନେକ ସମୟରେ ମେଡିକାଲ ଯାଞ୍ଚରେ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିପାରି ନଥାଏ ।
ଡାକ୍ତରଙ୍କ ରିସର୍ଚ୍ଚ ମୁତାବକ, ନିଦ୍ରାର ଏପରି ଏକ ଅବସ୍ଥା ରହିଛି ଯେଉଁ ସମୟରେ କି ବ୍ରେନ ସକ୍ରିୟ ରହିଥାଏ ଓ ସ୍ବପ୍ନ ଆସିଥାଏ । ସେହି ଅବସରରେ ଆଖି ଦ୍ରୁତ ଭାବେ ହଲିଥାଏ ମାତ୍ର ଶରୀରର ମାଂସପେଶୀ ରିଲାକ୍ସ ରହିଥାଏ । ଦିଲ ଉପରେ ଅଧିକ ଚାପ ପଡ଼ିପାରେ । ସେହି ସମୟରେ ହାର୍ଟ ରେଟ ଓ ବ୍ଲଡ ପ୍ରେସରରେ ପରିବର୍ତ୍ତନ ଆସିଥାଏ । ଅନେକ ସମୟରେ ହୃଦ ସ୍ପନ୍ଦନ ଅଚାନକ ଗଡ଼ବଡ଼ ହୋଇଯାଇଥାଏ । ତାହାକୁ ସମ୍ଭାଳିବାକୁ ମଣିଷକୁ ସୁଯୋଗ ମିଳିନଥାଏ ଓ ଅଚାନକ ମୃତ୍ୟୁ ଘଟିଥାଏ ।
ଷ୍ଟଡି ମୁତାବକ, ସକାଳ ୩-୪ ସମୟରେ ଶରୀର ପାଇଁ ସବୁଠାରୁ କୋମଳ ହୋଇଥାଏ । ଏହି ସମୟରେ ଅନେକ ଜରୁରୀ ହରମୋନ ସବୁଠାରୁ କମ୍ ସ୍ତରରେ ରହିଥାଏ ଓ ଦିଲ ବା ଶ୍ବାସ ସହ ଜଡ଼ିତ ସମସ୍ୟାର ବିପଦ ବଢ଼ିଥାଏ । ଏହି କାରଣରୁ ମଣିଷ ଆରପାରିକୁ ଚାଲିଯାଇଥାଏ । ଅନେକ ସମୟରେ ପୋଷ୍ଟମର୍ଟମ ପରେ ବି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥାଏ । ତେଣୁ ଡେଥ ସାର୍ଟିଫିକେଟରେ ‘ନ୍ୟାଚୁରାଲ ଡେଥ’ ବା ’କାର୍ଡିଓ-ରିସ୍ପିରେଟରୀ ଫେଲିୟର’ ପରି ଶବ୍ଦ ଲେଖା ଯାଇଥାଏ । ଅନେକ ସମୟରେ ହୃଦ ସ୍ପନ୍ଦନରେ ଗଡ଼ବଡ଼, ହାର୍ଟ ଫେଲୁଅର, ଷ୍ଟ୍ରୋକ, ଶ୍ବାସ ସମସ୍ୟା, ଟାଇପ-୧ ଡାଇବେଟିରେ ‘ଡଡ ଇନ ବେଡ ସିଣ୍ଡ୍ରୋମ’, କାର୍ବନ ମନୋଅକ୍ସାଇଡ, ମେଡିସିନ ଓ ନିଶାର ଓଭରଡୋଜ, ମୁଣ୍ଡରେ ଆଘାତ, ସ୍ପିପ ଏପନିଆ, ମିର୍ଗୀ ଆଦି କାରଣରୁ ମୃତ୍ୟୁ ଘଟିଥାଏ ।

