ପ୍ରହରା ଦେବ ପୁରୀ ପୋଲିସ, ପିସିଆର କର୍ମଚାରୀଙ୍କୁ ମିଳିବ ପୁରସ୍କାର

ପୁରୀ: ଆକ୍ସନ ମୁଡ଼ରେ ପୁରୀ ପୋଲିସ । ସକ୍ରିୟ ହେବ ଏବେ ପୁରୀର ସମସ୍ତ ପିସିଆର ଭ୍ୟାନ । ପୁରୀ ଏସପି କେ. ଵିଶାଲ ସିଂ ଆଜି ପିସିଆର ଭ୍ୟାନ କର୍ମଚାରୀଙ୍କୁ ଡାକି ବିସ୍ତୃତ ଭାବେ କରିଛନ୍ତି ଆଲୋଚନା । ଅତି କମ ସମୟ ମଧ୍ୟରେ କିଭଳି ଘଟଣା ସ୍ଥଳରେ ପହଁଚି ହେବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

ପିସିଆର ଭ୍ୟାନ ସହରରେ କାର୍ଯ୍ୟକ୍ଷମ ଦକ୍ଷତା କୁ ବଢାଇବା ସହ ସମସ୍ତ ପିସିଆର ଭ୍ୟାନ କର୍ମଚାରୀଙ୍କୁ ତଦାରଖ କରିବା ଏବଂ ଅଭିଯୋଗ କଲ ଉପରେ ନଜର ରଖିବା ଲାଗି ଟ୍ରାଫିକ ଡିଏସପି ଏବଂ ଟ୍ରାଫିକ ଆଇଆଇସିଙ୍କୁ ଦାଇତ୍ୱ ଦିଆଯାଇଛି । ତେବେ ପ୍ରତ୍ୟେକ ମାସରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଥିବା ପିସିଆର କର୍ମଚାରୀଙ୍କୁ ଗୋଟେ ଦିନ ଛୁଟି ଏବଂ 2000 ଟଙ୍କା ଆର୍ଥିକ ପୁରସ୍କାର ଦିଆଯିବା ନେଇ ଘୋଷଣା କରିଛନ୍ତି ବିଶାଲ ସିଂ ।

Leave a Reply