ଭାରତ ବନ୍ଦ ବେଳେ ଗଡ଼ିବନି ‘ମୋ ବସ୍’‌ ଖୋଲିବନି ‘ଆହାର କେନ୍ଦ୍ର’

1 min read

ଭୁବନେଶ୍ୱର: ମଙ୍ଗଳବାର ସବୁ ସରକାରୀ ଅଫିସ୍‌ ଓ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସରକାର ନିଷ୍ପତି ନେବା ପରେ ଏବେ ଆହାର କେନ୍ଦ୍ର ବନ୍ଦ ରହିବ ବୋଲି ନିଷ୍ପତି ନେଇଛନ୍ତି । ଖାଲି ସେତିକି ନୁହେଁ ଟ୍ୱିନ୍‌ ସିଟି ଓ ପୁରୀରେ ମୋ ବସ୍‌ ଗଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

AAHAR

ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । କରୋନା ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ କେବଳ ଭାରତ ବନ୍ଦ ଯୋଗୁଁ ନୁହେଁ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହୋଇନଥିବା ଯୋଗୁଁ ସରକାର ଏହି ନିଷ୍ପତି ନେଇଥିବା କୁହାଯାଇଛି । ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner