spot_img
Home Blog Page 644

ଅଗଷ୍ଟ ୧୫ରୁ ନୂଆ ଫାସ୍ ଟ୍ୟାଗ ନିୟମ, ୩ ହଜାର ଟଙ୍କାରେ ମଳିବ ବର୍ଷିକିଆ ଅବଧି

ନନ୍ଦିଘୋଷ ବ୍ୟୁରୋ : ଜାତୀୟ ରାଜବଥରା ଯାତାୟତ କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର  । କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ସରକାର ଘରୋଇ ଗାଡି ଗୁଡିକ ବର୍ଷିକିଆ ଫାସ୍ ଟ୍ୟାଗ୍ ପାସ ଜାରି କରିବେ । ଯାହାର ମୂଲ୍ୟ ୩ ହଜାର ଟଙ୍କା ରହିବ । ଏହି ନିୟମ ଅଗଷ୍ଟ ୧୫ ତାରିଖରୁ ଲାଗୁ ହେବ । ଏହି ପାସରେ ଘରୋଇ ଯାନ ମାଲିକ ମାନେ କମ ଟଙ୍କାରେ ଯାତାୟତ କରିପାରିବେ । ଏହି ପାସ ମାଧ୍ୟମରେ ଗାଡି ମାଲିକମାନେ ବର୍ଷକୁ ୨୦୦ ଥର ଟୋଲରେ ଅତିକ୍ରମ କରିପାରିବେ ।

କେନ୍ଦ୍ରମନ୍ତ୍ରୀ ଗଡକରୀ ଏକ୍ସ ମାଧ୍ୟମରେ କହିଛନ୍ତି,  ଏହି ସୁବିଧାଟି ଅଣ-ବାଣିଜ୍ୟିକ ଯାନବାହନକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି, ଯାହା ଦ୍ଵାରା ଜାତୀୟ ରାଜପଥରେ ସୁଗମ ଯାତ୍ରା ସମ୍ଭବ ହୋଇପାରିବ। ଗଡକରୀ କହିଛନ୍ତି ଯେ ଏହି ପାସ୍ ପାଇଁ ଖୁବ୍ ଶୀଘ୍ର NHAI ଏବଂ MoRTH ର ୱେବସାଇଟ୍ ଓ ‘ରାଜମାର୍ଗ ଯାତ୍ରା ଆପ୍’ ରେ ଏକ ପୃଥକ ଲିଙ୍କ୍ ଉପଲବ୍ଧ କରାଯିବ, ଯାହା ମାଧ୍ୟମରେ ଯାନବାହନ ମାଲିକମାନେ ପାସ୍ ପାଇପାରିବେ। ନବୀକରଣ ପ୍ରକ୍ରିୟା ଅନଲାଇନରେ ମଧ୍ୟ କରାଯାଇପାରିବ।

ନୂତନ ବାର୍ଷିକ ପାସ୍ ନୀତିର ଲକ୍ଷ୍ୟ ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସହିତ ଜଡିତ ପୁରୁଣା ସମସ୍ୟାର ସମାଧାନ କରିବ। ଡିଜିଟାଲ୍ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ସହଜ କରିବ, ଟୋଲ୍ ପ୍ଲାଜାରେ ଅପେକ୍ଷା ସମୟ ହ୍ରାସ କରିବ, ଭିଡ଼ ହ୍ରାସ କରିବ ଓ ବିବାଦ ଦୂର କରିବା ଏହାର ପ୍ରମୁଖ ଲାଭ। ଏହି ଘୋଷଣା ଲକ୍ଷ ଲକ୍ଷ ଘରୋଇ ଯାନ ଚାଳକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଡାଇରିଆ ପ୍ରବଣ ଅଞ୍ଚଳର ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ବର :  ଡାଇରିଆ ପ୍ରବଣ ଅଞ୍ଚଳର ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯିବ। ଡାଇରିଆ ବ୍ୟାପିଛି। ସ୍କୁଲ ଖୋଲିବ ଆସନ୍ତା ଜୁନ ୨୦ରେ। ସ୍ୱଚ୍ଛତା ସହ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲକୁ ଗାଇଡ଼ଲାଇନ ଦିଆଯାଇଛି। ରୋଷେଇ ସାମଗ୍ରୀ ଓ ରୋଷେଇ ଘର ପରିଷ୍କାର ରହିବ। SMC, ପ୍ରଧାନ ଶିକ୍ଷକ, BEO, DEO, CRCC ମାନ ଯାଞ୍ଚ କରିବେ ଯେପରି ସ୍ୱଚ୍ଛ ପରିବେଶରେ ଖାଦ୍ୟ ଦିଆଯିବ। ଆଶା କରାଯାଉଛି, ଡାଇରିଆ ଏଡାଇ ଦିଆଯିବ। ସରକାରଙ୍କ ପରବର୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଥିବା କହିଛନ୍ତି ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ଭବାନୀ ପ୍ରସାଦ ମିଶ୍ର।

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଇଜି ସାଇନି ଏସ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି ଆଇଜି । ଅନ୍ଯପଟେ ପୀଡିତା ଓ ପୁରୁଷବନ୍ଧୁ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ସ୍ଥାନ ବୁଲି ଦେଖିଛନ୍ତି ଏସପି ଶର୍ବଣା ବିବେକ ଏମ., ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର ଅଧିକାରୀ। ଟିମ ସହିତ ପରିବହନ ମନ୍ତ୍ରୀ ମଧ୍ଯ ଗଣଦୁଷ୍କର୍ମ ସ୍ପଟ ବୁଲି ଦେଖିଥିଲେ। ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରାଯିବ । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକୀକରଣ କରାଯିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି । ଘଟଣାର ଗୁରୁତ୍ବକୁ ଦେଖି ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା କରାଯାଇ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ସରକାର । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ୬ ଜଣ ସାବାଳକ ଥିବାବେଳେ ଗିରଫଙ୍କ ମଧ୍ଯରେ ୪ ଜଣ ନାବାଳକ ଅଛନ୍ତି । ୬ ସାବାଳକ ହେଲେ କୁନାଳ ପ୍ରଧାନ, ପ୍ରମୋଦ ନାୟକ, ଲକ୍ଷ୍ମଣ ପ୍ରଧାନ, ଓମ ପ୍ରଧାନ, ବାବୁରାମ ଦଳାଇ ଓ ଦୀପକ ତରାଇ । ଅନ୍ଯପଟେ ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ୧୦ ଅଭିଯୁକ୍ତଙ୍କ ମଧ୍ଯରୁ ୩ ଜଣ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ୭ ଜଣ ସହଯୋଗ କରିଥିବା ସୂଚନା ମିଳିଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନହୁଏ ତାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଉପରେ ପୁଣି ଆକ୍ରମଣ

ନନ୍ଦଘୋଷ ବ୍ୟୁରୋ :  ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ କରାଯାଇଛି। ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଚାରୋଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନ୍ ପେଶାୱାରରୁ କ୍ୱେଟା ଯାଉଥିଲା। ପୋଲିସ ଅନୁଯାୟୀ, ବିସ୍ଫୋରଣ ଟ୍ରାକରେ ପ୍ରାୟ ତିନି ଫୁଟ ଗଭୀର ଏବଂ ଚଉଡା ଏକ ଗାତ ସୃଷ୍ଟି କରିଥିଲା। ଯେତେବେଳେ ଛଅ ଫୁଟ ଟ୍ରାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୋଚ୍‌ ଗୁଡ଼ିକର ଚକ ଟ୍ରାକରୁ ଖସିପଡ଼ିଥିଲା ଓ ଟ୍ରେନଟି ସହିତ ଅଟକି ଯାଇଥିଲା। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି, ଯଦିଓ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇଥିବା ଜଣାପଡିନି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି।

ଜାଫର ଏକ୍ସପ୍ରେସ୍ ପୂର୍ବରୁ ମଧ୍ୟ ଆକ୍ରମଣର ଶିକାର ହୋଇଆସିଛି। ବେଲୁଚିସ୍ତାନ ଦୀର୍ଘ ସମୟ ଧରି ଅସ୍ଥିରତା, ବିଚ୍ଛିନ୍ନତା ଏବଂ ସେନା ବିରୁଦ୍ଧରେ ବିଦ୍ରୋହ ସହିତ ଲଢ଼େଇ କରିଆସୁଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବର୍ଷ ମାର୍ଚ୍ଚରେ ବାଲୁଚ୍ ଲିବରେସନ୍ ଆର୍ମି ଜାଫର ଏକ୍ସପ୍ରେସ୍ ଅପହରଣ କରିଥିଲା, ଯେଉଁଥିରେ ପ୍ରାୟ ୩୫୦ ଯାତ୍ରୀ ଥିଲେ। ତଥାପି, ପରେ ଏକ କଷ୍ଟକର ଅପରେସନ୍ ପରେ, ପାକିସ୍ତାନ ସେନା ଟ୍ରେନଟିକୁ ବ୍ଲା କବଜାରୁ ମୁକ୍ତ କରିଥିଲା, କିନ୍ତୁ ବ୍ଲା ୧୦୦ ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଥିଲା।

ବିବାହ ପୂର୍ବରୁ ହତ୍ୟା : ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ବିବାହ ଲାଗି ବେଙ୍ଗାଳୁରୁରୁ ଗୋଆ ଗଲେ ଯୁବକଯୁବତୀ। ହେଲେ ସେଠାରେ ଯୁବତୀଙ୍କୁ ହତ୍ୟା କଲେ ଯୁବକ। ହତ୍ୟା ଅଭିଯୋଗରେ ଦକ୍ଷିଣ ଗୋଆ ପୋଲିସ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ଗୋଆ ପ୍ରତାପ ନଗରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ କଳହ ସୃଷ୍ଟି ହେବା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତର ବେଙ୍ଗାଳୁରୁର ସଞ୍ଜୟ କେଭିନ ଏମ। ମୃତକ ହେଉଛନ୍ତି ୨୨ ବର୍ଷ ବୟସ୍କା ରୋଶନି ମୋଜେସ ଏମ। ତାଙ୍କ ଘର ବି ବେଙ୍ଗାଳୁରୁରେ ବୋଲି ସୂଚନା ମିଳିଛି। ପୋଲିସର ସୂଚନା ମୁତାବକ ସଞ୍ଜୟ ଓ ରୋଶନି ଦୁହେଁ ବିବାହ କରିବା ଲାଗି ଗୋଆ ଯାଇଥିଲେ। ମାତ୍ର ସେଠାରେ ରୋଶନିଙ୍କୁ ହତ୍ୟା କରି ସଞ୍ଜୟ ଜଙ୍ଗଲରେ ଫୋପାଡି ଦେଇଥିଲା। ଦକ୍ଷିଣ ଗୋଆର ପ୍ରତାପ ନଗରର ଜଙ୍ଗଲ ଇଲାକାରେ ଯୁବତୀଙ୍କ ଶବ ଠାବ ହୋଇଛି। ତାଙ୍କର ଗଳା କଟିଥିବା ଦେଖାଯାଇଛି। ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ଦକ୍ଷିଣ ଗୋଆ ଏସପି ଟିକମ ସିଂ ବର୍ମା। ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ସଞ୍ଜୟକୁ ଗିରଫ କରାଯାଇଛି।

ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର, ଲକ୍ଷାଧିକ ଲୋକ ଜଳବନ୍ଦୀ

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର। ଲକ୍ଷାଧିକ ଲୋକ ଜଳବନ୍ଦୀ। ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋତାଡ ଜିଲ୍ଲା। ଫ୍ଲାସଫ୍ଲଡ ଯୋଗୁ ଘଟିଛି ବଡ଼ ଦୁର୍ଘଟଣା। ଭାସିଗଲା ଇକୋଭ୍ଯାନ। ଲାଠିଧରରୁ ସଙ୍ଗଭଦାର ଯାଉଥିବାବେଳେ ଏକ ଇକୋଭ୍ଯାନ ଭାସିଯାଇଥିଲା। ପ୍ରବଳ ଜଳସ୍ରୋତରେ ଭ୍ଯାନଟି ଭାସିଯାଇଥିବାବେଳେ ସେଥିରେ ଥିବା ୯ ଯାତ୍ରୀ ବି ଭାସିଯାଇଥିଲେ। ତେବେ ୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ଲାଗି ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି। ଏହା ସହ ପୋଲିସ, ଅଗ୍ନିଶମବାହିନୀ ବି ରେସ୍କୁଅପରେସନରେ ସାମିଲ ହୋଇଛନ୍ତି। ସେପଟେ କ୍ରମାଗତ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ହାତ ଧରିଥିଲେ ସାତ ଜନମ ଲାଗି, ଗଲାବେଳେ ବି ସାଥୀ ହୋଇ ଚାଲିଗଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ବିଧିର ବିଧାନ ବିଚିତ୍ର । ସାତ ଜନମର ସାଥୀ ହୋଇ ବଞ୍ଚିଥିଲେ । ଇହଧାମ ତ୍ୟାଗ ପରେ ବି ସେମାନେ ହୋଇଗଲେ ସାତ ଜନମର ସାଥୀ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ । ବିମାନ ଦୁର୍ଘଟଣା ପରେ ସେଠାର ଚାଲିଛି ଡିଏନଏ ମେଳ ପ୍ରକ୍ରିୟା । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଅଶୋକଭାଇ ପଟେଲ ଓ ଶୋଭନାବେନ ପଟେଲ । ଏହି ଦମ୍ପତିଙ୍କ ମୂଳ ରାଜ୍ୟ ଗୁଜରାଟ । ସେମାନେ ୧୯୭୮ରୁ ବ୍ରିଟେନରେ ରହିଆସୁଥିଲେ । ତେବେ ଗତ ଜୁନ ୧୨ ପ୍ଲେନକ୍ରାସରେ ସେମାନେ ଆରପାରିକୁ ଚାଲିଯାଇଥିଲେ । ମରଶରୀରଗୁଡିକୁ ଚିହ୍ନଟ ସକାଶେ ଡିଏନଏ ନମୁନା ଲାଗି ଲଣ୍ଡନରେ ରହୁଥିବା ପୁଅ ମିତେନ ପଟେଲଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଡାକିଥିଲେ । ଡକରା ପାଇବା ପରେ ମିତେନ ଓ ଭାଇ ହେମେନ ହସ୍ପିଟାଲକୁ ଆସିଥିଲେ । ଲଣ୍ଡନରେ ଥିବା ପୁଅଙ୍କୁ ଗତ ଜୁନ ୧୫ରେ ଅର୍ଥାତ ପିତୃଦିବସରେ ଯାଇଥିଲା ଫୋନ । ସେମାନେ ଫେରିବା ପରେ ଡିଏନଏ ଟେଷ୍ଟ କରାଯାଇଥିଲା । ବାପା ଅଶୋକଭାଇଙ୍କ ଡିଏନଏ ମେଳ ଖାଇବାରୁ ତାଙ୍କ ମରଶରୀର ନେବା ଲାଗି ପୁଅଙ୍କୁ ଅନୁମତି ମିଳିଥିଲା । ଉଭୟ ବାପା, ମାଙ୍କ  ମରଶରୀର ଲଣ୍ଡନ ନେବା ଲାଗି ଦୁଇ ପୁଅ ଯୋଜନା କରିଥିଲେ । ତେବେ ମାଆଙ୍କ ମରଶରୀରକୁ ପାଇବା ଏକ ବଡ଼ ପ୍ରଶ୍ନ ଥିଲା । ମାଆଙ୍କ ମରଶରୀର ନ ପାଇ ସେମାନେ ବାପାଙ୍କ ମରଶରୀର ଧରି ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ । ତେବେ ସେମାନେ ଦେଖିଥିଲେ ବର୍ତ୍ତମାନ ସୁଦ୍ଧା ୯୮ଟି ମରଶରୀରକୁ ଚିହ୍ନଟ କରାଯାଇଛି । 98ତମ ଚିହ୍ନଟ ନମୁନା ହେଉଛି ତାଙ୍କ ବାପାଙ୍କର । ଡିଏନଏ ଚିହ୍ନଟ ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବାରୁ ସେମାନେ କେବଳ ବାପାଙ୍କ ଦେହାବଶେଷ ଧରି ଫେରୁଥିଲେ । ବାପାଙ୍କ ମରଶରୀର ଧରି ଫେରୁଥିବାବେଳେ ହଠାତ୍ ହସ୍ପିଟାଲରୁ ଆସିଥିଲା ଫୋନ । ଡିଏନଏ ମେଳଖାଇଥିବା ୯୯ତମ ବ୍ୟକ୍ତି ଥିଲେ ଶୋଭନାବେନ । ଦୁଇ ଭାଇ ଏହା ଶୁଣି ହତବାକ ହୋଇଯାଇଥିଲେ । ସେମାନେ ତୁରନ୍ତ ହସ୍ପିଟାଲ ଯାଇ ବୁଲେଟିନ ବୋର୍ଡରେ ୯୯ତମ ମୃତକଙ୍କ ନାମ ତାଙ୍କ ମା ବୋଲି ଜାଣିଲେ । ବଞ୍ଚିଥିବାବେଳେ ବାପା-ମା ହୋଇଥିଲେ ସାତ ଜନମର ସାଥୀ । ମଲାପରେ ବି ସେମାନେ ସାଜିଥିଲେ ସାତ ଜନମର ସାଥୀ ।

ଭାରତ ବିରୋଧରେ ପୁଣି କହିଲେ ପାକିସ୍ତାନ ଆର୍ମି ଚିଫ ଅସୀମ ମୁନୀର

ନନ୍ଦିଘୋଷ ବ୍ୟୁରୋ : ଭାରତ ବିରୋଧରେ ପୁଣି କହିଲେ ପାକିସ୍ତାନ ଆର୍ମିଚିଫ ଅସୀମ ମୁନୀର । ଓ୍ବାଶିଂଟନ ଗସ୍ତରେ ଥିବା ମୁନୀର ଖୋଲାଖୋଲି ଇରାନ ସହ ରହିଥିବା କହିବା ସହ ଖୁବ୍ ଶୀଘ୍ର ଇସ୍ରାଏଲ-ଇରାନ ଉତ୍ତେଜନା ଥମିବ ବୋଲି କହିଛନ୍ତି । ଆମେରିକୀୟ ପାକିସ୍ତାନୀଙ୍କୁ ଉଦବୋଧନ ଦେଇ ମୁନୀର କହିଛନ୍ତି- ଭାରତ ବିରୋଧରେ ପାକିସ୍ତାନର ବିଜୟ ହୋଇଛି ।  ନିଜ ଅଭିଭାଷଣରେ ସେ ନିମ୍ନମାନର କୂଟନୀତିକୁ ସମାଲୋଚନା କରିବା ସହ ବିଶ୍ବ ସମୁଦାୟଙ୍କୁ ପ୍ରଭାବିତ କରିବାରେ ଭାରତ ସଫଳ ହୋଇଥିବାବେଳେ ପାକିସ୍ତାନ ବିଫଳ ହୋଇଛି ବୋଲି କହିଥିଲେ । ପାକିସ୍ତାନରେ ରାଜନୈତିକ ଓ ସାମରିକ ନେତୃତ୍ବର ଏକତାକୁ ସେ ପ୍ରାଧାନ୍ୟ ଦେବା ସହ ଉଭୟକୁ ଶରୀର ଓ ଆତ୍ମା ବୋଲି ତୁଳନା କରିଥିଲେ । ପାକିସ୍ତାନର ସହାୟତା ପାଉଥିବା ବିଷୟକୁ ଖୋଲାଖୋଲି ସ୍ବୀକାର କରିବା ସହ ସେ ଦେଶର ଅର୍ଥନୀତିକୁ ଶକ୍ତ କରିବା ଲାଗି ପାକିସ୍ତାନ ନିକଟରେ ସମ୍ବଳ ରହିଛି ବୋଲି କହିଥିଲେ । ସେପଟେ ମୁନୀର ଓ୍ବାଶିଂଟନର ଏକ ହୋଟେଲରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଗଣହତ୍ୟାକାରୀ ବୋଲି କହିବା ସହ ତାଙ୍କୁ ବିରୋଧ କରିଥିଲେ । ନିଜର କହିବାର ଅଧିକାର ରହିଛି ବୋଲି ଆନ୍ଦୋଳନକାରୀ ମତ ଦେଇଥିଲେ । ଆମେରିକା ଓ ପାକିସ୍ତାନ ମଧ୍ୟରେ ସାମରିକ ଓ କୌଶଳଗତ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ମୁନୀର । ତେବେ ଆମେରିକା ସେନାର ୨୫୦ ବର୍ଷ ପୂର୍ତ୍ତି ଉତ୍ସବରେ ସେ ସାମିଲ ହୋଇନଥିବା ଜଣାଯାଇଛି । ସେପଟେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁରରେ ଚାଷୀ ଧାନ ବିକି ପାରୁନି, ବର୍ଷାରେ ଭିଜୁଛି ଧାନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଚାଷୀଙ୍କୁ ଠକି ଦେଲେ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାରେ ଗତକାଲିଠୁ ବର୍ଷା ଲାଗିରହିଥିବା ବେଳେ ଲଗାଣ ବର୍ଷାରେ ଭିଜୁଛି ଚାଷୀର ଧାନ। ଉପଯୁକ୍ତ ସମୟରେ ଚାଷୀ ଧାନ ବିକ୍ରି ପାଇଁ ଟାର୍ଗେଟ ଆସୁନଥିବାରୁ ଧାନ ବିକ୍ରି କରିନପାରି ଏବେ ବର୍ଷାରେ ଭିଜୁଚି। ସମ୍ବଲପୁର ଜିଲ୍ଲାରେ ଟାର୍ଗେଟ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ସରକାର ପ୍ରତିଶ୍ରୁତି ଦେବାପରେ ମଧ୍ୟ ଟାର୍ଗେଟ ଆସି ପାରିଲା ନାହିଁ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆସିଲେ କଥା ଦେଲେ ତାପରେ ବି ଚାଷୀ ଧାନ ବିକି ପାରୁନି।

ଯାଜପୁରରେ ହଇଜାରେ ଆଉ ୨ ଜଣଙ୍କ ମୃତ୍ୟୁ

ଯାଜପୁର : ଯାଜପୁରରେ ହଇଜାରେ ଆଉ ୨ ଜଣଙ୍କ ମୃତ୍ୟୁ। ଏହା ସହିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏବେ ବି ୨୧୦  ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବ୍ୟାସନଗର ଯାଜପୁର ରୋଡ଼ ଅର୍ବାନ ସି ଏଚ ସିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବର୍ଷକର ଶିଶୁ କନ୍ୟା ସୁଧୀନି ମୁର୍ମୁ ଓ ୨୫ ବର୍ଷର ପୂଜା ସାମାଡ଼। ଉଭୟେ ବ୍ୟାସନଗର ଚୂନଭାଟି ଅଞ୍ଚଳର। ଗୁରୁତର ଅବସ୍ଥାରେ ବ୍ୟାସନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ପୂଜା ସାମାଡ଼। ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।