ନନ୍ଦିଘୋଷ ବ୍ୟୁରୋ: ଖରାଛୁଟି ପରେ ଆସନ୍ତାକାଲିଠାରୁ ସ୍କୁଲ ଖୋଲିବାର ଥିଲେ ମଧ୍ୟ ଡାଇରିଆ ଅଞ୍ଚଳରେ ସ୍କୁଲ ଖୋଲିନପାରେ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଡାଇରିଆ ବ୍ୟାପିଥିବା ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ ରଖିପାରିବେ। ଆକ୍ୱାଗାର୍ଡ ନ ଥିବା ସ୍କୁଲରେ ପିଲାଙ୍କୁ ଫୁଟା ପାଣି ପିଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଚିକାମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବା ପାଇଁ କୁହାଯାଇଛି। ହଷ୍ଟେଲରେ ବି ସମାନ ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ସ୍କୁଲ ପରିସରର ସ୍ଵଚ୍ଛତା ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ, ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍
ନନ୍ଦିଘୋଷ ବ୍ୟୁରୋ: ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ ପାଇଁ ୩ ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ କେନ୍ଦ୍ରୀୟ ଟିମ୍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍। ଏହି ସବୁ ଜିଲ୍ଲାରେ ସ୍ଥିତିର ଅନୁଧ୍ୟାନ କରାଯିବ। ଭଦ୍ରକ ପହଞ୍ଚିଲେ କେନ୍ଦ୍ରୀୟ ଓ ରାଜ୍ୟର ସ୍ବାସ୍ଥ୍ୟ ଟିମ । ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଜଣିଆ ଟିମ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମର ୨ ଜଣ ଥିବା ବେଳେ ଜଣେ ରାଜ୍ୟରୁ ଅଛନ୍ତି। ସମୀକ୍ଷା ପରେ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳକୁ ଗସ୍ତ କରିବ ଏହି ଟିମ୍ ।
ଗତକାଲି କେନ୍ଦ୍ରୀୟ ଟିମ୍ ସହିତ ସ୍ଵାସ୍ଥ୍ୟ ବିଭାଗର ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ପ୍ରତ୍ୟେକ ଜିଲ୍ଲାରେ ଗଠନ ହେବ କୋର୍ ଟିମ। ଏହି ଟିମର ଆବାହକ ରହିବେ CDMO। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତର୍ଜମା କରାଯିବ ଏବଂ ତାପର ଦିନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପ୍ରତି ୩ ଦିନରେ ବିଶୋଧନକୁ ତ୍ବରାନ୍ବିତ କରାଯିବ। ରୋଗୀଙ୍କ କେସ୍ ହିଷ୍ଟ୍ରି ଯାଞ୍ଚ କରାଯିବ। ଡାଇରିଆକୁ ନେଇ ବ୍ୟାପକ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ। ପଞ୍ଚାୟତିରାଜ ବିଭାଗର RWSSର କର୍ମଚାରୀ ମାନେ ଜଳ ଉତ୍ସକୁ ବୁଲି ଦେଖିବେ। ଡାଇରିଆ ସଚେତନତା କ୍ୟାମ୍ପେନରେ ଯୋଗଦେବେ ମିଶନ ଶକ୍ତି ମହିଳା। ସ୍କୁଲ ଖୋଲୁଥିବାରୁ ସବୁ ସ୍କୁଲରେ ବିଶୋଧନ ହେବ ପାଣି। ହଷ୍ଟେଲ ଓ ସ୍କୁଲରେ ସଫା ହେବ ପାଣି ଟାଙ୍କି। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିର ଗୁଣବତ୍ତା ଯାଞ୍ଚ ହେବ। ଏହାସହ ପିଲାଙ୍କ ହାତ ଧୂଆ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।
ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଏମିତି କହିଲେ ଖାମେନେଇଙ୍କ ପୁତୁରା
ନନ୍ଦିଘୋଷ ବ୍ୟୁରୋ: ସପ୍ତମ ଦିନରେ ମଧ୍ୟପ୍ରାଚ୍ୟ ଉତ୍ତେଜନା। ଗତକାଲି ଇସ୍ରାଏଲ ଉପରେ ଜବରଦସ୍ତ ହମଲା କରିଛି ଇରାନ। ଫତେହ -୧ ମିସାଇଲ ମାଡ଼ କରିଥିଲା ଇରାନ। ଏହାର ଜବାବରେ ଇସ୍ରାଏଲ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ତେବେ ଏଭଳି ଏକ ପରିସ୍ଥିତିରେ ଇରାନର ଶାସକ ବର୍ଗଙ୍କ ସର୍ବୋଚ୍ଚ ନେତା ଆୟୋଜୁଲ୍ଲା ଅଲ୍ଲୀ ଖାମେନେଇଙ୍କ ପୁତୁରା ଦେଇଥିବା ପ୍ରତିକ୍ରିୟା ବେଶ ଚର୍ଚ୍ଚାରେ ରହିଛି । ଫ୍ରାନ୍ସରେ ରହିଥିବା ତାଙ୍କ ପୁତୁରା କହିଛନ୍ତି କି, ସେ ଯୁଦ୍ଧ ସପକ୍ଷରେ ନାହାନ୍ତି । ତେବେ ସେ ବିଶ୍ବାସ କରନ୍ତି କି ଇସଲାମିକ ରାଷ୍ଟ୍ରରେ ଗଣରାଜ୍ୟର ଶେଷ ହେଉଛି ପ୍ରକୃତ ଶାନ୍ତିର ପଥ । ଏହାସହ ସେ କହିଛନ୍ତି କି, ତାଙ୍କ ଦାଦାଙ୍କ ଶାସନର ଅନ୍ତ ଘଟିବା ଜରୁରୀ । ଖାମେନେଇଙ୍କ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ସେ ରହିଥିବା ମଧ୍ୟ ଇଣ୍ଟରଭିୟ୍ୟୁ ସମରେ କହିଛନ୍ତି । ଇସ୍ରାଏଲ ସହ ସାମରିକ ମୁକାବିଲା କରିବା ଦୁର୍ଭାଗ୍ୟଜନକ । କିନ୍ତୁ ଏପରି ଏକ ବ୍ୟବସ୍ଥା ଏହା ଅନିବାର୍ଯ୍ୟ ଯାହା ମୁଣ୍ଡ ନୁଆଁଏ କିମ୍ବା ସଂସ୍କାର ଗ୍ରହଣ କରେ ।
ସେପଟେ ପୁତୁରା ମୋରାଦଖାନି କହିଛନ୍ତି କି, ଇରାନରେ ଇସଲାମିକ ଶାସନ ଅନ୍ତ ହେବା ଉଚିତ୍ । କହିଛନ୍ତି କି, ପରିସ୍ଥିତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ମୁଁ ଦୁଃଖିତ । କିନ୍ତୁ ଇରାନୀ ଶାସନର ଦୁର୍ବଳତା ଦେଖି ବହୁତ ଖୁସି । ଇରାନରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ମୁଁ ସେଠାକାର ଲୋକଙ୍କ ସହ କଥା ହୋଇପାରୁନାହିଁ । ତେବେ ଇସଲାମିକ ଗଣରାଜ୍ୟର ଯେତେ ଶୀଘ୍ର ଅନ୍ତ ହେବ ଏହା ବେଶ ଭଲ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ମଧ୍ୟ ସୋସିଆଲ ମିଡିଆରେ ଇରାନକୁ ଚେତାବନୀ ଦେଇସାରିଛନ୍ତି । ଆତ୍ମସମର୍ପଣ କରିବାକୁ କହିଛନ୍ତି ଟ୍ରମ୍ପ ।

