spot_img
Home Blog Page 6402

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା

ଭୁବନେଶ୍ୱର: ଆଗରେ ଓଡ଼ିଶା । ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଚାଲିଛି ସଂଘର୍ଷ । ଆଉ ଏହି ସଂଘର୍ଷର ଶିର୍ଷରେ ପହଞ୍ଚି ପାରିଛି ଓଡ଼ିଶା । କରୋନାକୁ ମାତ୍ ଦେବାକୁ ରାଜ୍ୟ ସରକାରଙ୍କ ଲକଡାଉନ୍ ଓ ସଟଡାଉନ ଭଳି ପଦକ୍ଷେପ ଯୋଗୁଁ ଓଡ଼ିଶାରେ କରୋନା ସ୍ଥିତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି । ଅନ୍ୟପଟେ ଦିନକୁ ଦିନ ଟେଷ୍ଟିଂ ବଢିବା କାରଣରୁ ନୂଆ କରୋନା ରୋଗୀ ଚିହ୍ନଟ ହେବା ସହ ସେମାନଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଯାହା ପାଇଁ ଆଜି ଓଡ଼ିଶାକୁ ସଫଳାତା ମିଳିଛି ।

ତେବେ କୋଭିଡ୍‌ ପରିଚାଳନା ନେଇ ଓଡ଼ିଶାକୁ  WHO ପକ୍ଷରୁ ପ୍ରଶଂସା କରାଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍‌ ନେଇ ଆଗୁଆ ପଦକ୍ଷେପ ନେଇଥିଲା ଓଡ଼ିଶା । କୋଭିଡ୍ ହସପିଟାଲ୍ ଓ ଟେଷ୍ଟିଂକୁ ଓଡ଼ିଶାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମହାମାରୀ ପରିଚାଳନାକୁ ଗ୍ରାମ ପଞ୍ଚାୟତସ୍ତରରୁ ସୁଦୃଢ଼ କରାଯାଇଛି । ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ରାଜ୍ୟକୁ WHO ପ୍ରଶଂସା କରିଛି । WHO ପ୍ରଶଂସା କରିବା ପରେ ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ଖୁବ୍‌ କମ୍‌ ରହିଛି । ଓଡ଼ିଶାର ମୃତ୍ୟୁ ହାର .୨୯% ରହିଥିବା ବେଳେ ସୁସ୍ଥତା ହାର ୬୯.୪ ପ୍ରତିଶତ ରହିଛି । ତେବେ ସୁସ୍ଥତା ହାରରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଖୁବ୍‌ ଆଗରେ ରହିଛି ।

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି

କଟକ: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ । ୨୮ ତାରିଖ ଦିନ ଶୁଣାଣି ସମୟରେ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ଦୁଇଦିନ ସମୟ ଦେଇଥିଲେ କୋର୍ଟ । ମାମଲାର ଅଗ୍ରଗତି ସମ୍ପର୍କରେ ଅଦାଲତରେ ଆଜି ତଥ୍ୟ ରଖିବେ ଭୁବନେଶ୍ୱର ଡିସିପି ।

ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରିବା ପାଇଁ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି, ଯେ ନାବାଳିକାର ଗଣଦୁଷ୍କର୍ମ ଘଟଣାରେ ପୁଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ଥିବା ଅଭିଯୋଗ ରହିଛି ।

ଏସଆଇଟି ଗଠନ କରିଦେଇ ପୁଲିସ ଚୁପ୍ ହୋଇ ବସିଥିବା ଆବେଦନରେ ଦର୍ଶାଯାଇଛି । ମାମଲାରେ ଗୃହ ବିଭାଗ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ୱର ମହିଳା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ମିଠା ବିକ୍ରୀକୁ ପ୍ରସ୍ତୁତ ନୂଆ ଗାଇଡ଼ଲାଇନକୁ କାହିଁକି ବିରୋଧ ? କ’ଣ ରହିଛି ଏହି ଗାଇଡ଼ଲାଇନରେ ଜାଣନ୍ତୁ…

ନୂଆଦିଲ୍ଲୀ: ମିଠା ବିକ୍ରୀକୁ ନେଇ କେନ୍ଦ୍ରର ନୂଆ ଗାଇଡ଼ଲାଇନକୁ ବିରୋଧ । ଓଡ଼ିଶାର ମିଠା ବ୍ୟବସାୟୀ ସଂଘ ନୂଆ ଗାଇଡ଼ଲାଇନକୁ ନେଇ ଚିନ୍ତାରେ ପଡିଛନ୍ତି । ଏଥିପାଇଁ ଆସିଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ତେବେ ନୂଆ ଆଇନକୁ ନେଇ ଅସନ୍ତୁଷ୍ଟ ରାଜ୍ୟର ମିଠା ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ।

ନିର୍ଦ୍ଦେଶନାମା ଅନୁସାରେ, ମିଠା ଦୋକାନୀମାନେ ମିଠା ପ୍ରସ୍ତୁତର ସମୟ ଓ ତାରିଖ ବିଷୟରେ ସୂଚନା ଦେବେ । କେତେ ଦିନ ପର୍ଯ୍ୟନ୍ତ ମିଠା ବିକ୍ରୀ ହୋଇପାରିବ ଏହାର ସୂଚନା ଦେବେ ଦୋକାନୀ । ମିଠା ବ୍ୟବସାୟ କ୍ଷେତ୍ରରେ ଏହି ଆଇନ ଲାଗୁ ହୋଇଥିବାବେଳେ ବେକେରି ଆଇଟମରେ କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ମିଷ୍ଟାନ ବ୍ୟବସାୟୀ ସଂଘ ।

ଏହି ଆଇନକୁ ଓଡ଼ିଶା ସମେତ ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଗୁଜୁରାଟ,ରାଜସ୍ଥାନ  ତଥା ଅନ୍ୟ ରାଜ୍ୟରେ ମିଠା ବ୍ୟବସାୟୀ ସଂଘ ବିରୋଧ କରିଛନ୍ତି । ରାଜ୍ୟ ମିଷ୍ଚାନ ସଂଘର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ପାହାଳ ମିଠା ବ୍ୟବସାୟ ସଂଘ ..ନୂଆ ଗାଇଡଲାଇନ୍ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରକୁ ଏକ ଦାବି ପତ୍ର ଦିଆଯାଇଛି । କରୋନା କଟକଣା ଭିତରେ ଏବେ ହାତବାନ୍ଧି ବସିଛନ୍ତି ମିଠା ବ୍ୟବସାୟ । ଏଭଳିସ୍ତଳି ଏହି ନୂଆ ଗାଇଡଲାଇନ୍ ବୋଝ ଉପରେ ଲଳିତାବିଜା ସଦୃଶ ଉଭା ହୋଇଛି ।

ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

0

ଉତ୍ତର ପ୍ରଦେଶ: ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ମଧ୍ୟରେ ହାଥରସ ଗଣଦୁଷ୍କର୍ମ  ପୀଡିତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଶବଦାହ କରାଯାଇଥିଲା । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା, ଯେଉଁଠି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ, କିନ୍ତୁ ପୋଲିସ ମୁତୟନ ମଧ୍ୟରେ ପୀଡିତାଙ୍କୁ ଶବଦାହ କରାଯାଇଥିଲା ।

ମଧ୍ୟରାତ୍ରିରେ ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ବିରୋଧ ସତ୍ତ୍ୱେ ପୋଲିସ ପୀଡିତାଙ୍କ ଶବଦାହ କରିଥିଲା । ଗ୍ରାମବାସୀଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଗଣଦୁଷ୍କର୍ମ ପୀଡିତାଙ୍କ ମୃତଦେହ ରାତି ୧୨.୪୫ରେ ହାଥରସରେ ପହଞ୍ଚିଥିଲା । ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସ ନିଆଯାଉଥିବା ବେଳେ ଲୋକମାନେ ଏହାକୁ ଅଟକାଇଥିଲେ। ଆମ୍ବୁଲାନ୍ସ ପୀଡିତାଙ୍କ ଗାଁ ନିକଟରେ ରାତି ୨.୩୫ ପର୍ଯ୍ୟନ୍ତ ଅଟକି ରହିଥିଲା। କିନ୍ତୁ ରାତି ୨.୪୫ ରେ ବାରମ୍ବାର ବିଫଳ ଉଦ୍ୟମ ପରେ ପୋଲିସ ଶେଷ ରୀତିନୀତି ପାଇଁ ଆମ୍ବୁଲାନ୍ସ ପଠାଇଥିଲା । ଏହା ପରେ ପୀଡିତାଙ୍କ ଶବଦାହ କରାଯାଇଥିଲା ।

ପ୍ରକୃତରେ ପୀଡିତାଙ୍କ ପିତା ଏବଂ ଭାଇ ଡିଏମ ଏବଂ ଏସପିଙ୍କ ସହ ଥିଲେ । ପୀଡିତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଗାଁରେ ନେବା ପରେ ଲୋକମାନେ ରାସ୍ତାରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଲୋକମାନେ ଆମ୍ବୁଲାନ୍ସ ସମ୍ମୁଖରେ ରାସ୍ତାରେ ଶୋଇପଡ଼ିଲେ । ଆଣକୁ ହତ୍ୟା କର ପଛେ କିନ୍ତୁ ଆମେ ଶେଷ ରୀତିନୀତିକୁ ଅନୁମତି ଦେବୁ ନାହିଁ  । ଗ୍ରାମବାସୀ ଏବଂ ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ବିରୋଧ ପ୍ରଦର୍ଶନରେ ମହିଳା ଓ ପୁରୁଷ ସମସ୍ତେ ସାମିଲ ହୋଇଥିଲେ ।

ଶେଷ ରୀତିନୀତି ପାଇଁ ପୀଡିତାଙ୍କ ପିତାଙ୍କୁ ମନାଇବାରେ ଏସପି ଏବଂ ଡିଏମ୍ ବ୍ୟସ୍ତ ଥିଲେ। ଏହି ସମୟରେ ମା କାନ୍ଦିବା ଆରମ୍ଭ କରି କହିଥିଲେ ଯେ ଥରେ ଝିଅର ଶବକୁ ଘରକୁ ନିଆଯାଉ । ଶବଦାହ ପାଇଁ ସମ୍ପର୍କୀୟଙ୍କୁ ମନାଇବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିଲା । କିନ୍ତୁ ଶବକୁ ଘରକୁ ନେବାକୁ ପରିବାର ଲୋକ ଜିଦ୍ ଧରିଥିଲେ। ଏହା ପରେ ବ୍ୟାପକ ପୋଲିସ୍ ନିୟୋଜନ ମଧ୍ୟରେ ପୀଡିତାଙ୍କୁ ୨. ୪୫ରେ ଶବଦାହ କରାଯାଇଥିଲା ।

ବହୁ ଚର୍ଚ୍ଚିତ ବାବ୍ରି ମସଜିଦ୍ ଢାଞ୍ଚା ଭଙ୍ଗାଯିବା ଘଟଣାର ଆଜି ଶୁଣାଣି କରିବ ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟ: ଜାଣନ୍ତୁ ଏହାକୁ ନେଇ ୧୦ଟି ଖାସ କଥା

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ୍ ଢାଞ୍ଚା ଭଙ୍ଗା ଯିବା ଘଟଣାର ଆଜି ଆସିବ ରାୟ। ମାମଲାର ଶୁଣାଣି କରିବେ ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟ । ବର୍ଷ ବର୍ଷ ଧରି ପଡିରହିଥିବା ଏହି ମାମଲାର ଶୁଣାଣି ଉପରେ ରହିଛି ଦେଶବାସୀଙ୍କ ନଜର । ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ୩୨ ଜଣ ଅଭିଯୁକ୍ତ ଅଛନ୍ତି ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ଆଜି କୋର୍ଟରେ ଆଡଭାନୀ ଓ ଯୋଶୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡିଛି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ୍ ହୋଇପାରେ ।  ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିଲା ।  ଅଭିଯୋଗ ହୋଇଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ନେତାଏ ଉସୁକାଇବା ଫଳରେ ଏହାକୁ ଭଙ୍ଗାଯାଇଥିଲା ।  ମାମଲାରେ ୩୫୧ ଜଣ ସାକ୍ଷୀଙ୍କୁ ହାଜର କରାଯାଇଥିବାବେଳେ ୬୦୦ ଦସ୍ତାବିଜ୍ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ସାକ୍ଷୀଙ୍କ ପ୍ରମାଣ ଓ ଦସ୍ତାବିଜ୍ ଆଧାରରେ ଆଜି ମାମଲାର ଶୁଣାଣି କରିବେ କୋର୍ଟ ।

ବାବ୍ରି ମସଜିଦ ବିଧ୍ୱଂସ ମାମଲାରେ ଜାଣନ୍ତୁ ୧୦ଟି ଖାସ କଥା-

୧. ବାବ୍ରି ମସଜିଦ ବିଧ୍ୱଂସ ମାମଲାରେ ଟ୍ରାଏଲ କରୁଥିବା ସ୍ପେଶାଲ ଜଜ୍ ଏସ୍ କେ ଯାଦବ ପୂର୍ବ ବର୍ଷ ୩୦ ସେପ୍ଟେମ୍ବରରେ ଅବରସର ନେଇଥାନ୍ତେ । କିନ୍ତୁ ସୁପ୍ରିମ କୋର୍ଟ ଏହା ଉପରେ ରୋକ ଲଗେଇ ଦେଲେ । ତାଙ୍କ କାର୍ଯ୍ୟକାଳ ବାବ୍ରି ମସଜିଦ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଆଦେଶ ଜାରି କରାଯାଇଛି ।

୨. ଆଦେଶ ମୁତାବକ ୟୁପି ସରକାର ନୋଟିଭିକେସନ ଜାରି କଲେ ଏବଂ ତାଙ୍କର କାର୍ଯ୍ୟକାଳ ବାବ୍ରି ମଦସଜିଦ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ବଢ଼ାଇଦେଲେ । ବିଚାର ପ୍ରକ୍ରିୟା ସମୟରେ ବିଚାରପତି ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ସୁରକ୍ଷା ଦାବି କରିଥିଲେ । ବିଚାରପତିଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୩. ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ୨୮ ବର୍ଷ ପରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟର ଏହି ମାମଲାର ସମାଧାନ ଏବଂ ରାୟ ଘୋଷଣା କରିବା ପାଇଁ ଏହା ହେଉଛି ଶେଷ ତାରିଖ । ସୁପ୍ରିମକୋର୍ଟ ଏହାର ସମାଧାନ ପାଇଁ ଏକ ସମୟସୀମା ସ୍ଥିର କଲେ, ଏହା ପରେ  ଏହି ଦୀର୍ଘ ଦିନର ମକଦ୍ଦମା ଦୃତ ଗତିରେ ଆଗକୁ ବଢ଼ିଥିଲା ।

୪. ୨୦୧୭ ମସିହା ଏପ୍ରିଲ୍ ମାସରେ, ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ଏହି ମାମଲାର ସମାଧାନ କରି ଏହି ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ତିନିଥର ସମୟ ବୃଦ୍ଧି କରାଯାଇଥିଲା ଏବଂ ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୦ ସ୍ଥିର କରାଯାଇଥିଲା । ଯଦି ଆମେ ଏହି ମାମଲାକୁ ଦେଖିବା, ତେବେ ଘଟଣାର ପ୍ରଥମ FIR ନମ୍ବର ୧୯୭ ସେହି ଦିନ ୬ ଡିସେମ୍ବର ୧୯୯୨ ରେ ଶ୍ରୀ ରାମ ଜନ୍ମଭୂମି ସଦର ଭୈଜାଦାର ପୋଲିସ ଥାନାର ଥାନା ଅଧ୍ୟକ୍ଷ ପ୍ରିୟମ୍ବଦା ନାଥ ଶୁକ୍ଲା ଦାଖଲ କରିଥିଲେ । ଦ୍ୱିତୀୟ FIR ନମ୍ବର ୧୯୮ ରାମ ଜନ୍ମଭୂମି ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଗଙ୍ଗା ପ୍ରସାଦ ତିୱାରୀ କରିଥିଲେ ।

୫. ବିଭିନ୍ନ ତାରିଖରେ ଏହି ମାମଲାରେ ମୋଟ ୪୯ ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ପରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୪ ଅକ୍ଟୋବର ୧୯୯୩ରେ, ସିବିଆଇ ୪୦ ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଏବଂ ୧୦ ଜାନୁଆରୀ ୧୯୯୬ରେ ଅନ୍ୟ ୯ ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ୨୮ ବର୍ଷରେ ୧୭ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଛି, ବର୍ତ୍ତମାନ ବାକି ଥିବା ୩୨ ଅଭିଯୁକ୍ତ ରହିଛନ୍ତି ଯାହାଙ୍କର ନିଷ୍ପତ୍ତି ଆସିବା ବାକି ରହିଛି ।

୬. ହାଇ ପ୍ରୋଫାଇଲ ମାମଲା ଗୁଡ଼ିକ ଦୀର୍ଘ ଦିନ ଧରି ବିଚାରାଧୀନ ରହିଥାଏ । ଅଭିଯୁକ୍ତ ପ୍ରତ୍ୟେକ ସ୍ତରରେ ନିମ୍ନ ଅଦାଲତର ଆଦେଶ ଏବଂ ସରକାରୀ ବିଜ୍ଞପ୍ତିଗୁଡ଼ିକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯାହା କାରଣରେ ମୁଖ୍ୟ ମାମଲାର ଶୁଣାଣିରେ ବିଳମ୍ବ ହେଉଥିଲା ।

୭. ଅଭିଯୁକ୍ତ ମୋରେସର ସାୱେ ହାଇକୋର୍ଟରେ ଆବେଦନ କରି ସିବିଆଇରେ ମାମଲା ଦାଖଲ କରିବାକୁ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ୨୦୦୧ ରେ ଆସିଥିଲା ​​ଯାହା ଅନେକ ବର୍ଷ ପର୍ଯ୍ୟନ୍ତ ଆବେଦନ ବିଚାରାଧୀନ ଥିଲା, ଯେଉଁଥିରେ ବିଜ୍ଞପ୍ତିକୁ ସଛିକ ବିବେଚନା କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତ ଅଭିଯୋଗ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର କବାଟ ବାଡେଇଥିଲେ।

୮. ପୂର୍ବରୁ ଏହି ମାମଲା ଦୁଇଟି ସ୍ଥାନରେ ଚାଲିଥିଲା। ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ଆଠ ଜଣ ଅଭିଯୁକ୍ତଙ୍କ ବିରୋଧରେ ରାୟ ବରେଲି କୋର୍ଟରେ ଏବଂ ବାକି ଅଭିଯୁକ୍ତଙ୍କ ବିରୋଧରେ ମାମଲା ଲକ୍ଷ୍ନୌ ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା । ରାୟ ବରେଲିରେ ବିଚାର ଚାଲିଥିବା ୮ଜଣ ନେତାଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର ଅଭିଯୋଗ ହୋଇନାହିଁ ।

୯.  ଏହି ଷଡଯନ୍ତ୍ରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସିବିଆଇକୁ ଏକ ଦୀର୍ଘ ଆଇନଗତ ଯୁଦ୍ଧ କରିବାକୁ ପଡୁଥିଲା ଏବଂ ଶେଷରେ ୧୯ ଏପ୍ରିଲ ୨୦୧୭ ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ୩୦ ମେ ୨୦୧୭ ରେ ଅଯୋଧ୍ୟାଙ୍କ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚନା କରିବା ଅଭିଯୋଗ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମିଳିତ ଚାର୍ଜସିଟ ମୁତାବକ ଗୋଟିଏ ସ୍ଥାନରେ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା ।

୧୦. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ, ଯେଉଁ ଆଦେଶ ମାମଲାର ଗତିକୁ ଦୃତ କରିଦେଇଥିଲା ତାହା ଥିଲା ଆହ୍ଲାହାବାଦ ହାଇକୋର୍ଟର ୮ ଡିସେମ୍ବର ୨୦୧୧ରେ ଦିଆଯାଇଥିବା ନିର୍ଦ୍ଦେଶ  । ନିର୍ଦ୍ଦେଶରେ ରାୟବରେଲୀର ମକୋଦ୍ଦମାର ସାପ୍ତାହିତ ଶୁଣାଣିର ଆଦେଶ ଦିଆଯାଇଥିଲା । କିନ୍ତୁ ପ୍ରକୃତ ଗତି ସୁପ୍ରିମକୋର୍ଟଙ୍କ ଦୈନିକ ଶୁଣାଣି ଆଦେଶରୁ ଆସିଛି । ଏହା ସତ୍ତ୍ୱେ ଦୁଇ ବର୍ଷ ମଧ୍ୟରେ ମାମଲା ସମାଧାନ ହୋଇପାରି ନଥିଲା ଏବଂ ଶୁଣାଣି କରୁଥିବା ବିଚାରପତିଙ୍କ ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ସମୟସୀମାକୁ ତିନିଥର ବଢ଼ାଇ ଦେଇଛନ୍ତି । ୧୯ ଜୁଲାଇ ୨୦୧୯ରେ ଏହାକୁ ୯ ମାସ ପାଇଁ, ମେ ୮ ୨୦୨୦ରେ ୯ ମାସ ପାଇଁ ବଢ଼ାଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଏବଂ ଶେଷରେ ୧୯ ଅଗଷ୍ଟ ୨୦୨୦ ରେ ତୃତୀୟ ଥର ପାଇଁ ଏକ ମାସ ପାଇଁ ସମୟ ବଢ଼ାଇ ୩୦ ସେପ୍ଟେମ୍ବର ପାଇଁ ନିଷ୍ପତ୍ତି ସ୍ଥିର କରାଯାଇଥିଲା ।

କିଭଳି ରହିବ ଅନଲକ୍ ୫.୦ର ରୂପରେଖ ? ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଅନଲକ୍ ୪.୦ । କାଲିଠୁ ଆରମ୍ଭ ହେବ ଅନଲକ୍ ୫.୦ । କିଭଳି ରହିବ ଅନଲକ୍ ୫.୦ର ରୂପରେଖ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଦୀର୍ଘ ଦିନ ଧରି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିବାବେଳେ ଅନଲକ୍ ୫.୦ରେ ମନ୍ଦିର ଖୋଲିବ କି ନାହିଁ ତାହା ଉପରେ ରହିଛି ନଜର । ସେହିଭଳି ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ସରକାର ।

ଦେଶ ଓ ରାଜ୍ୟରେ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ କରୋନା ସକ୍ରିୟ ରୂପ ଧାରଣ କରିଛି । ଅକ୍ଟୋବର ମାସରେ ମଧ୍ୟ କରୋନାର ସ୍ଥିତି ସମାନ ରହିବା ନେଇ ଆକଳନ କରାଯାଉଛି । ଏଭଳି ସ୍ଥିତିରେ ସମସ୍ତ ଧର୍ମାନୁଷ୍ଠାନ , ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ଖୋଲିବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କରୋନା କଟକଣା ସମୟରେ ସରକାର ଲକଡାଉନ୍ ଓ ପରେ ଅନଲକ୍ ଘୋଷଣା କରିଥିଲେ ।

ଏହି ରାଶିର ବ୍ୟକ୍ତିଙ୍କର ଘରର ପରିସ୍ଥିତିକୁ ନେଇ ଆଜି ବଢ଼ିବ ଚିନ୍ତା…

ଆଜିର ପଞ୍ଚାଙ୍ଗ:

୩୦ ସେପ୍ଟେମ୍ବର, ୨୦୨୦, ବୁଧବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କନ୍ୟା ୧୫ ଦିନ, ଆଶ୍ୱିନ ମଳମାସ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି

ସୂର୍ଯ୍ୟ ରହିବେ କନ୍ୟା ରାଶିରେ, ଚନ୍ଦ୍ର ରହିବେ କୁମ୍ଭ ରାଶିରେ

– ପୂର୍ବଭାଦ୍ର ନକ୍ଷତ୍ର

-ଘାତଚନ୍ଦ୍ର – ଧନୁ ରାଶି ପୁରୁଷ, ତୁଳା ରାଶି ମହିଳାଙ୍କର

– ଘାତବାର –

ଯୋଗିନୀ ପଶ୍ଚିମରେ ରହିବେ

ରାତି ୧୨ଟା ୩୯ ପରେ ଯୋଗିନୀ ବାୟବ୍ୟ କୋଣକୁ ଯିବେ

– ଶୁଭ ସମୟ –

ସକାଳ ୮ଟା ୦୨ ରୁ ଦିନ ୧୧ଟା୧୨

ସନ୍ଧ୍ୟା ୬ଟା ୨୧ ରୁ ରାତି ୧୦ଟା ୨୩ ମଧ୍ୟରେ

– ଅଶୁଭ ସମୟ –

ଦିନ ୧୧ଟା ୩୬ ରୁ ଦିନ ୧ଟା ୦୬ ମଧ୍ୟରେ

ରାତି ୩ଟା ୧୭ ମଧ୍ୟରେ ମୃତ୍ୟୁ ହେଲେ ୧ ପାଦ ପୁଷ୍କର ଦୋଷ

ପ୍ରତିକାର ସ୍ୱରୁପ ଭୂମି ଓ ତିଳକାଞ୍ଚନ ଦାନ କରନ୍ତୁ

ଆଜି ବାଇଗଣ ଖାଇବେ ନାହିଁ

ଆଜି ବିରି ଖାଇବେ ନାହିଁ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ପରିବାରରେ ହସ,ଖୁସି ସହିତ ଧନ ପ୍ରାପ୍ତିର ଯୋଗ ରହିଚି

ଦ୍ୱିଜା ନକ୍ଷତ୍ର – ବନ୍ଧୁ ପରିଜନଙ୍କ ସହିତ ଅର୍ଥ ସମ୍ଧନ୍ଧିତ ଝଗଡା ହୋଇପାରେ

କୃତ୍ତିକା ନକ୍ଷତ୍ର –ସମ୍ମାନ ଲାଭ ସହିତ, ଅର୍ଥ ଲାଭ ବି ହେବ

ଆଜି କୌଣସି ବ୍ୟକ୍ତିକୁ ଅଟା ଜାତୀୟ ଖାଦ୍ୟ ଦିଅନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ବହୁ ଦିନରୁ ଇଛା ରହିଥିବା କାମରେ ସଫଳତା ପାଇବେ

ରୋହିଣି ନକ୍ଷତ୍ର – ପରିବାରରେ ଛୋଟ ପିଲାଙ୍କୁ ନେଇ ମତାନ୍ତର ରହିବ, ଚିନ୍ତାରେ ରହିବେ

ମୃଗଶିରା ନକ୍ଷତ୍ର – ଆତ୍ମୀୟ ସୂଜନଙ୍କ ସହିତ ମିଳନ ହେବ, ମନ ଖୁସି ରହିବ

ନିଜ ଛାତ ଉପରେ ପାରା ମାନଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଆଜି କୌଣସି ବି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ଫାଇଦାରେ ରହିବେ

ଆର୍ଦ୍ରା ନକ୍ଷତ୍ର – କୌଣସି କାରବାର କରିବା ବେଳେ ସତର୍କ ରୁହନ୍ତୁ, ଅର୍ଥ ଠକାମୀରେ ପଡିପାରନ୍ତି

ପୁନର୍ବସୁ- ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାର ସୁଯୋଗ , ଦିନଟି ଭଲରେ କଟିବ

ତୁଳସୀ ଚଉରା ମୂଳର ମାଟି ମଥାରେ ଲଗାନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – କର୍ମକ୍ଷେତ୍ରରେ ପରିଶ୍ରମ କରି ସମ୍ମାନିତ ହେବେ,ଗୃହିଣୀମାନଙ୍କୁ ଶ୍ରଦ୍ଧା, ସମ୍ମାନ ମିଳିବ

ପୁଷ୍ୟା ନକ୍ଷତ୍ର – ଜଗିରଖି କଥା କୁହନ୍ତୁ, କଥା ଯୋଗୁ ଅସମ୍ମାନିତ ହୋଇପାରନ୍ତି

ଅଶ୍ଲେଷା ନକ୍ଷତ୍ର – ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଦିନଟି, ସମ୍ମାନ ପାଇପାରନ୍ତି

ଶ୍ରୀଗଣେଶଙ୍କ ମନ୍ଦିରରେ କିଛି ଫୁଲ ଅର୍ପଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଘରର ଛୋଟପିଲାଙ୍କ କାମଯୋଗୁ ପରିବାର ଖୁସି ରହିବ

ପୂର୍ବାଫାଲଗୁନି ନକ୍ଷତ୍ର – ବିଦ୍ୟୁତଜନିତ ଆଘାତ କିଛି ଲାଗିପାରେ, ସତର୍କ ରୁହନ୍ତୁ

ଉତ୍ତରାଫାଲଗୁନୀ ନକ୍ଷତ୍ର – ବନ୍ଧୁ ମିଳନର ଯୋଗ, ପରିବାରରେ ଖୁସି ରହିବ

ନବଗ୍ରହଙ୍କ ମନ୍ଦିରରେ ସନ୍ଧ୍ୟା ସମୟରେ ଦୀପ ଜାଳନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର

ପରିବାରରୁ ସ୍ନେହ,ଶ୍ରଦ୍ଧା ଯୋଗୁ ମନ ଖୁସି ରହିବ, ଅର୍ଥ ଲାଭର କିଛି ସୁଯୋଗ ରହିଛି

ହସ୍ତା ନକ୍ଷତ୍ର – ମନ ଅଶାନ୍ତ ରହିବ, ଚିଡଚିଡା ଭାବ ଲାଗି ରହିବ

ଚିତ୍ରା ନକ୍ଷତ୍ର – ବ୍ୟବସାୟରେ ଅଧିକ ଲାଭ ପାଇବେ, କୌଣସି ଦିବ୍ୟାଙ୍ଗକୁ ନିଜର ପୁରୁଣା ପୋଷାକ ଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – କର୍ମକ୍ଷେତ୍ରରେ ପରିଶ୍ରମ ବଢିଯିବ, ଦେହ ପ୍ରତି ଯତ୍ନ ନିଅନ୍ତୁ

ସ୍ୱାତୀ ନକ୍ଷତ୍ର – ଶରୀରେ ଅଘାତ ଲାଗିପାରେ, ସତର୍କ ରୁହନ୍ତୁ, ଅନ୍ୟ ମନସ୍କ ରୁହନ୍ତୁ ନାହିଁ

ବିଶାଖା ନକ୍ଷତ୍ର – ଦୂରଯାତ୍ରା କରିବାର ଯୋଗ ରହିଛି, ଦିନଟି ଶୁଭରେ କଟିବ

ଅର୍ଦ୍ଧନାରୀଶ୍ୱରଙ୍କୁ ପୂଜା କରି ଦୀପରେ ମିଶ୍ରି ମିଶାଇ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – କୌଣସି ଅପ୍ରିତୀକର ପରିସ୍ଥିତି ଯୋଗୁ ବନ୍ଧୁ,ପରିଜନଙ୍କ ସାହାଯ୍ୟ ନେଇପାରନ୍ତି

ଅନୁରାଧା ନକ୍ଷତ୍ର – କର୍ମକ୍ଷେତ୍ରରେ ସଚେତନ ରୁହନ୍ତୁ, ଗୁପ୍ତଶତ୍ରୁଙ୍କ ଯୋଗୁ ହଇରାଣରେ ପଡିପାରନ୍ତି

ଜ୍ୟେଷ୍ଠା ନକ୍ଷତ୍ର – ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ,ଅଘଟଣ ହୋଇପାରେ

ହନୁମାନ ଚାଳିଶା ପୁସ୍ତକ ମନ୍ଦିରରେ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ପାରିବାରିକ ଶାନ୍ତି, ଆର୍ଥିକ ଲାଭ ରହିବ

ପୂର୍ବାଷାଢା ନକ୍ଷତ୍ର – ଅର୍ଥ ଚିନ୍ତା, ଘରର ପରିସ୍ଥିତିକୁ ନେଇ ଚିନ୍ତାରେ ରହିବେ

ଉତ୍ତରାଷାଢା ନକ୍ଷତ୍ର – ମାନ,ସମ୍ମାନ ମିଳିବା ସହ ଅର୍ଥ ଲାଭ ହେବ

ପାରା ମାନଙ୍କୁ ଧାନ କିଛି ଖାଇବାକୁ ଦିଅନ୍ତୁ

 

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୂର୍ବରୁ ନିବେଶ କରିଥିବା ଅର୍ଥ ଫେରିପାଇପାରନ୍ତି

ଶ୍ରବଣା ନକ୍ଷତ୍ର – କୌଣସି ସ୍ଥାନରେ ତର୍କ,ବିର୍ତକ ଲାଗିପାରେ, ଏହା ଠାରୁ ଦୁରେଇ ରହିଲେ ଭଲ

ଧନିଷ୍ଠା ନକ୍ଷତ୍ର – ମା’ଙ୍କୁ ,ସମ୍ମାନ ଜଣାଇ କଥାବାର୍ତ୍ତା କରନ୍ତୁ

କୋଳଥ ଡାଲି ଅଳ୍ପ ଉଷୁମ କରି ଗାଈକୁ ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୃହିଣୀ ଓ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ,

ଶତଭିଷା- ଠକାମିରେ ପଡିପାରନ୍ତି , ସତର୍କ ରହିଥିବେ

ପୂର୍ବଭାଦ୍ର ନକ୍ଷତ୍ର – ମାନ,ସମ୍ମାନ ଲାଭ ସହିତ ଅର୍ଥ ଲାଭ

କଳାରଙ୍ଗର କିଛି ବି ବ୍ୟବହାର କରନ୍ତୁ ନାହିଁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବନ୍ଧୁଙ୍କ ଠାରୁ କିଛି ସାହାଯ୍ୟ ପାଇପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର – ଭାଇଭଉଣୀଙ୍କ ସହି ମତାନ୍ତର ରହିବ, ବ୍ୟବହାର ଠିକ୍ ରଖିବେ

ରେବତୀ ନକ୍ଷତ୍ର – ପରିବାର ଓ ବନ୍ଧୁ ମହଲରେ ଖୁସିର ବାତାବରଣ ରହିବ

ମାଛ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ- 8456014477

ଜହ୍ନମାମୁଁ କାର୍ଟୁନିଷ୍ଟ କେ ସି ଶିବଶଙ୍କରଙ୍କ ପରଲୋକ..

ଚେନ୍ନାଇ: ଏମିତି କ୍ୱଚିତ କିଏ ଥିବ, ଯିଏକି ପିଲାଦିନେ ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା ପଢି ନ ଥିବ । ଏକଦା ପ୍ରତିଟି ଭାରତୀୟ କୈଶୋରଟିଏ ନିଜ ମାତୃଭାଷାରେ ଚନ୍ଦାମାମା(ଜହ୍ନମାମୁଁ) ପଢିବାକୁ ଭଲ ପାଉଥିଲେ । ମାସର କେଉଁଦିନ ଏହି ପତ୍ରିକା ବଜାରକୁ ଆସିବ, ତାହାକୁ ଅନାଇ ବସୁଥିଲେ । ଏହାର ଛାପା ସଂଖ୍ୟା ସେ ସମୟରେ ରେକର୍ଡ ବ୍ରେକ କରୁଥିଲା । ଭଳିକି ଭଳି ପ୍ରସଙ୍ଗ ସାଙ୍ଗକୁ ସୁନ୍ଦର ପ୍ରଚ୍ଛଦ ଓ କାର୍ଟୁନ ଭାରି ମନଲୋଭା । ଆଉ ଏହି କାର୍ଟୁନ ନିଜ ତୂଳୀରେ ରୂପ ଦେଉଥିଲେ କେ.ସି ଶିବଶଙ୍କର । ହେଲେ ସେ ଆଜି ନୀରବି ଯାଇଛନ୍ତି । ୯୭ ବର୍ଷ ବୟସରେ ମଙ୍ଗଳବାର ତାଙ୍କର ପରଲୋକ ହୋଇଛି ।

ଜହ୍ନମାମୁର ମୂଳ କର୍ମଚାରୀଙ୍କ ମଧ୍ୟରୁ ଜଣେ ତଥା ଏହାର ପ୍ରଖ୍ୟାତ ଚିତ୍ରକର କେ ଶିବଶଙ୍କରଙ୍କର ଚେନ୍ନାଇରେ ଆଜି ୯୭ ବର୍ଷ  ବୟସରେ ପରଲୋକ ହୋଇଯାଇଛି। ୧୯୨୪ରେ ଜନ୍ମିତ ଶିବଶଙ୍କର ୧୯୪୭ ମସିହାରେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜହ୍ନମାମୁରେ ତାଙ୍କ ପୁରା ଜୀବନକାଳ କଟିଥିଲା। ଜହ୍ନମାମୁ ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ । ତାଙ୍କ ପ୍ରରମ୍ଭିକ ଦରମା ୩୫0 ଟଙ୍କା ଥିଲା । ବେତାଳକଥା ଓ ମହାଭାରତର ଚରିତ୍ର ସବୁ ତାଙ୍କ ତୂଳୀରେ ଜୀବନ୍ତ ହୋଇଥିଲା ।

୧୪ରୁ ଅଧିକ ଭାରତୀୟ ଭାଷାରେ ପ୍ରକାଶିତ ଜହ୍ନମାମୁ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା  । ୧୯୪୨ ମସିହାରେ ତୁଳୀ ଧରିଥିବା ଏହି ମହାନ ଚିତ୍ରକର ନିଜ କଳାର ଯାଦୁରେ କୋଟି କୋଟିଙ୍କ ପିଲାବେଳକୁ ମନୋରମ କରିଥିଲେ । ତାଙ୍କ ବିୟୋଗରେ ଏକ ବ୍ୟକ୍ତି ନିଜ ସତ୍ତା ହରାଇଛି ଏଥିରେ ଦ୍ୱିମତ ନାହିଁ ହେଲେ ତାଙ୍କ କଳା ଓ କୃତୀ ଆମ ଭିତରେ ସ୍ମୃତି ହୋଇ ବଞ୍ଚିବ, ଅହରହ ।

ବିଜେପିକୁ ଅଲଟିମେଟମ୍‌ ଦେଲେ LJP ମୁଖ୍ୟ ଚିରାଗ୍‌ ପାଶ୍ୱାନ୍‌, କହିଲେ ଶୀଘ୍ର ସମାଧାନ କର ନହେଲେ…

ବିହାର: ବିଜେପିକୁ ଅଲଟିମେଟମ୍‌ ଦେଲେ ଏଲ୍‌ଜେପି ମୁଖ୍ୟ ଚିରାଗ୍‌ ପାଶ୍ୱାନ୍‌ । ସୋମବାର ରାତିରେ ସେ ବିଜେପି ମୁଖିଆ ଜେପି ନାଡ୍ଡାଙ୍କୁ ଭେଟି କହିଛନ୍ତି ଯେ, ଯଥା ଶୀଘ୍ର ବିଧାନସଭା ସିଟ୍‌ ସେୟାରିଂ ସମସ୍ୟା ସମାଧାନ କର, ନଚେତ୍‌ ୧୪୩ ସିଟ୍‌ରେ ଏଲ୍‌ଜେପି ପ୍ରାର୍ଥୀ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂଚନାନୁସାରେ, ବୈଠକରେ ଚିରାଗ କହିଛନ୍ତି ଯେ, ଏଲଜେପି ସହିତ ଜେଡିୟୁ ମେଣ୍ଟ କରିବାକୁ ଚାହୁଁନାହିଁ । ତେଣୁ, JDU ପ୍ରାର୍ଥୀଙ୍କ ବିରୋଧରେ LJP ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି ।

ମଙ୍ଗଳବାର ଏଲ୍‌ଜିପିର ରାଷ୍ଟ୍ରୀୟ ମହାସଚିବ ଶାହନାୱାଜ ଅହମ୍ମଦ କହିଛନ୍ତି ଯେ, ଚିରାଗ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ । ଏହି କଥା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଏନଡିଏର ସିଟ୍‌ ବଣ୍ଟନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି

ଏନଡିଏରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏଲ୍‌ଜେପି ୪୨ଟି ସିଟ୍ ଦାବି କରିଛି । କିନ୍ତୁ ବିଜେପି-ଜେଡିୟୁ ଦ୍ୱାରା କିଛି ଚୂଡାନ୍ତ ହୋଇନାହିଁ । ନିକଟରେ ଚିରାଗ ପାସୱାନ ଏହି ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଚିରାଗ ନିର୍ଦ୍ଦିଷ୍ଟ ସମୟରେ ଆସନ ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ଚିରାଗ ପାସୱାନଙ୍କ ଦଳ ଦାବି କରିଛି ଯେ, ଯଦି ସେମାନେ ସମ୍ମାନଜନକ ଆସନ ନ ପାଆନ୍ତି, ତେବେ ସେମାନେ ନିଜେ ବିହାରରେ 140 ରୁ ଅଧିକ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ​​ମଧ୍ୟ LJP 42 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । କିନ୍ତୁ ମାତ୍ର ଦୁଇଟି ଆସନରେ ଜିତିପାରିଥିଲା ।

ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ରାୟ ଶୁଣାଇବେ ସିବିଆଇ ସ୍ପେଶାଲ କୋର୍ଟ…

ଉତ୍ତରପ୍ରଦେଶ: ବହୁ ପ୍ରତିକ୍ଷୀତ ବାବ୍ରି ମସଜିଦ ଭଙ୍ଗା ମାମଲାର ଶୁଣାଣି ବୁଧବାର ଦିନ ହେବ । ଏକ ସ୍ୱତନ୍ତ୍ର କୋର୍ଟ ଏହାର ଶୁଣାଣି କରିବେ । ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନହୋର ଜୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂ ଜଡିତ ଅଛନ୍ତି । ସିବିଆଇ ଜର୍ଜ ଏସକେ ଯାଦବ ଏହି ମାମଲାରେ ବିଜେପିର ଏହି ନେତାମାନଙ୍କୁ ସେପ୍ଟେମ୍ୱର ୧୬ ତାରିଖରେ କୋର୍ଟରେ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଆସନ୍ତାକାଲି ଏହି ମାମଲାରେ ଶୁଣାଣି ହେବା ରହିଛି । ଉଲ୍ଲେଖଯୋଗ୍ୟ କୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଉମା ଭାରତୀ କୋର୍ଟରେ ଉପସ୍ଥିତ ହୋଇ ପାରିନଥିଲେ । ସେ କୋଭିଡ୍ ସଂକ୍ରମଣର ଶୀକାର ହୋଇ ଚିକିତ୍ସାଧୀନ ଥିଲେ ।

ସେହିଭଳି କଲ୍ୟାଣ ସିଂ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ଶେଷ କରିଛନ୍ତି । ସେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଅଟନ୍ତି । ଅନ୍ୟପକ୍ଷରେ ଅନ୍ୟ ଏକ ଅଭିଯୁକ୍ତ ଚମ୍ପତ ରାୟ ଏବେ ରାମ ମନ୍ଦିର ନିର୍ମାଣ ଚ୍ରଷ୍ଟର ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।