ମିଠା ବିକ୍ରୀକୁ ପ୍ରସ୍ତୁତ ନୂଆ ଗାଇଡ଼ଲାଇନକୁ କାହିଁକି ବିରୋଧ ? କ’ଣ ରହିଛି ଏହି ଗାଇଡ଼ଲାଇନରେ ଜାଣନ୍ତୁ…

ନୂଆଦିଲ୍ଲୀ: ମିଠା ବିକ୍ରୀକୁ ନେଇ କେନ୍ଦ୍ରର ନୂଆ ଗାଇଡ଼ଲାଇନକୁ ବିରୋଧ । ଓଡ଼ିଶାର ମିଠା ବ୍ୟବସାୟୀ ସଂଘ ନୂଆ ଗାଇଡ଼ଲାଇନକୁ ନେଇ ଚିନ୍ତାରେ ପଡିଛନ୍ତି । ଏଥିପାଇଁ ଆସିଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ତେବେ ନୂଆ ଆଇନକୁ ନେଇ ଅସନ୍ତୁଷ୍ଟ ରାଜ୍ୟର ମିଠା ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ।

ନିର୍ଦ୍ଦେଶନାମା ଅନୁସାରେ, ମିଠା ଦୋକାନୀମାନେ ମିଠା ପ୍ରସ୍ତୁତର ସମୟ ଓ ତାରିଖ ବିଷୟରେ ସୂଚନା ଦେବେ । କେତେ ଦିନ ପର୍ଯ୍ୟନ୍ତ ମିଠା ବିକ୍ରୀ ହୋଇପାରିବ ଏହାର ସୂଚନା ଦେବେ ଦୋକାନୀ । ମିଠା ବ୍ୟବସାୟ କ୍ଷେତ୍ରରେ ଏହି ଆଇନ ଲାଗୁ ହୋଇଥିବାବେଳେ ବେକେରି ଆଇଟମରେ କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ମିଷ୍ଟାନ ବ୍ୟବସାୟୀ ସଂଘ ।

ଏହି ଆଇନକୁ ଓଡ଼ିଶା ସମେତ ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଗୁଜୁରାଟ,ରାଜସ୍ଥାନ  ତଥା ଅନ୍ୟ ରାଜ୍ୟରେ ମିଠା ବ୍ୟବସାୟୀ ସଂଘ ବିରୋଧ କରିଛନ୍ତି । ରାଜ୍ୟ ମିଷ୍ଚାନ ସଂଘର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ପାହାଳ ମିଠା ବ୍ୟବସାୟ ସଂଘ ..ନୂଆ ଗାଇଡଲାଇନ୍ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରକୁ ଏକ ଦାବି ପତ୍ର ଦିଆଯାଇଛି । କରୋନା କଟକଣା ଭିତରେ ଏବେ ହାତବାନ୍ଧି ବସିଛନ୍ତି ମିଠା ବ୍ୟବସାୟ । ଏଭଳିସ୍ତଳି ଏହି ନୂଆ ଗାଇଡଲାଇନ୍ ବୋଝ ଉପରେ ଲଳିତାବିଜା ସଦୃଶ ଉଭା ହୋଇଛି ।

Leave a Reply