କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା

1 min read

ଭୁବନେଶ୍ୱର: ଆଗରେ ଓଡ଼ିଶା । ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଚାଲିଛି ସଂଘର୍ଷ । ଆଉ ଏହି ସଂଘର୍ଷର ଶିର୍ଷରେ ପହଞ୍ଚି ପାରିଛି ଓଡ଼ିଶା । କରୋନାକୁ ମାତ୍ ଦେବାକୁ ରାଜ୍ୟ ସରକାରଙ୍କ ଲକଡାଉନ୍ ଓ ସଟଡାଉନ ଭଳି ପଦକ୍ଷେପ ଯୋଗୁଁ ଓଡ଼ିଶାରେ କରୋନା ସ୍ଥିତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି । ଅନ୍ୟପଟେ ଦିନକୁ ଦିନ ଟେଷ୍ଟିଂ ବଢିବା କାରଣରୁ ନୂଆ କରୋନା ରୋଗୀ ଚିହ୍ନଟ ହେବା ସହ ସେମାନଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଯାହା ପାଇଁ ଆଜି ଓଡ଼ିଶାକୁ ସଫଳାତା ମିଳିଛି ।

ତେବେ କୋଭିଡ୍‌ ପରିଚାଳନା ନେଇ ଓଡ଼ିଶାକୁ  WHO ପକ୍ଷରୁ ପ୍ରଶଂସା କରାଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍‌ ନେଇ ଆଗୁଆ ପଦକ୍ଷେପ ନେଇଥିଲା ଓଡ଼ିଶା । କୋଭିଡ୍ ହସପିଟାଲ୍ ଓ ଟେଷ୍ଟିଂକୁ ଓଡ଼ିଶାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମହାମାରୀ ପରିଚାଳନାକୁ ଗ୍ରାମ ପଞ୍ଚାୟତସ୍ତରରୁ ସୁଦୃଢ଼ କରାଯାଇଛି । ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ରାଜ୍ୟକୁ WHO ପ୍ରଶଂସା କରିଛି । WHO ପ୍ରଶଂସା କରିବା ପରେ ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ଖୁବ୍‌ କମ୍‌ ରହିଛି । ଓଡ଼ିଶାର ମୃତ୍ୟୁ ହାର .୨୯% ରହିଥିବା ବେଳେ ସୁସ୍ଥତା ହାର ୬୯.୪ ପ୍ରତିଶତ ରହିଛି । ତେବେ ସୁସ୍ଥତା ହାରରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଖୁବ୍‌ ଆଗରେ ରହିଛି ।

Leave a Reply