ବ୍ରିଟେନରେ ଉଗ୍ର ହେଉଛି କରୋନାର ନୂଆ ରୂପ

1 min read

ଲଣ୍ଡନ: ବ୍ରିଟେନରେ କରୋନାଭାଇରସର ନୂଆ ଷ୍ଟ୍ରେନ୍ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ କରୋନା ଟିକା ବିତରଣ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ରିଟେନ୍‌ରେ କରୋନାର ନୂଆ ରୂପ ଯୋଗୁଁ ଲଣ୍ଡନ ଓ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଟାୟାର-୪ ସ୍ତରର କଟକଣା ଲଗାଯାଇଛି ।

ଏବେ ବ୍ରିଟେନରେ ଯେଉଁ କରୋନା ଭୂତାଣୁ ଠାବ କରାଯାଇଛି, ତାହା ପୂର୍ବ କରୋନା ଭୂତାଣୁଠାରୁ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାଛଡ଼ା ଏହା ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିଛି ।ଏଭଳି ସମୟରେ ସଂକ୍ରମଣ ବ୍ୟାପିବା ଉପରେ ରୋକ୍‌ ଲଗାଇବା ପାଇ ପୁଣିଥରେ କଟକଣା ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କହିଛନ୍ତି ।

ସୂଚନା ମୁତାବକ ଟାୟାର-୪ କଟକଣା ଲାଗୁ ପରେ ଲୋକମାନେ ଘରବାହାରେ ଲୋକଙ୍କ ସହ ମିଳାମିଶା କରିପାରିବେ ନାହି । ରାତିରେ କେହି ଘରଠାରୁ ବାହାରେ ରହିବା ଉପରେ ମଧ୍ୟ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ଭୟରେ ଆସନ୍ତା ୨୫ ତାରିଖ ବଡ଼ଦିନ ପାଳନ ମଧ୍ୟ ବନ୍ଦ ରହିବ ବୋଲି ବୋରିସ୍ କହିଛନ୍ତି । ଖାସକରି ହଟସ୍ପଟ ଅଞ୍ଚଳରେ ଏହି କଟକଣା ଲାଗୁ କରାଯାଇଛି ।

Leave a Reply