କୃଷି ଆଇନ ପ୍ରତ୍ୟାହାର ଦାବିରେ ତାତୁଛି ପଲ୍ଲୀରୁ ଦିଲ୍ଲୀ । ଶେଷରେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ମିଳିଲା ପ୍ରବେଶ ଅନୁମତି ।
କରୋନା ସମୟରେ ଶିଶୁମାନଙ୍କ ଠାରେ କେମିତି ବଢିବ ରୋଗ ପ୍ରତିରୋଧକ ? ଜାଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଦିଲ୍ଲୀ ଭଳି ମେଟ୍ରୋ ସହରରେ ରହୁଥିବା ଲୋକମାନେ ମହାମାରୀ ସହ ବାୟୁ ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତାରେ ଅଛନ୍ତି । ଆମେ ସମସ୍ତେ ଜାଣୁ ଯେ ବାୟୁ ପ୍ରଦୂଷଣ କାରଣରୁ ଲୋକମାନଙ୍କୁ କେଉଁ ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ୁଥିବ । ପ୍ରଦୂଷଣ ବାୟୁରେ ନିଶ୍ୱାସ ନେବା ବେଳେ କେବଳ ବୟସ୍କ ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟକୁ ଖରାପ କରୁନାହିଁ, ବରଂ ଛୋଟ ପିଲାମାନଙ୍କର ଇମ୍ୟୁଟିକୁ ମଧ୍ୟ କରି ଦେଉଛି ।

ବାୟୁ ସମ୍ପୂର୍ଣ୍ଣ ପ୍ରଦୂଷଣ ହେଲେ
ଛୋଟ ପିଲାମାନେ ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ସେମାନଙ୍କ ମା’ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ଗୋଟିଏ ପଟେ କରୋନା ଭାଇରସ ଅନ୍ୟ ପଟେ ବାୟୁ ପ୍ରଦୂଷଣ ଶିଶୁଙ୍କୁ ରୋଗା ଗ୍ରସ୍ତ କରିପାରେ ।
ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ । ତେବେ ଏନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁଯାଉଛୁ । ଯାହା ଆପଣଙ୍କ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ କରୋନା ଏବଂ ବାୟୁ ପ୍ରଦୂଷଣ ସହ ଲଢିବାରେ ସକ୍ଷମ କରାଇବ ।

ଭିଟାମିନ୍ ସି
କରୋନା ସହ ଲଢିବା ପାଇଁ ଭିଟାମିନ୍ ସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆପଣଙ୍କ ପିଲାଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ରଖନ୍ତୁ । କମଳା, ଟମାଟର ଏବଂ ଲେମ୍ବୁ ରସ ଇତ୍ୟାଦି ପିଲାମାନଙ୍କଠାରେ ଭିଟାମିନ୍ ସି ବଢାଇବାରେ ସାହାଯ୍ୟ କରିଥାଏ ।
ପିଲାମାନଙ୍କୁ ପ୍ରତିଦିନ ଗୋଟିଏ ଚାମଚ ଚବନପ୍ରାସ ଖାଇବାକୁ ଦିଅନ୍ତୁ । ଚବନପ୍ରାସରେ ଅନେକ ଔଷଧୀୟ ପଦାର୍ଥରୁ ପ୍ରସ୍ତୁତ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶୀତଦିନେ ସବୁଜ ପନିପରିବା ବଜାରରେ ଅଧିକ ପରିମାଣରେ ମିଳିଥାଏ । ତେଣୁ ଏହି ସମୟରେ ଶିଶୁମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଖାଇବାକୁ ଦିଅନ୍ତୁ ।

ସବୁଜ ପନିପରିବା
ପିଲାମାନଙ୍କୁ ସବୁଜ ପନିପରିବାରୁ ବହୁପରିମାଣର ବହୁପରିମାଣରେ ଆଇରନ ଏବଂ ପୋଷକ ତତ୍ତ୍ୱ ମିଳିଥାଏ । ଏହାସହ ଶିଶୁକୁ ଦିନକୁ ଦୁଇଥର କ୍ଷୀର ପିଇବାକୁ ଦିଅନ୍ତୁ । ଏବଂ ଏହି କ୍ଷୀରରେ କେଶର, ତୁଳସୀ ପତ୍ର କିମ୍ବା କଞ୍ଚା କଦଳୀ ମିଶାଇପାରିବ । ତୁଳସୀ ଓ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।
ଯଦି ପିଲାଟି ଅଦା ଖାଇବାକୁ ପସନ୍ଦ କରେ ତେବେ ତାଙ୍କ ଖାଦ୍ୟରେ ଅଦା ଖଣ୍ଡକୁ ପକାନ୍ତୁ । ବାୟୁ ପ୍ରଦୂଷଣକୁ ଏଡାଇବା ପାଇଁ ଘରେ ବାୟୁ ବିଶୋଧନକାରୀ ମଧ୍ୟ ଲଗାଇପାରିବେ । ଏହା ଘରର ବାୟୁକୁ ଶୁଦ୍ଧ କରିଥାଏ ଏବଂ ପିଲାଟି ସ୍ୱଚ୍ଛ ବାୟୁ ନିଶ୍ୱାସ ନେଇପାରିବ ।
ଧରାପଡ଼ିଲା ନକଲି ମାଓବାଦୀ, ଧମକ ଦେଇ ଲୋକଙ୍କୁ ମାଗୁଥିଲେ ଟଙ୍କା
କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ରେ ଫେକ୍ ମାଓବାଦୀ ଗିରଫ । ଗିରଫ ବ୍ୟକ୍ତିଜଣକ ହେଲେ ଜୁଡ଼ାବାଲି ଗ୍ରାମର ବିଶିମାଝୀ । ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଧରାକୋଟ ଜିଆରଏସ୍ ଉତ୍ତମ ଉଠାଣସିଂଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ବିଶି ମାଝି । ବାରମ୍ବାର ଟଙ୍କା ମାଗିବା ସହିତ ମାରିଦେବାକୁ ଧମକ ଦେଉଥିଲେ ଏହି ଫେକ୍ ମାଓବାଦୀ ।

ଜିଆରଏସଙ୍କ ଘର ସାମ୍ନାରେ ମାଓବାଦୀ ନାମରେ ଏକ ଫେକ୍ ପୋଷ୍ଟର ପକାଇ ତାଙ୍କୁ ଭୟଭିତ କରିଥିଲେ । ପରେ ଜିଆରଏସ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ତଦନ୍ତ କରି ଜୁଡ଼ାବାଲି ଅଞ୍ଚଳର ଫେକ୍ ମାଓବାଦୀ ହାରଣ ବିଶିମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭାରତରୁ ବ୍ୟାପିଛି କରୋନାଭାଇରସ ମହାମାରୀ; ଚୀନ ବୈଜ୍ଞାନିକଙ୍କ ଦାବି
ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ନେଇ ସାରା ଦେଶ ଚୀନକୁ ଦୋଷାରୋପ କରିବାରେ ଲାଗିଛି । ହେଲେ ବୁହାନରୁ ଏହା ବ୍ୟାପିବା ପୂର୍ବରୁ ଭାଇରସ୍ ଇଟାଲି ସମେତ ବିଶ୍ବର ଅନ୍ୟ କ୍ଷେତ୍ରରୁ ବ୍ୟାପିଥିବା ନେଇ ଚୀନ୍ ସରକାର ନିକଟ ଅତୀତରେ ଦାବି କରିଛି।
ଏହି ପରିପ୍ରେକ୍ଷୀରେ ଚୀନ୍ ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ କରୋନା ଭାଇରସ୍ ଭାରତରୁ ହିଁ ପ୍ରଥମେ ବ୍ୟାପିଛି । ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…
ଭାରତରେ ୨୦୧୯ ମସିହା ଗ୍ରୀଷ୍ମଦିନରେ କରୋନାର ଉତ୍ପତ୍ତି ହୋଇଛି –
ଚାଇନାର ଏକାଡେମୀ ଅଫ୍ ସାଇନ୍ସେସର ବୖେଜ୍ଞାନିକ ମାନେ କହିଛନ୍ତି ଯେ ସମ୍ଭବତଃ କରୋନା ଭାଇରସ୍ ଭାରତରେ ୨୦୧୯ ଗ୍ରୀଷ୍ମ ଋତୁରେ ସୃଷ୍ଟି ହୋଇଥିଲା । ପଶୁମାନଙ୍କ ଠାରୁ ଦୂଷିତ ଜଳ ମାଧ୍ୟମରେ କରୋନା ଜୀବାଣୁ ମଣିଷକୁ ବ୍ୟାପିଛି ବୋଲି ଏହି ଦଳ ଦାବି କରିଛି । ଏହା ପରେ ଏହି ଭୂତାଣୁ ବୁହାନରେ ପହଞ୍ଚିଥିଲା ଯେଉଁଠାରେ ପ୍ରଥମେ ଏହାକୁ ଚିହ୍ନଟ କରାଯାଇଥିଲା ।
ବୖେଜ୍ଞାନିକମାନେ ଫେଲୋଜେନେଟିକ୍ ବିଶ୍ଲେଷଣ ପଦ୍ଧତି ବ୍ୟବହାର କରି ଦାବି କରିଛନ୍ତି ଯେ ବୁହାନରେ ମିଳିଥିବା କରୋନା ଭାଇରସ୍ ‘ପ୍ରକୃତ’ ଭାଇରସ୍ ନୁହେଁ। ବାଂଲାଦେଶ, ଆମେରିକା, ଗ୍ରୀସ୍, ଅଷ୍ଟ୍ରେଲିଆ, ଭାରତ, ଇଟାଲୀ, ଚେକ୍ ରିପବ୍ଲିକ୍, ଋଷ କିମ୍ବା ସର୍ବିଆରେ ଏହି ଭାଇରସର ଉତ୍ପତ୍ତି ହୋଇଥିବା ଉକ୍ତ ଯାଞ୍ଚରୁ ଜଣାପଡିଛି ।
ଯେହେତୁ ସର୍ବନିମ୍ନ ମ୍ୟୁଟେସନ୍ ନମୁନା ଚୀନର ପଡୋଶୀ ଦେଶ ଭାରତ ଏବଂ ବାଂଲାଦେଶରେ ମିଳିଥିଲା । ସେଥିପାଇଁ ପ୍ରଥମେ ସଂକ୍ରମଣ ସେଠାରୁ ହୋଇଛି । ଏପରିକି ଭାଇରସ୍ ମ୍ୟୁଟେସନ୍ ପାଇଁ ଲାଗୁଥିବା ସମୟ ଓ ସେହି ଦେଶଗୁଡିକରୁ ନିଆଯାଇଥିବା ନମୁନାକୁ ଆଧାର କରି ଚୀନ୍ ବୖେଜ୍ଞାନିକମାନେ ଏଭଳି ଦାବି କରିଛନ୍ତି ।
ସେମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କରୋନାଭାଇରସ ପ୍ରଥମେ ୨୦୧୯ ମସିହା ଜୁଲାଇ କିମ୍ବା ଅଗଷ୍ଟ ମାସରେ ପ୍ରଥମେ ବ୍ୟାପିଛି ।
ତେବେ ଚୀନର ଏଭଳି ଦାବିକୁ ଅନ୍ୟ ବୖେଜ୍ଞାନିକମାନେ ଖଣ୍ଡନ କରିଛନ୍ତି। ବ୍ରିଟେନର ଗ୍ଲାସ୍ଗୋ ୟୁନିଭର୍ସିଟିର ବିଶେଷଜ୍ଞ ଡେଭିଡ ରୋବର୍ଟସନ ଡେଲି ମେଲକୁ ସୂଚନା ଦେଇ କହିଛନ୍ତି ଯେ ଚାଇନାର ଯାଞ୍ଚ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ । ଏହା ପ୍ରଥମ ଘଟଣା ନୁହେଁ ଯେ କରୋନା ଭାଇରସ୍ ଉତ୍ପତ୍ତି ନେଇ ବୁହାନ ବଦଳରେ ଚୀନ୍ ଅନ୍ୟ ଦେଶ ଉପରକୁ ଆଙ୍ଗୁଳି ଉଠାଇନାହିଁ । ଏପରିକି ବିନା ପ୍ରମାଣରେ ଚୀନ୍ ଇଟାଲୀ ଏବଂ ଆମେରିକା ଉପରେ କରୋନାର ଉତ୍ପତ୍ତି ନେଇ ଅଭିଯୋଗ କରିଛି।
ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରୁ ଚାଇନାରୁ କରୋନାଭାଇରସ୍ ଉତ୍ପତ୍ତି ହୋଇଥିବା ଜଣାପଡିଥିଲା।
ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଉ ଥିବାରୁ ୬ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ
ରାଉରକେଲା: ରାଉରକେଲା ସହରର ୬ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ । ଏହି ୬ଟି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଉ ଥିବାରୁ ISO ୯୦୦୧- ୨୦୧୫ ସାର୍ଟିଫିକେଟ ମିଳିଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଛି ।

ରାଉରକେଲା ସହରର ବାଲୁଘାଟ, ବାସନ୍ତୀ କଲୋନୀ, ସେକ୍ଟର ୬, ତିଲକାନଗର, ଓ ଛେଣ୍ଡ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ISO ସାର୍ଟଟିଫିକେଟ ମିଳିଛି । ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେବାପାଇଁ ଆସୁଥିବା ବେଳେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ପାହାଡ଼ର ଛାତି ଚିରି କୁଳୁ କୁଳୁ ନାଦ କରି ଝରି ପଡ଼ୁଛି ଝରଣା, ମନକୁ କରୁଛି ଓଦା ସହ ଆନମନା
କେନ୍ଦୁଝର: ଧିରେ ଧିରେ ଧରାକୁ ଛୁଉଁଛି ଶୀତ । ଭ୍ରମର ମନ ଏବେ ଖୋଲା ଆକାଶରେ ଉଡ଼ିବାକୁ ତୟାର ହେଲାଣି । କାରଣ ଥଣ୍ଡା ଆସିଲେ ବାହାରେ ବୁଲିବା ପାଇଁ ମନ ବଳାଏ । ମନ ଖୋଜେ ଭଲ ଭଲ ପିକ୍ନିକ୍ ସ୍ପଟ । ସେହିଭଳି ଏକ ସ୍ପଟ ହେଉଛି ଗୁଣ୍ଡିଚାଘାଇ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁଣ୍ଡିଚାଘାଇ ଜଳ ପ୍ରପାତ । କେନ୍ଦୁଝର ଜିଲ୍ଲାର ଘଟଗାଁ ମା’ ତାରିଣୀ ମନ୍ଦିର ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ ।

ପାହାଡ଼ର ଛାତି ଚିରି ପଥର ଶଯ୍ୟାରେ କୁଳୁ କୁଳୁ ନାଦ କରି ଝରି ଆସୁଥିବା ଝରଣାର ଶୁଭ୍ର ରଙ୍ଗର ଜଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଆଉ ଏହା ସାଙ୍ଗକୁ ବଣ ପାହାଡ଼ରେ ଭର୍ତ୍ତି ସବୁଜ ବନାନୀ ପର୍ଯ୍ୟଟକଙ୍କୁ କ୍ଷଣିକ ପାଇଁ ସ୍ତବ୍ଧ କରିଦେଉଛି । ହେଲେ ମହାମାରୀ କରୋନା ଏଠିକାର କୋଳାହଳ ଏବେ ସିଥଳି ଯାଇଛି ।

ବର୍ଷ ତମାମ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଗୁଣ୍ଡିଚାଘାଗିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଆସିଥାନ୍ତି । ମାତ୍ର କରୋନା ପାଇଁ ପର୍ଯ୍ୟଟକଙ୍କ ଆଗମନ କମିଥିବା ବେଳେ ବଣ ଭୋଜିର ଆସର ମଧ୍ୟ କମିଛି । ଫଳରେ ଏହି ସ୍ଥାନ ଉପରେ ନିର୍ଭର କରି ଦୁଇ ପଇସା ରୋଜଗାର କରୁଥିବା ଆଦିବାସୀ ଏବେ ବେରୋଜଗାର ହୋଇଛନ୍ତି ।
ପର୍ଯ୍ୟଟକଙ୍କୁ ଉପଭୋଗ କରିବାର ଖୋରାକ୍ ଯୋଗାଉଥିବା ଏହି ଜଳପ୍ରପାତରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇନଥିବା ବେଳେ ଅନେକ ବିକାଶ କାର୍ଯ୍ୟ ବାକି ରହିଛି । ତେବେ ଏହି ପର୍ଯ୍ୟଟନସ୍ଥଳୀ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।
ପାଠକ ବାପା-ପୁଅଙ୍କ ବଦଳିଲା ଠିକଣା । ସୌଖୀନ ଜୀବନରୁ ଜେଲରୁ କାଳ କଠୋରୀରେ କଟିଲା ରାତି ।
ପାଠକ ବାପା-ପୁଅଙ୍କ ବଦଳିଲା ଠିକଣା….ସୌଖୀନ ଜୀବନରୁ ଜେଲରୁ କାଳ କଠୋରୀରେ କଟିଲା ରାତି
ବଡ଼ଓଷାରେ କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଟିଭି ମାଧ୍ୟମରେ ଦର୍ଶନ କରୁଛନ୍ତି ଭକ୍ତ
କଟକ: ଆଜି ହେଉଛି ପବିତ୍ର ବଡ଼ଓଷା । ହେଲେ କରୋନା କାରଣରୁ ସବୁ ପର୍ବପର୍ବାଣିରେ ରୋକ ଲାଗିଛି । ଆଜି ଧବଳେଶ୍ୱରରେ ଅନୁଷ୍ଠିତ ହେବ ବଡ଼ଓଷା ପର୍ବ । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏଥିପାଇଁ ବିଭିନ୍ନ ପ୍ରକାର ଫୁଲରେ ସୁସଜିତ ହୋଇଛି ଧବଳେଶ୍ୱର ପୀଠ । ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚର୍ତୁଃଦଶୀ ଶନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । କୋଭିଡ କଟକଣା ପାଇଁ ମନ୍ଦିର ପରିସରରେ ୧୪୪ଧାରା ଜାରି କରାଯାଇଛି । ରାସ୍ତା କଡରେ ଭୋଗ ବିକ୍ରି ନକରିବାକୁ ବାରଣ କରାଯାଇଛି । ଘରେ ରହି ଟିଭି ମାଧ୍ୟମରେ ଦର୍ଶନ କରିବାକୁ ଭକ୍ତ ମାନଙ୍କୁ ଅନୁରୋଧ କରିଛି ପ୍ରଶାସନ ।
ଶାଶୂ ଘରକୁ ଯିବା ବଦଳରେ କ୍ବାରେଣ୍ଟାଇନ୍ ହେଲେ ବଧୂ
ଗାନ୍ଧୀନଗର: କରୋନା ମହାମାରୀ ସଂକ୍ରମଣରେ ସାରା ଦେଶବାସୀ ଏକପ୍ରକାର ପ୍ରଭାବିତ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାହାଘର ଓ ପାର୍ଟି ଫଙ୍କସନ ପାଳନ ଉପରେ କଟକଣା ଜାରି କରାଯାଇଛି । ଏଭଳି ସମୟରେ ଗୁଜୁରାଟର ଭାଲସାଦର ଅଞ୍ଚଳରେ ଜଣେ ନବବଧୂକୁ ବିବାହ ପରେ ଶାଶୂ ଘରକୁ ଯିବା ବଦଳରେ କ୍ବାରେଣ୍ଟାଇନ୍ ଯିବାକୁ ପଡିଛି ।
ଘଟଣା ଅନୁଯାୟୀ ଭାଲସାଦର ଜଣେ ଯୁବତୀ ନିଜ ବାହାଘର ସାମଗ୍ରୀ କିଣିବା ପାଇଁ ମୁମ୍ବାଇ ଯାଇଥିଲେ । ସେଠାରୁ ଆସିବା ପରେ ସେ ବାହାଘରରେ ବ୍ୟସ୍ତ ରହିଯାଇଥିଲେ । ପରେ ଏନେଇ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ କରୋନା ଯାଞ୍ଚ ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ, ହେଲେ ସେ ଦିନ ଥିଲା ତାଙ୍କ ବାହାଘର ।
ସ୍ୱାସ୍ଥ୍ୟ ବିଭାଗର ଟିମ୍ ବିବାହ ଉତ୍ସବରେ ପହଞ୍ଚି ସମସ୍ତଙ୍କର କରୋନା ଯାଞ୍ଚ କରିଥିଲା । ହେଲେ ସମସ୍ତଙ୍କୁ ଛାଡି କେବଳ ସମ୍ପୃକ୍ତ ଯୁବତୀ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଯୁବତୀ ଓ ତାଙ୍କ ପିତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି ।
ବରର ପରିବାର ମହାରାଷ୍ଟ୍ରରୁ ଆସିଥିବା ବେଳେ ଏହି ଘଟଣାକୁ ନେଇ ବର ଘର ଲୋକେ ବିରକ୍ତ ହୋଇପଡିଥିଲେ ।




