spot_img
Home Blog Page 6350

ହାତୀ ମାରି ଦୁଇ ଦାନ୍ତ ଚୋରି କରିଥିଲେ ଏବେ ଗିରଫ ହେଲେ

ସୁନ୍ଦରଗଡ : ସୁନ୍ଦରଗଡ ଦେବଗଡ ଡିଭିଜନ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀ ଶିକାର ଘଟଣା ।  ୮ରେ ପହଞ୍ଚିଲା ଗିରଫ ସଂଖ୍ୟା  । ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତଙ୍କ ସହ ମୋଟ  ୮ ଜଣଙ୍କୁ ଗିରଫ କରିଛି ଦେବଗଡ଼ ବନ ବିଭାଗ  । ସେପ୍ଟେମ୍ବର ୩୦ ରାତିରେ କରେଣ୍ଟ ଦେଇ ହାତୀକୁ ମାରିବା ପରେ ଅଭିଯୁକ୍ତ ମାନେ ଦାନ୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା।

ଅକ୍ଟୋବର ୧ ତାରିଖରେ ଦେବଗଡ଼ ଡିଏଫଓଙ୍କ ନେତୃତ୍ବରେ ଗଠିତ ହୋଇଥିବା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହାତୀକୁ ମାରି ଦାନ୍ତ ଚୋରି କରିବା ଅଭିଯୋଗରେ ପୁର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି  । ଚୋରୀ ହୋଇଥିବା ଦୁଇ ହାତୀଦାନ୍ତ ଜବତ କରାଯାଇ ଥିବା ଦେବଗଡ଼ ଡିଏଫଓ ଷମା ଷଡ଼ଙ୍ଗୀ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ  ।

ପୁରନଙ୍କ ୩୭ବଲରେ ୭୭ରନ ଜିତାଇପାରିଲାନି ପଞ୍ଜାବକୁ, ୧୩୨ରନ କରି ଆଲଆଉଟ ହେଲା ପଞ୍ଜାବ

0

ଦୁବାଇ: ଆଇପିଏଲ ୨୦୨୦ର ୨୦ତମ ମୁକାବିଲାରେ ପଞ୍ଜାବକୁ ୬୯ରନରେ ହରାଇଛି ହାଇଦ୍ରାବଦ । ହାଇଦ୍ରାବାଦର ଏହା ହେଉଛି ୩ୟ ବିଜୟ । ହାଇଦ୍ରାବଦ ପ୍ରଥମେ ଖେଳି  ପଞ୍ଜାବକୁ ୨୦୨ର ଲକ୍ଷ୍ୟ ଦେଇଥିଲା । ଆଉ ଏହାର ଜବାବରେ ପଞ୍ଜାବ ୧୬.୫ ଓଭରରେ ୧୩୨ରନରେ କଅଲଆଉଟ ହୋଇଯାଇଥିଲା । ତେବେ ପଞ୍ଜାବ ପାଇଁ ନିକୋଲସ ପୁରନ ୩୭ବଲରେ ୭ଟି ଛକା ସହ ୭୭ରନ୍ କରିବାରେ ସଫଳ ହୋଇଥିଲ ଯଦିଓ ସେ ତାଙ୍କ ଦଳକୁ ଜିତାଇବାକୁ ଅସମର୍ଥ ହୋଇଥିଲେ ।

ପ୍ରଥମେ ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଏହା ପରେ ମଇଦାନକୁ ଓହ୍ଲାଇଥିଲେ ଜନି ବେୟରଷ୍ଟୋ ଏବଂ ଡେବିଟ ୱାର୍ନର । ଏହାପରେ ଦୁଇଜଣଙ୍କ ଛକା ଚଉକାର ବର୍ଷାରେ ପଞ୍ଜାବ ଚିନ୍ତାରେ ପଡ଼ିଯାଇଥିଲା । ବିନା ୱିକେଟରେ ଦୁଅଜଣ ୧୬.୫ ଓଭରେ ୧୬୦ରନ କରିବାରେ ସମର୍ଥ ହୋଇଥିଲେ  । ୱାର୍ନର ୪୦ବଲରେ ୫୨ ରନ କରି ରବି ବିଶୋଇଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ଆଉ ତାଙ୍କ ପରେ ବାୟରଷ୍ଟୋ ୯୭ରନ କରି ଆଉଟ୍ ହୋଇଯାଇଥିଲେ ।

ଅନ୍ୟପଟେ ପଞ୍ଜାବର କ୍ୟାପଟେନ ଭାର ସମ୍ଭାଳିଥିବା କେ ଏଲ ରାହୁଲ ଦଳକୁ ନିରାସ କରିଥିଲେ । ଏହି ମ୍ୟାଚରେ କେ ଏଲ ରାହୁଲ କିଛି ଭଲ ପଦର୍ଶନ କରିପାରି ନଥିଲେ । ସେ ମାତ୍ର ୧୧ ରନ୍ କରି କ୍ୟାଚ ଆଉଟ ହୋଇଥିଲେ, ମାକ୍ସୱେଲ ୭ ଏବଂ ସନ୍ଦିପ ସିଂ ୬କରି ଆଉଟ ହୋଇଥିଲେ । କିନ୍ତୁ ପୁରନ ୧୭ବଲରେ ରେକର୍ଡ କରୁ କରୁ ବଞ୍ଚି ଯାଇଥଇଲେ ସେ ୧୭ବଲରେ ୫୦ ରନ କରିଥିଲେ ଏବଂ ୩୭ବଲରେ ୭୭ରନ କରି ଆଉଟ ହୋଇଥିଲେ ପୁରନ ।

 

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ, ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ଆଜି ହେବ ଆଲୋଚନା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ପ୍ରତିନିଧି ଓ  ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେସିଂ ଜରିଆରେ ସକାଳ ୧୧ଟାରେ  ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି  । ଆଜି ପରିବର୍ତ୍ତେ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ଏହି ପ୍ରସଙ୍ଗରେ ନିୟମିତ ଭାବେ ଆଲୋଚନା କରାଯିବ । ୧୨, ୧୩ ଓ ୧୪ ତାରିଖରେ ବିଭିନ୍ନ ନିଯୋଗ ସହ ଆଲୋଚନା  ହେବାକୁ ଥିବାବେଳେ ୧୫ ଓ ୧୬ ତାରିଖରେ ମନ୍ଦିର ପ୍ରଶାସନିକ ସ୍ତରରେ ଆଲୋଚନା ହୋଇ ଜିଲ୍ଲାପାଳଙ୍କୁ ଅବଗତ କରାଯିବ । ମୁଖ୍ୟ ଶାସନ ସଚିବ ମନ୍ଦିର ଖୋଲିବା ନେଇ ବିଭିନ୍ନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉର୍ନତି କରଣ ଓ ସୌନ୍ଦର୍ଯ୍ୟକରଣକୁ ନେଇ ଆଜି ହେବ ଜନଶୁଣାଣୀ । ନୀଳାଦ୍ରି ଭକ୍ତ ନିବାସ ରେ ସକାଳ ସାଢେ ୯ଟାରେ ଜନଶୁଣାଣୀ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟାଜିତ ହେବ ଜନଶୁଣାଣୀ । ଦିନ ତମାମ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ବାସେଳୀ ସାହି ୱାର୍ଡ ନମ୍ବର ୨ ଓ ୩, ମଣିକର୍ଣ୍ଣିକା ସାହି ୱାର୍ଡ ନମ୍ବର ୪ ଓ ୯, କାଳିକାଦେବୀ ସାହି ୱାର୍ଡ ନମ୍ବର ୧୨, ଦୋଳମଣ୍ଡପ ସାହି ୱାର୍ଡ ନମ୍ବର ୧୫ ଓ ଚୁଡ଼ଙ୍ଗ ସାହି ୱାର୍ଡ ନମ୍ବର ୧୭ରେ ପ୍ରଭାବିତ ହୋଇଥିବା ଲୋକନମାନଙ୍କୁ ନେଇ ଜନଶୁଣାଣୀ କାର୍ଯ୍ୟକ୍ରମ କରାଯିବ ।

ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଓଡିଶା ସାମାଜିକ ପ୍ରଭାବ ଆକଳନ ଆଇନ ଏକ ଚିଠା ପ୍ରସ୍ତୁତ କରିବ । ଯାହାକି ସାମାଜିକ ପ୍ରଭାବ କିଭଳି ରହିଛି ସେଥିରେ ଦର୍ଶାଯିବ । ଜମି ଅଧିଗ୍ରହଣ ସମ୍ପର୍କରେ ପ୍ରକଳ୍ପ ରେ ପ୍ରଭାବିତ ୱାର୍ଡ ବାସୀ ମାନେ ସେମାନଙ୍କ ମତାମତ ଦେବାପାଇଁ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ କରାଯାଉଛି । ଜମି ଅଧିଗ୍ରହଣ ଉପରେ ପ୍ରଭାବ ଓ ତତ ଜନିତ ପ୍ରଭାବ ଉପରେ ନିଜ ମତ ଦେଇ ପାରିବେ ୱାର୍ଡ ବାସିନ୍ଦା ।

ଦୁର୍ବୃତ୍ତଙ୍କ ଇଟା ପଥର ମାଡ଼ରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ଦୁର୍ବୃତ୍ତଙ୍କ ଇଟା ପଥର ମାଡ଼ରେ ମହିଳା ମୃତ । କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ସିନି ଚାତାର । ସିନି ଚାତାରଙ୍କ ଝିଅ ଘର ବାହାରେ ଖେଳୁଥିବା ସମୟରେ କୌଣସି କାରଣ ରୁ ଗାଁର କିଛି ଯୁବକ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସିନି ବିରୋଧ କରିବାରୁ ତାଙ୍କୁ ଯୁବକ ମାନେ ଇଟା ଓ ପଥର ମାଡ଼ କରିଥିଲେ । ଫଳରେ ଘଟଣା ସ୍ଥଳ ରେ ସିନିଙ୍କ ମୃତ୍ୟୁ ହୋଇଛି  ।

ତେବେ କେଉଁ କାରଣରୁ ଦୁର୍ବୃତ୍ତ ମାନେ ଅସଭ୍ୟ ଭାଷାରେ ଗାଳି କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

ମହିଳାଙ୍କ ମୃତ୍ୟୁରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ମାଆ ନାଆ ଧରି କାନ୍ଦୁଛି ଛିଅ । ଦୁର୍ବୃତ୍ତମାନେ ମହିଳାଙ୍କ ଛାତି ଉପରକୁ ପଥର ମାଡ଼ କରିଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର: ରାଜଭବନ ନିକଟର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟାର ଚିକିତ୍ସା ପରେ ଆଖି ବୁଜିଛନ୍ତି ଗୁରୁତର ଆହତ ହୋଇଥିବ ହର୍ଷବର୍ଦ୍ଧନ ଶ୍ରୀବାସ୍ତବ । ବିସ୍ଫୋରଣ ପର ଠାରୁ ଅନ୍ୟ ଜଣେ ସୀମାଞ୍ଚଳ ପରିଡ଼ା ନିରୁଦ୍ଦିଷ୍ଟ ଅଛନ୍ତି । ଏଯାଏଁ ସୀମାଞ୍ଚଳଙ୍କ କୌଣସି ଖୋଜ ଖବର ମିଳିନାହିଁ ।

Petrol Pump Blast Case CP Said DNA Test To Be Conducted Body Pieces

ମୃତାହତ ଓ ନିରୁଦ୍ଦିଷ୍ଟ ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ୍ ଲିମିଟେଡ୍, ଫରିଦାବାଦ କମ୍ପାନୀର କର୍ମଚାରୀ । ଆଇଓସି ଥାର୍ଡ ପାର୍ଟି ହିସାବରେ ଟେଣ୍ଡର ଜରିଆରେ ଏମାନଙ୍କୁ କାମରେ ନିୟୋଜିତ କରିଥିଲା । ବୁଧବାର ମଧ୍ୟାହ୍ନରେ ରାଜଭବନ ନିକଟ ଇଣ୍ଡିଆନ୍ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପ୍ରଥମେ ନିଆଁ ଲାଗିବା ପରେ ଫାଟି ଯାଇଥିଲା ଟାଙ୍କି ।

Petrol Pump Blast

ଘଟଣାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେବା ପାଇଁ ଇଣ୍ଡିଆନ୍ ଅଏଲ୍ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବ । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କରୋନା ଟିକା ପାଇଁ ଶୀତଳ ଭଣ୍ଡାର ଚିନ୍ତା…

ନୂଆଦିଲ୍ଲୀ: କୋଭିଡ -19 ଟିକା କିଛି ମାସ ମଧ୍ୟରେ ଉପଲବ୍ଧ ହେବାର ସମ୍ଭାବନା ଥିବାରୁ ସରକାର ବହୁ ପରିମାଣରେ କୋଲ୍ଡ ଷ୍ଟୋରେଜ୍ ଚିହ୍ନଟ କରିବା ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ଯେ ସାରା ଦେଶରେ ଟିକା ଉପଲବ୍ଧତା ନିଶ୍ଚିତ କରାଯାଇପାରିବ। ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ କୃଷି କ୍ଷେତ୍ରରେ ଥିବା ବେସରକାରୀ ତଥା ସରକାରୀ କମ୍ପାନୀଗୁଡିକ ସହିତ ଆଲୋଚନା କରୁଛନ୍ତି।

ଏହା ସହିତ ହୋମ୍ ଡେଲିଭରୀ ଯୋଗାଉଥିବା ସ୍ୱିଗି ଏବଂ ଜୋମାଟୋ ଭଳି କମ୍ପାନୀ ମଧ୍ୟ ଯୋଗାଯୋଗରେ ଅଛନ୍ତି। ଆସନ୍ତା ମାସରେ ଭାରତରେ ଅତି କମରେ ଗୋଟିଏ ଘରୋଇ ଏବଂ ତିନୋଟି ବିଦେଶୀ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଟିକା ପ୍ରଦାନ କରୁଥିବା ଅଧିକାଂଶ କମ୍ପାନୀ ଥଣ୍ଡା ସଂରକ୍ଷଣ ଯୋଗାଣ ଶୃଙ୍ଖଳା ଆବଶ୍ୟକ କରିବେ | ସେମାନଙ୍କୁ ଶୀତଳ ଭଣ୍ଡାର ଦରକାର ଯେଉଁଠାରେ ତାପମାତ୍ରା ଶୂନରୁ ତଳକୁ ଯାଇପାରେ ଏବଂ ଏହା ମାଇନସ୍ 80 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ |

ଅଧିକାଂଶ ଟିକା ଦୁଇରୁ ଆଠ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଗଚ୍ଛିତ ହେବ | ଉତ୍ସ କହିଛି ଯେ ଅଧିକାଂଶ ଟିକା ତରଳ ଆକାରରେ ରହିବ ଯାହାକି ସଂରକ୍ଷିତ ରହିବ। ଏଥି ସହିତ, ଅଧିକାଂଶ ଟିକା ଏକାଧିକ ଡୋଜ୍ ଭିଆଲରେ ଉପଲବ୍ଧ ହେବ | ସେ କହିଛନ୍ତି ଯେ ଶୀତଳ ଭଣ୍ଡାରର ଯୋଗାଣ ଶୃଙ୍ଖଳା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି।

ଲାଲୁଙ୍କୁ ଜାମିନ ମିଳିବ କି ? ଆଜି ହେବ ଶୁଣାଣି ….ରାୟ ଉପରେ ଆରଜେଡି ସମର୍ଥକଙ୍କ ନଜର..

ପାଟନା : ଲାଲୁ ପ୍ରସାଦ ଯ଼ାଦବ । ଭାରତୀୟ ରାଜନୀତି ନିଆରା ବ୍ୟକ୍ତିତ୍ୱ । ବିହାର ରାଜନୀତି ତ ଲାଲୁଙ୍କ ବିନା ଏକ ସମୟରେ ଚିନ୍ତା କରାଯାଇ ପାରେନା । ହେଲେ ସମୟ ବଦଳିଛି  । ବହୁ ଚର୍ଚ୍ଚିତ ଚାରା ଦୁର୍ନୀତି ସହ କେତେକ ମାମଲାରୋ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲରେ ରହିଛନ୍ତି । ଆଗକୁ ବିହାରରେ ବିଧାନସଭା ନିର୍ବାଚନ । ଆରଜେଡିର ଚେହେରା କହିଲେ ଲାଲୁ । ପତ୍ନୀ ରାବ୍ରି ଦେବୀ, ପୁତ୍ର ତେଜସ୍ୱୀ ଓ ତେଜ ପ୍ରତାପଙ୍କ ତାଙ୍କ ଭଳି ପ୍ରଭାବଶାଳୀ କି ଜନପ୍ରିୟ ନୁହଁନ୍ତି । ୨୦୧୫ରେ ଲାଲୁଙ୍କ ପ୍ରଚାର ହିଁ ଆରଜେଡିକୁ ସଫଳତା ଆଣିଦେଇଥିଲା । ହେଲେ ୨୦୨୦ରେ ପରିସ୍ଥିତି ଭିନ୍ନ ।

Bihar Assembly Election With Out Lalu Prasad Yadav

ଲାଲୁ ଏକପ୍ରକାର ବିହାର ରାଜନୀତିଠାରୁ ବହୁ ଦୂରରେ  । ହେଲେ ଏହି ସବୁ ନିରାଶା ମଧ୍ୟରେ ଶୁକ୍ରବାର ଲଣ୍ଠନ ପ୍ରେମୀ ଟିକେ ଆଶାବାଦୀ ହୋଇପଡିଛନ୍ତି । କାରଣ ଶୁକ୍ରବାର ଲାଲୁଙ୍କ ଜାମିନ ଆବେଦନର ଶୁଣାଣି ହେବାର ଅଛି । ଯଦି ଲାଲୁଙ୍କୁ ଜାମିନ ମିଳିଯାଏ, ତେବେ ଏହାର ପ୍ରଭାବ ନିଶ୍ଚିତ ପଡିବ । ଆରଜେଡି ଏକ ସମ୍ମାନଜନକ ଆସନ ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ଯଦି ଜାମିନ ନ ମିଳେ, ତେବେ ଲାଲୁ ବିନା ବିହାର ରାଜନୀତି-୨୦୨୦ ବୋଲି ଧରି ନିଆଯିବ ।

ଲାଲୁଙ୍କୁ ଦିଆଯାଇଥିବା ଦଣ୍ଡ ସମୟର ଅର୍ଦ୍ଦେକ ସଜ୍ଜା ସେ କାଟି ଥିବାରୁ ତାଙ୍କୁ ବେଲ୍ ମିଳୁ ବୋଲି କୁହାଯାଉଛି । ହେଲେ ତାଙ୍କ ନାଁରେ ଭିନ୍ନ ଭିନ୍ନ ମାମଲା ଥିବାରୁ ପ୍ରତି ମାମଲାର ଅର୍ଦ୍ଦେକ ସଜ୍ଜା ସେ କାଟିଥିଲେ, ତାଙ୍କୁ ଜାମିନ ଦିଆଯିବ ବୋଲି ପ୍ରତିପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ତେଣୁ ଶୁକ୍ରବାର କୋର୍ଟ କି ଫଇସଲା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

 

ଉପନିର୍ବାଚନ ପ୍ରଚାର ଆରମ୍ଭ ପୂର୍ବରୁ କୋଭିଡ୍ ନିୟମ ଭାଙ୍ଗିଲାଣି କଂଗ୍ରେସ

ଜଗତସିଂହପୁର: ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ । ଉପନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି । ଦିନକ ପରେ ଉପନିର୍ବାଚନ ଲାଗି ପ୍ରକାଶ ବିଜ୍ଞପ୍ତି । ଏହା ପୂର୍ବରୁ କଂଗ୍ରେସ କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବିରିଡି ବ୍ଲକ୍ ଅଣଖିଆ ଠାରେ କରୋନା କଟକଣାକୁ ଫୁ କରି କର୍ମୀ ସମ୍ମିଳନୀ ଆୟୋଜିତ କରିଛି ଯୁବ କଂଗ୍ରେସ । ଏହି ସମ୍ମିଳନୀରେ ପ୍ରାୟ ଶତାଧିକ କର୍ମୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି ।

Tirtol By Poll, Congress Violates Covid19 Norms

ସମ୍ମିଳନୀ ସମୟରେ କର୍ମୀମାନେ ସାମାଜିକ ଦୂରତାକୁ ବେଖାତିର କରି ପାଖାପାଖି ହୋଇ ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧିନଥିବା ଦେଖିବାକୁ ମିଳିଛି । ତେବେ ସବଠୁ ବଡ଼ କଥା ହେଲେ ଏହି ସମ୍ମିଳନୀରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ । ବିନା କୌଣସି ଅନୁମତିରେ ଯୁବ କଂଗ୍ରେସ ଏହି ସମ୍ମିଳନୀ କରିଥିବା ବେଳେ ବିରିଡି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Tirtol By Poll, Congress Violates Covid19 Norms

ତିର୍ତ୍ତୋଲ ସହ ବାଲେଶ୍ୱର ସଦର ଆସନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧୭ରେ ପାର୍ଥୀପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୧୨ ପୂର୍ବରୁ ସରିବ । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ସରିବା ପରେ ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ ।

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଜଣେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ । SDJM କୋର୍ଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ରାଜା ବେହେରା । ରାଜାକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ଲିଙ୍ଗରାଜ ଥାନା ପୋଲିସ । ଏବେ ବି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଗତ ୪ ତାରିଖରେ ମିଠା ବ୍ୟବସାୟକୁ କେନ୍ଦ୍ର କରି କପିଳପ୍ରସାଦରେ ଛକରେ ଘଟିଥିଲା ହତ୍ୟାକାଣ୍ଡ ।

Samantarapur Murder Case, Accused Surrendered IN SDJM
FILE

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଦୁଇ ଦୁବୃର୍ତ୍ତ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏଥିରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିଲା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭରେ କଏଦ୍ ହୋଇଥିଲା । ହତ୍ୟା ପଛରେ ଦିଲୁ ବେହେରାର ହାତ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ସିସିଟିଭି ଭିଜୁଆଲ ଏବଂ ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଏତଲାକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ଲିଙ୍ଗରାଜ ଥାନା ପୋଲିସ ।